ଖବର ଆଜିର, ୩୧ ଜାନୁଆରୀ, ଶନିବାର

ରାଜ୍ୟରେ ଶୀତ କମିଲେ ବି ଆସନ୍ତା ୩ ତାରିଖ ଯାଏ ଘନ କୁହୁଡ଼ି ରହିବ।

ଆସନ୍ତା ୧୭ ତାରିଖରୁ ରାଜ୍ୟ ବିଧାନସଭାର ବଜେଟ ଅଧିବେଶନ ଆରମ୍ଭ ହେବ।

ଜଳବାୟୁ ସ୍ଥିରତା ବୃଦ୍ଧି ପାଇଁ ଓଡ଼ିଶା ପକ୍ଷରୁ କୃଷି କ୍ଷେତ୍ରରେ ମରୁଡ଼ି ପ୍ରଶମନ କାର୍ଯ୍ୟକ୍ରମର ଆରମ୍ଭ ହେଲା।

ସରକାରଙ୍କ ସ୍ୱର ବଦଳିଲା। ବ୍ୟାନ ହେବନି ପାନ ମସଲା। ନିକୋଟିନ୍ ନଥିବା ପାନ ମସଲା କ୍ଷତିକାରକ ନୁହେଁ, ବ୍ୟାନ କରାଯିବନାହିଁ, କହିଲେ ମନ୍ତ୍ରୀ ମହାଲିଙ୍ଗ।

ସରକାର କରିବେ ଶ୍ରୀଜଗନ୍ନାଥ ଦର୍ଶନ ଯୋଜନା। ବରିଷ୍ଠ ନାଗରିକ ମାଗଣାରେ ପୁରୀ ଯିବେ।

ଗଞ୍ଜାମରେ ୪୯୨ କୋଟିର ପ୍ରକଳ୍ପ ଆରମ୍ଭ ହେବ। ବେଳାଭୂମି ସୌନ୍ଦର୍ଯ୍ୟକରଣ ପାଇଁ ୩୨ କୋଟି।

ଫେବୃଆରୀ ୨ରୁ ଭୁବନେଶ୍ୱରରେ ଆର୍ଟିଷ୍ଟ ଆସୋସିଏସନ୍ ଅଫ୍ ଓଡ଼ିଶା ଦ୍ୱାରା ‘ଚିତ୍ରାଞ୍ଜଳୀ’। ବିଭିନ୍ନ ପ୍ରାନ୍ତରୁ ଯୋଗଦେବେ ଶିଳ୍ପୀ।

ଢେଙ୍କାନାଳ ଜିଲ୍ଲା ଯୋରନ୍ଦାରେ ଆଜିଠାରୁ ପ୍ରସିଦ୍ଧ ମେଳା ଆରମ୍ଭ ହେଲା। ୫୦ ବର୍ଷ ପରେ ଛତ୍ରି ବଦଳିଲା।

ବାହାର ଜିଲା ମିଲରଙ୍କୁ ଧାନ ଉଠାଇବାକୁ ମିଳିବ ଅନୁମତି ବୋଲି ଭଦ୍ରକରେ କହିଲେ ଯୋଗାଣ ମନ୍ତ୍ରୀ।

ରାଜ୍ୟରେ ଖିଲାପକାରୀ ଖଣି ଲିଜଧାରୀଙ୍କ ଉପରେ ହାଇକୋର୍ଟ କଡ଼ା ଆଭିମୁଖ୍ୟ ଗ୍ରହଣ କଲେ।

ଯୋଗାଣମନ୍ତ୍ରୀ କୃଷ୍ଣ ପାତ୍ରଙ୍କ ଭୁବନେଶ୍ୱର ସରକାରୀ ଘରେ ସହାୟକ ଶଙ୍କରର ସନ୍ଦେହ ଜନକ ମୃତ୍ୟୁ। ପୁଲିସ ଉପରେ ଚାପ।

ଗଞ୍ଜାମରେ ହୋଇଥିବା ଇଡି ରେଡ଼ ପରେ ୮ ଜଣଙ୍କ ପାଖକୁ ସମନ ଗଲାଣି। ଦୁଇଜଣ ଇଡିରେ ହାଜର।

ପୁରୀ ଜିଲ୍ଲାପାଳଙ୍କୁ ହାଇକୋର୍ଟଙ୍କ ପକ୍ଷରୁ ଅଦାଲତ ଅବମାନନା ନୋଟିସ୍ ଜାରି।

କଟକ ଆଠଗଡ ଗୋବିନ୍ଦପୁର ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ରୋଷେଇ ବେଳେ ପ୍ରେସର କୁକର ଫାଟି ଉଡ଼ିଗଲା ଆଜବେଷ୍ଟସ, ୨ ପାଚିକା ଆହତ।

କୋରାପୁଟ ଜିଲ୍ଲା ଲକ୍ଷ୍ମୀପୁର ଅଂଚଳରେ ୩୩ କେଭି ବିଦ୍ୟୁତ ଲାଗି ମହିଳାଙ୍କ ମୃତ୍ୟୁ, ବିଦ୍ୟୁତ ବିଭାଗ ନାମରେ ମାମଲା ରୁଜୁ।

ଭୁବନେଶ୍ୱରରେ କାର୍‌ ଧକ୍କାରେ ପୁଲିସ ଗାଡ଼ି ଚୁର୍‌ମାର୍‌, ବାଲିଅନ୍ତା ଥାନା ଆଇଆଇସିଙ୍କ ସମେତ ୩ଜଣ ଆହତ।

ଅଭିନେତା ଅନୁଭବ ମହାନ୍ତିଙ୍କ ଆବେଦନ ହାଇକୋର୍ଟରେ ଖାରଜ। ଜାରି ରହିବ ଯୌତୁକ ନିର୍ଯାତନା ମାମଲା।

ଭୁବନେଶ୍ୱର ଖଣ୍ଡଗିରି ମେଳାରେ ସାମିଲ ହୋଇଛନ୍ତି ତିନି ନୂଆ ଅପେରା, ସ୍ବର୍ଣ୍ଣମହଲ, ଶ୍ରୀମନ୍ଦିର ଓ ରାଜଦରବାର

ରାଜ୍ୟରେ ୫୦ ହଜାର ଶିକ୍ଷକ ପଦ ଖାଲି ପଡିଛି। ଅନେକ ସ୍କୁଲରେ ଝୁଲୁଛି ତାଲା।

ଜାମସେଦପୁରର କିନାନ ଷ୍ଟାଡିୟମ୍‌ରେ ଓଡ଼ିଶା ଝାଡ଼ଖଣ୍ଡ ରଣଜୀ ଟ୍ରଫି କ୍ରିକେଟରେ ଓଡ଼ିଶା ୨୮୨ ରନ୍‌ରେ ଅଲଆଉଟ୍।

ଦିଲ୍ଲୀରୁ ନିର୍ଦ୍ଦେଶ। ପଶ୍ଚିମବଙ୍ଗରେ ପ୍ରଚାର ପାଇଁ ଓଡିଶାରୁ ବିଜେପି ବିଧାୟକ ଗଲେ।

ଛତିଶଗଡ ବିଜାପୁର ଜିଲାରେ ଏନକାଉଣ୍ଟର। ଦୁଇ କୁଖ୍ୟାତ ମାଓବାଦୀ ମୃତ।

କେରଳ ଥିରୁଅନନ୍ତପୁରମରେ ଆଜି ଭାରତ ନ୍ଯୁଜିଲାଣ୍ଡ ଶେଷ ଟି୨୦ କ୍ରିକେଟ ମ୍ୟାଚ।

ଅଜିତ ପାୱାରଙ୍କ ସ୍ଥାନ ନେବେ ସ୍ତ୍ରୀ। ମହାରାଷ୍ଟ୍ର ଉପମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ ସୁନେତ୍ରା ପାୱାର।

ଆସାମର ସାତ ଜିଲ୍ଲାରେ ୬୪ ଲକ୍ଷ ଅନୁପ୍ରବେଶକାରୀ ଅଛନ୍ତି ବୋଲି ସୂଚନା।

ସୁନା ୯,୬୫୦ ଟଙ୍କା କମିଲା, ରୁପା କେଜି ୧୦ହଜାର ଟଙ୍କା ଶସ୍ତା ହୋଇ ୪,୧୫,୦୦୦ ଟଙ୍କା ହେଲା।

ସୁପ୍ରିମକୋର୍ଟ କହିଲେ, ଛାତ୍ରଛାତ୍ରୀଙ୍କ ପାଇଁ ଅଲଗା ଶୌଚାଳୟ ହେବ। ମାଗଣାରେ ସାନିଟାରୀ ପ୍ୟାଡ୍ ନ ଦେଲେ ମାନ୍ୟତା ରଦ୍ଦ ହେବ।

ଆସିବ କେନ୍ଦ୍ରୀୟ ବଜେଟ। ଆୟକରରେ ରିହାତି, ଅଧିକ ଟ୍ରେନ ଘୋଷଣା ଆଶା।

ଭାରତରେ ନିପା ଭାଇରସ୍‌ରେ ଦୁଇଜଣ ସଂକ୍ରମିତ ହୋଇଥିବା ଜଣାପଡ଼ିଛି।

ଭାରତ ଆସିବେ ବ୍ରିଟେନ୍‌ର ୯ଟି ବିଶ୍ବବିଦ୍ୟାଳୟ, ଖୋଲିବେ ନିଜସ୍ବ କ୍ୟାମ୍ପସ।

ଗତବର୍ଷ ଏଇ ସମୟରେ
ରାଜ୍ୟରେ ଗାଡ଼ି ଫିଟନେସ ଯାଞ୍ଚ କରିବା ପାଇଁ ଆରମ୍ଭ ହୋଇଥିଲା ସ୍ୱୟଂକ୍ରୀୟ ଯାନ ପଞ୍ଜୀକୃତ ବ୍ୟବସ୍ଥା ଏଟିଏସ।

ମାଗଣାରେ ଟିଭି ଦେଖନ୍ତୁ। ପ୍ଲେ ଷ୍ଟୋରରୁ “mera channel” ଡାଉନଲୋଡ କରନ୍ତୁ।

ଆଜି ଜାତୀୟ ପଛୁଆ ବର୍ଗ ଦିବସ

ଆଜି ଜନ୍ମଦିନ: ମେଜର ସୋମନାଥ ଶର୍ମା, ପ୍ରୀତି ଜିଣ୍ଟା, ଅମୃତା ଆରୋରା

ଆଜି ତିରୋଧାନ: ସୁରେୟା

ଇତିହାସରେ ଆଜି: (୧୫୬୧) ଗୁଜୁରାଟରେ ମୋଗଲ ସେନାପତି ବୈରାମ ଖାନ କୁ ହତ୍ୟା/ (୧୮୬୫) ଆମେରିକାରେ ଦାସତ୍ୱ ପ୍ରଥା ଉଚ୍ଛେଦ ବିଲ ପାସ/ (୧୮୯୩) କୋକାକୋଲା ବ୍ରାଣ୍ଡ ପେଟେଣ୍ଟ ହେଲା/ (୧୯୬୩) ଭାରତରେ ମୟୁର ଜାତୀୟ ପକ୍ଷୀ ଘୋଷିତ/ (୨୦୦୦) ହାୱାଲା କେଶରୁ ସମସ୍ତ ଆରୋପୀ ଦୋଷମୁକ୍ତ ହେଲେ/ (୨୦୦୪) ପାକିସ୍ତାନ ଅଣୁ ବିଜ୍ଞାନୀ ଅବଦୁଲ କାଦିର ବୋମା କୌଶଳ ବିକିବା ଅଭିଯୋଗରେ ଗିରଫ

ବନ୍ଦେ ଉତ୍କଳ ଜନନୀ 🪻🌻🪻

ପରିସ୍କାର ଓଡିଶା ନ୍ୟୁଜ

Leave a Reply

Your email address will not be published. Required fields are marked *

error: Content is protected !!