ଖବର ଆଜିର, ୧୪ ଫେବ୍ରୁଆରୀ, ଶନିବାର

ସରକାର କହିଲେ ୨୦୨୭ ସୁଦ୍ଧା ରାଜ୍ୟର ପୁରୀ, ପାରାଦୀପ, ଭୁବନେଶ୍ୱର ଏବଂ କଟକରେ ହେବ କମନ ଇକୋନୋମିକ୍‌ ଜୋନ୍‌।

ଏ ବର୍ଷ ଯୁକ୍ତ ତିନି,ପିଜି ନାମଲେଖା ଶିଘ୍ର ହେବ, ଜୁଲାଇ ୧୦ରୁ ପାଠପଢ଼ା ଆରମ୍ଭ ହେବ।

ଭୁବନେଶ୍ୱର ଶ୍ରୀ ଲିଙ୍ଗରାଜ ମନ୍ଦିର ଶିବରାତ୍ରି ପ୍ରସ୍ତୁତି। ମୁତୟନ ‌ହେବେ ୩୪ପ୍ଲାଟୁନ୍‌ ପୁଲିସ, ନଜର ରଖିବ ୪୩ ସିସିଟିଭି।

ଯୁକ୍ତ ଦୁଇ ପ୍ରଶ୍ନ ପତ୍ର ୧୪ଟି ରୁଟ୍ ରେ ୧୦୮ ଷ୍ଟ୍ରଙ୍ଗରୁମ୍ କୁ ଗଲା। ଗାଡ଼ିରେ ଲାଗିଛି ଜିପିଏସ୍।

ପାରାଦୀପରେ ବ୍ଲୁ ଫ୍ଲାଗ ବିଚ୍ ସମୀକ୍ଷା କଲେ ମୁଖ୍ୟ ସଚିବ, ସେପ୍ଟେମ୍ବର ସୁଦ୍ଧା କାମ ସରିବବୋଲି କହିଲେ।

ଫେବ୍ରୁଆରୀ ୨୦ରୁ ଆନ୍ଦୋଳନକୁ ଓହ୍ଲାଇବ ଠିକାଦାର ସଂଘ, ଠପ୍ ହୋଇଯାଇପାରେ ସରକାରୀ କାମ।

ନବରଙ୍ଗପୁରରେ ‘ଶ୍ରୀ ଜଗନ୍ନାଥ ଦର୍ଶନ ଯୋଜନା’ର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ ମାଝୀ।

କେନ୍ଦ୍ରାପଡା ରାଜନଗର ଅଙ୍ଗନବାଡ଼ି ଅଛୁଆଁ ପ୍ରସଙ୍ଗ ରାଜ୍ୟସଭାରେ ଉଠିଲା। ଜାତୀୟସ୍ତରରେ ଓଡିଶାକୁ ଲଜ୍ଜ୍ୟା।

ଭଦ୍ରକ ଜିଲ୍ଲାରେ ଚାଷୀଙ୍କ ଧାନ କିଣାରେ ମନମାନି, କଟନୀ ଛଟନୀ ଯୋଗୁଁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଭିତରେ ଧାନ ଢାଳି ଦେଲେ ଚାଷୀ।

ବଲାଙ୍ଗୀର ଜିଲ୍ଲାରେ ଲଘୁ ଖଣିଜ ଚୋରି। ଭାଲୁଡ଼ୁଙ୍ଗୁରି ପାହାଡର ଚଟାଣ ଫଟେଇ ଚାଲିଛି ଲୁଟ।

ଗଂଜାମ ଜିଲ୍ଲା ଆସିକା କବିସୂର୍ଯ୍ୟନଗର ରାସ୍ତାରେ ଡି ପଲ ସ୍କୁଲ ନିକଟରେ ଦୁଇ ବାଇକ ମୁହାଁମୁହିଁ ଧକ୍କା, ଦୁଇ ଚାଳକଙ୍କ ମୃତ୍ୟୁ।

କେନ୍ଦ୍ରାପଡ଼ା ଜିଲ୍ଲା ଥାନା ଅଡ଼ଙ୍ଗ ଅଞ୍ଚଳରେ ୨୧ ବର୍ଷୀୟ ଯୁବତୀଙ୍କ ସନ୍ଦେହଜନକ ମୃତ୍ୟୁ ଘଟଣାରେ ପୁରୁଷ ବନ୍ଧୁ ନୟାଗଡ଼ ଜିଲ୍ଲା ଖଣ୍ତପଡ଼ାରୁ ଗିରଫ।

ଅନୁଗୁଳ ଜିଲ୍ଲା ଆଠମଲ୍ଲିକର ଅବକାରୀ ଏଏସ୍‌ଆଇ ପ୍ରେମ, ପ୍ରତାରଣା ଓ ଠକେଇ ଅଭିଯୋଗରେ ଗିରଫ।

ବରଗଡ଼ ଜିଲ୍ଲା ଭେଡେନରେ ଅସହାୟ ମହିଳାଙ୍କୁ ଦୁଷ୍କର୍ମ ଏବଂ ଗର୍ଭବତୀ କରାଇବା ଅଭିଯୋଗରେ ବାପ, ପୁଅ ଏବଂ ଜ୍ବାଇଁ ଗିରଫ।

ପୁରୀ ସଦର ମୁଖ୍ୟ ଚିକିତ୍ସାଳୟ ପରିସରରେ ଅଧାଖୋଳା ବୋର୍‌ୱେଲ୍‌ରେ ପଡ଼ି ଦେଢ଼ ବର୍ଷ ବୟସର ଶିଶୁକନ୍ୟା ମୃତ।

ବାଲେଶ୍ୱର ଜିଲ୍ଲା ବାହାନଗା ଛକରେ ତୀର୍ଥଯାତ୍ରୀ ବସ ଭାରସାମ୍ୟ ହରାଇ ଡିଭାଇଡର ଉପରକୁ ଚଢିଯିବାରୁ ଡ୍ରାଇଭର ପୋଲ ତଳକୁ ଖସି ପଡ଼ିଥି ମୃତ।

ତିନି ବର୍ଷ ପୂର୍ବେ ବାଲେଶ୍ବରରେ ଯୁବତୀଙ୍କ ସହ ୪ଜଣଙ୍କ ଉପରେ ଏସିଡ୍‌ ମାଡ଼ ଘଟଣାରେ ଦୋଷୀ ଚନ୍ଦନ ରଣାକୁ ଫାଶୀ ଦଣ୍ଡାଦେଶ ଦେଲେ କୋର୍ଟ।

ବଲାଙ୍ଗିର ଜିଲ୍ଲାରେ ବିଭିନ୍ନ ଲୋକଙ୍କ ନାଁରେ ବ୍ୟାଙ୍କ ଆକାଉଣ୍ଟ ଖୋଲି ୫ କୋଟିରୁ ଅଧିକ ଟଙ୍କା ଠକେଇ କରିଥିବା ୨ ସାଇବର ଠକ ଗିରଫ।

ଭୁବନେଶ୍ୱର ମଞ୍ଚେଶ୍ୱର ସତ୍ୟବିହାରରେ ପୂଜାର୍ଚ୍ଚନା ପାଇଁ ଯାଇଥିବା ଜଣେ ମହିଳା ଦୀପ ନିଆଁ ସଂସ୍ପର୍ଶରେ ଆସି ପୋଡିହୋଇ ଗୁରୁତର ଆହତ।

ରାୟଗଡାରେ ଲାଗିଲା ବ୍ୟାନର। ଆଦିବାସୀଙ୍କୁ ନକ୍ସଲ ସଂଗଠନରେ ରଖି ସବ୍ୟସାଚୀ, ଆଜାଦ, ଉଦୟ ଓ ନିଖିଲ ଅତ୍ୟାଚାର କରୁଥିଲେ।

ଖଣି ଖନନ ପାଇଁ କେନ୍ଦୁଝର ଖଣ୍ଡାଧାର ଜଳପ୍ରପାତ ଶୁଖିଥିଲା। ବନ ଅଧିକାରୀ କହିଲେ ଚାଷୀମାନେ ଏମିତି କରିଛନ୍ତି।

କେନ୍ଦୁଝର ଯୋଡ଼ା ଓ ସୁନ୍ଦରଗଡରେ ଜଙ୍ଗଲରୁ ହାତୀ ଆସି ଜାତୀୟ ରାଜପଥ ଏବଂ ରେଳପଥ ଉପରେ ବୁଲୁଛନ୍ତି।

ଭଦ୍ରକ ଜିଲ୍ଲାରେ କମୁଛି ଭୂତଳ ଜଳସ୍ତର, ମିଳୁନି ମଧୁର ଜଳ। ଅଧିକାଂଶ ପ୍ରକଳ୍ପ ଅଚଳ ହୋଇଗଲାଣି।

ପୂର୍ବତନ କେନ୍ଦ୍ରମନ୍ତ୍ରୀ କାହ୍ନୁଚରଣ ଲେଙ୍କା ୮୬ ବର୍ଷ ବୟସରେ ଶେଷ ନିଃଶ୍ବାସ ତ୍ୟାଗ କରିଛନ୍ତି।

ଦିଲ୍ଲୀରେ ସେବା ତୀର୍ଥ ଏବଂ କର୍ତ୍ତବ୍ୟ ଭବନ ୧ ଓ ୨ ଉଦଘାଟନ ହେଲା। ସେବା ତୀର୍ଥରୁ ଚାଲିବ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ।

ଶେୟାର ମାର୍କେଟରେ ୧,୦୪୮ ପଏଣ୍ଟ ଖସିଲା ସେନସେକ୍ସ୍। ଦିନକରେ ଉଡିଗଲା ୭ଲକ୍ଷ କୋଟି।

ଟ୍ବେଣ୍ଟି-୨୦ ବିଶ୍ବକପ୍‌ରେ କାନାଡ଼ାକୁ ହରାଇ ପ୍ରଥମ ବିଜୟ ହାସଲ କରିଛି ୟୁଏଇ। ଅଷ୍ଟ୍ରେଲିଆକୁ ହରାଇଲା ଜିମ୍ବାଓ୍ବେ।

କଲମ୍ବୋରେ ଆଜି ଭାରତ ପାକିସ୍ତାନ ମ୍ୟାଚରେ ବର୍ଷା ଆଶଙ୍କା।

ଥାଇଲାଣ୍ଡରେ ମହିଳା ଏସିଆ କପ୍‌ ରାଇଜିଂ ଷ୍ଟାର୍ସ ଉଦ୍‌ଘାଟନୀ ମ୍ୟାଚ୍‌ରେ ୟୁଏଇ ମହିଳା ଦଳଠାରୁ ଭାରତ-ଏ ହାରିଲା।

ଇରାନ ଅଭିମୁଖେ ଆମେରିକା ପଠାଇଲା ବିରାଟ ଯୁଦ୍ଧ ଜାହାଜ। ଆରମ୍ଭ ହୋଇପାରେ ମହାଯୁଦ୍ଧ।

ବାଂଲାଦେଶ ନିର୍ବାଚନରେ ତାରିକ ରହମାନଙ୍କ ନେତୃତ୍ୱାଧୀନ ବିଏନପିକୁ ବହୁମତ। ୩୦୦ ରୁ ୧୫୧ ଆସନ ଜିତି ରହମାନ ହେବେ ପ୍ରଧାନମନ୍ତ୍ରୀ।

ମାଡାଗାସ୍କରରେ ମୁଖ୍ୟ ବନ୍ଦର ସହର ଟୋଆମାସିନାରେ ତାଣ୍ଡବ ରଚିଲା ବାତ୍ୟା ‘ଗେଜାନିି’, ୩୧ ମୃତ।

ଗତବର୍ଷ ଏଇ ସମୟରେ
ରାଜ୍ୟ ସରକାର ଘୋଷଣା କରିଥିଲେ, ୫ ବର୍ଷରେ ୧.୫ ଲକ୍ଷ ଚାକିରି, ୨୦୨୭ ସୁଦ୍ଧା ୨୫ ଲକ୍ଷ ମହିଳା ଲକ୍ଷପତି।

କାର୍ଯ୍ୟକ୍ଷମ ହେବ ତାଳଚେର ଓ ଫୁଲବାଣୀ ମେଡିକାଲ କଲେଜ, କହିଥିଲେ ସରକାର।

ସମ୍ୱିତ୍ ପାତ୍ରଙ୍କୁ ସର୍ବୋଚ୍ଚ ଜେଡ ଶ୍ରେଣୀ ସୁରକ୍ଷା ଆରମ୍ଭ କରିଥିଲେ କେନ୍ଦ୍ର ସରକାର।

ମାଗଣାରେ ଟିଭି ଦେଖନ୍ତୁ। play store ରୁ “mera channel” ଡାଉନଲୋଡ କରନ୍ତୁ।

ଆଜି ଅନ୍ତର୍ଜାତୀୟ ପୁସ୍ତକ ଦାନ ଦିବସ
ମାତୃପିତୃ ପୂଜନ ଦିବସ
ପୁଲବାମା କଳା ଦିବସ

ଆଜି ଜନ୍ମଦିନ: ବାବର, ମଧୁବାଲା, ସୁଷମା ସ୍ୱରାଜ, ସ୍ୱାମୀ ନିରଞ୍ଜନ ସରସ୍ଵତୀ, ଲୁଲୁ ମହାପାତ୍ର

ଆଜି ତିରୋଧାନ: କ୍ୟାପଟେନ ଜେମସ କୁକ

ଇତିହାସରେ ଆଜି: (୧୫୩୭) ଗୁଜୁରାଟରେ ପର୍ତ୍ତୁଗୀଜ ଭୟରେ ବାହାଦୂର ଶାହର ବୁଡିକରି ମୃତ୍ୟୁ/ (୧୫୫୬) ତେର ବର୍ଷ ବୟସରେ ପଞ୍ଜାବରେ ସମ୍ରାଟ ଅଭିଷିକ୍ତ ହେଲା ଆକବର/ (୧୬୨୮) ଆଗ୍ରା ସିଂହାସନ ଆରୋହଣ କଲା ଶାହାଜାହାନ/ (୧୬୬୩) ଫ୍ରାନସ ଅଧୀନକୁ ଗଲା କାନାଡ଼ା/ (୧୮୮୧) କଲିକତାରେ ଦେଶର ପ୍ରଥମ ହୋମିଓପ୍ୟାଥିକ ମେଡ଼ିକାଲ କଲେଜ ଖୋଲିଲା/ (୧୯୨୪) ନ୍ୟୁୟର୍କ ରେ ଆଇବିଏମ ଜନ୍ମ ନେଲା/ (୧୯୯୦) ବାଙ୍ଗାଲୋର ବିମାନ ଦୁର୍ଘଟଣାରେ ୯୦ ମୃତ/ (୨୦୧୯) କାଶ୍ମୀର ପୁଲବାମାରେ ୪୦ ସିଆରପିଏଫ ଯବାନଙ୍କ ମୃତ୍ୟୁ

ବନ୍ଦେ ଉତ୍କଳ ଜନନୀ 🪻🌻🪻

Leave a Reply

Your email address will not be published. Required fields are marked *

error: Content is protected !!