ରାଜ୍ୟରେ ବଢ଼ିବ ଖରା ପ୍ରକୋପ। ଆସନ୍ତା ଦୁଇଦିନରେ ତାପମାତ୍ରା ୨-୩ ଡିଗ୍ରୀ ସେଲସିୟସ୍ ବୃଦ୍ଧି ହେବ।
ରାଜ୍ୟରେ ୨୦ ମାସରେ ୧୦୯ଟି ପ୍ରକଳ୍ପରେ ୧.୭୬ ଲକ୍ଷ ନିଯୁକ୍ତି ସୃଷ୍ଟି ହେବ, କହିଲେ ମୁଖ୍ୟମନ୍ତ୍ରୀ।
ଗଞ୍ଜାମ ଜିଲ୍ଲାର ଚିକିଟି ସୁନାପୁର ବାହୁଦା ମୁହାଣରେ ୨୧, ୫୦୦ କୋଟି ଟଙ୍କା ବ୍ୟୟରେ ରାଜ୍ୟର ସବୁଠାରୁ ବଡ଼ ବନ୍ଦର ହେବ।
ଆଜିଠାରୁ ସଂଧ୍ୟା ୭ଟା ପର୍ଯ୍ୟନ୍ତ ଖୋଲା ରହିବ କୋଣାର୍କ ସୂର୍ଯ୍ୟ ମନ୍ଦିର।
ପୁରୀ ଶ୍ରୀମନ୍ଦିରରେ ଅବ୍ୟବସ୍ଥା। ସନ୍ଧ୍ୟାରେ ଲାଗି ହେଲା ମଧ୍ୟାହ୍ନ ଧୂପ, ୪ ଘଣ୍ଟା ବିଳମ୍ବରେ ବାହାରିଲା ମହାପ୍ରସାଦ।
ଯାଜପୁରରେ କୃଷକ ଏକତା ଗଣ ପଦଯାତ୍ରା ପାଇଁ ଡାକରା। ମାର୍ଚ୍ଚ ୨୨ରୁ ୩୧ ପର୍ଯ୍ୟନ୍ତ ଘଟଗାଁରୁ ଭୁବନେଶ୍ବର ପର୍ଯ୍ୟନ୍ତ ପଦଯାତ୍ରା ଓ ସତ୍ୟାଗ୍ରହ।
ରାଜ୍ୟସଭା ପାଇଁ ସଂତୃପ୍ତ ମିଶ୍ର ଓ ଦତ୍ତେଶ୍ବର ହୋତାଙ୍କ ନାଁ ଘୋଷଣା କଲେ ନବୀନ ପଟ୍ଟନାୟକ।
କେନ୍ଦୁଝର ଘଟଗାଁରେ ମଙ୍ଗଳବାର ଦିନ ଚନ୍ଦ୍ର ଗ୍ରହଣ ପାଇଁ ବନ୍ଦ ରହିବ ତାରିଣୀ ମନ୍ଦିର।
ରାଜ୍ୟରେ ଠିକାଦାରଙ୍କ ଆନ୍ଦୋଳନ ଜାରି। ୪୬୦୦ କୋଟିର ନିର୍ମାଣ କାର୍ଯ୍ୟ ବନ୍ଦ ପଡିଛି। ବିଭାଗ ମାନଙ୍କୁ ମାର୍ଚ୍ଚ ମାସ ଚିନ୍ତା।
ଦଳୀୟ କାର୍ଯ୍ୟକ୍ରମରେ ପାଟିତୁଣ୍ଡ କରିବାରୁ ପ୍ରଭାତ ବିଶ୍ଵାଳ ବିଜେଡିରୁ ବହିଷ୍କୃତ ହେଲେ।
ଅଶାନ୍ତ ରାଜଧାନୀରେ ୟୁଟ୍ୟୁବର ଯୁବକ ରାହୁଲଙ୍କୁ ୪ରୁ ୫ ଜଣ ଗୋଡ଼ାଇ ଗୋଡ଼ାଇ ହାଣି ହତ୍ୟା କଲେ।
କେନ୍ଦ୍ରାପଡ଼ା ରାଜନଗରରେ ଚାଷୀଙ୍କ ମୃତ୍ୟୁ ଘଟଣାରେ ନ୍ୟାୟ ପାଇଁ ତହସିଲଦାରଙ୍କ ଗୋଡ଼ତଳେ ପଡ଼ିଗଲେ ମୃତ ଚାଷୀଙ୍କ ପତ୍ନୀ।
ନବରଙ୍ଗପୁର ଜିଲ୍ଲା ପାପଡ଼ାହାଣ୍ଡି ବ୍ଲକରେ ଗାଁକୁ ଗଲାନାହି ଆମ୍ବୁଲାନ୍ସ, ଖଟିଆରେ ବୁହାହାଲେ ଗର୍ଭବତୀ।
ପୁରୀ ଡେଲାଙ୍ଗ ରାଧାକାନ୍ତ ବିଦ୍ୟାପୀଠରେ ଜଣ୍ଡିସ ରୋଗରେ ଆକ୍ରାନ୍ତ ହେଲେ ୧୭ ଜଣ ଛାତ୍ରଛାତ୍ରୀ। ସ୍ୱାସ୍ଥ୍ୟ ବିଭାଗର ପଦକ୍ଷେପକୁ ଅପେକ୍ଷା।
ସୁନ୍ଦରଗଡ଼ ଜିଲ୍ଲା ଲେଫ୍ରିପଡ଼ାରେ ପୂର୍ବରୁ ଘଟିଥିବା ନାବାଳିକା ଦୁଷ୍କର୍ମ ଘଟଣାରେ ଦୋଷୀକୁ ୧୦ ବର୍ଷ କାରାଦଣ୍ଡ।
ପାରାଦ୍ବୀପ ତାରିଣୀଗଡା ଯୁବତୀ ମୃତ୍ୟୁ ଘଟଣାରେ ପ୍ରେମିକ ସୋମନାଥ ଓଝା ଓ ଅଭିଯୁକ୍ତ ବିହାରୀ ଶୁଭମ୍ ସିଂକୁ ଗିରଫ ପରେ କୋର୍ଟ ଚାଲାଣ କଲା ପୋଲିସ।
ସୁନ୍ଦରଗଡ଼ ଜିଲ୍ଲା ରାଜମୁଣ୍ଡl ଜାତୀୟ ରାଜପଥ ସମରଦରି ଛକରେ ହାଇୱା ଧକ୍କାରେ ଏନ୍ଆଇଟି ରାଉରକେଲା ଛାତ୍ର ମୃତ, ଛାତ୍ରୀ ଗୁରୁତର।
କେନ୍ଦୁଝର ବଡ଼ବିଲରେ ରଙ୍ଗ୍ ରୁଟ୍ରେ ଆସିବାକୁ ବାରଣ କରିବାରୁ ସୁରକ୍ଷାକର୍ମୀଙ୍କ ଉପରେ ଗାଡ଼ି ଚଢ଼ାଇଦେଲେ ଅମାନିଆ ଡ୍ରାଇଭର, ଅଭିଯୁକ୍ତ ଗିରଫ।
ଭୁବନେଶ୍ବରର ଟଙ୍କପାଣି ରୋଡ୍ ସାଇମନ୍ଦିର ନିକଟରେ ବଡ଼ ଦୁର୍ଘଟଣା। ଟ୍ରାଫିକ୍ ଭିଡ଼, ଯାତାୟତ ପ୍ରଭାବିତ।
ମୟୂରଭଞ୍ଜ ଜିଲ୍ଲା ବଡ଼ସାହି ବୈଶିଙ୍ଗା ରାସ୍ତାର ମାଣତ୍ରୀ ହାଟ ଛକରେ ଟ୍ରାକ୍ଟର ଧକ୍କାରେ ଯୁବକଙ୍କ ମୃତ୍ୟୁ, ଉତ୍ତେଜିତ ଲୋକଙ୍କ ରାସ୍ତାରୋକ।
ରାଜ୍ୟରେ ୨୧୧୬୨ ବେନାମୀ ବ୍ୟାଙ୍କ ଆକାଉଣ୍ଟ ଜବତ,୨୭୩ ଜଣ ଗିରଫ।
ଆନ୍ଧ୍ରପ୍ରଦେଶ କାକିନାଡାରେ ବାଣ ବିସ୍ଫୋରଣରେ ୨୧ ମୃତ, ୧୩ ଆହତ।
କେଜରିବାଲଙ୍କ ଉପରେ ମିଛ କେଶ ଉପରେ ସୁପ୍ରିମକୋର୍ଟ ତାଗିଦ କଲେ, ସିବିଆଇ ପିଞ୍ଜରାର ଶୁଆ ପରି ବ୍ୟବହାର ନ କରୁ।
ରୁପା ଦର କିଲୋ ପିଛା ୩,୨୦,୦୦୦ ଟଙ୍କା ଓ ୨୪ କ୍ୟାରେଟ୍ ସୁନା ଦର ୧୦ ଗ୍ରାମ୍ ପିଛା ୧,୬୮,୭୧୦ ଟଙ୍କା ହେଲା।
ରଣଜୀ ଟ୍ରଫି କ୍ରିକେଟରେ ୬୭ ବର୍ଷ ପରେ ଚାମ୍ପିଅନ୍ ହୋଇ ଇତିହାସ ରଚିଲା ଜମ୍ମୁ କାଶ୍ମୀର।
ଟି-୨୦ ବିଶ୍ବକପ୍ ଲଢ଼େଇରେ ଆଜି ସୁପର-୮ ରେ ଭାରତ ୱେଷ୍ଟଇଣ୍ଡିଜ ମ୍ୟାଚ ହେବ।
କେମ୍ବ୍ରିଜ ହାଭାର୍ଡ ବିଶ୍ୱବିଦ୍ୟାଳୟରେ ‘ହିନ୍ଦୁଫୋବିକ୍’ ବିବାଦ। ପୋଷ୍ଟକୁ ନେଇ କ୍ଷମା ମାଗିଲା ବିଭାଗ।
ଇରାନ ଉପରେ ଇସ୍ରାଏଲ ଓ ଆମେରିକାର ଭୟଙ୍କର ଆକ୍ରମଣ। ୭ ଦେଶ ଉପରେ ନିଆଁ ବର୍ଷା କଲା ଇରାନ।
ଆଫଗାନିସ୍ତାନ ସୀମା ସଂଘର୍ଷ ନିଆଁ ଇସଲାମାବାଦରେ। ବିଭିନ୍ନ ଅଞ୍ଚଳରେ ବିସ୍ଫୋରଣ କଲା ଟିଟିପି, ୪୦ ପାକିସ୍ତାନୀ ସୈନିକ ମୃତ।
ଚାଗୋସ୍ ଦ୍ୱୀପପୁଞ୍ଜ ବିବାଦରେ ମାଳଦ୍ୱୀପ ସହ କୂଟନୈତିକ ସମ୍ପର୍କ ଚ୍ଛିନ୍ନ କଲା ମରିସସ୍, ଭାରତ ମହାସାଗରରେ ନୂଆ ସଙ୍କଟ।
ମାଗଣାରେ ଟିଭି ଦେଖନ୍ତୁ। ପ୍ଲେ ଷ୍ଟୋରରୁ “mera channel” ଡାଉନଲୋଡ କରନ୍ତୁ
ଆଜି ଭେଦଭାବ ଶୁନ୍ୟ ଦିବସ
ବିଶ୍ୱ ନାଗରିକ ସୁରକ୍ଷା ଦିବସ
ଆତ୍ମ ଘାତ ସଚେତନତା ଦିବସ
ଆଜି ବୋସନିଆ ହର୍ଜଗୋଭିନା ସ୍ୱାଧୀନତା ଦିବସ
ଆଜି ଜନ୍ମଦିନ: ହାଜି ମସ୍ତାନ, ନୀତିଶ କୁମାର (ବିହାର), ଏମକେ ଷ୍ଟାଲିନ, ଗଣେଶୀ ଲାଲ, ବୁଦ୍ଧଦେବ ଭଟ୍ଟାଚାର୍ଯ୍ୟ, ଅର୍ଚ୍ଚନା ଯୋଗଲେକର, ଜଷ୍ଟିନ ବିବର, ଶ୍ୟାମାଚାରଣ ତ୍ରିପାଠୀ, କିଶୋରୀ ଚରଣ ଦାସ, ଶିବ ପାଣିଗ୍ରାହୀ, ମନୋଜ ପଟନାୟକ
ଆଜି ତିରୋଧାନ: ତାରକ ମେହେଟା, ମନମୋହନ ଦେଶାଇ, ରାଜକିଶୋର ପଟନାୟକ (ଲେଖକ), ଜୀବନାନନ୍ଦ ପାଣି (ଗୀତିକାର)
ଇତିହାସରେ ଆଜି: (୧୬୪୦) ମାଡ୍ରାସରେ ବ୍ୟବସାୟ କେନ୍ଦ୍ର କରିବାକୁ ବ୍ରିଟେନକୁ ଅନୁମତି ମିଳିଲା/ (୧୯୫୪) ଆମେରିକା ଦ୍ୱାରା ହାଇଡ୍ରୋଜେନ ବୋମା ପରୀକ୍ଷା/ (୨୦୦୨) ୟୁରୋ ହେଲା ଦଶଟି ଦେଶର ବୈଧ ମୁଦ୍ରା/ (୨୦୦୮) ମଙ୍ଗଳ ଗ୍ରହରେ ପାଣି ନାହି ବୋଲି କହିଲେ ବୈଜ୍ଞାନିକ/ (୨୦୧୦) ଭାରତ ଓ ସାଉଦୀ ମଧ୍ୟରେ ପ୍ରତ୍ୟର୍ପଣ ଚୁକ୍ତି ସ୍ବାକ୍ଷରିତ
ବନ୍ଦେ ଉତ୍କଳ ଜନନୀ 🪻🌻🪻
