ଜଙ୍ଗଲ ନିଆଁ ଲାଗିବାରେ ଓଡ଼ିଶା ଦେଶରେ ପ୍ରଥମ। ୧,୫୦୧ଟି ସ୍ଥାନରେ ଜଙ୍ଗଲ ନିଆଁ, ବଡ଼ଧରଣର ନିଆଁ ୧୪୫।
ସ୍ୱତନ୍ତ୍ର ଓଟିଇଟି ପ୍ରଶ୍ନପତ୍ର ଲିକ୍ ମାମଲାରେ ସମସ୍ତ ୮ ଜଣ ଅଭିଯୁକ୍ତ ଜାମିନ ପାଇଗଲେ। ଧୀମେଇ ଗଲା ତଦନ୍ତ।
ଭୁବନେଶ୍ୱରରେ ରୁକୁଣା ରଥ ନିର୍ମାଣ କାର୍ଯ୍ୟ ଆରମ୍ଭ। ମହାରଣା ସେବାୟତ ମହାଖଳାକୁ ପ୍ରବେଶ କଲେ।
ପୁରୀ ଶ୍ରୀମନ୍ଦିର ପତିତପାବନ ବାନା ଉପରେ ବସିଲା ଚିଲ, ଭାଇରାଲ୍ ହେଲା ଦୃଶ୍ୟ।
ଭୁବନେଶ୍ୱର ପ୍ରଦର୍ଶନୀ ପଡିଆରେ “ନ୍ୟାୟ ସଂହିତା ପ୍ରଦର୍ଶନୀ” ଆଜି ଉଦଘାଟନ କରିବେ ସ୍ଵରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ।
ରାଜ୍ୟସଭା ନିର୍ବାଚନ ପାଇଁ ବିଜେଡିରୁ ନାମାଙ୍କନ ଭରିଲେ ସଂତୃପ୍ତ ମିଶ୍ର ଓ ଦତ୍ତେଶ୍ବର ହୋତା। ବିଜେପିରୁ ମନମୋହନ ଓ ସୁଜିତ।
ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ ଗୁରୁତର ଅସୁସ୍ଥ। ଚିକିତ୍ସା ପାଇଁ ଭୁବନେଶ୍ୱର ଏମ୍ସରୁ ଦିଲ୍ଲୀ ଏମ୍ସକୁ ସ୍ଥାନାନ୍ତର ହେଲେ।
ରାଜଧାନୀର ହୋଟେଲରେ ‘ଗୋ-ହୋମଷ୍ଟେ’ ପୋର୍ଟାଲର ଶୁଭାରମ୍ଭ କଲେ ଉପ ମୁଖ୍ୟମନ୍ତ୍ରୀ।
ମାଲକାନଗିରି ଅଞ୍ଚଳରେ ସୁରକ୍ଷା କର୍ମୀ ଏବଂ ମାଓବାଦୀଙ୍କ ମଧ୍ୟରେ ଗୁଳି ବିନିମୟ, ଜଣେ ମାଓବାଦୀ ନିହତ।
ବ୍ରହ୍ମପୁର ସୁବାଷ ବୋଷ ଛକରେ ଚୋରି ପିଲାଙ୍କୁ ଧରି ଭିକ୍ଷା ବୃତ୍ତି କଲାବେଳେ ୫ ଗିରଫ, ୯ ବାଳକ ଉଦ୍ଧାର।
ବୌଦ୍ଧ ଜିଲ୍ଲାର ପୁରୁଣା କଟକ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଭୁଲ ଇଞ୍ଜେକସନରୁ ଜଣେ ଯୁବକଙ୍କ ମୃତ୍ୟୁ ଅଭିଯୋଗ। ମୃତକ ସୁବ୍ରତ ନାୟକ(୨୩)।
ଭଦ୍ରକ ବାସୁଦେବପୁରରେ ଛାତ୍ରୀ ଅସଦାଚରଣ ମାମଲାରେ ପ୍ରଧାନ ଶିକ୍ଷକଙ୍କୁ ମାଡ ପ୍ରତିବାଦରେ ବ୍ଲକ ଶିକ୍ଷାଧିକାରୀ କାର୍ଯ୍ୟାଳୟରେ ଧାରଣା।
କନ୍ଧମାଳ ଜିଲ୍ଲା ଗୋଛାପଡ଼ା ଅଞ୍ଚଳରେ ନାବାଳିକା ଛାତ୍ରୀଙ୍କୁ ବିଜ୍ଞାନ ମେଳା ନେଇ ଦୁଷ୍କର୍ମ କରିଥିବା ଶିକ୍ଷକ ଗିରଫ।
ଗଞ୍ଜାମ ଭଞ୍ଜନଗର କୋର୍ଟ ସମ୍ମୁଖରେ ଯୁବକଙ୍କୁ ନିର୍ମମ ହତ୍ୟା, ଶୁଣାଣି ପାଇଁ କୋର୍ଟକୁ ଆସିଥିବା ବେଳେ ଅଘଟଣ।
ସମ୍ବଲପୁର ରେଢ଼ାଖୋଲ ପାଖରେ ମାଣିକପୁର ଓ ଝାରବନ୍ଧଲି ଗାଁ ମଧ୍ୟରେ ଗୋଷ୍ଠୀ ସଂଘର୍ଷ, ଫୁଟିଲା ଗୁଳି, ୨ ଗୁରୁତର।
ବରଗଡ଼ ଜିଲ୍ଲା ଭେଡେନ ଥାନା ଋଷୁଡ଼ା ଫାଣ୍ଡି ଭାଲୁପାଲି ଗ୍ରାମରେ ପିଲା ଚୋରି ସନ୍ଦେହରେ ଯୁବକ ଅଟକ।
କେନ୍ଦୁଝର କାଞ୍ଜିପାଣି ଘାଟିରେ ଜଳିଗଲା ଟ୍ରକ୍, ଗାଡ଼ିରୁ ଡେଇଁ ବଞ୍ଚିଗଲେ ଡ୍ରାଇଭର।
ବଲାଙ୍ଗୀର ତୁରେକେଲା ବ୍ଲକରେ ଝରଣା ପାଣି ହିଁ ସାହା। ଜଳକଷ୍ଟରେ ଲୋକେ ହନ୍ତସନ୍ତ।
ଯାଜପୁର ଦଶରଥପୁରରେ ଚୋରା ମଦ ଅଭିଯୋଗ ଶୁଣିଲେ ନାହିଁ ପୋଲିସ। ଉତ୍ତ୍ୟକ୍ତ ହୋଇ ଦୋକାନ ଭାଙ୍ଗିଲେ ମହିଳାମାନେ।
ନୟାଗଡ଼ ଖଣ୍ଡପଡ଼ାରେ ପ୍ରଧାନମନ୍ତ୍ରୀ ଆବାସ ପାଇଁ ମଧ୍ୟପ୍ରଦେଶରୁ ମହିଳାଙ୍କୁ ଡାକି ଫାଙ୍କିଦେଲା ଏନ୍ଏସି। ପ୍ରତିବାଦ କରି ମାଡ଼ ଖାଇଲେ।
ପୁରୀ ସହରରେ ମଶା ସମସ୍ୟା ଉତ୍କଟ। ଗମ୍ବୁସିଆ ମାଛ ମଶା ନିୟନ୍ତ୍ରଣ ଅଭିଯାନ ବିଫଳ
ଛତିଶଗଡ଼ର ମହାସମୁଦ ଜିଲ୍ଲାରେ ଓଡ଼ିଶା ରାଜ୍ୟ କମିଟିର ସଚିବ ବିକାଶ ସମେତ ଅନ୍ୟ ୧୪ ଜଣ ନକ୍ସଲ ଆତ୍ମସମର୍ପଣ କଲେ।
ରାଜ୍ୟସଭା ପାଇଁ ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ନାମାଙ୍କନ ଭରିଲେ। ଏବେ ନୂଆ ମୁଖ୍ୟମନ୍ତ୍ରୀ ପାଇଁ ଟଣାଓଟରା।
ପଶ୍ଚିମବଙ୍ଗରେ ତୃଣମୂଳ ଦଳର ଭୋଟ୍ବ୍ୟାଙ୍କ ନଷ୍ଟକଲା ଏସ୍ଆଇଆର୍। ମହିଳା ଓ ମୁସଲିମ ଭୋଟ ଉପରେ ମମତା ବାନାର୍ଜୀଙ୍କ ଭରସା।
ଶେୟାର ମାର୍କେଟ ସେନ୍ସେକ୍ସରେ ଚାରିଦିନ ପରେ ସୁଧାର, ୯୦୦ ପଏଣ୍ଟ ବୃଦ୍ଧି।
ଇଂଲଣ୍ଡକୁ ୭ ରନ୍ରେ ହରାଇ ଭାରତ ଚଳିତ ଆଇସିସି ଟ୍ବେଣ୍ଟି-୨୦ ବିଶ୍ବକପ୍ର ଫାଇନାଲ୍ରେ ପହଞ୍ଚିଛି।
ମହିଳା ଏଏଫ୍ସି ଏସୀୟ କପ୍ ଫୁଟ୍ବଲ୍ ପ୍ରତିଯୋଗିତାରେ ପ୍ରଥମ ମ୍ୟାଚ୍ରେ ଭାରତ ୧-୨ ଗୋଲ୍ରେ ଭିଏତ୍ନାମଠୁ ହାରିଲା।
ଯୁଦ୍ଧ ପ୍ରଭାବିତ କାତାର ଏଲ୍ଏନ୍ଜି ଗ୍ୟାସ୍ ଉତ୍ପାଦନ ବନ୍ଦ କଲା। ଭାରତକୁ ୪୦ ପ୍ରତିଶତ ଏଲ୍ଏନ୍ଜି ଯୋଗାଣ ପ୍ରଭାବିତ।
ଯୁଦ୍ଧରେ ଆମେରିକା ଓ ଇସ୍ରାଏଲ୍ ପ୍ରତିଦିନ ଖର୍ଚ୍ଚ କରୁଛନ୍ତି ୯୦୦୦ କୋଟି।
ଗତବର୍ଷ ଏଇ ସମୟରେ
ପୁରୀ ଶ୍ରୀମନ୍ଦିର ରତ୍ନଭଣ୍ଡାର ଚାବି ହଜିବା ରିପୋର୍ଟକୁ ସାର୍ବଜନୀନ କରିବେ ନାହିଁ ବୋଲି କହିଥିଲେ ସରକାର।
ସବୁ ସରକାରୀ ସ୍କୁଲ ଗେରୁଆ ହେବ ବୋଲି ଜିଲ୍ଲାପାଳଙ୍କୁ ସରକାର ନିର୍ଦ୍ଦେଶ ଦେଇଥିଲେ।
ସମ୍ବଲପୁର, ରାଉରକେଲା ଏବଂ ପୁରୀ ସହରରେ ପୌର ନିର୍ବାଚନ ହେବ ବୋଲି ଘୋଷଣା ହୋଇଥିଲା।
ସାରଥି ବାବାକୁ କେନ୍ଦ୍ରାପଡ଼ାକୁ ପ୍ରବେଶ ଅନୁମତି ମିଳି ଯାଇଥିଲା।
ଆଜି ଜନ୍ମଦିନ:ହୁମାୟୁନ, ଜାହ୍ନବୀ କପୁର, ହର୍ଷାଲି ମାଲହୋତ୍ରା, ମକରନ୍ଦ ଦେଶପାଣ୍ଡେ, ରାଜ ସିପ୍ପୀ, ଗୋପୀନାଥ ଗଜପତି (ପାରଳାଖେମୁଣ୍ଡି), କେଶବ ଦାଶ (ଲେଖକ, ଯାଜପୁର)
ଆଜି ତିରୋଧାନ: ଅମ୍ବିକା ଚକ୍ରବର୍ତ୍ତୀ (ସଂଗ୍ରାମୀ), ଶମ୍ମି (ବଲିଉଡ)
ଇତିହାସରେ ଆଜି: (୧୯୪୪) ଏଷ୍ଟୋନିଆ ଉପରେ ଋଷିଆ ବୋମାମାଡ କରି ଐତିହାସିକ କୀର୍ତ୍ତି ଧ୍ୱଂସ କଲା/ (୧୯୪୭) ଭାରତରୁ ବ୍ରିଟିଶ ସୈନ୍ୟ ଅପସାରଣ କୁ ବିରୋଧ କଲେ ଚର୍ଚ୍ଚିଲ/ (୧୯୫୭) ଘାନା ଦେଶ ସ୍ଵାଧୀନ ହେଲା/ (୧୯୬୦) ସ୍ୱିଜରଲାଣ୍ଡ ରେ ମହିଳାଙ୍କୁ ମିଳିଲା ଭୋଟ ଅଧିକାର/ (୧୯୬୪) ଆମେରିକାନ ବକ୍ସର କ୍ୟାସିୟସ ନାମ ବଦଳାଇ ମହମ୍ମଦ ଅଲ୍ଲୀ କଲେ
ବନ୍ଦେ ଉତ୍କଳ ଜନନୀ 🪻🌻🪻
