ରାଜ୍ୟରେ ପଶ୍ଚିମଝଡ଼ ପ୍ରଭାବରେ କାଲିଠାରୁ ରାତି ତାପମାତ୍ରା ବଢ଼ିବ ଏବଂ ଶୀତର ପ୍ରକୋପ କମିବ।
ପୁଣି ନୂଆ ସ୍ୱପ୍ନ। ୨୭ ଟି କଂପାନୀ ସହ ବୁଝାମଣା। କଲିକତାରୁ ଲକ୍ଷେ କୋଟି ଆସିବ, ନବେ ହଜାର ଚାକିରୀ ମିଳିବ।
ଆଜି ଚିଲିକାରେ ପକ୍ଷୀ ଗଣନା, ସକାଳ ୬ ଟାରୁ ଆରମ୍ଭ ହେବ।
ଆଜି ସମ୍ବଲପୁର ହୀରାକୁଦରେ ବନ୍ୟପ୍ରାଣୀ ଡିଭିଜନ ଦ୍ୱାରା ବିଦେଶୀ ପକ୍ଷୀ ଗଣନା।
ଭୁବନେଶ୍ୱର ଖଣ୍ଡଗିରି କୁମ୍ଭ ମେଳା ପାଇଁ ପ୍ରସ୍ତୁତି, ସୁରକ୍ଷା ପାଇଁ ଲଗାଇବେ ୧୦୦ ସିସିଟିଭି।
କାର୍ଯ୍ୟଦକ୍ଷତା ନଥିବା ଅଧ୍ୟାପକଙ୍କୁ ଚାକିରୀରୁ ବାହାର କରାଯିବ ବୋଲି କହିଲେ ଉଚ୍ଚ ଶିକ୍ଷା ମନ୍ତ୍ରୀ ସୁରଜ।
ପୁରୀରେ ଭକ୍ତ ନିବାସ ପାର୍କିଂ ଭଡ଼ା କମିଲା। ପ୍ରବଳ ବିରୋଧ ପରେ ପଛଘୁଞ୍ଚା ଦେଲେ ପ୍ରଶାସନ।
ଆସନ୍ତା ୨୪ରୁ କଟକକୁ ଆସିବ ନାହିଁ କୌଣସି ଘରୋଇ ବସ। ମୁଖ୍ୟମନ୍ତ୍ରୀ ବସ ସେବାକୁ ବିରୋଧ କରି ଘରୋଇ ବସ ସଂଘର ଆନ୍ଦୋଳନ।
କଟକ ସିଡିଏରେ ୧୦୦ କୋଟିର ଜମି କେଳେଙ୍କାରୀ। ଟେଣ୍ଡର ପ୍ରକ୍ରିୟାକୁ ବେଖାତିର, ନିର୍ଦ୍ଧିଷ୍ଟ ସଂସ୍ଥାକୁ ଅନୁକମ୍ପା।
ପୁରୀ ଶ୍ରୀମନ୍ଦିର ସେବାୟତଙ୍କ ଉପରେ କଟକଣା। ଖୋଲାଖୋଲି ମୋବାଇଲ୍ ବ୍ୟବହାର କରିପାରିବେନି।
ବଲାଙ୍ଗୀର ଜିଲ୍ଲା ତୁଷୁରା ଦେଉଳଗୁଡ଼ି ଗାଁରେ ସାନକୁ ମାରିବାକୁ ବଡ଼ଭାଇ ୫ ଲକ୍ଷ ସୁପାରୀ ଦେଲା, ଅନ୍ତରଙ୍ଗ ବନ୍ଧୁ ହତ୍ୟା କଲା।
ରାୟଗଡାରେ ଗଣେଶ, ସରସ୍ୱତୀ ମୂର୍ତ୍ତି ଭଙ୍ଗା ଘଟଣାରେ ମଦ୍ୟପ ଶିକ୍ଷକଙ୍କୁ ଥାନାରେ ଅଟକ ରଖିଲା ପୁଲିସ
ସମ୍ବଲପୁର ବୁର୍ଲା କିର୍ବା ପ୍ରାଥମିକ ବିଦ୍ୟାଳୟରେ ସଫେଇ କାମକୁ ନେଇ ଦୁଇ ଶିକ୍ଷୟିତ୍ରୀ ପିଟାପିଟି, ଜଣଙ୍କର ମୁହଁ ଫାଟିଲା।
ଚୌଦ୍ୱାର ଜେଲରୁ ବିହାରୀ କଏଦୀ ଫେରାର ଘଟଣାରେ ସୁପରିଣ୍ଟେଣ୍ଡେଣ୍ଟଙ୍କ ନାଁରେ ଦସ୍ତଖତ ଜାଲିଆତି ଅଭିଯୋଗ।
ସୁନ୍ଦରଗଡ଼ରେ ହିନ୍ଦୁ ଓ ବିରୋଧୀ ଗୋଷ୍ଠୀ ସଂଘର୍ଷ ଘଟଣାରେ ୬ ଅଭିଯୁକ୍ତ ଗିରଫ ହେଲେ
କ୍ୟାପିଟାଲ୍ ହସ୍ପିଟାଲ୍ରେ ରୋଗୀଙ୍କ ସମ୍ପର୍କୀୟଙ୍କ ଉନ୍ମତ୍ତକାଣ୍ଡ। ଡାକ୍ତରଙ୍କ ହାତ ଭାଙ୍ଗିଦେଲେ, ଡ୍ରେସର୍ଙ୍କ ମୁହଁକୁ ଫଟେଇଦେଲେ
ଚିଲିକାରେ ପୁଣି ଫସିଗଲା ଯାତ୍ରୀବାହୀ ଭସାପୋଲ। ତାସହ ଫସିଲେ ଯାତ୍ରୀ ଓ ଯାନବାହନ।
ଛତିଶଗଡ଼ରେ ନିଶା ମହାରଣାଙ୍କ ଅଶ୍ଳୀଳ ନାଚ ଦେଖି ନିଲମ୍ବିତ ହେଲେ ମେନପୁରର ଉପଜିଲ୍ଲାପାଳ।
ଦେଶରେ ପ୍ରଥମ ବନ୍ଦେ ଭାରତ ସ୍ଲିପର ଟ୍ରେନ ଗଡ଼ିଲା।
ଗାୟକ ଜୁବିନ୍ ଗର୍ଗଙ୍କୁ ମୃତ୍ୟୁ ପୂର୍ବରୁ ପ୍ରଚୁର ମଦ୍ୟପାନ ପାଇଁ ବାଧ୍ୟ କରାଯାଇଥିଲା ବୋଲି ଆସାମ ପୁଲିସ କହିଲେ।
ଇଣ୍ଡିଗୋ ବିମାନ ଚଳାଚଳ ବ୍ୟାଘାତ ଘଟଣାରେ କମ୍ପାନୀକୁ ୨୨.୨୦ କୋଟି ଜୋରିମାନା।
ବାଂଲାଦେଶରେ ହିନ୍ଦୁ ଯୁବକଙ୍କୁ ତେଲ ଟାଙ୍କିରେ ଗାଡ଼ି ମଡ଼ାଇ ହତ୍ୟା।
ଭାରତକୁ ସତର୍କ ସୂଚୀରେ ରଖି ନାଗରିକଙ୍କ ପାଇଁ ନୂଆ ଯାତ୍ରା ଆଡଭାଇଜରି ଜାରି କଲା କାନାଡା
ଆମେରିକାର ଧମକ ଯୋଗୁଁ, ଇରାନର ଚାବାହାର ବନ୍ଦରରେ କାମ ବନ୍ଦ କଲା ଭାରତ।
ଗତବର୍ଷ ଏଇ ସମୟରେ
ଆଠଟି ପ୍ରକଳ୍ପରେ ସିଙ୍ଗାପୁର ସହ ରାଜ୍ୟ ସରକାରଙ୍କ ଏମଓୟୁ ସ୍ଵାକ୍ଷର ହୋଇଥିଲା।
ଦିଲ୍ଲୀ ନିର୍ବାଚନରେ ବିଜେପିର ଘୋଷଣା, ଜିତିଲେ ସବୁ ମହିଳାଙ୍କୁ ମାସକୁ ୨୫୦୦ ଟଙ୍କା, ହୋଲି ଓ ଦିବାଲୀରେ ମାଗଣା ଗ୍ୟାସ ସିଲିଣ୍ଡର
ମାଗଣାରେ ଟିଭି ଦେଖନ୍ତୁ। ପ୍ଲେ ଷ୍ଟୋରରୁ “mera channel” ଡାଉନଲୋଡ କରନ୍ତୁ।
ଆଜି ଜନ୍ମଦିନ: ବିନୋଦ କାମ୍ବଲୀ, ଅପର୍ଣ୍ଣା ପୋପଟ, ବୀରପ୍ପନ, ମୋନିକା ବେଦୀ
ଆଜି ତିରୋଧାନ: କେଏଲ ସାଇଗଲ, ହରିବଂଶ ରାୟବଚନ
ଇତିହାସରେ ଆଜି: (୧୮୯୬) ପ୍ରଥମ ଏକ୍ସରେ ମେସିନ ପ୍ରଦର୍ଶିତ/ (୧୯୧୯) ବେଣ୍ଟଲି ମୋଟର୍ସ ସ୍ଥାପନ/ (୧୯୫୧) ନେଦରଲ୍ୟାଣ୍ଡ ରେ ପ୍ରଥମ ମିଛଧରା ଯନ୍ତ୍ର ବ୍ୟବହାର/ (୧୯୫୯) ମୋହନଦାସ ଗାନ୍ଧୀଙ୍କ ସହଯୋଗୀ ମୀରା ବେନ ଭାରତ ଛାଡିଲେ/ (୧୯୯୫) ୟାହୁ ଡଟ କମ ଆରମ୍ଭ ହେଲା/ (୨୦୦୬) ଆମେରିକା ସୁପ୍ରିମକୋର୍ଟ ରେ ଇଛାମୃତ୍ୟୁ ଆଇନ ସଂଶୋଧନ
ବନ୍ଦେ ଉତ୍କଳ ଜନନୀ 🪻🌻🪻
