ପରିବେଶ ସୁରକ୍ଷା ନିମନ୍ତେ ଦୀର୍ଘସ୍ଥାୟୀ ଜୀବନ ଶୈଳୀ ସମ୍ପର୍କିତ ବ୍ଳକ ସ୍ତରୀୟ ବିଜ୍ଞାନ ମେଳା ଅନୁଷ୍ଠିତ

ବ୍ୟୁରୋ ରିପୋର୍ଟ (ପରିସ୍କାରଓଡିଶା ନ୍ୟୁଜ)ରାୟଗଡ଼ା

ରାୟଗଡ଼ା ବ୍ଳକ ତରଫରୁ ପରିବେଶ ସୁରକ୍ଷା ନିମନ୍ତେ ଦୀର୍ଘସ୍ଥାୟୀ ଜୀବନଶୈଳୀ ନିମନ୍ତେ ବିଜ୍ଞାନ ମେଳା ଅନୁଷ୍ଠିତ ହୋଇଯାଇଅଛି। ରାୟଗଡ଼ ବ୍ଳକ ଉପାଧ୍ୟକ୍ଷ ହର ପ୍ରାସାଦ ହେପୃକା. ଅତିରିକ୍ତ ଗୋଷ୍ଠୀ ଉନ୍ନୟନ ଅଧିକାରୀ କାଳୁ ଚରଣ ନାୟକ, ଅତିରିକ୍ତ ଜିଲ୍ଲା ଶିକ୍ଷାଧିକାରୀ ଭଜନଲାଲ ମାଝୀ, ଡ: ବିକାଶକୁମାର ଦାଶ, ଅଧ୍ୟାପକ ମିଟସ କଲେଜ, ଡ: ରବି ନାରାୟଣ ପ୍ରଧାନ ଅଧ୍ୟାପକ ମଡେଲ ଡିଗ୍ରୀ କଲେଜ, ଡ ଭବାନୀ ଶଙ୍କର ଦାଶ ଅଧ୍ୟାପକ ଶ୍ରୀ ଉଗ୍ରତାରା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ , ଏବିଇଓ ଛବିଲାଲ ସିଂ ପ୍ରମୁଖ ମଞ୍ଚାସୀନ ଥିଲେ। ପେଣ୍ଟ। ଉଚ୍ଚବିଦ୍ୟାଳୟର ପ୍ରଧାନ ଶିକ୍ଷକ ମନୋଜ କୁମାର ଗୌଡ ଉଦ୍ଦ୍ୟେଶ ଜ୍ଞାପନ କରିଥିଲେ। ଶିକ୍ଷୟିତ୍ରୀ ଅମ୍ବିକା ସେଠୀ କାର୍ଯ୍ୟକ୍ରମର ସଂଯୋଜନା କରିଥିଲେ। ରାୟଗଡ଼ ବ୍ଳକର ସତର ଗୋଟି କ୍ଲଷ୍ଟର ରୁ ଅଠତିରିଶି ଗୋଟି ପ୍ରକଳ୍ପ ପ୍ରଦର୍ଶିତ ହୋଇଥିଲା। ଆସନ୍ତା ସତେଇଶି ତାରିଖରେ ଜିଲ୍ଲା ସ୍ତରୀୟ ପ୍ରଦର୍ଶନୀ ରେ ଏଗାର ଗୋଟି ବ୍ଲକର ଉତ୍କୃଷ୍ଟ ପ୍ରକଳ୍ପ ଅଂଶ ଗ୍ରହଣ କରିବେ ବୋଲି ଏଡିଇଓ ଭଜନ ଲାଲ ମାଝୀ ପ୍ରକାଶ କରିଛନ୍ତି |
ପ୍ରଥମ ସ୍ଥାନ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ, ଦ୍ଵିତୀୟ ସ୍ଥାନ ପି ଏମ ଶ୍ରୀ ଉଚ୍ଚବିଦ୍ୟାଳୟ, ପେଣ୍ଟ। ଏବଂ ତୃତୀୟ ସ୍ଥାନ ସାନ୍ତା ଶେଷଖାଲ ଅଧିକାରୀ କରିଛନ୍ତି |

Leave a Reply

Your email address will not be published. Required fields are marked *

error: Content is protected !!