ଖବର ଆଜିର, ୨୫ ଜାନୁଆରୀ, ରବିବାର

ରାଜ୍ୟରେ ପୁଣି ବଢ଼ିଲା ବାୟୁ ପ୍ରଦୂଷଣ। ସପ୍ତାହେ କଟକଣା ପରେ ସମସ୍ତେ ଭୁଲିଗଲେ। ଭୁବନେଶ୍ୱରରେ ବାୟୁରେ ‘ଓଜୋନ୍‌’ ଗ୍ୟାସ୍‌।

ରାଜ୍ୟର ବ୍ଳକ୍ ଗ୍ରାଣ୍ଟ ଶିକ୍ଷକଙ୍କୁ ୧୯୯୪ ଆଇନ ଅନୁଯାୟୀ ଦରମା ପ୍ରଦାନ ନେଇ ନିର୍ଦ୍ଦେଶକୁ କାଏମ ରଖିଲେ ସୁପ୍ରିମକୋର୍ଟ।

ପଞ୍ଚାୟତ ନିର୍ବାଚନ ଆଗତୁରା କରାଯିବ ବୋଲି କହିଲେ ବିଜେପି ସଭାପତି ମନମୋହନ ସାମଲ।

ଓଡ଼ିଆ ଏଆଇ ଆପ୍ ଆରମ୍ଭ କରିବା ପାଇଁ ‘ସର୍ଭମ’ ସହ ସରକାରଙ୍କ ଆଲୋଚନା।

ନୂଆ ନିୟମ, ସୋମବାର କୌଣସି ସରକାରୀ ବୈଠକ ବସିବ ନାହିଁ। ସମସ୍ତ ବିଭାଗକୁ ମୁଖ୍ୟ ଶାସନ ସଚିବଙ୍କ ଚିଠି।

ଆଜି ମାଘ ବୁଡ଼ ପାଇଁ କୋଣାର୍କ ସୂର୍ଯ୍ୟ ମନ୍ଦିରରେ ସ୍ବତନ୍ତ୍ର ଆୟୋଜନ, ପର୍ଯ୍ୟଟକଙ୍କ ପାଇଁ ଶୁଳ୍କ ଛାଡ଼।

ଆଜି ଭୁବନେଶ୍ୱର ଖଣ୍ଡଗିରିରେ ମାଘସପ୍ତମୀ ମେଳା, ଯଜ୍ଞ ବେଦୀରେ କର୍ମ ଆରମ୍ଭ କଲେଣି ସାଧୁସନ୍ଥ।

ପଦୋନ୍ନତି ଅଡ଼ୁଆ ତୁଟେଇଲେନି ସରକାର। ଆହୁରି ୩୦୦ରୁ ଅଧିକ ଓଏଏସ୍‌ ଏବଂ ଓଆର୍‌ଏସ୍‌ ପଦ ସୃଷ୍ଟି ହେବାରୁ ଅଟକିଲା।

ରାଜ୍ୟ କଂଗ୍ରେସରୁ ୪୧ଜଣ ଇସ୍ତଫା ଦେଲେ। ମହମ୍ମଦ ମୋକିମ ଓ ସୋଫିଆ ଫିର୍ଦ୍ଦୋଷଙ୍କ ପାଇଁ ଏମାନେ କାମକରିବେ ବୋଲି ଚର୍ଚ୍ଚା।

ଭୁବନେଶ୍ୱର ଅଶୋକ ନଗର ‘ଆମବସ’ ଭଙ୍ଗାରୁଜା ଘଟଣାରେ ଦୁଇଜଣ ଗିରଫ। ବସର ଭୁଲ ନଥିଲା ବୋଲି କ୍ୟାମେରାରୁ ଜଣାପଡିଲା।

ମୟୁରଭଞ୍ଜ ଉଦଳାରେ ଶ୍ରମ ଅଧିକାରୀ କହି ୩୦ ଲକ୍ଷରୁ ଅଧିକ ଟଙ୍କା ଲୁଟିଥିବା ମହିଳା ବିନୋଦିନୀ ନାୟକ ଗିରଫ।

ସମ୍ବଲପୁରରୁ ଧରାପଡ଼ିଲା ୨କୋଟି ଟଙ୍କାର ଗୁଟଖା, ଜବତ କରିଛି ଜିଏସଟି ବିଭାଗ। ସୁପାରୀ ପୁଡ଼ିଆ ଭିତରେ ଯାଉଥିଲା।

କେନ୍ଦୁଝର ବଡ଼ବିଲ ବ୍ୟାଙ୍କ୍ ସଶସ୍ତ୍ର ଡକାୟତି ଘଟଣାରେ ୨ ବିହାରୀ ଗିରଫ, ୨୮୮ ଗ୍ରାମ ସୁନା ଅଳଙ୍କାର ଜବତ।

କଟକ ନରସିଂହପୁର ଅନନ୍ତ ପ୍ରସାଦ ଗାଁରେ କଲରାପତରିଆ ବାଘ ଓ ମଣିଷ ଲଢେଇରେ ବାଘ ମୃତ, ଯୁବକ ଗୁରୁତର।

ଖୋର୍ଦ୍ଧା ବେଗୁନିଆରେ ରାସ୍ତା ମଝିରେ ବସ୍ ଓ ହାଇୱା ମୁହାଁମୁହିଁ ଧକ୍କା, ବସ୍ ଡ୍ରାଇଭର ସମେତ ୫ ଯାତ୍ରୀ ଆହତ।

ଅଶାନ୍ତ ରା‌ଜଧାନୀରେ ଭାଇଗିରି। ଥାର୍‌ରେ ବୁଲି ଆତଙ୍କ ଖେଳାଇଲେ ଯୁବକ। ଗାଡ଼ି ଜବତ, ଚାଳକଙ୍କୁ ନୋଟିସ୍‌

କନ୍ଧମାଳ ଟିକାବାଲିରେ ସରସ୍ବତୀ ପୂଜାରେ ମଦ ପିଇ ବଜାରରେ ଗଡ଼ିଲେ ୨ ଜଣ ନବମ ଶ୍ରେଣୀ ଛାତ୍ର। ଭିଡିଓ ଭାଇରାଲ।

ସୁନ୍ଦରଗଡ ହେମଗିର ରଙ୍ଗିଆଢିପାରେ ଶୋଇଥିବା ବେଳେ ବୃଦ୍ଧାଙ୍କୁ ଜାଳିଦେଲେ ଦୁର୍ବୃତ୍ତ।

କୋରାପୁଟ ଜିଲ୍ଲା ପୋଡ଼ାପଦର ଗାଁରେ ଭାଲୁ ଆତଙ୍କ। ଖାଦ୍ୟପାଇଁ ଜଙ୍ଗଲ ଛାଡ଼ି ଗାଁ ମୁହାଁ ହେଉଛନ୍ତି ଜଙ୍ଗଲୀ ଭାଲୁ।

ଅନୁଗୁଳରେ ଖଣି ପାଇଁ କମୁଛି ଭୂତଳ ଜଳସ୍ତର। ୧୦୦୦ ଫୁଟ ଖୋଳିଲେ ବି ପାଣି ବାହାରୁନି।

ବିମାନ ଚଳାଚଳ କ୍ଷେତ୍ରରେ ୭୧୭ ସ୍ଲଟ୍‌ରୁ ଓହରିଲା ଇଣ୍ଡିଗୋ। ମେଟ୍ରୋ ସହର ଓ ଦକ୍ଷିଣ ଭାରତ ପ୍ରଭାବିତ ହେବ।

ପୁଣି ସୁନା ୫୪୦୦ ଓ ରୁପା ୨୦,୦୦୦ ଟଙ୍କା ବଢ଼ିଲା।

କ୍ରିକେଟ ଟି-୨୦ ବିଶ୍ଵକପ୍ ୨୦୨୬ରୁ ବାଂଲାଦେଶ ବିଦା, ବଦଳରେ ଖେଳିବ ସ୍କଟଲାଣ୍ଡ, ଘୋଷଣା କଲା ଆଇସିସି।

ଭାରତ ଓ ୟୁରୋପ ମଧ୍ୟରେ ହେବ ବଡ଼ ଚୁକ୍ତି, ଅନେକ ଜିନିଷ, ଦାମୀ କାର ଓ ମଦ ଶସ୍ତା ହୋଇଯିବ।

ଆମେରିକାରେ ତୁଷାର ଝଡ଼ ସମ୍ଭାବନା, ୮,୦୦୦ ରୁ ଅଧିକ ବିମାନ ବାତିଲ, ନ୍ୟୁୟର୍କକୁ ଏୟାର ଇଣ୍ଡିଆର ଉଡ଼ାଣ ବାତିଲ।

ଡଲାର ତୁଳନାରେ ଟଙ୍କା ମୂଲ୍ୟ ହ୍ରାସର ପ୍ରଭାବ, ପ୍ରତ୍ୟକ୍ଷ ପୁଞ୍ଜିନିବେଶ ପରିମାଣ ହ୍ରାସ ପାଉଛି।

ଗତବର୍ଷ ଏଇ ସମୟରେ
ବଜେଟ୍‌ ପୂର୍ବ ସମୀକ୍ଷା ପରେ ରାଜ୍ୟ ସରକାର କହିଥିଲେ, ବର୍ଷକରେ ଦେବେ ୪୦ ହଜାର ଚାକିରୀ

ପୁରୀ ଶ୍ରୀମନ୍ଦିରରେ ଭିନ୍ନକ୍ଷମଙ୍କ ପାଇଁ ହ୍ବିଲ୍‌ ଚେୟାର କରିବାକୁ ସୁପ୍ରିମକୋର୍ଟ ନୋଟିସ କରିଥିଲେ।

ଯୋଗାଣ ମନ୍ତ୍ରୀ କୃଷ୍ଣ ପାତ୍ର ଓ ପରିବାର ସଦସ୍ୟଙ୍କ ନାମରେ ଢେଙ୍କାନାଳରେ ପଚାଶ ଏକର ଜମି ଲେଖାଗଲା।

ଗୁଜୁରାଟୀ ଦିନ ମଜୁରିଆ‌କୁ ଦୁଇ କୋଟି ଟଙ୍କାର ନୋଟିସ ଦେଇଥିଲେ ବେଙ୍ଗାଲୁରୁ ଜିଏସ୍‌ଟି ବିଭାଗ

ଆଜି ଜାତୀୟ ଭୋଟର ଦିବସ

ଆଜି ଜନ୍ମଦିନ: ଜେଲେନସ୍କି (ୟୁକ୍ରେନ), କବିତା କ୍ରିଷ୍ଣାମୂର୍ତ୍ତି, ଚେତେଶ୍ୱର ପୂଜାରା, ପ୍ୟାରୀ ମହାପାତ୍ର, ଭୁବନେଶ୍ୱରୀ ମିଶ୍ର (ଓଡିଶୀ)

ଆଜି ତିରୋଧାନ: ବିଜୟା ରାଜେ ସିନ୍ଧିଆ

ଇତିହାସରେ ଆଜି: (୧୫୬୫) ତେଲିକୋଟା ଯୁଦ୍ଧରେ ବିଜୟନଗର ସାମ୍ରାଜ୍ୟ ଧ୍ୱଂସ/ (୧୭୫୫) ମସ୍କୋ ବିଶ୍ୱବିଦ୍ୟାଳୟ ସ୍ଥାପନ/ (୧୮୮୦) ଭାରତୀୟ ବ୍ରାହ୍ମ ସମାଜ ସ୍ଥାପନ/ (୧୯୭୧) ହିମାଚଳ ହେଲା ସମ୍ପୂର୍ଣ୍ଣ ପ୍ରଦେଶ/ (୧୯୭୫) ବାଙ୍ଗଲାଦେଶ ରାଷ୍ଟ୍ରପତି ହେଲେ ମୁଜିବୁର ରେହମାନ/ (୧୯୯୩) ବମ୍ବେ ଦଙ୍ଗାର ତଦନ୍ତ କମିଶନକୁ ବନ୍ଦ କଲେ ମହାରାଷ୍ଟ୍ର ସରକାର/ (୧୯୯୯) ଅଷ୍ଟ୍ରେଲିଆର ଗ୍ରାହମ ଷ୍ଟେନ୍ସ ଓ ଦୁଇପୁଅଙ୍କୁ ଓଡ଼ିଶାରେ ପୋଡି ମାରିଦେଲେ
ବନ୍ଦେ ଉତ୍କଳ ଜନନୀ 🪻🌻🪻

Leave a Reply

Your email address will not be published. Required fields are marked *

error: Content is protected !!