ବଙ୍ଗୋପସାଗରରେ ଲଘୁଚାପର ଭୟ। ଶୁକ୍ରବାର ଠାରୁ ରବିବାର ପର୍ଯ୍ୟନ୍ତ ପ୍ରବଳ ବର୍ଷା ସମ୍ଭାବନା।
ଆସନ୍ତା ୫ ଦିନରେ ବଢ଼ିବ ତାପମାତ୍ରା। କାଲିର ସର୍ବନିମ୍ନ ତାପମାତ୍ରା ଜି ଉଦୟଗିରି ୭.୩ ଡିଗ୍ରି, ସେମିଳିଗୁଡ଼ା ଓ ଫୁଲବାଣୀ ୧୦.୫, ରାଉରକେଲା ୧୦.୭ ଡିଗ୍ରି।
ଆଜିଠାରୁ ଦଶମ ବୋର୍ଡ ପରୀକ୍ଷା। ୩,୦୮୨ କେନ୍ଦ୍ରରେ ସାଢ଼େ ପାଞ୍ଚ ଲକ୍ଷ ପିଲା ଦେବେ ପରୀକ୍ଷା ।
ଟାଟା ଟେକ୍ନୋଲୋଜି ସହିତ ସହଭାଗିତାରେ ରାଜ୍ୟର ୨୨ଟି ସରକାରୀ ଆଇ.ଟି.ଆଇକୁ ୭୭୯ କୋଟି ଟଙ୍କା ବ୍ୟୟରେ ଉନ୍ନିତ କରାଯିବ।
ମାଗଣା ବିଦ୍ୟୁତ୍ ପ୍ରତିଶ୍ରୁତି। ୨୦୨୭ ମାର୍ଚ୍ଚ ସୁଦ୍ଧା ୩ ଲକ୍ଷ ପରିବାରକୁ ସରକାର ମାଗଣା ବିଦ୍ୟୁତ୍ ଦେବେ ବୋଲି ବିଧାନସଭାରେ କହିଲେ ଉପମୁଖ୍ୟମନ୍ତ୍ରୀ।
ଆସନ୍ତା ତିନି ମାସରେ ପୂରଣ ହେବ ୩୪,୬୪୧ ସରକାରୀ ପଦ। ଜୁନ୍ ସୁଦ୍ଧା ୬୫,୦୦୦ ନିଯୁକ୍ତି ଦିଆଯିବ।
ଜିଲ୍ଲାପାଳ ମାନେ ଡିଏସଆର ରିପୋର୍ଟ ଦେଉ ନାହାନ୍ତି। ସରକାର ପୁଣି ଚିଠି ଲେଖିଲେ।
ଧାନ ମଣ୍ଡିରେ ଅବ୍ୟବସ୍ଥା ଯୋଗୁଁ ବିରୋଧୀଦଳ ସଦସ୍ୟ ବିଧାନସଭାକୁ ଧାନ ମୁଣ୍ଡାଇ ଆସିଲେ।
୨୦ ମହିଳା ଡ୍ରାଇଭର ଉନ୍ନତ ଇଭି ବସ୍ ଟ୍ରେନିଂ ଶେଷ କରି ପୁନେରୁ ଫେରିଲେ। ଆଗକୁ ଚଲାଇବେ ଆମ ବସ।
ଆସନ୍ତା ମାସରୁ ଭୁବନେଶ୍ୱରରେ ଜୟଦେବ ବିହାର ନନ୍ଦନକାନନ ରାସ୍ତାର ଉନ୍ନତୀକରଣ କାମ ଆରମ୍ଭ ହେବ।
ଭୁବନେଶ୍ୱର ପଳାଶୁଣୀରୁ ରସୁଲଗଡ଼କୁ ଯୋଡ଼ିବ ୫୦୦ ମିଟର ବିଶିଷ୍ଟ ସ୍କାଏୱାକ। ଖର୍ଚ୍ଚ ହେବ ୨୦ କୋଟି।
ମାଲକାନଗିରି ଜିଲ୍ଲା ସିନ୍ଦ୍ରିମାଳ ପଞ୍ଚାୟତ ବନ୍ଧଗୁଡା ଗାଁର ନାରାୟଣ ଖେମୁଡଙ୍କ ଝିଅ ଲକ୍ଷ୍ମୀ ଖେମୁଡୁ ମାଟ୍ରିକ ପରୀକ୍ଷାରେ ଉତ୍ତର ଗୋଡ଼ରେ ଲେଖିବେ।
ବ୍ରହ୍ମପୁରରେ ଝିଅ ବାହାଘର ପାଇଁ ଗୁଆ ଦେବାକୁ ଯାଉଥିଲା ବେଳେ ଦୁର୍ଘଟଣାରେ ଚାଲିଗଲା ବାପାଙ୍କ ଜୀବନ।
ମୟୁରଭଞ୍ଜ ରାଇରଙ୍ଗପୁର ୨୨୦ ନଂ ଜାତୀୟ ରାଜପଥରେ ବାଇକ୍ ଉପରେ ଟ୍ରକ୍ ଚଢ଼ିଗଲା। ବାପାଙ୍କ ଆଖି ଆଗରେ ପୁଅର ମୃତ୍ୟୁ।
କଟକର ମଧୁପାଟଣା ପ୍ରେସ୍ କଲୋନି ସରକାରୀ କ୍ବାର୍ଟର୍ସ ଭିତରେ ମଦ ଖଟିରେ ଗୁଳିମାଡ଼, ଟଳି ପଡ଼ିଲେ ଯୁବକ। ମୃତକ ସୌମ୍ୟରଞ୍ଜନ ଜେନା।
ଅଭିଯୁକ୍ତ ପୂର୍ବତନ ବିଧାୟକ ବିକ୍ରମ ପଣ୍ଡା ଖରାପ ସ୍ୱାସ୍ଥ୍ୟ ଯୋଗୁଁ ପୁଣି ବ୍ରହ୍ମପୁର ମେଡିକାଲରେ ଭର୍ତ୍ତି ହେଲେ।
ରାଉରକେଲାରେ ବିଶ୍ୱ କପ୍ କ୍ରିକେଟ ଉପରେ ଅନଲାଇନ୍ ବେଟିଂ ଚାଲି ଥିଲାବେଳେ ନଗଦ ୨୦ ଲକ୍ଷ ଟଙ୍କା ଜବତ କଲା ପୁଲିସ।
ଅଶାନ୍ତ ରାଜଧାନୀରେ ଖଣ୍ଡା ବୁଲିବା ଘଟଣାରେ ୪ ଗିରଫ। ଆଉ ଦୁଇଜଣଙ୍କୁ ଗିରଫ ପାଇଁ ବିଭିନ୍ନ ସ୍ଥାନରେ ଚଢ଼ାଉ ଜାରି।
ସମ୍ବଲପୁର ବୁର୍ଲାରେ ଲୋକଙ୍କ ଆଖି ଆଗରେ ପୋଲ ଉପରୁ ମହାନଦୀକୁ ଡେଇଁ ଆତ୍ମହତ୍ୟା କଲେ ମହିଳା।
କେନ୍ଦୁଝର ବଡ଼ବିଲରେ ସଡ଼କ ଦୁର୍ଘଟଣାରେ ଗର୍ଭବତୀ ସ୍ତ୍ରୀ ମୃତ, ସ୍ବାମୀ ଗୁରୁତର।
ରାଜ୍ୟ ସରକାରଙ୍କ କୃତ୍ରିମ ବୁଦ୍ଧିମତ୍ତା ବା ଏଆଇ ରଣନୀତିରେ ସ୍ବାସ୍ଥ୍ୟସେବା, ଶିକ୍ଷା, କୃଷି, ବିପର୍ଯ୍ୟୟ ପରିଚାଳନା ଓ ଶାସନ ବ୍ୟବସ୍ଥାକୁ ପ୍ରାଥମିକତା ଦିଆଯାଉଛି।
କଳାହାଣ୍ଡି କ୍ରିକେଟ କପ୍ରେ ସୁନ୍ଦରଗଡ଼, ନବରଙ୍ଗପୁର, କେନ୍ଦ୍ରାପଡ଼ା, ପୂର୍ବତଟ ରେଳବାଇ, ସମ୍ବଲପୁର-ଏ, ଖୋର୍ଦ୍ଧା, ଭୁବନେଶ୍ବର, ଯାଜପୁର ଓ ଦେବଗଡ଼ ବିଜୟୀ ହେଲେ।
ରାଜ୍ୟ ସରକାରଙ୍କ କୃତ୍ରିମ ବୁଦ୍ଧିମତ୍ତା ଜ ସ୍ବାସ୍ଥ୍ୟସେବା, ଶିକ୍ଷା, କୃଷି, ବିପର୍ଯ୍ୟୟ ପରିଚାଳନା ଓ ଶାସନ ବ୍ୟବସ୍ଥାକୁ ପ୍ରାଥମିକତା ଦିଆଯାଉଛି।
ବିହାରରେ କୋର୍ଟ ପରିସରରେ ସୁଭାଷ ବୋଷଙ୍କ ଚିତ୍ରରେ ପରିସ୍ରା କଲେ ଶିକ୍ଷିତ ବିହାରୀ ଯୁବକ। ଭିଡିଓ ଭାଇରାଲ।
ବେଙ୍ଗାଲୁରୁରେ ଭାରତୀୟ ମହାକାଶ ଗବେଷଣା ସଂଗଠନ (ଇସ୍ରୋ)ର ଅବସରପ୍ରାପ୍ତ କର୍ମଚାରୀ ତାଙ୍କ ପତ୍ନୀଙ୍କୁ ଗଳାଚିପି ହତ୍ୟାକଲେ।
ଟି-୨୦ ବିଶ୍ବକପରେ ନାମିବ୍ୟାକୁ ୧୦୨ ରନରେ ହରାଇ ସୁପର-୮ରେ ପାକିସ୍ତାନ ପହଞ୍ଚିଲା। ନେଦରଲାଣ୍ଡକୁ ହରାଇଲା ଭାରତ।
ଏଆଇ ସମ୍ମିଳନୀରେ ଚୀନର ରୋବଟ୍ ଓ କୋରିଆ ଡ୍ରୋନ୍ ନିଜର ବୋଲି ପ୍ରଦର୍ଶନ କରି ତଡ଼ା ଖାଇଲା ଗାଲ୍ଗୋଟିଆସ୍ ବିଶ୍ୱବିଦ୍ୟାଳୟ।
ମାର୍ଚ୍ଚ ୧୬ ତାରିଖରେ ୧୦ ରାଜ୍ୟର ୩୭ ରାଜ୍ୟସଭା ଆସନ ପାଇଁ ନିର୍ବାଚନ ହେବ ବୋଲି ପ୍ରେସ୍ ନୋଟ୍ ଜାରି କଲେ ନିର୍ବାଚନ କମିଶନ।
ଆହ୍ଲାବାଦ ହାଇକୋର୍ଟଙ୍କ ରାୟ ସୁପ୍ରିମକୋର୍ଟରେ ରଦ୍ଦ। ନାବାଳିକାଙ୍କ ପୋଷାକ ଟାଣିବା ‘ଦୁଷ୍କର୍ମ ଉଦ୍ୟମ’ ବୋଲି ଧରାଯିବ।
ବାଂଲାଦେଶରେ ହିନ୍ଦୁ ପୁଲିସ ଅଧିକାରୀଙ୍କୁ ହତ୍ୟା କରିଥିବା ବ୍ୟକ୍ତି ବର୍ତ୍ତମାନ ଦିଲ୍ଲୀରେ ଅଛି। ପର୍ତ୍ତୁଗାଲ ଯିବାକୁ କରୁଛି ପ୍ରସ୍ତୁତି।
ଅର୍ଥ ଅଭାବ ଯୋଗୁଁ ପାକିସ୍ତାନ ହକି ଖେଳାଳୀ ଅଷ୍ଟ୍ରେଲିଆ କାନବେରାରେ ଭୋକରେ ରହିଲେ, ରାସ୍ତାକଡରେ ଶୋଇଲେ, ବାସନ ମାଜିଲେ।
ଆମେରିକାର ଟେକ୍ସାସରେ ହନୁମାନଙ୍କ ପ୍ରତିମାକୁ ନେଇ ବିବାଦ। ବ୍ୟକ୍ତିଗତ ଜମିରେ ନିର୍ମିତ ମୂର୍ତ୍ତିକୁ ଜବରଦଖଲ କହିଲେ।
ଆଉ ଏକ ଯୁଦ୍ଧ ହେବାକୁ ଯାଉଛି। ଆଫ୍ରିକୀୟ ଦେଶ ଇଥିଓପିଆ ଓ ଇରିଟ୍ରିଆ ଯୁଦ୍ଧ ପାଇଁ ସମ୍ପୂର୍ଣ୍ଣ ପ୍ରସ୍ତୁତ।
ଗତବର୍ଷ ଏଇ ସମୟରେ
ରାଜ୍ୟରେ ମୃତ ବ୍ୟକ୍ତିଙ୍କୁ ହସ୍ପିଟାଲରୁ ଘରକୁ ନେବାକୁ ୧୦୯ ସେବା ଆରମ୍ଭ ହେବବୋଲି କହିଥିଲେ ସରକାର
ମାଗଣାରେ ଟିଭି ଦେଖନ୍ତୁ। ପ୍ଲେ ଷ୍ଟୋରରୁ “mera channel” ଡାଉନଲୋଡ କରନ୍ତୁ।
ଆଜି ଅନ୍ତର୍ଜାତୀୟ ଟଗ ଅଫ ୱାର ଦିବସ
ଆଜି ଜନ୍ମଦିନ: କୋପରନିକସ, ଛତ୍ରପତି ଶିବାଜୀ, ସୋନୁ ୱାଲିଆ, ବସନ୍ତ ସାହୁ (ଭୁବିଜ୍ଞାନୀ, ୧୯୩୭)
ଆଜି ତିରୋଧାନ: ଗୋପାଳକୃଷ୍ଣ ଗୋଖଲେ
ଇତିହାସରେ ଆଜି: (୧୮୭୮) ଥୋମାସ ଏଡିସନ ଫୋଟୋଗ୍ରାଫି କୁ ପେଟେଣ୍ଟ କଲେ/ (୧୯୮୬) ରେଳବାଇରେ କମ୍ପ୍ୟୁଟର କୃତ ଆରକ୍ଷଣ ଆରମ୍ଭ/ (୨୦୦୩) ଦାଉଦ ର ଭାଇ ଇକବାଲ କୁ ଭାରତକୁ ଦେଲା ୟୁଏଇ
ବନ୍ଦେ ଉତ୍କଳ ଜନନୀ 🪻🌻🪻
