ଖବର ଆଜିର, ୧୯ ଜାନୁଆରୀ, ସୋମବାର

ଆଜିଠାରୁ ଶୀତ କମିବ। ତାପମାତ୍ରା ୩ରୁ ୫ ଡିଗ୍ରୀ ଯାଏ ବୃଦ୍ଧି ପାଇବ।

ଅଙ୍ଗନବାଡ଼ିରେ ଖୋଲିଲା ‘କ୍ରେଚ୍’। ଖୋଲିବ ଆଧୁନିକ ରୋଷେଇ ଗୃହ।

ଆସନ୍ତା ୨୨ତାରିଖରେ ମହିଳାଙ୍କୁ ସୁଭଦ୍ରା ଟଙ୍କା ବାଣ୍ଟିବେ ସରକାର। ଆହୁରି ୧ ଲକ୍ଷ ୭୮ ହଜାର ୩୯୮ ଜଣ ମହିଳା ସାମିଲ ହେଲେ।

ଚିଲିକାରେ ପକ୍ଷୀ ସଂଖ୍ୟା ବଢ଼ିଛି। ଏଥର ୪ ହଜାରରୁ ଅଧିକ ବିଦେଶୀ ପକ୍ଷୀ ଆସିଛନ୍ତି।

ଛତିଶଗଡ଼ର ଦାଦାଗିରି ପାଇଁ ମହାନଦୀ ଉପରେ ଓଡ଼ିଶାର ୫ ଟି ବଡ଼ ପ୍ରକଳ୍ପ ବାତିଲ ହେଲା।

ମୁଖ୍ୟମନ୍ତ୍ରୀ ବସ୍ ସେବା’ ର ଦ୍ୱିତୀୟ ପର୍ଯ୍ୟାୟ ବିରୋଧରେ ଆଜିଠୁ ପାରାଦୀପରେ ଘରୋଇ ବସ୍ ଗଡ଼ିବନି।

ଜାଲିଆତି ବିବାଦରେ ଚୌଦ୍ବାର ଜେଲ୍‌ ଜେଲ୍ ଅଧୀକ୍ଷକ ଓ ପୂର୍ବତନ ଜେଲର୍‌ ମୁହାଁମୁହିଁ।

ଅଶାନ୍ତ ରାଜଧାନୀରେ ଏସି କମ୍ପ୍ରେସର ଚୋରି ଗ୍ୟାଙ୍ଗ ଧରାପଡିଲେ।

ଖୋର୍ଦ୍ଧା ବାଳକାଟି ବଜାରରେ ମଦ୍ୟପ ଗାଡିଚାଳକ ଦ୍ରୁତଗତିରେ ବଜାର ଭିତରେ କାର୍ ପୁରେଇଲେ। ଦୋକାନ ଓ ୭ ବାଇକ ଭାଙ୍ଗିଲା।

କଟକ ତ୍ରିଶୂଳିଆରେ ଜମିଜମା ବିବାଦକୁ କେନ୍ଦ୍ରକରି କୁସିନ୍ଦା ଗ୍ରାମରେ ଗୁଳି ଫୁଟିଲା। ୮ ଜଣ ଡି ବ୍ରଦର୍ସ ସଦସ୍ୟ ଗିରଫ।

କଟକ, ଖଲର୍ଦ୍ଦା ହାତୀଗଡ଼ରେ ବାଣ ତିଆରି ବେଳେ ବିସ୍ଫୋରଣ, ଜଣଙ୍କର ମୃତ୍ୟୁ, ଉଡ଼ିଗଲା ଛାତ।

ଝାରସୁଗୁଡ଼ା ଜିଲ୍ଲା ବେଲପାହାଡ଼ରେ ତଳେ ପଡ଼ିଯାଇଥିବା ମୋବାଇଲ୍ ଉଠାଉଥିବା ବେଳେ ଚଢ଼ିଗଲା ବସ୍, ଚାଲିଗଲା ଯାତ୍ରୀଙ୍କ ଜୀବନ।

ବରଗଡ଼ ସହର ହାଟପଦାପଡ଼ା ନିକଟରେ ଘର ଭିତରୁ ମିଳିଲା ଅର୍ଦ୍ଧଦଗ୍ଧ ମୃତଦେହ। ମହିଳାଙ୍କୁ କିଏ ପୋଡ଼ିଲା ନା ଆତ୍ମହତ୍ୟା କଲେ, ସ୍ପଷ୍ଟ ହୋଇନି।

ବାଇକରେ ବାଲେଶ୍ଵର ଜଳେଶ୍ଵର ଷ୍ଟେସନକୁ ଯାଉଥିବା ବେଳେ ଅଜଣା ଗାଡ଼ି ଧକ୍କାରେ ଚାଲିଗଲା ଦୁଇ ଯୁବକଙ୍କ ଜୀବନ।

କୋଲକାତାରୁ ସମ୍ବଲପୁର ଗଞ୍ଜେଇ ଚାଲାଣ ବେଳେ ମାଡ଼ି ବସିଲା ଜମନକିରା ପୁଲିସ।

ଭୁବନେଶ୍ୱର ଧଉଳି ପାଖରେ ମା’ ଘରକୁ ଯିବା ପାଲଟିଲା କାଳ।
ବନ୍ଦ ଘରୁ ଲୁଟିନେଲେ ସୁନା ଓ ଟଙ୍କା। ଲୁଟେରା ଗିରଫ।

୫ ଜିଲ୍ଲାରେ ଅପରେସନ୍‌ ‘ଗୋରକ୍ଷା’। ୪୬ ସ୍ଥାନରେ ଏକକାଳୀନ ଚଢ଼ଉ, ନଗଦ ୧.୪୨ କୋଟି ଟଙ୍କା, କେଜିଏ ସୁନା, ୩ କିଲୋ ରୁପା ଜବତ।

ଝାଡ଼ଖଣ୍ଡରେ ବଡ଼ ଷଡ୍‌ଯନ୍ତ୍ରର ଆଶଙ୍କା: କୋଡ଼ରମା ଗୋଦାମରୁ ୨୧ ପେଟି ବିସ୍ଫୋରକ ଚୋରି, ମାଓବାଦୀଙ୍କ ହାତ ସନ୍ଦେହ

ପଞ୍ଜାବ ସନ୍ଥ ଭାଗ୍‌ସିଂହ ବିଶ୍ବବିଦ୍ୟାଳୟ ବାହାରେ ଯୁବକଙ୍କୁ ଗୁଳିକରି ହତ୍ୟା। ପୁଲିସ ଏନ୍‌କାଉଣ୍ଟରରେ ୨ ଆହତ

ମଣିପୁର ହିଂସା ପୀଡିତ ୩ ବର୍ଷର ଯନ୍ତ୍ରଣା ସହି ସହି ଶେଷରେ ଆଖି ବୁଜିଦେଲେ କୁକି ଗଣଦୁଷ୍କର୍ମ ପୀଡ଼ିତା।

ଇତିହାସରେ ପ୍ରଥମ ଥର ପାଇଁ ନ୍ୟୁଜିଲାଣ୍ଡ ଘରୋଇ ମାଟିରେ ଭାରତକୁ ପରାସ୍ତ କଲା।

ହକି ଇଣ୍ଡିଆ ଲିଗରେ ନକ୍‌ଆଉଟ୍‌ ପର୍ଯ୍ୟାୟରେ ତାମିଲନାଡୁ ଡ୍ରାଗନ୍ସକୁ ହରାଇଲା କଳିଙ୍ଗ ଲାନସର୍ସ।

ଜାତୀୟ ଉପକନିଷ୍ଠ ରଗ୍‌ବି ସେଭେନ୍ସରେ ବିହାର ବିଜେତା, ଓଡ଼ିଶାକୁ ବ୍ରୋଞ୍ଜ।

ଇରାନରେ ଗଣହତ୍ୟା ପରେ ବିଦ୍ରୋହ ଅଟକିଲା।

ପାକିସ୍ତାନରେ ହିନ୍ଦୁ ଝିଅଙ୍କୁ ବଳପୂର୍ବକ ଧର୍ମ ପରିବର୍ତ୍ତନ ଅଭିଯୋଗ। ବିରୋଧ କରୁଥିବା ନେତାଙ୍କୁ ହତ୍ୟା ଧମକ

ଗତବର୍ଷ ଏଇ ସମୟରେ
ଓଡ଼ିଶା ପୋଲିସ ପକ୍ଷରୁ ୯୩୩ ସବ ଇନିସପେକ୍ଟର ପଦବୀ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଥିଲା

ରାଜ୍ୟର ୬୭୯ ଥାନାକୁ ନୂଆ ସ୍କର୍ପିଓ ଗାଡି ମିଳିବ ବୋଲି ନିଷ୍ପତ୍ତି ହୋଇଥିଲା

ମାଗଣାରେ ଟିଭି ଦେଖନ୍ତୁ। ପ୍ଲେ ଷ୍ଟୋରରୁ “mera channel” ଡାଉନଲୋଡ କରନ୍ତୁ।

ଆଜି ଜନ୍ମଦିନ: ମଧୁସୂଦନ ରାଓ, ପାର୍ବତୀ ଗିରି

ଆଜି ତିରୋଧାନ: ମହାରାଣା ପ୍ରତାପ, ଓଶୋ ରାଜନୀଶ

ଇତିହାସରେ ଆଜି: (୧୯୪୨) ଦ୍ୱିତୀୟ ବିଶ୍ୱ ଯୁଦ୍ଧରେ ବର୍ମା ଅକ୍ତିଆର କଲା ଜାପାନ/ (୧୯୬୬) ଇନ୍ଦିରା ଗାନ୍ଧୀ ଦେଶର ତୃତୀୟ ପ୍ରଧାନମନ୍ତ୍ରୀ ହେଲେ/ (୧୯୭୭) ମିଆମି ସହରରେ ପ୍ରଥମ ବରଫପାତ ହେଲା

ବନ୍ଦେ ଉତ୍କଳ ଜନନୀ 🪻🌻🪻

OdiaXPress

Leave a Reply

Your email address will not be published. Required fields are marked *

error: Content is protected !!