ବଙ୍ଗୋପସାଗରରେ ଲଘୁଚାପ ସକ୍ରିୟ, ୮ ଜିଲ୍ଲାରେ ବର୍ଷା ହୋଇପାରେ।
ଦୋଳ ପୂର୍ଣ୍ଣମୀରେ ଚନ୍ଦ୍ର ଗ୍ରହଣ। ସକାଳ ୬ଟାରୁ ହାଣ୍ଡି ଛାଡ଼। ଅପରାହ୍ନ ୩ଟା ୨୦ରେ ସ୍ପର୍ଶ। ସନ୍ଧ୍ୟା ୬ଟା ୪୭ରେ ସର୍ବମୋକ୍ଷ।
ଶିଶୁ ବାଟିକାରେ ଆଡମିଶନ ପାଇଁ ଦକ୍ଷତା ମାପିବେ ଶିକ୍ଷକ। ଲିଖିତ ପରୀକ୍ଷା ହେବନାହିଁ।
ରାଜ୍ୟ ବିଜେପିର କୋର କମିଟି ବୈଠକରେ ମନ୍ତ୍ରୀ ପଦ ପାଇଁ ସଂସଦୀୟ ବୋର୍ଡକୁ ୬ ଜଣଙ୍କ ନାମ ସୁପାରିସ। ନିଗମ, ବୋର୍ଡ ଓ ସାଙ୍ଗଠନିକ ପଦବି ତାଲିକା ତିଆରି ହେଲା।
ଭୁବନେଶ୍ୱର ଲିଙ୍ଗରାଜ ମନ୍ଦିରରେ ପୁଣି ଗଣ୍ଡଗୋଳ। ଅଧାରୁ ଅଟକିଲା ନୀତିକାନ୍ତି, ପ୍ରଭୁଙ୍କ ହାଣ୍ଡିଭଙ୍ଗା ଯାତ୍ରା ଅଟକିଲା।
ଅଶାନ୍ତ ରାଜଧାନୀରେ କ୍ୟାପିଟାଲ୍ ହସ୍ପିଟାଲ୍ ଫାଣ୍ଡିରେ ଅଭିଯୋଗକାରୀଙ୍କୁ ଥାର୍ଡଡିଗ୍ରି। ନିସ୍ତୁକ ମାଡ଼ ସହ ଭଉଣୀଙ୍କୁ ଦୁଷ୍କର୍ମ ଧମକ ଦେଲେ ପୁଲିସ।
ଯାଜପୁର ବରୀ ବ୍ରାହ୍ମଣୀ ନଦୀ ଉପରେ ତିଆରି ହେଉଥିବା ୧୩ କୋଟିର ବ୍ରିଜ କାର୍ଯ୍ୟ ନିମ୍ନ ମାନର ବୋଲି ଅଭିଯୋଗ। ଯାଉନାହାନ୍ତି ସରକାରୀ ଯନ୍ତ୍ରୀ।
ସୁବର୍ଣ୍ଣପୁର ଜିଲ୍ଲା ତରଭାରେ ବାହାହୋଇ ଫେରୁଥିବା ନବବଧୂଙ୍କୁ ଅଧବାଟରୁ ବନ୍ଧୁକ ଦେଖାଇ ଅପହରଣ କରି ନେଇଗଲେ କିଛି ଯୁବକ।
ଭୁବନେଶ୍ୱରରେ ଆଇଆରଏସ ଅଫିସରଙ୍କ ବିରୋଧରେ ଦୁଷ୍କର୍ମ ଅଭିଯୋଗ, ପୀଡ଼ିତାଙ୍କ ବୟାନ ରେକର୍ଡ କଲା କମିଶନରେଟ୍ ପୋଲିସ।
କଟକ ଶୈଳବାଳା ମହିଳା ମହାବିଦ୍ୟାଳୟର ମୁଖ୍ୟ ଫାଟକ ୧୨ ଘଣ୍ଟା ପରେ ଖୋଲିଲା, ଧାରଣାରୁ ହଟିଲେ ଛାତ୍ରୀ।
କେନ୍ଦ୍ରାପଡା ରାଜକନିକା ଗଣଦୁଷ୍କର୍ମ ଘଟଣାକୁ ଗୁରୁତ୍ୱ ଦେଲେ ସରକାର। ସିଏଡବ୍ଲ୍ୟୁ କୁ ମାମଲା ହସ୍ତାନ୍ତର।
ଝାରସୁଗୁଡ଼ାରେ ଦ୍ରୁତଗାମୀ ଟ୍ରଲର ଓ ପୋଲିସ ବୋଲେରୋ ମଧ୍ୟରେ ମୁହାଁମୁହିଁ ଧକ୍କା,୫ ପୋଲିସ କର୍ମଚାରୀଙ୍କ ମୃତ୍ୟୁ।
କନ୍ଧମାଳ କରଡ଼ା ଜଙ୍ଗଲରେ ମାଓବାଦୀ ଓ ପୋଲିସ ମୁହାଁମୁହିଁ, ଏନକାଉଣ୍ଟରରେ ୩ ମାଓବାଦୀ ନିପାତ।
ଜଗତସିଂହପୁର ପାରାଦୀପ ପରିବା ମାର୍କେଟରେ ଅଗ୍ନିକାଣ୍ଡ, ବଡପଡ଼ିଆରେ ଜଳିଗଲା ୫୦ରୁ ଉର୍ଦ୍ଧ୍ବ ଦୋକାନ ଘର।
ରାୟଗଡା ଜିଲ୍ଲା ଗୁଣୁପୁରରେ ଲାଞ୍ଜିଆ ସୌରାଙ୍କ ଏଜୁକେସନ୍ କମ୍ପ୍ଲେକ୍ସରେ ତାଲା, ଦାଦନ ଖଟୁଛନ୍ତି ପିଲା। ୩୦୦୦ ପରିବାରକୁ ମିଳିନି ଆବାସ।
ଓଡ଼ିଶା ସୀମାରେ ପଶ୍ଚିମବଙ୍ଗ ଦାଦାଗିରି, ବାଲେଶ୍ଵର ସୀମାରେ ରାସ୍ତା ନିର୍ମାଣ ବେଳେ କାମ ବନ୍ଦ କରି ୨ ଗାଡ଼ି ଜବତ କଲା ପ୍ରଶାସନ।
ତେଲେଙ୍ଗାନାରେ ସେଣ୍ଟ୍ରାଲ କମିଟି ମେମ୍ବର ଦେବଜୀ, ରାଜିରେଡ୍ଡୀ ସହ ୧୬ ମାଓବାଦୀଙ୍କ ଆତ୍ମସମର୍ପଣ।
କର୍ଣ୍ଣାଟକର ବିଜେପି ବିଧାୟକ ଚନ୍ଦ୍ରୁ ଲାମାନି ଗିରଫ, ୫ ଲକ୍ଷ ଟଙ୍କା ଲାଞ୍ଚ ନେଉଥିବା ବେଳେ ଧରାପଡ଼ିଲେ।
ଆଇଆଇଟି ବମ୍ବେର ହଷ୍ଟେଲରୁ ୫ ଜୀବନ୍ତ ଗୁଳି ଜବତ। ବିହାର ସହ ରହିଛି ଲିଙ୍କ୍।
ଉତ୍ତର ପ୍ରଦେଶରେ ଟଙ୍କିଆ ମାଟି ପାତ୍ର ବିକୁଥିବା କୁମ୍ଭାରଙ୍କୁ ୧.୨୫ କୋଟି ଟଙ୍କାର ଜିଏସ୍ଟି ନୋଟିସ୍ ମିଳିଲା।
ଜମ୍ମୁ କାଶ୍ମୀର କିସ୍ତଵାରରେ ଜୈଶ ଗ୍ରୁପର ଟପ କମାଣ୍ଡର ସମେତ ଦୁଇ ଆତଙ୍କୀ ନିହତ।
ମହିଳା ଏସିଆ କପ୍ ରାଇଜିଂ ଷ୍ଟାର୍ସ କ୍ରିକେଟରେ ବାଂଲାଦେଶକୁ ହରାଇ ପୁଣି ଚମ୍ପିୟାନ ହେଲା ଭାରତ ‘ଏ’।
ବିଶ୍ୱକପ କ୍ରିକଟରେ ସୁପର -୮ରେ ଭାରତକୁ ହରାଇଲା ଦକ୍ଷିଣ ଆଫ୍ରିକା।
ୱାଶିଂଟନ ଡିସିରେ ପୋଟୋମାକ୍ ନଦୀରେ ନର୍ଦ୍ଦମା ପାଣି ପଶିଲା। ଜରୁରୀକାଳୀନ ପରିସ୍ଥିତି ଘୋଷଣା।
ଇରାନରେ ପୁଣି ପ୍ରତିବାଦର ନିଆଁ। ଆଜାଦୀ ନାରା ଦେଇ ଆନ୍ଦୋଳନକୁ ଓହ୍ଲାଇଲେ ଛାତ୍ରଛାତ୍ରୀ।
ହିନ୍ଦୁମାନେ ଆମେରିକାର ସବୁଠାରୁ ଶିକ୍ଷିତ ଧାର୍ମିକ ଗୋଷ୍ଠୀ: ରିପୋର୍ଟ
ଗତବର୍ଷ ଏଇ ସମୟରେ
ରାଜ୍ୟର ତିନି ଲକ୍ଷରୁ ଅଧିକ ସ୍ୱୟଂ ସହାୟକ ଗୋଷ୍ଠୀଙ୍କୁ ୩୦୦ କୋଟି ଟଙ୍କାର ସୁଧ ଟଙ୍କା ଫେରସ୍ତ ହେବାର ଥିଲା।
ଭୁବନେଶ୍ୱର ଶ୍ରୀଲିଙ୍ଗରାଜ ମନ୍ଦିରରେ ପଶିଗଲେ ବିଦେଶୀ ପର୍ଯ୍ୟଟକ।
ମହାନଦୀ ଜଳକୁ ଛତିଶଗଡ଼ ଅଟକାଇବା ବିବାଦର ଟ୍ରିବ୍ୟୁନାଲ ନୀରବ ହୋଇଯାଇଥିଲା।
ମାଗଣାରେ ଟିଭି ଦେଖନ୍ତୁ, ‘mera channel’ ଡାଉନଲୋଡ କରନ୍ତୁ।
ଆଜି ବିଶ୍ୱ ଶାନ୍ତି ଓ ବୁଝାମଣା ଦିବସ
ଆଜି ଜନ୍ମଦିନ: ପିସି ସରକାର ଯାଦୁକର, କରନ୍ ସିଂ ଗ୍ରୋଭର, ଭାଗ୍ୟଶ୍ରୀ, ଅଭିମନ୍ୟୁ ସାମନ୍ତସିଂହାର, କବିରାଜ କୃଷ୍ଣଚନ୍ଦ୍ର ତ୍ରିପାଠୀ (ଗଞ୍ଜାମ), ପୁପୁଲ ଭୂୟାଁ
ଆଜି ତିରୋଧାନ: ମଧୁବାଲା, ରମଣ ଲାମ୍ବା, ମାତାଜୀ ନିର୍ମଳା, ରାଜେନ୍ଦ୍ର ନାରାୟଣ ସିଂଦେଓ
ଇତିହାସରେ ଆଜି: (୧୯୪୫) ମାନିଲା ସହରକୁ ମୁକ୍ତ କଲା ଆମେରିକା/ (୧୯୪୭) ଅନ୍ତର୍ଜାତୀୟ ମାନକ ସଂସ୍ଥା (ISO) ପ୍ରତିଷ୍ଠା/ (୧୯୦୫) ଚିକାଗୋ ରେ ପ୍ରଥମ ରୋଟାରୀ କ୍ଲବ ପ୍ରତିଷ୍ଠା/ (୧୯୯୮) ବିନ ଲାଡେନ ଦ୍ୱାରା ଆମେରିକା ଓ ଜୀଉସ ବିରୁଦ୍ଧରେ ଫତୱା
ବନ୍ଦେ ଉତ୍କଳ ଜନନୀ 🪻🌻🪻
