ରାୟଗଡ଼ା ଜିଲ୍ଲା ଅନ୍ତର୍ଗତ ଗୁଣୁପୁର ସ୍ଥିତ ଜିଆଇଇଟିରେ ବିକଶିତ ଭାରତ୨୦୪୭ ଆଲୋଚନାଚକ୍ର ଅନୁଷ୍ଠିତ

ବ୍ୟୁରୋ ରିପୋର୍ଟ (ପରିସ୍କାରଓଡିଶା ନ୍ୟୁଜ)

ରାୟଗଡ଼ା ଜିଲ୍ଲା ଅନ୍ତର୍ଗତ ଗୁଣୁପୁର ସ୍ଥିତ ଜିଆଇଇଟିରେ ବିକଶିତ ଭାରତ ୨୦୪୭ ନିର୍ମାଣରେ ଉଚ୍ଚଶିକ୍ଷାର ଭୂମିକା ଆଲୋଚନାଚକ୍ର ଅନୁଷ୍ଠିତ ହୋଇଯାଇଛି ଏଥିରେ ମୁଖ୍ୟ ଅତିଥି ଭାବେ ଲୋକସଭା ସଂସଦର ଯୁଗ୍ମ ସଚିବ ଶ୍ରୀ ତୀର୍ଥଙ୍କର ଦାସ ଯୋଗଦେଇ ଛାତ୍ର ଛାତ୍ରୀ ମାନେ ଉଚ୍ଚ ଭାବନା ତଥା ସୁନେଲି ଭବିଷ୍ୟତ ଦେଖିବା ସହ ଶୃଙ୍ଖଳିତ ଜୀବନ ଯାପନ କରିବାକୁ ପରାମର୍ଶ ଦେଇଥିଲେ। ସମ୍ମାନୀୟ ଅତିଥି ଭାବେ ବରିଷ୍ଠ ସାମ୍ବାଦିକ ଜେବିଏମ୍ ଟିଭି ଏଡ଼ିଟର ଶ୍ରୀ ଅନୁବ୍ରତ ବାରା ଯୋଗଦେଇଥିଲେ। ଜିଆଇଇଟି ବିଶ୍ଵବିଦ୍ୟାଳୟର ଉପ ସଭାପତି ଡ. ଚନ୍ଦ୍ରଧଜ ପଣ୍ଡା ଯୋଗ ଦେଇ ଉପଯୁକ୍ତ ଶିକ୍ଷା, ଦକ୍ଷତା ଓ ଅନୁଶାସନ ଦ୍ଵାରା ବିକଶିତ ଭାରତ ୨୦୪୭ ସମ୍ଭବପର ବୋଲି ମତବ୍ୟକ୍ତ କରିଥିଲେ। ଜିଆଇଇଟି ବିଶ୍ଵବିଦ୍ୟାଳୟର ଉପ କୁଳପତି ଏଭି.ଏନ.ଏଲ ଶର୍ମା ସ୍ବାଗତ ଭାଷଣ ପ୍ରଦାନ କରିଥିଲା ବେଳେ ପ୍ରଫେସର ସତ୍ୟନାରାୟଣ ଦାସ ଧନ୍ୟବାଦ ଅର୍ପଣ କରିଥିଲେ। ଏହି ଆଲୋଚନା ଚକ୍ରରେ ରେଜିଷ୍ଟ୍ରାର ଅଂଶଗ୍ରହଣ ଡ. ଏନଭିଜେ ରାଓ,ପରୀକ୍ଷା ନିୟନ୍ତ୍ରକ ଡ. ପି.ବିଜୟ କୁମାର ସମେତ ସମସ୍ତ ବିଭାଗର ବିଭାଗୀୟ ମୁଖ୍ୟ ଅଧ୍ୟାପକ,ଅଧ୍ୟାପିକା ଛାତ୍ର ଛାତ୍ରୀ ଓ ଜନପ୍ରତିନିଧି ମାନେ ଉପସ୍ଥିତ ରହିଥିଲେ।

Leave a Reply

Your email address will not be published. Required fields are marked *

error: Content is protected !!