ବ୍ୟୁରୋ ରିପୋର୍ଟ (ପରିସ୍କାରଓଡିଶା ନ୍ୟୁଜ)
ରାୟଗଡାରୁ ଦୁଇ ନକଲି ମାଓବାଦୀ ଙ୍କୁ ଗିରଫ କରିଛି ରାୟଗଡ଼ା ପୋଲିସ। ଏହି ଦୁଇଜଣ ହେଲେ ଜଣେ ୱବ୍ ଚ୍ଯାନଲ ସାମ୍ବାଦିକ ଅନୁବ୍ରତ ବାରା ଓ ଅନ୍ୟଜଣେ ବଳୀ ମାଝୀ ।ବଳି ମାଝୀ ଏଥି ପୂର୍ବରୁ ନକ୍ସଲ ମାମଲା ରେ ଗିରଫ ହୋଇ ଜେଲ ଯାଇଥିଲେ। ମାଓ ପୋଷ୍ଟର ଲଗାଇ ଆତଙ୍କ ଖେଳାଇବା ଅଭିଯୋଗରେ ଏହି ଦୁଇ ଜଣଙ୍କୁ ଗିରଫ କରାଯାଇଛି। ଗତ ଦୁଇ ଦିନ ତଳେ ଜିଲ୍ଲାର ତିନୋଟି ସ୍ଥାନରେ ନକଲି ମାଓ ପୋଷ୍ଟର ଲଗାଯାଇଥିଲା।ଗିରଫ ଉଭୟ ଙ୍କୁ ଡକ୍ତରିମାଇନା କରାଯାଇଛି ।ଗିରଫ ନେଇ ସୂଚନା ଦେଲେ Asp ଅମୁଲ୍ୟ କୁମାର ଧର ।
