ରାୟଗଡ଼ା ସ୍ଵୟଂ ଶାସିତ ମହାବିଦ୍ୟାଳୟ ର ବାର୍ଷିକ କ୍ରୀଡ଼ା ଉତ୍ସବ ଉଦଯାପିତ

ବ୍ୟୁରୋ ରିପୋର୍ଟ

ରାୟଗଡା, ତା -୨୪.୧୨
ରାୟଗଡ଼ା ମହାବିଦ୍ୟାଳୟ ର ତିନି ଦିନ ବ୍ୟାପୀ ଚାଲିଥିବା ବାର୍ଷିକ କ୍ରୀଡ଼ା ଉତ୍ସବ ଆଜି ସନ୍ଧ୍ୟା ରେ ଉଦଯାପିତ ହୋଇଯାଇଛି I ଏଇ ଅବସର ରେ ଛାତ୍ର ଛାତ୍ରୀ ଙ୍କ ମଧ୍ୟରେ ବିଭିନ୍ନ କ୍ରୀଡ଼ା ଯଥା, ଦୌଡ଼, ଲମ୍ବ ଡିଆଁ, ଉଚ୍ଚ ଡିଆଁ, ଡିସ୍କାସ, ଜେଭଲିନ, ସଟ ପୁଟ, କବାଡି, ଖୋଖୋ, ରିଲେ ରେସ, ଭଲି ବଲ୍ ଇତ୍ୟାଦି ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା I ମା ମାଝୀଘରିଆଣି ମନ୍ଦିର ରୁ ମଶାଲ ଶୋଭାଯାତ୍ରା ଆସିବା ପରେ ଏହି କାର୍ଯ୍ୟକ୍ରମ ର ଶୁଭାରମ୍ଭ କରାଯାଇଥିଲା I ଅଧ୍ୟକ୍ଷା ଡ. ସରସ୍ଵତୀ ରାୟ ଛାତ୍ର ଛାତ୍ରୀ ମାନଙ୍କୁ ସକରାତ୍ମକ ମୋନିବୃତି ସହ ଖେଳିବା ପାଇଁ ପ୍ରୋତ୍ସାହିତ କରିଥିଲେ I ଉଦଯାପନୀ ଉତ୍ସବ ରେ ମୁଖ୍ୟ ଅତିଥି ଭାବରେ ଅତିରିକ୍ତ ଜିଲ୍ଲାପାଳ ତଥା ମହାବିଦ୍ୟାଳୟ ପରିଚାଳନା କମିଟି ର ସଭାପତି ନବୀନ ଚନ୍ଦ୍ର ନାଏକ ଯୋଗ ଦେଇଥିଲେ I ବିଭିନ୍ନ ବିଶ୍ଵବିଖ୍ୟାତ କ୍ରୀଡାବିତ୍ ଙ୍କ ଉଦାହରଣ ଦେଇ କ୍ରୀଡ଼ା କୁ ଜୀବନ ସହ ଅଙ୍ଗାଙ୍ଗୀ ଭାବେ ଯୋଡ଼ିବାକୁ ସମସ୍ତଙ୍କୁ ଉପଦେଶ ଦେଇଥିଲେ I ଏହାପରେ ବିଜୟୀ ପ୍ରତିଯୋଗୀ ମାନଙ୍କୁ ସେ, ଅଧ୍ୟକ୍ଷା ଓ ଅନ୍ୟ ଅଧ୍ୟାପକ ଅଧ୍ୟାପିକା ମାନେ ପୁରସ୍କୃତ କରିଥିଲେ I ଯେଉଁମାନେ ଚମ୍ପିୟାନ ଭାବେ ପୁରସ୍କୃତ ହୋଇଥିଲେ ସେମାନେ ହେଲେ, ରେବତୀ ମାଝୀ, ବି. ରାମ ଚରଣ, ଦୀପିକା ବିଡ଼ିକା, କିଶାନ କୁମାର ପ୍ରଧାନୀ Iପ୍ରଥମ ପର୍ଯ୍ୟୟରେ ମଞ୍ଚ ପରିଚାଳନା କରିଥିଲେ ସ୍ନାତକତ୍ତୋର ପରିଷଦ ସଭାପତି ପି. ଅରୁଣ କୁମାର ଏବଂ ଦ୍ଵିତୀୟ ପର୍ଯ୍ୟାୟ ରେ ମଞ୍ଚ ପରିଚାଳନା କରିଥିଲେ ଲେଫ୍ଟେନାଣ୍ଟ ଉଦୟ ନାଏକ I ସମଗ୍ର କ୍ରୀଡ଼ା କାର୍ଯ୍ୟକ୍ରମ ର ଦାୟିତ୍ୱ ନେଇଥିଲେ କ୍ରୀଡ଼ା ପରିଷଦ ର ସଭାପତି ଟିକେଶ୍ୱର ମାଝୀ ଏବଂ ଉପସଭାପତି ଅଶୋକ ସାହୁ, ନୀତି ମିନିଆକା, ଶ୍ରୁତି ଦିପାଳୀ ସାମଲ, ମନ୍ମଥ ଟୋଇକା, ସ୍ନେହଞ୍ଜଳି ପାଣ୍ଡେ, ଏବିଭି ଗୁପ୍ତା, ପିଣ୍ଟୁ କାଡ୍ରାକା I କାର୍ଯ୍ୟକ୍ରମ ର ସଫଳତାରେ ସହାୟତା କରିଥିଲେ ପି ଜ୍ୟୋତି, ସୁବ୍ରତ ପ୍ରଧାନ, ଭବେଶ ମହାନ୍ତି, ରମେଶ ହୁଇକା, ଅଜୟ ରାଇତା I ବିଶେଷ ଭାବେ ସହାୟତା କରିଥିଲେ କ୍ରୀଡ଼ା ଶିକ୍ଷକ ଆଶିଷ ପୂଜାରୀ ଏବଂ ନାଗମଣି କୁମ୍ଭାର I ଶେଷ ରେ କାର୍ଯ୍ୟକ୍ରମ ର ସଫଳତା ପାଇଁ କଲେଜ ଅଧ୍ୟକ୍ଷା ଡ. ସରସ୍ଵତୀ ରାୟ ସମସ୍ତଙ୍କୁ କୃତଜ୍ଞତା ଜଣାଇ ଥିଲେ I

Leave a Reply

Your email address will not be published. Required fields are marked *

error: Content is protected !!