କାଲି ୪୦ ଡିଗ୍ରୀ ଉପରେ ରାଜ୍ୟର ୧୪ ସହର ଥିଲା। ପ୍ରବଳ ଗ୍ରୀଷ୍ଣ ପ୍ରବାହରେ ସିଝିଲା ଓଡ଼ିଶା ଟିଟିଲାଗଡ଼ରେ ରେକର୍ଡ ହେଲା ସର୍ବାଧିକ ୪୨.୫।
ଆଜି ଆକାଶ ମୁଖ୍ୟତଃ ମେଘୁଆ ରହିବ, ତାପମାତ୍ରା ୩୭° ଓ ୨୫° ମଧ୍ୟରେ ରହିବ। କାଳବୈଶାଖୀ ପ୍ରଭାବରେ ଗ୍ରୀଷ୍ମ ପ୍ରବାହରୁ ସାମାନ୍ୟ ଆଶ୍ୱସ୍ତି ମିଳିବାର ସମ୍ଭାବନା ଅଛି।
ଚାଷୀଙ୍କ ଦୁଆର ମୁହଁରେ ଉନ୍ନତମାନର ବିହନ ଦିଆଯିବ। ଏଥିପାଇଁ ‘ଆମ ବିହନ ରଥ‘ର ଶୁଭାରମ୍ଭ ହେଲା। ୪୧,୬୮, ୫୮୨ ଜଣ ଚାଷୀଙ୍କୁ ସିଏମ-କିସାନ ଯୋଜନାରେ ୮୩୮ କୋଟି ୪୮ ଲକ୍ଷ ଟଙ୍କା ଆର୍ଥିକ ସହାୟତା ଦିଆଗଲା।
ଓଡ଼ିଶା ସରକାର ନୀତି ଆୟୋଗ ଢାଞ୍ଚାରେ ସିଟି-ଓଡ଼ିଶା ପ୍ରତିଷ୍ଠା କରିଛନ୍ତି,
ରାଜ୍ୟ ଯୋଜନା ବୋର୍ଡ ବଦଳରେ ଏହି ନୂତନ ସଂସ୍ଥା କାର୍ଯ୍ୟ କରିବ।
ଓଡ଼ିଶାର ଉପକୂଳବର୍ତ୍ତୀ ଅଞ୍ଚଳରେ ଚାରି ଲେନ ବିଶିଷ୍ଟ ରେଳ କରିଡର ପାଇଁ ରେଳବାଇର ଯୋଜନା ଚାଲିଛି।
ଅକ୍ଷୟ ତୃତୀୟା ଅବସରରେ ରଥଯାତ୍ରା ପାଇଁ ରଥନିର୍ମାଣ କାର୍ଯ୍ୟର ଅନୁକୂଳ ସହ ଆରମ୍ଭ ହୋଇଛି ମହାପ୍ରଭୁଙ୍କ ବାହାର ଚନ୍ଦନ ଯାତ୍ରା।
ସମ୍ବଲପୁରରେ ଶୀତଳଷଷ୍ଠୀ ପାଇଁ ସମ୍ପନ୍ନ ହେଲା ଥାଳ ଉଠା ପର୍ବ। ମାସକ ପରେ ମହାଦେବଙ୍କ ସହ ମାତା ପାର୍ବତୀଙ୍କର ହେବ ବାହାଘର।
ଆସିଲା JEE (ମେନ୍ ) ସେସନ-୨ ରେଜଲ୍ଟ। ୧୩ ନଂ ରାଙ୍କ୍ ରେ ରହିଛନ୍ତି ଓଡ଼ିଶାର ଭବେଶ ପାତ୍ର।
ପୁରୀ ଜିଲ୍ଲାରେ ମନରେଗା ଯୋଜନାର ବାର୍ଷିକ ସାମାଜିକ ଅଡିଟ୍ କ୍ୟାଲେଣ୍ଡର ପ୍ରକାଶ ପାଇଛି। ପୌରପାଳିକା ପାଇଁ ନୂତନ ଯାନ କ୍ରୟ ନିମନ୍ତେ ଟେଣ୍ଡର ଆହ୍ୱାନ କରାଯାଇଛି।
ରାୟଗଡ଼ା ଜିଲ୍ଲାରେ ଆଦିବାସୀ ମେଳା ଆୟୋଜନ ପାଇଁ ପ୍ରସ୍ତୁତି ଚାଲିଛି।
କଳାହାଣ୍ଡି ଜିଲ୍ଲାରେ ଧାନ ସଂଗ୍ରହ ପ୍ରକ୍ରିୟା ଶେଷ ପର୍ଯ୍ୟାୟରେ ପହଞ୍ଚିଛି।
ପୁରୀରେ ଆରମ୍ଭ ହେଲା ‘ଶ୍ରୀକ୍ଷେତ୍ର ସାହିତ୍ୟ ସମାରୋହ’। ସାହିତ୍ୟ, ଓ ସଂସ୍କୃତିକୁ ନେଇ ଚାଲିଛି ମାନସମନ୍ଥନ।
ରାଉରକେଲାର ଜଣେ ଅଭିଯୁକ୍ତ ଜଗନ୍ନାଥ ଭଗତଙ୍କୁ ଗୋଆରେ ହତ୍ୟା ଅଭିଯୋଗରେ କଟକରୁ ଗିରଫ କରାଯାଇଛି।
ରାଉରକେଲାରେ ବିଶ୍ୱସ୍ତରୀୟ ଫୁଟବଲ ଏକାଡେମୀ ପ୍ରତିଷ୍ଠା ପାଇଁ ଯୋଜନା କରୁଛନ୍ତି ସରକାର।
ଯାଜପୁର କାଳିଆପାଣି ରେ କ୍ରୋମାଇଟ୍ ବୋଝେଇ ଟ୍ରକ୍ ଚାପାରେ କର୍ମଚାରୀ ମୃତ, ରାସ୍ତାରୋକ।
କନ୍ଧମାଳ ଜିଲ୍ଲା ତୁଡ଼ିପାଜୁସ୍ଥିତ ଜବାହର ନବୋଦୟ ବିଦ୍ୟାଳୟରେ ଏକାଦଶ ଶ୍ରେଣୀ ଛାତ୍ରଙ୍କ ମୃତ ଦେହ ଫ୍ୟାନ୍ରେ ଝୁଲନ୍ତା ଅବସ୍ଥାରେ ଉଦ୍ଧାର କରାଯାଇଛି।
ଭୁବନେଶ୍ୱର ବୁଦ୍ଧବିହାରରେ ଭୟାବହ ଅଗ୍ନିକାଣ୍ଡ। ଅଳ୍ପକେ ବର୍ତ୍ତିଗଲା ଜୀବନ। ସାମୂହିକ ପ୍ରଚେଷ୍ଟାରେ ନିଆଁ ଆୟତ୍ତ ହେଲା।
ଭୁବନେଶ୍ୱର ତମାଣ୍ଡୋ ଫ୍ଲାଏ ଓଭର ବ୍ରିଜ ଉପରେ ସିରିଜ ଦୁର୍ଘଟଣାରେ ହେଲପର ମୃତ। ଛୋଟ ଟ୍ରକ ରାସ୍ତାରେ ରଖି ଲିକ୍ ମାରୁଥିଲା।
ରାଜଧାନୀରେ ବଡ଼ଗଡ଼ ଥାନା ଅଞ୍ଚଳରୁ ହେରୋଇନ୍ କାରବାର ଅଭିଯୋଗରେ ଡ୍ୟାନ୍ସ ଟିଚର୍ ପ୍ରଭୁ ପ୍ରକାଶ ପାତ୍ରଙ୍କୁ ଗିରଫ କରିଛି ଭୁବନେଶ୍ୱର ଅବକାରୀ ବିଭାଗ।
ବାଲେଶ୍ବର ସୋରରେ ଗ୍ୟାସ୍ ଏଜେନ୍ସି ଉପରେ ରେଡ୍। ଘର ଭିତରୁ ୯୮୯ ସିଲିଣ୍ଡର ଜବତ।
ଭୁବନେଶ୍ୱରରେ ବିହାରୀ ଲେବରଙ୍କ ଦାଦାଗିରି। ଠିକା କମ୍ପାନୀଠୁ ପାରିଶ୍ରମିକା ପାଇ ନଥିବାରୁ ଦେଢଘଣ୍ଟା ଧରି ଅଚଳ କରିଦେଲେ କଳିଙ୍ଗ ହସ୍ପିଟାଲରୁ ସୈନିକ ସ୍କୁଲକୁ ଯିବା ରାସ୍ତା।
ଗଜପତି ଜିଲ୍ଲା ଦେବଗିରିରେ ପର୍ଯ୍ୟଟନ ବିକାଶ ବିକଳ। ୧.୨୩ କୋଟି ଟଙ୍କାରେ କେବଳ ପ୍ରବେଶଦ୍ୱାର ନିର୍ମାଣ କରି ମାଲାମାଲ ହୋଇଛନ୍ତି।
ସୁନ୍ଦରଗଡ ଅଙ୍ଗନବାଡି କେନ୍ଦ୍ରରେ ଶିଶୁଙ୍କ ଖେଳନା ଓ ପୋଷାକ ଟଙ୍କା ଚଳୁ। ୫୦୦ ଟଙ୍କା ଜାଗାରେ ୧୪୦୦ ଟଙ୍କା ବିଲ୍।
ନବରଙ୍ଗପୁରରେ ଚାଷୀଙ୍କ ପାଇଁ ନିର୍ମିତ ଚେକ୍ ଡ୍ୟାମ୍ ଜରିଆରେ ଲୁଟିଛନ୍ତି ସରକାରୀ ଇଞ୍ଜିନିୟର। ନୂଆ ନିର୍ମାଣ ଭାଙ୍ଗିରୁଜି ଚୁରମାର୍ ହୋଇଗଲା। ଚୁପ ବସିଛି ପ୍ରଶାସନ।
🇳🇪
ବାର୍ଷିକ ଲିରିଡ୍ ଉଲକା ବର୍ଷା ଆରମ୍ଭ ହୋଇଛି, ଏପ୍ରିଲ୍ ୨୫ ପର୍ଯ୍ୟନ୍ତ ଆକାଶରେ ଦେଖାଯିବ।
ମୋଦୀଙ୍କ ଭାଷଣରେ ଆଦର୍ଶ ଆଚରଣ ବିଧି ଉଲ୍ଲଂଘନ ଅଭିଯୋଗରେ ବିରୋଧୀ ଦଳ ନିର୍ବାଚନ କମିଶନଙ୍କ ଦ୍ୱାରସ୍ଥ।
ବୈଦେଶିକ ନୀତିକୁ ବଡ଼ ଝଟକା। ଆମେରିକା-ଇରାନ ଆଲୋଚନାରେ ‘ଦଲାଲ’ ପାକିସ୍ତାନର ଭୂମିକା ନେଇ କେନ୍ଦ୍ରକୁ ସମାଲୋଚନା କଲା କଂଗ୍ରେସ।
ପଶ୍ଚିମ ଏସିଆ ସଂଘର୍ଷ ଯୋଗୁଁ ଭାରତରେ ଏଲପିଜି ବ୍ୟବହାର ୧୩ ପ୍ରତିଶତ ହ୍ରାସ ପାଇଛି।
ୟୁପି ଗାଜିଆବାଦରେ ଆମ୍ବେଦକରଙ୍କ ପ୍ରତିମୂର୍ତ୍ତି ଭାଙ୍ଗିବା ଅଭିଯୋଗରେ ଦୁଇଜଣ ଗିରଫ।
ମଧ୍ୟପ୍ରଦେଶର ରେୱାର ଜଣେ ପୂର୍ବତନ ଜିଲ୍ଲା ଉପାଧ୍ୟକ୍ଷ ରାଜନେତାଙ୍କର ଦୁଇଟି ଅଶ୍ଳୀଳ ଭିଡିଓ ଇଣ୍ଟରନେଟରେ ଭାଇରାଲ ହେଉଛି।
ୟୁଏଇ ଦେଲା ଧମକ। ଯୁଦ୍ଧର ଖର୍ଚ୍ଚ ବହନ କରୁ ଆମେରିକା, ନଚେତ୍ କାରବାର ଡଲାର ବଦଳରେ ହେବ ଚାଇନା ୟୁଆନରେ।
ଜାପାନରେ ୭.୪ ତୀବ୍ରତାଯୁକ୍ତ ଭୂମିକମ୍ପ। ସୁନାମି ସତର୍କତା ଜାରି।
ଆମେରିକାର ଥାଡ୍ ପ୍ରତିରକ୍ଷା ପ୍ରଣାଳୀ ଅଭେଦ୍ୟ ଢାଲ ବଦଳରେ ପାଲଟିଲା କଣା ଛତା। ଇରାନ ଯୁଦ୍ଧରେ ଆମେରିକାର ପ୍ରତିରକ୍ଷା ଶକ୍ତିର ପର୍ଦ୍ଦାଫାସ୍।
ବୁଲଗାରିଆରେ ସଂସଦୀୟ ନିର୍ବାଚନ ପାଇଁ ମତଦାନ ଅନୁଷ୍ଠିତ।
ହଙ୍ଗେରୀ ନିର୍ବାଚନରେ ତିସା ପାର୍ଟି ଦୁଇ-ତୃତୀୟାଂଶ ସଂଖ୍ୟାଗରିଷ୍ଠତା ହାସଲ କରିଛି।
ଜାପାନ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ୧୪.୪ ବିଲିୟନ ଡଲାରର ପ୍ରତିରକ୍ଷା ଚୁକ୍ତି ସ୍ୱାକ୍ଷରିତ।
🚴🏼♂️🏏🏀
ରାଜ୍ୟସ୍ତରୀୟ ଉପକନିଷ୍ଠ ବାଳିକା ହକି ପ୍ରତିଯୋଗିତାରେ ସୁନ୍ଦରଗଡ଼ ଚମ୍ପିୟାନ ହୋଇଛି।
ପୁଲିସ ଜଳକ୍ରୀଡ଼ା କ୍ଲଷ୍ଟର ଚାମ୍ପିଅନ୍ସିପ୍ରେ ଓଡ଼ିଶା ପୋଲିସ ଦଳ ୨ଟି ରୌପ୍ୟ ଏବଂ ୭ଟି ବ୍ରୋଞ୍ଜ ପଦକ ହାସଲ କରିଛି।
ଅରୋଣ୍ୟକ ଘୋଷ ଭାରତର ୯୫ତମ ଚେସ ଗ୍ରାଣ୍ଡମାଷ୍ଟର ହୋଇଛନ୍ତି।
ଆଇପିଏଲ ରେ ଗୁଜରାଟକୁ ମୁମ୍ବାଇ ଇଣ୍ଡିଆନ୍ସ ୧୦୦ ରନ୍ରେ ପରାସ୍ତ କରିଛି।
ଚଳିତ ଆଇପିଏଲ୍ ପରେ ଦୁଇଟି ଜାତୀୟ କ୍ରିକେଟ ଦଳ ଗଠନ କରିବ ବିସିସିଆଇ।
ଗତବର୍ଷ ଏଇ ସମୟରେ
ଭୁବନେଶ୍ୱରରେ ୮୦୦ କୋଟି ଟଙ୍କାରେ ସମ୍ମିଳନୀ କକ୍ଷ ତିଆରି ହେବ ବୋଲି ଘୋଷଣା ହୋଇଥିଲା।
କୋରାପୁଟରେ ୮୬ କୋଟି ଟଙ୍କାରେ ନୂଆ ବସ୍ଷ୍ଟାଣ୍ଡ ନିର୍ମାଣ ହେବବୋଲି ଘୋଷଣା ହୋଇଥିଲା।
ମାଗଣାରେ ଟିଭି ଦେଖନ୍ତୁ। ପ୍ଲେ ଷ୍ଟୋରରୁ “mera channel” ଡାଉନଲୋଡ କରନ୍ତୁ
ଆଜି ଭାରତୀୟ ପ୍ରଶାସନିକ ସେବା ଦିବସ
ଆଜି ଜନ୍ମଦିନ: ରାଜା କରନୀ ସିଂ, ରାଣୀ ଏଲିଜାବେଥ ୨, ସଦାଶିବ ତ୍ରିପାଠୀ (ପୂର୍ବ ମୁଖ୍ୟମନ୍ତ୍ରୀ, ନବରଙ୍ଗପୁର)
ଆଜି ତିରୋଧାନ: ଶକୁନ୍ତଳା ଦେବୀ, ଜାନକୀ ପଟନାୟକ
ଇତିହାସରେ ଆଜି ଦିନ: (୧୫୨୬) ପାନିପତ ଯୁଦ୍ଧରେ ଇବ୍ରାହିମ ଲୋଦୀର ମୃତ୍ୟୁ/ (୧୭୨୦) ବାଜିରାଓ ୧ ହେଲେ ମରାଠା ଶାସକ/ (୧୭୮୨) ବ୍ୟାଙ୍କକ ସହର ପ୍ରତିଷ୍ଠା/ (୧୯୯୬) ଉତ୍ତର ମେରୁରେ ଭାରତର ସଞ୍ଜୟ ଥାପର ପାରାଚୁଟରେ ଓହ୍ଲାଇଲେ/ (୨୦୦୭) ବ୍ରାଏନ ଲାରା କ୍ରିକେଟରୁ ଅବସର ନେଲେ
ବନ୍ଦେ ଉତ୍କଳ ଜନନୀ 🪻🌻🪻
