╔━━━━🔅━━━━━━━━🔅━━╗*║ *🌼ବର୍ତ୍ତମାନର ୧୦ଟି ମୁଖ୍ଯ ଖବର ତାରିଖ- ୨୪/୧୨/୨୦୨୫,ବୁଧବାର🌼* ║╚━━━━🔅━━━━━━━━ 🔅━━╝

ବ୍ୟୁରୋ ରିପୋର୍ଟ

୧- 👉 ଭଦ୍ରକ ଚାନ୍ଦବାଲିରେ ନାବାଳିକାକୁ ଦୁଷ୍କର୍ମ ଘଟଣା। ମୁଖ୍ୟ ଅଭିଯୁକ୍ତକୁ ଜଗତସିଂହପୁରରୁ ଉଠାଇ ଆଣିଛି ପୋଲିସ। ଏହି ମାମଲାରେ ୪ ଜଣଙ୍କୁ ଅଟକ ରଖି ପୋଲିସ ପଚରାଉଚରା କରୁଛି। ଘଟଣାସ୍ଥଳରେ ସନ୍ଧାନୀ କୁକୁର ଓ ସାଇଣ୍ଟିଫିକ୍ ଟିମ୍‌ର ଛାନଭିନ୍ ଜାରି ରଖିଛି। ନ୍ୟାୟ ଦାବିରେ ହାଟପଟି,ମଧୁବାବୁ ଛକ ଓ ବସ୍‌ଷ୍ଟାଣ୍ଡ ଟାୟାର୍ ଜାଳି ରାସ୍ତା ଅବରୋଧ କରିଛନ୍ତି ଉତ୍ୟକ୍ତ ଲୋକ।

୨- 👉 ଓଡ଼ିଶା ହାଇକୋର୍ଟ ଡିସେମ୍ବର ୨୫ ତାରିଖରୁ ଶୀତକାଳୀନ ଛୁଟି ଘୋଷଣା କରିଛନ୍ତି। ଯାହା ଆଜି ନିୟମିତ କୋର୍ଟ ଅଧିବେଶନର ଶେଷ କାର୍ଯ୍ୟ ଦିବସ ଭାବରେ ପାଳନ କରାଯାଉଛି। କୋର୍ଟ ୫ ଜାନୁଆରୀ ୨୦୨୬ ସୋମବାର ଦିନ ପୁର୍ନବାର ପୂର୍ଣ୍ଣ କାର୍ଯ୍ୟ ଆରମ୍ଭ କରିବ।

୩- 👉 ଗାଡ଼ି ଚାଳକଙ୍କ ପାଇଁ ଖୁସି ଖବର। ଗାଡି଼ର ବୈଧ କାଗଜପତ୍ର କରାଇବା ଅବଧିକୁ ବୃଦ୍ଧି କରିଛନ୍ତି। ଏନେଇ ପରିବହନ ମନ୍ତ୍ରୀ ବିଭୂତି ଜେନା ସୂଚନା ଦେଇଛନ୍ତି। ପୂର୍ବରୁ ଜାନୁଆରୀ ୧ ପରିବର୍ତ୍ତେ ଫେବୃଆରୀ ୧ ପୂର୍ବରୁ ପ୍ରଦୂଷଣ ନିୟନ୍ତ୍ରଣ ପ୍ରମାଣପତ୍ର ପାଇଁ ପେଟ୍ରୋଲ୍ ମନା କରିପାରିବେନି। ଅର୍ଥାତ୍ ଜାନୁଆରୀ ପରିବର୍ତ୍ତେ ଫେବୃଆରୀ ପହିଲାରୁ ଏହି ନିୟମ କଡାକଡି଼ ହେବ। ଏନେଇ ପରିବହନ ପ୍ରାଧିକରଣ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି।

୪- 👉 କେନ୍ଦ୍ର ସରକାର ଦିଲ୍ଲୀ ମେଟ୍ରୋର ସମ୍ପ୍ରସାରଣକୁ ନେଇ ବଡ଼ ଘୋଷଣା କରିଛନ୍ତି। କେନ୍ଦ୍ର କ୍ୟାବିନେଟ ୧୨,୦୧୫ କୋଟି ଟଙ୍କା ବ୍ୟୟରେ ଦିଲ୍ଲୀ ମେଟ୍ରୋ ସମ୍ପ୍ରସାରଣ ପ୍ରକଳ୍ପକୁ ଅନୁମୋଦନ କରିଛନ୍ତି। କେନ୍ଦ୍ରମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ବୁଧବାର ଦିନ ଏହି ସୂଚନା ଦେଇଛନ୍ତି।

୫- 👉 ଭିଜିଲାନ୍ସ ଜାଲରେ ସରକାରୀ ଅଧିକାରୀ। ସମ୍ବଲପୁର ବନ୍ଦୋବସ୍ତ କାର୍ଯ୍ୟାଳୟର ବରିଷ୍ଠ ରାଜସ୍ବ ସହାୟକ ବାସୁଦେବ ଭୋଇ ଭିଜିଲାନ୍ସ ବିଭାଗ ଦ୍ୱାରା ଧରାପଡିଛନ୍ତି। ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ବିଭାଗ ପକ୍ଷରୁ ତାଙ୍କର ସମ୍ବଲପୁରର ଚାରଭାଟିରେ ଥିବା ଘର, ସମ୍ବଲପୁର ଅଫିସ, ବରଗଡ଼ରେ ନିଜର ଏକ ଦୁଇ ମହଲା ଘର ଓ ପୈତୃକ ଘର ଆଦି ୪ ଟି ସ୍ଥାନରେ ଏକସଙ୍ଗେ ଚଢ଼ାଉ ଜାରି ରହିଛି। ଏ ଚଢ଼ାଉ କାର୍ଯ୍ୟକ୍ରମ ରେ ଭିଜିଲାନ୍ସର ୨ ଜଣ ଡିଏସ୍‌ପିଙ୍କ ନେତୃତ୍ୱରେ ୮ଜଣ ଇନସ୍ପେକ୍ଟର ଓ ଅନ୍ୟ ଅଧିକାରୀ ଚଢ଼ାଉ ଜାରି ରଖିଛନ୍ତି।

୬- 👉 ରତ୍ନଭଣ୍ଡାରକୁ ନେଇ ଆସନ୍ତା ୨୭ ତାରିଖରେ ବସିବ ବୈଠକ। ଏନେଇ ଜଷ୍ଟିସ ବିଶ୍ଵନାଥ ରଥ ସୂଚନା ସୂଚନା ଦେଇଛନ୍ତି। ରତ୍ନଭଣ୍ଡାର ମରାମତି ପରେ ସମ୍ପୂର୍ଣ୍ଣ ଅଳଙ୍କାର ପୂର୍ଣ୍ଣ ସ୍ଥାପିତ ହୋଇଥିବା ବେଳେ ଜାନୁଆରୀ ମଧ୍ୟରେ ଗଣତି ମଣତି କାର୍ଯ୍ୟକ୍ରମ ସାରିବାକୁ ଚେଷ୍ଟା ଚାଲିଛି । ଏନେଇ ରାଜ୍ୟରେ ଥିବା ଜଗନ୍ନାଥ ପ୍ରେମୀଙ୍କ ସହଯୋଗ କାମନା କରିଛନ୍ତି ଜଷ୍ଟିସ ବିଶ୍ଵନାଥ ରଥ।

୭- 👉 ଆସନ୍ତା ବର୍ଷ ଜାନୁଆରୀ ୧୫ ତାରିଖରେ ବୃହନ୍ମୁମ୍ବାଇ ନଗର ନିଗମ (BMC) ନିର୍ବାଚନ ହେବାକୁ ଯାଉଛି। ଏହି ନିର୍ବାଚନ ପୂର୍ବରୁ ଶିବସେନା (ଉଦ୍ଧବ ବାଲାସାହେବ ଠାକରେ) (UBT) ଏବଂ ମହାରାଷ୍ଟ୍ର ନବନିର୍ମାଣ ସେନା (MNS) ଆନୁଷ୍ଠାନିକ ଭାବରେ ଏକ ମେଣ୍ଟ ଗଠନ କରିଛନ୍ତି।

୮- 👉 ଭାରତୀୟ ମହାକାଶ ଗବେଷଣା ସଂଗଠନ (ISRO) ଆଜି ଆଉ ଏକ ରେକର୍ଡ ସୃଷ୍ଟି କରିଛି। ଆନ୍ଧ୍ରପ୍ରଦେଶର ଶ୍ରୀହରିକୋଟାରୁ ଲଞ୍ଚ ହେଲା ବ୍ଲୁ ବର୍ଡ ବ୍ଲାକ-୨ । ଏହା ମୋବାଇଲ ଯୋଗାଯୋଗ କ୍ଷେତ୍ରରେ ନୂଆ ମାଇଲଖୁଣ୍ଟ। ଏକ ବାଣିଜ୍ୟିକ ମିଶନର ଅଂଶ ଭାବରେ ISRO ଏହି ପରବର୍ତ୍ତୀ ପିଢ଼ିର ଆମେରିକୀୟ ରକେଟ୍ କୁ ଲୋୟର ଆର୍ଥ କକ୍ଷପଥରେ ସ୍ଥାପନ କରିଛି।

୯- 👉 ଭାଙ୍ଗି ଯାଇଛି ପାକିସ୍ତାନର ଆର୍ଥିକ ମେରୁଦଣ୍ତ। ଏବେ ଦେବାଳିଆ ପରିସ୍ଥିତି ଦେଇ ଗତି କରୁଛି ପାକ୍ । ଦେବାଳିଆ ପାକିସ୍ତାନ ଏବେ ଏହାର ସରକାରୀ ବିମାନ କମ୍ପାନୀକୁ ବିକ୍ରି କରିଦେଇଛି। ମଙ୍ଗଳବାର ଦିନ ଶାହବାଜ ସରକାର ଏହାର କ୍ଷତିରେ ଚାଲୁଥିବା ଜାତୀୟ ବିମାନ କମ୍ପାନୀ,ପାକିସ୍ତାନ ଇଣ୍ଟରନ୍ୟାସନାଲ ଏୟାରଲାଇନ୍ସ (PIA)ର ଘରୋଇକରଣ ପ୍ରକ୍ରିୟା ସମାପ୍ତ କରିଛି। ଆରିଫ୍ ହବିବ୍ ଗ୍ରୁପର ନେତୃତ୍ୱାଧୀନ ଏକ ସଂଗଠନ ଏହାକୁ ୧୩୫ ବିଲିୟନର ସର୍ବାଧିକ ନିଲାମ ଦେଇ କିଣିଛି। ସ୍ୱଚ୍ଛତା ସୁନିଶ୍ଚିତ କରିବା ପାଇଁ ସମଗ୍ର ନିଲାମ ପ୍ରକ୍ରିୟା ସ୍ଥାନୀୟ ଟିଭି ଚ୍ୟାନେଲରେ ସିଧା ପ୍ରସାରିତ ହୋଇଥିଲା।

୧୦- 👉 ବିଜୟ ହଜାରେ ଟ୍ରଫିରେ ଓଡ଼ିଶା ଓପନର ସ୍ୱସ୍ତିକ ସାମଲ ଏକ ସ୍ମରଣୀୟ ଇନିଂସ ଖେଳିଛନ୍ତି । ଆଜି ଗ୍ରୁପ୍ ଡି ମ୍ୟାଚ୍‌ରେ ସୌରାଷ୍ଟ୍ର ବିପକ୍ଷରେ ଦ୍ୱିଶତକ ହାସଲ କରିଛନ୍ତି। ୨୧ଟି ଚୌକା, ୮ଟି ଛକା ଜରିଆରେ ୧୬୯ ବଲ୍‌ରୁ ୨୧୨ ରନ୍‌ କରିଥିଲେ।

Leave a Reply

Your email address will not be published. Required fields are marked *

error: Content is protected !!