ଖବର ଆଜିର, ୧୩ ଫେବ୍ରୁଆରୀ, ଶୁକ୍ରବାର

ରାଜ୍ୟରେ ‘ଭାରତ ବନ୍ଦ’ ଡାକରାର ବିଶେଷ ପ୍ରଭାବ ପଡିଲା ନାହିଁ। ସାଧାରଣ ରହିଲା ଜନଜୀବନ।

ରାଜ୍ୟରେ ଏଲ- ନିନୋ ସମ୍ଭାବନା। ପ୍ରବଳ ଗରମ ହେବାର ସମ୍ଭାବନା।

ଓଟିଇଟି ପରୀକ୍ଷା ଫଳ ବାହାରିଲା।ପେପର୍-୧ରେ ୭୧.୧୬ ପ୍ରତିଶତ ଓ ପେପର୍-୨ରେ ୬୮.୦୬ ପ୍ରତିଶତ ପରୀକ୍ଷାର୍ଥୀ ଉତ୍ତୀର୍ଣ୍ଣ।

ଓଟିଇଟିର ପରବର୍ତ୍ତୀ ପରୀକ୍ଷା ଆସନ୍ତା ମେ ତୃତୀୟ ସପ୍ତାହରେ ହେବ ।

ରାଜଧାନୀରେ ପ୍ରତ୍ୟେକ ଘରୁ ଆଦାୟ ହେବ ୟୁଜର୍ସ ଫି। ସଫେଇ କରୁଛନ୍ତି ବୋଲି ଟଙ୍କା ନେବେ ସରକାର।

ରାଜ୍ୟ ବିଧାନସଭାର ବଜେଟ ଅଧିବେଶନ ପାଇଁ ଫେବୃଆରୀ ୧୬ରେ ସର୍ବଦଳୀୟ ବୈଠକ।

ରାଜସ୍ବ ବିଭାଗ ଆରମ୍ଭ କରିବେ କ୍ୟୁଆର କୋର୍ଡ ପଟ୍ଟା।

ରତ୍ନଭଣ୍ଡାର ଗଣତି ମଣତି ପ୍ରହସନକୁ ୩ ମାସରେ ସାରିବା ପାଇଁ ନିର୍ଦ୍ଦେଶ ଦେଲେ ହାଇକୋର୍ଟ।

କଟକରେ ଲେଜର୍ ଲାଇଟ୍ ବ୍ୟବହାର ଉପରେ ଅଙ୍କୁଶ ଲଗାଇଲେ ହାଇକୋର୍ଟ, ରାତି ୧୦ଟା ପରେ ରୋଷଣୀ ମନା।

ଗଞ୍ଜାମ ଭଞ୍ଜନଗରରେ ବେଲଗୁଣ୍ଠା ଅତିରିକ୍ତ ତହସିଲଦାର ଓ ଆଉ ତିନି ଜଣ ରାଜସ୍ୱ ନିରୀକ୍ଷକ ଭିଜିଲାନ୍ସ ଜାଲରେ।

କୋରାପୁଟ ଜିଲ୍ଲା ପେଟୁରୁ ପଞ୍ଚାୟତର ବଡ଼ାଗୁଡ଼ା ଗ୍ରାମ ନିକଟରେ ଜଣେ ଯୁବକ ଓ ଯୁବତୀଙ୍କ ଝୁଲନ୍ତା ଶବ ଉଦ୍ଧାର।

ନବରଙ୍ଗପୁରଜିଲ୍ଲା ଡାବୁଗାଁ ବ୍ଲକରେ ଭାଲୁ ଆକ୍ରମଣରେ ଗୁରୁତର ମହିଳାଙ୍କୁ ଉଦ୍ଧାର କରି ଡାକ୍ତରଖାନା ନେଲେ ଯନ୍ତ୍ରୀ।

ମୟୂରଭଞ୍ଜ ଠାକୁର ମୁଣ୍ଡାରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା, ୩ ମୃତ ୩ ଗୁରୁତର।

ଷଷ୍ଠ ବାଟାଲିୟନ୍‌ର ଜଣେ ପୁଲିସ ଏଏସ୍‌ଆଇ ଆତ୍ମହତ୍ୟା ପରେ ପତ୍ନୀ ପହଞ୍ଚିବା ପୂର୍ବରୁ ଶବଦାହ କରିଦେଲେ ଅନ୍ୟ ଜଣେ ମହିଳା।

ମୟୂରଭଞ୍ଜ ଜିଲ୍ଲା ବୈଶିଙ୍ଗା ଥାନା ଅଧୀନ ଖୁଣ୍ଟାପୁର ଗାଁରେ ଶିକ୍ଷକଙ୍କ ଘରୁ ଡକାୟତି ଘଟଣାରେ ବନ୍ଧା ହେଲେ ୮ଜଣ ଅଭିଯୁକ୍ତ।

ଜଗତସିଂହପୁର ଜିଲ୍ଲାରେ ହେରୋଇନ ବ୍ୟବସାୟ ବଢ଼ି ଚାଲିଛି। ପୁଣି ଜବତ ଓ ଆରୋପୀ ଗିରଫ।

ରାୟଗଡ଼ା ମୁନିଗୁଡା ବନଖଣ୍ଡ ଅନ୍ତର୍ଗତ ଜଗଦଲପୁର ପଞ୍ଚାୟତର ଡିମିରିଗୁଡା ଗ୍ରାମ ନିକଟରେ ବାଘର ପାଦଚିହ୍ନ ଦେଖିବାକୁ ମିଳିଛି।

ପଶ୍ଚିମବଙ୍ଗରେ ବାବ୍ରି ମସଜିଦ ନିର୍ମାଣ ଆରମ୍ଭ। ମୁର୍ଶିଦାବାଦରେ ୨୨ କିମି ବାବ୍ରି ଯାତ୍ରାର ନେତୃତ୍ୱ ନେଲେ କବୀର।

ରାହୁଲଙ୍କ ସାଂସଦ ରଦ୍ଦ ପାଇଁ ବିଜେପି ପକ୍ଷରୁ ପ୍ରସ୍ତାବ ଆଗତ।

ଟି ୨୦ ବିଶ୍ୱକପ କ୍ରିକେଟରେ ନାମିବ୍ୟାକୁ ୯୩ ରନ୍‌ରେ ପରାସ୍ତ କଲା ଭାରତ। ଇଟାଲିର ପ୍ରଥମ ବିଜୟ।

ଭାରତ ପୁଣି କିଣିବ ୧୧୪ ରାଫେଲ୍ ଜେଟ୍ ଓ ଏୟାରକ୍ରାଫ୍ଟ।

ଋଷିଆରେ ମେଟା କମ୍ପାନୀର ସେବା ବନ୍ଦ।

ଜେଲରେ ଦୃଷ୍ଟିଶକ୍ତି ହରାଇଲେଣି ଇମ୍ରାନ ଖାନ, ତୁରନ୍ତ ଚିକିତ୍ସା ପାଇଁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ।

ବିଶ୍ୱର ପ୍ରଭାବଶାଳୀ ପାସ୍‌ପୋର୍ଟ ତାଲିକାରେ ଭାରତୀୟ ପାସ୍‌ପୋର୍ଟ ୭୫ତମ ସ୍ଥାନରେ ରହିଛି।

ଗତବର୍ଷ ଏଇ ସମୟରେ
ପେପରଲେସ୍ ବିଧାନସଭା। ଟ୍ୟାବ୍‌ରେ ବିଧାୟକ ପଢିବେ ବୋଲି ନିଷ୍ପତ୍ତି ହୋଇଥିଲା।

ମାଗଣା ଯୋଜନା ଓ ମାସିକ ଟଙ୍କା ବଣ୍ଟା ଯୋଜନା ପାଇଁ ସରକାରଙ୍କ ଉପରେ ବର୍ଷିଥିଲେ ସୁପ୍ରିମକୋର୍ଟ।

ମାଗଣାରେ ଟିଭି ଦେଖନ୍ତୁ। ପ୍ଲେ ଷ୍ଟୋରରୁ “mera channel” ଡାଉନଲୋଡ କରନ୍ତୁ।

ଆଜି ବିଶ୍ୱ ରେଡ଼ିଓ ଦିବସ
ଜାତୀୟ ମହିଳା ଦିବସ
ତିବ୍ବତ ସ୍ୱାଧୀନତା ଦିବସ

ଆଜି ଜନ୍ମଦିନ: ସରୋଜିନୀ ନାଇଡୁ, ଶରଦ କପୁର, ରଶ୍ମି ଦେଶାଇ

ଆଜି ତିରୋଧାନ: ବାଲୁ ମହେନ୍ଦ୍ର

ଇତିହାସରେ ଆଜି: (୧୫୪୨) ଇଂଲଣ୍ଡ ରାଣୀ କ୍ୟାଥେରିନ ହାୱାଇ ଙ୍କୁ ହତ୍ୟା/ (୧୬୩୩) ରୋମରେ ଗାଲିଲିଓ ଗିରଫ ହେଲେ/ (୧୮୫୬) ଲକ୍ଷ୍ନୌ ଓ ଅବଧ ଅକ୍ତିଆର କଲା ଇଷ୍ଟ ଇଣ୍ଡିଆ କମ୍ପାନୀ/ (୧୯୨୫) ଜାତୀୟ କଂଗ୍ରେସର ସଭାପତି ହେଲେ ସରୋଜିନୀ ନାଇଡୁ/ (୧୯୩୧) ଦିଲ୍ଲୀକୁ ଭାରତର ରାଜଧାନୀ ଘୋଷଣା/ (୨୦୦୩) ୟଶ ଚୋପ୍ରା ପାଇଲେ ଦାଦାସାହେବ ଫାଲକେ ପୁରସ୍କାର/ (୨୦୧୦) ପୁନେ ବୋମା ବିସ୍ଫୋରଣରେ ୧୭ ମୃତ

ବନ୍ଦେ ଉତ୍କଳ ଜନନୀ 🪻🌻🪻

Leave a Reply

Your email address will not be published. Required fields are marked *

error: Content is protected !!