ଅବ୍ୟବସ୍ଥା ଘେରରେ ମଝିଘରିଆଣି ମନ୍ଦିର।

ପରିସ୍କାର ଓଡିଶା ନ୍ୟୁଜ

ବ୍ୟୁରୋ ରିପୋର୍ଟ

ଅବ୍ୟବସ୍ଥା ଘେରରେ ମଝିଘରିଆଣି ମନ୍ଦିର।
ରାୟଗଡ଼ – ରାୟଗଡ଼ ଅଧିଷ୍ଟାତ୍ରି ଦେବୀ ମା ମଝିଘରିଆଣି ଡାକିଲେ ଶୁଣେ ଗୁହାରି। ମନରେ ଭକ୍ତି ଭାବ ରଖି ମନ୍ଦିରକୁ ଛୁଟି ଆସନ୍ତି ଆନ୍ଧ୍ର, ଛତିଶ ଗଡ଼ ଏବଂ ଓଡ଼ିଶାର କଣ ଅନୁକୋଣରୁ ଶ୍ରଦ୍ଧାଳୁମାନେ ହଜାର ହଜାର ସଂଖ୍ୟାରେ। କିନ୍ତୁ, ମନ୍ଦିର ପକ୍ଷରୁ ଶ୍ରଦ୍ଧାଳୁ ମାନଙ୍କ ପାଇଁ ବ୍ୟବସ୍ଥାରେ ଅବ୍ୟବସ୍ଥାକୁ ନେଇ ଅସନ୍ତୋଷ ଦେଖା ଦେଇଛି। ଅସନ୍ତୁଷ୍ଟ ଶ୍ରଦ୍ଧାଳୁ ନିଜ ମନକୁ ମାରି ମାଆଙ୍କୁ ଗୁହାରି କରି ଚୁପଚାପ୍ ହୋଇ ଚାଲି ଯାଆନ୍ତି। ଗୁହାରି କରିବେ ତ କାହାକୁ କରିବେ…! ବାରମ୍ବାର ମନ୍ଦିର ଅବ୍ୟବସ୍ଥା ଗୁଡ଼ିକୁ ଶ୍ରଦ୍ଧାଳୁ ଗଣମାଧ୍ୟମରେ ଏବଂ ମନ୍ଦିର ସୋସିଆଲ ମିଡ଼ିଆ ସାଇଟ୍ ରେ ପୋଷ୍ଟ କରୁଥିବା ସତ୍ତ୍ୱେ ମନ୍ଦିର କମିଟି କୌଣସି ଆଖି ଦୃଷିଆ ପଦକ୍ଷେପ ଗ୍ରହଣ କରୁନଥିବା ଅଭିଯୋଗ ହେଉଛି।
ମୁଖ୍ୟତଃ ମଝିଘରିଆଣି ମନ୍ଦିର ମଙ୍ଗଳ ବାର, ବୁଧବାର ଏବଂ ରବିବାର ଦିନ ପ୍ରବଳ ଭିଡ଼ ପରିଲକ୍ଷିତ ହୋଇଥାଏ। ଏପରି ସ୍ଥଳେ ମନ୍ଦିର କର୍ମଚାରୀ ମଧ୍ୟ ପ୍ରସ୍ତୁତ ରୁହନ୍ତି ବ୍ୟବସ୍ଥା ସୁଧାରିବାକୁ । କିନ୍ତୁ, ବ୍ୟବସ୍ଥାରେ ଅବ୍ୟବସ୍ଥା ଶ୍ରଦ୍ଧାଳୁ ମାନଙ୍କୁ ଚିନ୍ତାରେ ପକାଇଛି। ମନ୍ଦିର ପରିମଳ ବ୍ୟବସ୍ଥା ବିପର୍ଯ୍ୟସ୍ତ। ମନ୍ଦିର କାନ୍ଥ କୋଣ ଗୁଡ଼ିକରେ ବୁଡିବୁଢିଆଣୀ ଜାଲ ଲାଗି ରହିଛି, ମା ଙ୍କ ମଥାରୁ ବାହାରୁଥିବା ପୁଜା ଫୁଲ କାନ୍ଥରେ ଲଟକାଇ ରଖି ଦିଆଯାଉଛି। ସେହି ଫୁଲ ଗୁଡ଼ିକୁ ୧୦/୧୫ ଦିନରେ ଫିଙ୍ଗା ଯାଉଛି। ଜଳିବା ଓ ଲିଭିଵା ଦୀପ ଗୁଡ଼ିକୁ ଗୋଟିଏ କଣରେ ଗଦା କରି ରଖି ଦିଆଯାଉଛି। ଯାହାଦ୍ବାରା ମନ୍ଦିର ସୌନ୍ଦର୍ଯ୍ୟ- କରଣ ଲୁଚି ଯାଉଛି। ମନ୍ଦିର ଭିଡ଼ ସମୟରେ ଲୋକଙ୍କୁ ଶିଘ୍ର ଓ ସ୍ଵତନ୍ତ୍ର ଦର୍ଶନ କରାଇଦେବା ଆଳରେ କିଛି ସିକ୍ୟୁରିଟି ଗାର୍ଡ ଶ୍ରଦ୍ଧାଳୁ ମାନଙ୍କ ଠାରୁ ମୋଟା ଅଙ୍କର ଅର୍ଥ ରାଶି ନେଇ ଛାଡି ଦେଉଥିବା କଥା ଶ୍ରଦ୍ଧାଳୁ ମାନେ ଅଭିଯୋଗ କରିଛନ୍ତି। ମନ୍ଦିର ଚତୃପାର୍ଶ୍ୱରେ ପରିମଳ ବ୍ୟବସ୍ଥା ବିପର୍ଯ୍ୟସ୍ତ ଅବସ୍ଥାରେ.! ତଥାପି କାହିଁକି ସୁଧାରି ପାରୁନାହାଁନ୍ତି ବୋଲି ଶ୍ରଦ୍ଧାଳୁ ମାନେ ଗଣମାଧ୍ୟମ ପ୍ରତିନିଧିଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି। ମନ୍ଦିରରେ ୬୫ଜଣ କର୍ମଚାରୀଙ୍କୁ ୩ଜଣ ସୁପରଭାଇଜର ତଥାପି କାର୍ଯ୍ୟରେ ଅବହେଳା ଯୋଗୁଁ ଏହିଭଳି ସ୍ଥିତି ଉତ୍ପନ୍ନ ହେଉଛି ବୋଲି ପ୍ରତ୍ୟକ୍ଷଦର୍ଷୀ ଅଭିଯୋଗ କରିଛନ୍ତି।
ମନ୍ଦିର supertendent “ଜାନକୀ ବଲ୍ଲଭ ମହାନ୍ତି” ୮ଦିନ ମନ୍ଦିର କାର୍ଯ୍ୟରେ ରହିଲେ ବାକିତକ ଦିନ ଭୁବନେଶ୍ଵର ଠାରେ ରହୁଥିବା ଅଭ୍ୟନ୍ତର ସୂତ୍ରରୁ ସୂଚନା ମିଳିଛି। ନୂତନ ମନ୍ଦିର ପ୍ରକଳ୍ପ ନିର୍ମାଣ କାର୍ଯ୍ୟ ଅନୁଧ୍ୟାନ କରିବା ପାଇଁ କନିଷ୍ଠ ଯନ୍ତ୍ରୀ ଏମ.ଭେଙ୍କେଟ୍ ରାଓ ନିୟୋଜିତ ଅଛନ୍ତି। କିନ୍ତୁ, ସେ ମଧ୍ୟ ଅନ୍ୟତ୍ର GDC କମ୍ପାନୀରେ କାର୍ଯ୍ୟରତ ରହୁଥିବା ଯୋଗୁଁ ମନ୍ଦିର ରେ ରହୁ ନ ଥିବାର ସୂଚନା ମିଳିଛି।
ମନ୍ଦିର ପାଇଁ ନବ ନିର୍ମିତ ହେଇଥିବା ପାର୍କ ହାତୀ ବାଘର ମୂର୍ତ୍ତି ତିଆରି କରି ଅଧାରେ ପଡ଼ିରହିଛି କାର୍ଯ୍ୟ। ରାୟଗଡ଼ ସହର ରାଣୀଗୁଡ଼ା ବାଟେ ପ୍ରବେଶ ଦ୍ଵାର ରହିଛି । କିନ୍ତୁ, ଆଜିକୁ ୨ବର୍ଷ ହେଲାଣି ତିଆରି କରି ଅଧାରେ ଅଟକିଛି। ସବୁଠି କର୍ମଚାରୀଙ୍କ କାର୍ଯ୍ୟ ଏବଂ ତଦାରଖ ଦାୟିତ୍ୱରେ ଥିବା ଅଧିକାରୀଙ୍କ ଅବହେଳା ନଜର ଆସୁଥିଲେ ସୁଦ୍ଧା ମନ୍ଦିର ପରିଚାଳନା କମିଟି ନିରବ ଦ୍ରଷ୍ଟା ସାଜିଥିବା କାରଣ କଣ ବୋଲି ପ୍ରତ୍ୟେକ ଦିନ ମନ୍ଦିରକୁ ଆସୁଥିବାର ଶ୍ରଦ୍ଧାଳୁ ଗଣମାଧ୍ୟମ ସମ୍ମୁଖରେ ପ୍ରଶ୍ନ କରୁଛନ୍ତି। ମନ୍ଦିର କାହାର ବ୍ୟକ୍ତିଗତ ନୁହେଁ, ଏହା ସର୍ବ ସାଧାରଣଙ୍କର। ଦାୟିତ୍ୱରେ ଥିବା କର୍ମଚାରୀ ଓ ଅଧିକାରୀ ଏହା ଧ୍ୟାନ ଦେବା ଆବଶ୍ୟକ ବୋଲି କହିଛନ୍ତି ଶ୍ରଦ୍ଧାଳୁ। ମନ୍ଦିର ଅବ୍ୟବସ୍ଥା ଗୁଡ଼ିକୁ କିଏ ଦାୟୀ ବୋଲି ସାଧାରଣରେ ଚର୍ଚ୍ଚା ଜୋର ଧରିଛି। ଅନ୍ୟପଟେ କର୍ମଚାରୀଙ୍କ ଦରମା ମୁଣ୍ଡ ପିଛା ୮ହଜାର ଟଙ୍କାରୁ ଆରମ୍ଭ କରି ୩୫/୪୦ହଜାର ଟଙ୍କା ମାସକୁ ଦରମା ବାବଦରେ ଖର୍ଚ୍ଚ ହୁଏ ମନ୍ଦିର ର ଅର୍ଥ ରାଶି।
୨/୩ ମାସକୁ ଥରେ ମା ମଝିଘରିଆଣିଙ୍କ ହୁଣ୍ଡିରୁ ବାହାରୁଥିବା ଲକ୍ଷ ଲକ୍ଷ ଟଙ୍କା କଣ ଏହି ବାବଦରେ ଖର୍ଚ୍ଚ ହେଉଛି କି ବୋଲି ସମସ୍ତଙ୍କ ମନରେ ପ୍ରଶ୍ନ ଉଙ୍କି ମାରୁଛି। ଅତିଶିଘ୍ର ଏହିଭଳି ଛୋଟ ବଡ଼ ସମସ୍ୟା ଗୁଡ଼ିକ ଉପରେ ଦେଵତ୍ତୋର ବିଭାଗ ପକ୍ଷରୁ ଦୃଢ଼ ପଦକ୍ଷେପ ଗ୍ରହଣ କରିବା ସହ ମନ୍ଦିର ଉନ୍ନତି ଦିଗରେ ଧ୍ୟାନ ଦେଲେ ଦୁର ଦୁରାନ୍ତରୁ ଆସୁଥିବା ଶ୍ରଦ୍ଧାଳୁ ଖୁସି ହେବା ସହିତ ମନ୍ଦିର ଉନ୍ନତିରେ ସହାୟକ ହେବେ ବୋଲି କହିଛନ୍ତି ବୁଦ୍ଧିଜୀବି।

Leave a Reply

Your email address will not be published. Required fields are marked *

error: Content is protected !!