ବଙ୍ଗୋପସାଗରରେ ଲଘୁଚାପ ସକ୍ରିୟ, ଉପକୂଳ ଅଞ୍ଚଳରେ ବଜ୍ରପାତ ସହ ବର୍ଷା ସତର୍କତା।
ରାଜ୍ୟରେ ୧୦୦ଟି ମଡେଲ୍ ମଣ୍ଡି ସ୍ଥାପନ କରାଯିବ ଓ ୫ ଲକ୍ଷ ଟନ କ୍ଷମତା ବିଷିଷ୍ଟ ଗୋଦାମ ଗୃହ ନିର୍ମାଣ ହେବ ବୋଲି କହିଲେ ସରକାର।
ସରକାରୀ ଚାକିରିଆ ମାର୍ଚ୍ଚ ୩୧ ସୁଦ୍ଧା ସମ୍ପତ୍ତି ତାଲିକା ଦାଖଲ କରିବା ପାଇଁ ବାଧ୍ୟ। ନଦେଲେ କଡା କାର୍ଯ୍ୟାନୁଷ୍ଠାନ କରିବେ ସରକାର।
ସହରାଞ୍ଚଳ ପରିବହନ ପାଇଁ ବଜେଟରେ ୪୨୧ କୋଟି ଟଙ୍କାର ବ୍ୟୟବରାଦ। ରାଜ୍ୟକୁ ଆସିବ ଆହୁରି ୬୦୦ ଇ ବସ।
ମାଟ୍ରିକ ଖାତା ମାର୍ଚ୍ଚ ୧୯ରୁ ଦେଖାହେବ। ନୋଡାଲ ସେଣ୍ଟରରୁ ଉତ୍ତର ଖାତା ସଂଗ୍ରହ ଚାଲିଛି।
ରାଜଧାନୀରେ ସୌନ୍ଦର୍ଯ୍ୟକରଣ କରିବ ସ୍ମାର୍ଟସିଟି, ବାଣୀବିହାରରୁ ଶିଶୁଭବନ ରାସ୍ତାରେ ଲାଗିବ ଅର୍ଣ୍ଣାମେଣ୍ଟାଲ ଟ୍ରି।
ରାଜଧାନୀର ୧୮ଟି ସ୍ୱାସ୍ଥ୍ୟ ଓ ଆରୋଗ୍ୟ କେନ୍ଦ୍ର (ୟୁପିଏଚ୍ସି)ରେ ମିଳୁନି ଫିଜିଓଥେରାପି, ଫେରୁଛନ୍ତି ରୋଗୀ। ସ୍ୱାସ୍ଥ୍ୟ ବିଭାଗ ନୀରବ।
କଟକ ଶୈଳବାଳା ମହିଳା ମହାବିଦ୍ୟାଳୟକୁ ବିଶ୍ବବିଦ୍ୟାଳୟ ମାନ୍ୟତା ଦାବି ଆନ୍ଦୋଳନ ପୁଣି ତେଜିଲା।
ଭୁବନେଶ୍ୱର ରାସ୍ତାରେ କନିଷ୍ଠ ଶିକ୍ଷକ ଆଶାୟୀ। ବଳକା ପଦବୀ ପୂରଣ କରିବାକୁ ଦାବି।
ଝାରସୁଗୁଡ଼ା ଜିଲ୍ଲା ଲଖନପୁର ବ୍ଳକରେ ଟାର୍ଗେଟ୍ ଓ ଟୋକନ ସମାସ୍ୟା ସମାଧାନ ଦାବିନେଇ କୃଷକ ସଂଗଠନ ପକ୍ଷରୁ ଧାନରଖି ଅର୍ଥନୈତିକ ଅବରୋଧ।
ବଲାଙ୍ଗୀର ଜିଲ୍ଲା ବେଲପଡ଼ା ବ୍ଲକ୍ରେ ୯୯ ଜଣ ଛାତ୍ରଛାତ୍ରୀ ବାହାର ରାଜ୍ୟରେ ଦାଦନ ଖଟୁଛନ୍ତି। ଫର୍ମ ପୂରଣ କରିଥିଲେ ବି ମାଟ୍ରିକ୍ ପରୀକ୍ଷାରୁ ବଞ୍ଚିତ।
ପାରାଦୀପ ତାରିଣୀଗଡ଼ାରେ ଗଣଦୁଷ୍କର୍ମ ପରେ ହତ୍ୟା ସନ୍ଦେହ। ୪ ମହଲାରୁ ମହିଳାଙ୍କୁ ଠେଲିଦେଲେ, ୭ ଜଣ ଅଟକ।
ଭୁବନେଶ୍ବର ଧଉଳି ଲିଙ୍ଗିପୁରର ନୂଆଗାଁ ନିକଟ ସୁପରମାର୍ଟରେ ଅଗ୍ନିକାଣ୍ଡ। ନିଆଁ ଲିଭାଇବା ପାଇଁ ୨ଟି ଦମକଳ ବାହିନୀ ଲାଗିଲେ।
ରାଜଧାନୀରେ ପୁଣି ଆମ ବସ ଆତଙ୍କ। ପଳାସପଲ୍ଲି ଓଭରବ୍ରିଜରେ ବୁଟ ବ୍ୟବସାୟୀଙ୍କୁ ଧକ୍କା ଦେଇ ଗୁରୁତର କଲା। ଡ୍ରାଇଭରକୁ ପ୍ରବଳ ମାଡ଼।
ଭୁବନେଶ୍ୱର କୋର୍ଟ ଆଗରେ ମହିଳାଙ୍କ ମୁଣ୍ଡ ଉପରେ ମାଡ଼ିଗଲା ଇନୋଭା କାର୍ । ଗୁରୁତର ଅବସ୍ଥାରେ ମହିଳା କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି।
କେନ୍ଦୁଝର ଆନନ୍ଦପୁରରେ ଠିକାଦାର ବିପିନ ପରିଡା ହତ୍ୟା ଘଟଣାରେ ମାମୁଁ ସହ ୨ ଭଣଜା ଗିରଫ।
ସୁବର୍ଣ୍ଣପୁରରେ ନବ ବଧୂକୁ ଅଧବାଟରୁ ଅପହରଣ ଘଟଣାକୁ ନିଜେ ବୋହୁ କରିଥିଲା ଯୋଜନାବଦ୍ଧ ଷଡଯନ୍ତ୍ର।
କଟକ ଜଗତପୁରରେ ପୁଣି ଧରାହେଲା ବିପୁଳ ପରିମାଣର ବାଣ ସାମଗ୍ରୀ। ବିସ୍ଫୋରକ ସାମଗ୍ରୀର ବିଶାଳ ଭଣ୍ଡାର ଜବତ।
ଜଗତସିଂହପୁରରେ ମାଟ୍ରିକ ପରୀକ୍ଷାର୍ଥୀ ଝିଅକୁ ନେବା ଆଣିବା ପାଇଁ ଆଜୀବନ କାରଦଣ୍ଡ ଭୋଗୁଥିବା ବନ୍ଦୀକୁ ଅନ୍ତରୀଣ ଜାମିନ।
ମହାନଦୀ ଜଳ ବିବାଦରେ ସନ୍ଦେହ ବଢ଼ାଇଲା ଟ୍ରିବ୍ୟୁନାଲ୍ଙ୍କ ଗସ୍ତ, ଗଡ଼ୁଛି ସମୟ, କ୍ଷତି ସହୁଛି ଓଡ଼ିଶା। ସରକାର ଉଦାସୀନ।
ତାମିଲନାଡୁରେ ଚୂଡାନ୍ତ ଭୋଟର ତାଲିକା ପ୍ରକାଶ, ୯୭ଲକ୍ଷରୁ ଅଧିକ ନାମ କଟିଗଲା।
ଝାଡ଼ଖଣ୍ଡରୁ ଦିଲ୍ଲୀ ଅଭିମୁଖେ ଯାଉଥିବା ଏୟାର ଆମ୍ବୁଲାନ୍ସ ଦୁର୍ଘଟଣାଗ୍ରସ୍ତ, ୭ ମୃତ।
ଦିଲ୍ଲୀ ଜେଏନୟୁରେ ହିଂସା। ବାମପନ୍ଥୀ ଓ ଏବିଭିପି ଛାତ୍ର ମୁହାଁମୁହିଁ, ଅନେକ ଛାତ୍ର ଆହତ।
ଆଇଡିଏଫସି ଫାଷ୍ଟ ବ୍ୟାଙ୍କରେ ୫୯୦ କୋଟିର ଠକେଇ, ହରିୟାଣା ସରକାରଙ୍କ ଖାତାରେ ହେରଫେର, ୪ କର୍ମଚାରୀ ନିଲମ୍ବିତ।
ଶେୟାର ମାର୍କେଟରେ ସେନ୍ସେକ୍ସ ୪୮୦ ପଏଣ୍ଟ୍ ବଢ଼ିଲା, ନିଫ୍ଟି ବଢ଼ିଲା ୧୪୧ ପଏଣ୍ଟ୍।
ବିଶ୍ୱକପ କ୍ରିକେଟରେ ଓ୍ବେଷ୍ଟ ଇଣ୍ଡିଜ୍ ୧୦୭ରନରେ ବିଜୟୀ। ଆଜି ପାକିସ୍ତାନ ଓ ଇଂଲଣ୍ଡ ମୁକାବିଲା।
କର୍ମଚାରୀ ଭବିଷ୍ୟନିଧି ପାଣ୍ଠି ସଂଗଠନ (ଇପିଏଫ୍ଓ) ଖାତାରେ ଥିବା ଦାବୀହୀନ ପାଣ୍ଠିକୁ ସଦସ୍ୟ ଓ ଉତ୍ତରାଧିକାରୀଙ୍କୁ ଫେରାଇବାକୁ ଶ୍ରମ ମନ୍ତ୍ରଣାଳୟର ନିଷ୍ପତ୍ତି।
ଇରାନ ଶୀଘ୍ର ଛାଡିବା ପାଇଁ ନାଗରିକଙ୍କୁ ଚେତାବନୀ ଦେଲା ଭାରତୀୟ ଦୂତାବାସ।
ନେପାଳ ଧାଡିଂ ଜିଲ୍ଲା ରାଜପଥରୁ ନଦୀକୁ ଖସିଲା ବସ୍, ୧୮ ମୃତ, ୨୫ ଆହତ।
ଆମେରିକାର ପୂର୍ବ ଉପକୂଳରେ ପ୍ରବଳ ତୁଷାର ଝଡ଼, ୮୦୦୦ ରୁ ଅଧିକ ବିମାନ ବାତିଲ।
ଗତବର୍ଷ ଏଇ ସମୟରେ
୨୦୨୬ରୁ ପାର୍ଟ ଟାଇମ୍ ବିଏଡ୍ ଓ ଏମ୍ ଏଡ୍ ଆରମ୍ଭ କରିବାକୁ ନିଷ୍ପତ୍ତି ନେଲେ ସରକାର।
ଶିଳ୍ପପତି ପଙ୍କଜ ଓସୱାଲଙ୍କ ଝିଅ ବସୁନ୍ଧରା ଓସୱାଲଙ୍କୁ ଉଗାଣ୍ଡା ଜେଲରେ ନିର୍ଯାତନା ଖବର ମିଳିଥିଲା।
ମାଗଣାରେ ମୋବାଇଲ ଓ ଟିଭିରେ 300+ ଚାନେଲ ଦେଖନ୍ତୁ।
ଡାଉନଲୋଡ ଲିଙ୍କ:
https://play.google.com/store/apps/details?id=com.app.tvzone
ଆଜି କେନ୍ଦ୍ର ଅବକାରୀ ଦିବସ
ଏଷ୍ଟୋନିଆ ସ୍ୱାଧୀନତା ଦିବସ
ଆଜି ଜନ୍ମଦିନ: ଇବନ ବାତୁତା, ତଲତ ମେହେମୁଦ, ଜୟଲଳିଥା, ସଞ୍ଜୟ ଲୀଲା ଭନସଲି, ପୂଜା ଭଟ୍ଟ, ରଞ୍ଜନ ଦାଶ (ସମ୍ବଲପୁର)
ଆଜି ତିରୋଧାନ: ଲଳିତା ପାୱାର, ଭୀମସେନ ଯୋଶୀ, ଶ୍ରୀଦେବୀ,
ଇତିହାସରେ ଆଜି: (୧୫୮୨) ନୂଆ ଗ୍ରେଗୋରୀ କ୍ୟାଲେଣ୍ଡର ଆରମ୍ଭ/ (୧୭୩୯) ନାଦିର ଶାହାର ଭାରତ ବିଜୟ, ଦିଲ୍ଲୀରେ ନରସଂହାର/ (୧୮୮୨) ଟିବି ରୋଗର ଚିହ୍ନଟ ହୋଇଥିଲା/ (୧୯୧୮) ଏଷ୍ଟୋନିଆ ସ୍ୱାଧୀନ ହେଲା/ (୧୯୨୦) ହିଟଲର ଦ୍ୱାରା ନାଜି ପାର୍ଟି ଗଠନ
ବନ୍ଦେ ଉତ୍କଳ ଜନନୀ 🪻🌻🪻
