ଖବର ଆଜିର, ୨୮ ଜାନୁଆରୀ, ବୁଧବାର

ରାଜ୍ୟରେ ଉପକୂଳ ଓ ପଶ୍ଚିମରେ ଶୀତ କମୁଛି, କିନ୍ତୁ ଆଭ୍ୟନ୍ତରର କିଛି ସ୍ଥାନରେ ଥଣ୍ଡା ଏବେ ବି ରହିଛି।

ପ୍ରଦୂଷଣ ପ୍ରମାଣପତ୍ର ନଥିଲେ ବି ଗାଡ଼ିରେ ତେଲ ପକାଇହେବ। ହାଇକୋର୍ଟରେ ରାଜ୍ୟ ସରକାରଙ୍କ ଆବେଦନ ଖାରଜ।

ଆଜି ପଠାଣିସମାନ୍ତ ମେଧାବୃତ୍ତି ପରୀକ୍ଷା ପାଇଁ ସମସ୍ତ ଜିଲାପାଳଙ୍କୁ ଚିଠି ଲେଖିଛି ମାଧ୍ୟମିକ ଶିକ୍ଷା ପରିଷଦ, ଓଡିଶା।

ଆଜି ରାଜ୍ୟବ୍ୟାପୀ ବନ୍ଦ ଡାକରା ଦେଇଛି ନବନିର୍ମାଣ କୃଷକ ସଂଗଠନ। ଏହି ଲଢ଼େଇକୁ ସମର୍ଥନ ଜଣାଇଛି କଂଗ୍ରେସ।

ଧର୍ମଘଟ ଉପରେ ନଜର ରଖିବାକୁ ଜିଲାପାଳଙ୍କୁ ତାଗିଦ୍, ଜରୁରୀ ସେବାରେ ବ୍ୟାଘାତ ହେଲେ କାର୍ଯାନୁଷ୍ଠାନ।

ଆଜିଠାରୁ ଓଜେଇଇ ପାଇଁ ଆବେଦନ ଆରମ୍ଭ, ମେ’ ୪ ରୁ ୯ ଯାଏଁ ପରୀକ୍ଷା। ଆପ୍ ରେ ସବୁ ସୂଚନା ମିଳିବ।

ସାଟେଲାଇଟ ମାଧ୍ୟମରେ ଗ୍ରାମାଞ୍ଚଳରେ ହେବ ଶିକ୍ଷାଦାନ, ୫୩୭୦ଟି ସ୍କୁଲରେ ପ୍ରତିଷ୍ଠା ହେବ ଏଆଇ ଭର୍ଚୁଆଲ କ୍ଲାସ୍ ରୁମ୍।

ଆଦିବାସୀ ବହୁଳ ଜିଲାରେ ଶହିଦ ଲକ୍ଷ୍ମଣ ନାଏକ ବିଦ୍ୟାଳୟ ନିର୍ମାଣ ହେବ, କହିଲେ ଗଣଶିକ୍ଷା ମନ୍ତ୍ରୀ ଶ୍ରୀ ଗଣ୍ଡ।

ପୁରୀରେ ଆଜି ଶ୍ରୀମନ୍ଦିରରେ ବନକଲାଗି ନୀତି। ସନ୍ଧ୍ୟା ୬ଟାରୁ ରାତ୍ର ୧୦ ଟା ଯାଏଁ ବନ୍ଦ ରହିବ ସର୍ବସାଧାରଣ ଦର୍ଶନ।

ସମ୍ବଲପୁର ଲପଙ୍ଗାରେ ହିଣ୍ଡୋଲକୋ ଆଲୁମିନା ପ୍ଲାଣ୍ଟ ସମ୍ପ୍ରସାରଣ ହେବ, ୧୫ ଲକ୍ଷ ନୂଆ ଚାକିରୀ ମିଳିବ, କହିଲେ ମୁଖ୍ୟମନ୍ତ୍ରୀ ମାଝୀ।

ଢେଙ୍କାନାଳ ଭୁବନରେ କୂଅରେ ପଡ଼ିଗଲା ଭଉଣୀ, ଡିଆଁମାରି ଜୀବନ ବଞ୍ଚାଇଲା ନାବାଳକ ଭାଇ।

ରାୟଗଡ଼ା ବ୍ଲକ ପଦକାପାଡୁ ଗ୍ରାମର ଯୁବକ ଫକିର (୩୬) ଦାଦନ ଖଟିବାକୁ ବେଙ୍ଗାଲୁରୁ ଯାଇ ନିଖୋଜ।

ଅନୁଗୁଳ ସାଉଥବଲଣ୍ଡା ଷ୍ଟେସନ୍‌ରୁ ଡକାୟତି ଉଦ୍ୟମ। ୫ କର୍ମଚାରୀଙ୍କୁ ପ୍ରାଣାନ୍ତକ ଆକ୍ରମଣ, ଲୁଟିନେଲେ ବିଭିନ୍ନ ସାମଗ୍ରୀ

ଭୁବନେଶ୍ୱର ଖଣ୍ଡଗିରିରେ ମେଳାରେ ମିଳୁଛି ବିଷାକ୍ତ ଖାଦ୍ୟ। ୧୨୦ କିଲୋ ଅଖାଦ୍ୟ ଜବତ ହେଲାଣି।

ବାଲେଶ୍ଵର ଜଳେଶ୍ଵରରେ ବିଦ୍ଯୁତ ସର୍ଟସର୍କିଟରୁ ଜଳିଗଲା ୫ ଟି ଦୋକାନ, ଲକ୍ଷାଧିକ ଟଙ୍କାର ଜିନିଷ ନଷ୍ଟ।

ଢେଙ୍କାନାଳ ସହରରେ ରକ୍ତରଞ୍ଜିତ ପରିବା ବଜାର। ବନ୍ଧୁକ ଦେଖାଇ ପରିବା ବେପାରୀଙ୍କୁ ଗୋଡ଼ାଇ ହାଣିଲେ ଦୁର୍ବୃତ୍ତ

ରାୟଗଡା ଗୁଣପୁର ଥାନା ସୁଭଦ୍ରାପୁର ଗ୍ରାମ ମୁଖ୍ୟ ରାସ୍ତାରେ ବାଇକ୍ ଭାରସାମ୍ୟ ହରାଇ ଗଛରେ ପିଟି ହେବାରୁ ଜଣେ ଯୁବକଙ୍କ ମୃତ୍ୟୁ

କେନ୍ଦ୍ରାପଡା ପଟ୍ଟାମୁଣ୍ଡାଇରେ ସ୍ତ୍ରୀକୁ କଟୁରିରେ ହାଣି ସ୍ୱାମୀର ଆତ୍ମହତ୍ୟା ଉଦ୍ୟମ, ଉଭୟ ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ଭର୍ତ୍ତି।

ଗଞ୍ଜାମ ଜିଲ୍ଲା ଛତ୍ରପୁର ଚିକଲଖଣ୍ଡି ଗ୍ରାମରେ ଘରେ ସମସ୍ତେ ଶୋଇଥିବା ବେଳେ ଘର ଉପରକୁ ବୋମାମାଡ଼ ହେଲା।

କୋରାପୁଟ କୋଟପାଡ଼ରେ ଖାଦ୍ୟ ଅନ୍ବେଷଣରେ ସହର ମୁହାଁ ଜଙ୍ଗଲୀ ଭାଲୁ, ଲୋକଙ୍କ ଭିତରେ ଆତଙ୍କ।

ମାଲକାନଗିରି ଜିଲ୍ଲାରେ ବଣ୍ଡାଙ୍କ ପାଟଖଣ୍ଡା ଯାତ୍ରାରେ ଜୟପୁର ମହାରାଜ ବିଶେଶ୍ବର ଚନ୍ଦ୍ରଚୁଡ ଦେବ। ୨ ଶହ ବର୍ଷର ଇତିହାସର ପୁନରାବୃତ୍ତି।

ସିନେମା ଗୀତରୁ ବ୍ରେକ୍ ଘୋଷଣା କଲେ ଗାୟକ ଅରିଜିତ ସିଂ।

ସାରା ଦେଶରେ ୟୁଜିସିର ନୂଆ ନିୟମକୁ ବିରୋଧ। ଦିଲ୍ଲୀ ମୁଖ୍ୟାଳୟରେ ସୁରକ୍ଷା ବୃଦ୍ଧି।

ଆଜିଠୁ ସଂସଦର ବଜେଟ ଅଧିବେଶନ, ସର୍ବଦଳୀୟ ବୈଠକରେ ସହଯୋଗ ମାଗିଲେ କେନ୍ଦ୍ର ସରକାର।

୧୯ବର୍ଷରୁ କମ୍‌ କ୍ରିକେଟ୍‌ ବିଶ୍ବକପ୍‌ର ସୁପର୍‌ସିକ୍ସ ମ୍ୟାଚ୍‌ରେ ଜିମ୍ବାୱେକୁ ହରାଇଲା ଭାରତ।

ଆମେରିକାରେ ବରଫ ଝଡ଼ର ତାଣ୍ଡବ। ବିମାନଯାତ୍ରାରେ ବ୍ୟାଘାତ।

ବାଙ୍ଗଲାଦେଶରେ ହିନ୍ଦୁ ଓ ପୁଲିସଙ୍କ ହତ୍ୟାକାରୀ ଛାଡ଼ ପାଇବେ। ଆଇନଗତ ସୁରକ୍ଷା ଦେଲା ୟୁନୁସ୍ ସରକାର।

ଭାରତ ଏବଂ ୟୁରୋପୀୟ ସଂଘ ମଧ୍ୟରେ ମୁକ୍ତ ବାଣିଜ୍ୟ ଚୁକ୍ତି ସ୍ଵାକ୍ଷରିତ। ଭାରତୀୟ ଅର୍ଥବ୍ୟବସ୍ଥାରେ ବଡ଼ ପରିବର୍ତ୍ତନର ଆଶା।

ଗତବର୍ଷ ଏଇ ସମୟରେ
ମେକ ଇନ ଓଡ଼ିଶା କନକ୍ଲେଭରେ ରାଜ୍ୟରେ ୨ଲକ୍ଷ ୧୫ ହଜାର ନିଯୁକ୍ତି ସୃଷ୍ଟି ହେବ ବୋଲି ଦାବୀ କରିଥିଲେ ସରକାର

ପ୍ରଧାନମନ୍ତ୍ରୀଙ୍କ ରେକର୍ଡ ଗସ୍ତ ହୋଇଥିଲା। ସାତ ମାସରେ ୫ଥର ଓଡ଼ିଶା ଆସିଥିଲେ ମୋଦୀ

ମାଗଣାରେ ଟିଭି ଦେଖନ୍ତୁ। ପ୍ଲେ ଷ୍ଟୋରରୁ “mera channel” ଡାଉନଲୋଡ କରନ୍ତୁ।

ଆଜି ଜନ୍ମଦିନ: ଲାଲା ଲଜପତ ରାୟ, ପଣ୍ଡିତ ଜସରାଜ, କେଏମ କାରିଆପ୍ପା, ରାଜା ରମନ୍ନା

ଆଜି ତିରୋଧାନ: ଓପି ନାୟାର

ଇତିହାସରେ ଆଜି: (୧୮୧୯) ସିଙ୍ଗାପୁର ଭୂଖଣ୍ଡ ଆବିଷ୍କୃତ/ (୧୮୩୫) କଲିକତା ମେଡ଼ିକାଲ କଲେଜ ଆରମ୍ଭ/ (୧୯୪୬) ଆଲିୱାଲ ଯୁଦ୍ଧରେ ବ୍ରିଟିଶ ଠାରୁ ରାଜା ରଣଜୋଦ୍ଧ ସିଂ ପରାସ୍ତ/ (୧୯୩୫) ଗର୍ଭପାତକୁ ପ୍ରଥମେ ଆଇନସମ୍ମତ କଲା ଆଇସଲାଣ୍ଡ/ (୧୯୬୧) ବାଙ୍ଗାଲୋରରେ ଏଚଏମଟି ଘଣ୍ଟାର ପ୍ରଥମ କାରଖାନା ସ୍ଥାପିତ/ (୧୯୯୮) ରାଜୀବ ଗାନ୍ଧୀ ହତ୍ୟାକାଣ୍ଡରେ ୨୬ ଜଣଙ୍କୁ ମୃତ୍ୟୁ ଡଣ୍ଡାଦେଶ

ବନ୍ଦେ ଉତ୍କଳ ଜନନୀ 🪻🌻🪻

OdiaXPress

Leave a Reply

Your email address will not be published. Required fields are marked *

error: Content is protected !!