ରେଳ ଫାଟକରେ ଅଘଟଣ

ବ୍ୟୁରୋ ରିପୋର୍ଟ (ପରିସ୍କାରଓଡିଶା ନ୍ୟୁଜ )

-ରାୟଗଡ଼ା ସଦର ପିତାମହଲ ଠାରେ ରହିଥିବା ରେଳ ଫାଟକ ନିକଟରେ ଏକ ଅଘଟଣ ଘଟିଛି। ସିରିଗୁଡ଼ା ବାଇପାସ ରୁ ପିତାମହଲ ଅଭିମୁଖେ ଆସୁଥିବା ବେଳେ ପିତାମହଲ ଠାରେ ରହିଥିବା ରେଳ ଫାଟକ ନିକଟରେ ରହିଥିବା ଏକ ଲୁହା ଗେଟରେ ଦୁର୍ଘଟଣା କରିଛି ଏକ କଣ୍ଟେନର୍ । ରେଳ ଫାଟକର ଉପରେ ଥିବା ଲୁହା ଗେଟ୍ କୁ କଣ୍ଟେନର୍ ଟି ଧକ୍କା ଦେଇଥିଲା। ଯାହା ଫଳରେ ଉକ୍ତ ରାସ୍ତାରେ ଯାନବାହନ ଚଳାଚଳ ସଂପୂର୍ଣ୍ଣ ବାଧାପ୍ରାପ୍ତ ହୋଇଛି। ଜାମ୍ ଲଗିରହିଛି । ଆଜି ଅପରାହ୍ନ ପ୍ରାୟ ୪: ୩୦ସମୟରେ ଏହି ଘଟଣା ଘଟିଥିବା ବେଳେ ସ୍ଥାନୀୟ ପୁଲିସ ଓ ରେଳବିଭାଗର କର୍ମଚାରୀ ମାନେ ଘଟଣାସ୍ଥଳରେ ପହଞ୍ଚି କଣ୍ଟେନର୍ କୁ ବାହାର କରିବା ପାଇଁ ଉଦ୍ଯମ କରୁଛନ୍ତି।

Leave a Reply

Your email address will not be published. Required fields are marked *

error: Content is protected !!