ଖବର ଆଜିର, ୨୧ ଜାନୁଆରୀ, ବୁଧବାର

ରାଜ୍ୟରେ ବର୍ତ୍ତମାନ ଜାରି ରହିଥିବା ଶୀତ ଆଉ ୪/୫ ଦିନ ଜାରି ରହିବ।

ରାଜ୍ୟ ସରକାରଙ୍କ ୮ ଶହ ଅବସରପ୍ରାପ୍ତ ପୁଲିସଙ୍କୁ ପୁନଃ ନିଯୁକ୍ତି ଦେବେ। ସେମାନେ ସ୍ପେଶାଲ ପୁଲିସ ଅଫିସର ହେବେ।

ଶିଳ୍ପ ମହାଶକ୍ତି ହେବ ଓଡ଼ିଶା, ୧.୬୭ ଲକ୍ଷ କୋଟି ନିବେଶ ହେବ। ଲକ୍ଷ ଲକ୍ଷ ଚାକିରୀ ସୃଷ୍ଟି ହେବ, କହିଲେ ସରକାର।

ରାଜ୍ୟରେ ପ୍ରଥମ ଥର ପାଇଁ ଜେଲରେ ଲାଗିଲା ଏଆଇ କ୍ୟାମେରା ସନ୍ଦେହ ଜନକ ପଦାର୍ଥ ଫିଙ୍ଗିଲେ ଧରିପାରିବ।

ଆଜି ଦେଶରେ ଜେଇଇ ମେନ୍ ପରୀକ୍ଷା ଅନୁଷ୍ଠିତ ହେବ। ପ୍ରବେଶ ପତ୍ର, ପରିଚୟ ପତ୍ର ଓ ଡ୍ରେସ୍ କୋଡ୍ ବାଧ୍ୟତାମୂଳକ।

କଟକ ହାଇକୋର୍ଟ ଦୁଇଟି ଅଦାଲତ ଅବମାନନା ମାମଲାରେ ଉଚ୍ଚଶିକ୍ଷା ସଚିବ ଶ୍ରୀ ଅଗ୍ରୱାଲଙ୍କ ବିରୋଧରେ ଗିରଫ ପରୱାନା ଜାରି କଲେ।

ଶ୍ରୀମନ୍ଦିର ଉପରେ ବୋମାମାଡ଼ ନେଇ ସାମାଜିକ ଗଣମାଧ୍ୟମ ଜରିଆରେ ଧମକପୂର୍ଣ୍ଣ ବାର୍ତ୍ତା ଭାଇରାଲ

ମହିଳାଙ୍କ ଉପରେ ଭରସା। “ଆମ ବସ” ଚଲାଇବା ପାଇଁ କୋଡିଏ ଜଣ ମହିଳା ଡ୍ରାଇଭର ଯୋଗାଡ଼ କଲେ ରାଜ୍ୟ ସରକାର।

ପୁରୀ ଚନ୍ଦ୍ରଭାଗା ସମୁଦ୍ରରେ ଡଲ୍‌ଫିନ୍‌ ଗଣନା ଆରମ୍ଭ। ପ୍ରଥମ ଦିନରେ ଦୃଶ୍ୟ ହେଲେ ୧୫ଟି ‘ବଟଲ ନୋଜ’ ପ୍ରଜାତି

ପରିବହନ ବିଭାଗ ପଲଟିଗଲେ। ଫାଇନ୍‌ କଟିଥିଲେ ବି କରିହେବ ପ୍ରଦୂଷଣ ସାର୍ଟିଫିକେଟ।

ନବୀନ ନିବାସରେ ନେତାଙ୍କ ବୈଠକ।ସଙ୍ଗଠନକୁ ସୁଦୃଢ କରିବା ପାଇଁ ଆଲୋଚନା ଅନୁଷ୍ଠିତ।

ରାୟଗଡ଼ା ଜିଲ୍ଲାରେ ମାଓବାଦୀଙ୍କ ଉପସ୍ଥିତି, ମୁନିଗୁଡ଼ା ବ୍ଲକ ତେଲେଙ୍ଗାପଦର ଛକରେ ମାଓ ବ୍ୟାନର

ଭୁବନେଶ୍ୱରରେ ପଟିଆ କିଟ ଛକରେ ମହିଳାଙ୍କ କାରକୁ ପିଟିଲା “ଆମ ବସ”।

ଜଗତସିଂହପୁର ଭୂତମୁଣ୍ଡାଇ ପଞ୍ଚାୟତ ପିପ୍ପଳ ଗ୍ରାମରେ ନିଆଁରେ ପୋଡ଼ି ହୋଇ ଚାଲିଗଲା ନବବଧୂଙ୍କ ଜୀବନ।

ସୁନ୍ଦରଗଡ଼ ଟାଉନ୍ ଥାନା ପଞ୍ଚମୁଖୀ ହନୁମାନ ମନ୍ଦିର ନିକଟରେ ସ୍କୁଟରରୁ ତଳକୁ ପଡ଼ିଗଲେ ଅଢ଼େଇ ବର୍ଷର ଶିଶୁ, ଚଢ଼ିଗଲା ଟ୍ରାକ୍ଟର୍

କଟକ ଜିଲ୍ଲା ତିଗିରିଆ ଥାନା ନୂଆପାଟଣା ଗ୍ରାମରେ ଡିଜେର ବିକଟାଳ ଶବ୍ଦ ଯୋଗୁଁ ଲକ୍ଷ୍ମୀଧରଙ୍କ ମୃତ୍ୟୁ ହେଲା।

ସୁନ୍ଦରଗଡ଼ ଗୋଷ୍ଠୀ ସଂଘର୍ଷ ଘଟଣାରେ କାର୍ଯ୍ୟାନୁଷ୍ଠାନ। ଟାଉନ ଥାନା ଅଧିକାରୀଙ୍କ ମୁଣ୍ଡରେ ଅଠା ବୋଳିଲେ, ଟ୍ରାନ୍ସଫର କଲେ।

ଯାତ୍ରା ଅଭିନେତା ପିୟୁଷଙ୍କୁ କୋର୍ଟରୁ ମିଳିଲା ଆଶ୍ବସ୍ତି। ଖଣ୍ଡଗିରିରେ ଅଭିନୟ କରିବେ।

ଅଶ୍ଳୀଳ ଫଟୋ ଧମକ ଦେଇ ମହିଳାଙ୍କ ଠାରୁ ୨ଲକ୍ଷ ଲୁଟ। ବାଲେଶ୍ୱରରୁ ଯୁବକ ଗିରଫ।

ବାଲିପାଟଣା ଥାନା ବନମାଳୀପୁର ଫାଣ୍ଡି ଭାପୁର ନାଥସାହିରେ ମାମୁଁର ଭୁଜାଲି ଚୋଟରେ ଭଣଜାର ମୃତ୍ୟୁ।

ବୌଦ୍ଧ ତେଲିବନ୍ଧ ନିକଟରେ ସୋନପୁର ଯିବାବେଳେ କାର୍‌କୁ ପଛ ପଟୁ ଧକ୍କାଦେଲା ଅଜଣା ଗାଡ଼ି। ବିଲରେ ପଶିଗଲା କାର, ୨ ମୃତ।

ଅନୁଗୁଳ ଛେଣ୍ଡିପଦା ଅଞ୍ଚଳରେ କଲେଜ ଛାତ୍ରୀଙ୍କୁ ଅଟକେଇ ଅସଦାଚରଣ କରି ବନ୍ଧା ହେଲେ ଦୁଇ ରୋଡ୍ ରୋମିଓ।

ଅନୁଗୁଳରେ ବୋମା ଖାଇ ହାତୀର ମୃତ୍ୟୁ ପରେ ବନ ବିଭାଗ ଆରମ୍ଭ କଲା ମିଳିତ ଅପରେସନ।

ଯାଜପୁର ଧର୍ମଶାଳାରେ ସାଇବର୍ ଠକ ଘରେ କଟକ କ୍ରାଇମବ୍ରାଞ୍ଚ ଟିମ ଓ ପୁଲିସର ମିଳିତ ଚଢ଼ାଉ, ଅଭିଯୁକ୍ତ ଫେରାର। ୨୦ ଲକ୍ଷ ଜବତ।

‘ସେନା ଅଫିସର ବିଜେପି ପାଇଁ କାମ କରୁଛନ୍ତି’ ମମତାଙ୍କ ମନ୍ତବ୍ୟକୁ ନେଇ ଆପତ୍ତି ଉଠାଇଲା ଭାରତୀୟ ସେନା

ଜାତୀୟ ସଙ୍ଗୀତକୁ ଅସମ୍ମାନ ଯୋଗୁଁ ବିଧାନସଭାରୁ ବାହାରି ଗଲେ ତାମିଲନାଡୁ ରାଜ୍ୟପାଳ

ଫେବ୍ରୁଆରି ୧୦ରୁ ଉଡ଼ାଣ ବାତିଲ କରିବନି ଇଣ୍ଡିଗୋ, ଡିଜିିସିଏକୁ ଦେଲା ପ୍ରତିଶ୍ରୁତି।

ସୁନା ଦର ଦେଢ଼ ଲକ୍ଷ ମୁହାଁ। ଦିନକରେ ୧୨ ହଜାର ବଢ଼ିଲା ରୁପା ଦର

ସରକାରୀ କଟକଣା। ଟୋଲ ବାକିଥିଲେ ଗାଡ଼ି ମାଲିକାନା ହସ୍ତାନ୍ତର ହେବନି, ଫିଟ୍‌ନେସ୍‌ ନବୀକରଣ ଓ ପରମିଟ୍‌ ପାଇଁ ଏନ୍‌ଓସି ମିଳିବନି।

ସିରିଆର ଶାଦ୍ଦାଦି ଜେଲ୍‌ରୁ ପ୍ରାୟ ୧,୫୦୦ ଇସଲାମିକ୍ ଷ୍ଟେଟ୍ କଏଦୀ ପଳାୟନ କରିଛନ୍ତି।

ଗତବର୍ଷ ଏଇ ସମୟରେ
ସରକାରୀ ବାବୁଙ୍କ ଗାଡ଼ିର ଭଡ଼ା ବଢ଼ାଇଥିଲେ ରାଜ୍ୟ ସରକାର।

ବର୍ଷା ଜଳ ନିଷ୍କାସନ ଆଳରେ ‘ପରାମର୍ଶ ସେବା’ ପାଇଁ କଟକ ସିଏମ୍‌ସି ରେ ୪ କୋଟି ଚଳୁ ହୋଇଥିଲା।

ବଲାଙ୍ଗିରରେ ମିଲେଟ ଯୋଜନାରେ ଚାଷ ନ କରି, ଗାଇଖାଇବା ଘାସ ଚାଷ କରି ଲୁଟ କରିଥିଲେ ହିତାଧିକାରୀ

ମାଗଣାରେ ଟିଭି ଦେଖନ୍ତୁ। ପ୍ଲେ ଷ୍ଟୋରରୁ “mera channel” ଡାଉନଲୋଡ କରନ୍ତୁ।

ଆଜି ଜନ୍ମଦିନ: ପ୍ରତିଭା ରାୟ, ସୁଶାନ୍ତ ସିଂ ରାଜପୁତ

ଆଜି ତିରୋଧାନ: ରାସବିହାରୀ ବୋଷ

ଇତିହାସରେ ଆଜି: (୧୮୬୫) ପ୍ରଥମ ଥର ଟର୍ପେଡୋ ଦ୍ୱାରା ତୈଳକୂପ ଖନନ ହେଲା/ (୨୦୦୦) ଏସିଆର ପ୍ରଥମ କଟା ଯକୃତ ପ୍ରତିରୋପଣ ସିଙ୍ଗାପୁରରେ ହେଲା/ (୨୦୦୮) ଇସ୍ରାଏଲର ଗୁପ୍ତଚର ଉପଗ୍ରହ ଭାରତ ଦ୍ୱାରା ଉତକ୍ଷେପଣ ହେଲା

ବନ୍ଦେ ଉତ୍କଳ ଜନନୀ 🪻🌻🪻

OdiaXPress

Leave a Reply

Your email address will not be published. Required fields are marked *

error: Content is protected !!