ଶୀତର ପ୍ରକୋପ ଆଉ ଦୁଇଦିନ ରହିବ। ରବିବାର ଠାରୁ ରାଜ୍ୟରେ ଶୀତ କମିବ।
ତିନି ଦିନିଆ ପଶ୍ଚିମବଙ୍ଗ ଗସ୍ତରେ ମୁଖ୍ୟମନ୍ତ୍ରୀ ମାଝୀ। ରାଜ୍ୟରେ ନିବେଶ ପାଇଁ ଟଙ୍କା ଆଣିବେ।
ଶ୍ରୀଲଙ୍ଗରାଜଙ୍କୁ ଦୁଇଦିନ ଉପାସରେ ରଖିଲା ପରେ ସେବକ ସେବାୟତଙ୍କ ଝଗଡା ତୁଟିଲା।
ପୁରୀ ଶ୍ରୀମନ୍ଦିର ସୁରକ୍ଷା ସହ ପୁଣି ଖେଳ। ଆନନ୍ଦବଜାରରେ ଜଣେ ବ୍ୟକ୍ତି ଦୀର୍ଘ ସମୟ ଧରି ଗପିବାର ଭିଡିଓ ଭାଇରାଲ୍।
ଯାଜପୁର ବାଲିଚନ୍ଦ୍ରପୁରରେ ଚାଲିଛି ଓଳାଶୁଣୀ ଗୁମ୍ଫା ମେଳା, ପୋଡପିଠା ପ୍ରସାଦ ମାୟାରେ ଶ୍ରଦ୍ଧାଳୁ।
ସୁବର୍ଣ୍ଣପୁରରେ ଆସନ୍ତା ୧୮ରୁ ପାତାଳୀ କ୍ଷେତ୍ରରେ ‘ପାତାଳୀ ମହୋତ୍ସବ’। ଜାନୁଆରି ୨୬ ଯାଏଁ ଚାଲିବ।
ସୁନ୍ଦରଗଡ଼ ରିଜେଣ୍ଟ ମାର୍କେଟରେ ସାମ୍ପ୍ରଦାୟିକ ଦଙ୍ଗା। ଧାରା ୧୬୩ ଜାରି ହେଲା। ଇଣ୍ଟରନେଟ ବନ୍ଦ।
ଗଜପତି ଜିଲ୍ଲା ଗୁମ୍ମା ସ୍ବାସ୍ଥ୍ୟ କେନ୍ଦ୍ରରେ ମିଳିଲାନି ମହାପ୍ରୟାଣ ଗାଡି, ବାଇକରେ ବୁହାହେଲା ମୃତଦେହ
କଟକ ବାରଙ୍ଗରେ ନମ୍ବର ପ୍ଲେଟ୍ ଓ କାଗଜପତ୍ର ତ୍ରୁଟି ଯୋଗୁଁ ୪ଟି ସ୍କୁଲବସ୍ ଉପରେ ମୋଟ ୧୨ ଲକ୍ଷ ୩୪ ହଜାର ଟଙ୍କା ଫାଇନ୍ ଲାଗିଲା ।
ଅନୁଗୁଳରେ ପ୍ରାକୃତିକ ନାଳ ଗତିପଥ ପରିବର୍ତ୍ତନ ସର୍ଭେ ବାହାନାରେ, ଉତ୍କଳ-ଇ ଖଣି ପାଇଁ ଚାଲିଛି ରାସ୍ତା କାମ। ବିରୋଧ କରିବାରୁ ଗ୍ରାମବାସୀଙ୍କୁ ପୁଲିସ ବାନ୍ଧିଲା।
ପାରାଦୀପରେ ଲୁନାକୁ ଧକ୍କା ଦେଇ ଓଲଟି ପଡିଲା କାର। ଲୁନା ଚାଳକ ମୃତ।
ଖୋର୍ଦ୍ଧା ଗୁରୁଜଙ୍ଗ ସରକାରୀ ବିଦ୍ୟାଳୟରେ ଅଷ୍ଟମ ଶ୍ରେଣୀ ଛାତ୍ରୀଙ୍କୁ ଅସଦାଚରଣ ଅଭିଯୋଗରେ ଶିକ୍ଷକ ଗିରଫ।
ବଲାଙ୍ଗୀରରେ ବିବାଦୀୟ ନାଚବାଲି ନିଶା ମହାରଣା ନାମରେ ଥାନାରେ ମାମଲା ରୁଜୁ।
ରାଜ୍ୟରେ ମେଗା ପାନୀୟ ଜଳ ପ୍ରକଳ୍ପର ରକ୍ଷଣାବେକ୍ଷଣ ଅଭାବରୁ ଏବେ ସ୍ଥିତି ସଙ୍ଗିନ।
ବିଜେଡିରୁ ଦଳ ବିରୋଧୀ କାର୍ଯ୍ୟ ପାଇଁ ବିଧାୟକ ସନା ମହାକୁଡ଼ ଓ ଅରବିନ୍ଦ ମହାପାତ୍ର ସସପେଣ୍ଡ ହେଲେ।
ଛତିଶଗଡ଼ରେ ୫୦ ହାର୍ଡକୋର ମାଓବାଦୀଙ୍କ ଆତ୍ମସମର୍ପଣ, ମୁଣ୍ଡ ଉପରେ ୧ କୋଟି ୪୫ ଲକ୍ଷ ଟଙ୍କାର ପୁରସ୍କାର ଥିଲା।
ଝାଡ଼ଖଣ୍ଡରେ ପଶ୍ଚିମବଙ୍ଗ ଭଳି ପରିସ୍ଥିତି। ଇଡି ଓ ପୁଲିସ ମୁହାଁମୁହିଁ।
ମହିଳା ଆଇଏଏସ୍ ଅଫିସରଙ୍କ ବିଷୟରେ ଆପତ୍ତିଜନକ ଖବର ପ୍ରସାରଣ ପାଇଁ ହାଇଦ୍ରାବାଦରେ ୨ ସାମ୍ବାଦିକ ଗିରଫ।
ଦିଲ୍ଲୀରେ ୨୪ ଘଣ୍ଟା ଭିତରେ ଦୁଇଟି ଏୟାର ଇଣ୍ଡିଆ ବିମାନ ଦୁର୍ଘଟଣା, ଅଳ୍ପକେ ବର୍ତ୍ତିଲେ ଯାତ୍ରୀ।
ଗୁଜୁରାଟ ଉପକୂଳରୁ ପାକିସ୍ତାନୀ ଡ଼ଙ୍ଗା ଜବତ, ୯ ପାକିସ୍ତାନୀ ଅଟକ।
୧୯ ବର୍ଷରୁ କମ୍ ବିଶ୍ବକପ କ୍ରିକେଟରେ ଆମେରିକାକୁ ହରାଇଲା ଭାରତ; ହେନିଲଙ୍କୁ ୫ ୱିକେଟ୍
ଇରାନରେ ଦୁଇ ଦିନରେ ୧୨ ହଜାର ଲୋକଙ୍କ ମୃତ୍ୟୁ।
୫୦୦ କର୍ମଚାରୀଙ୍କୁ ଛଟେଇ କରିବ ବିଲ୍ ଆଣ୍ଡ୍ ମେଲିଣ୍ଡା ଗେଟ୍ସ ଫାଉଣ୍ଡେସନ।
ଗତବର୍ଷ ଏଇ ସମୟରେ
ତିନିଦିନ ଧରି ଶ୍ରୀ ଲିଙ୍ଗରାଜ ମନ୍ଦିରରେ ସେବାୟତ ଗଣ୍ଡଗୋଳ ଯୋଗୁଁ ଠାକୁର ଉପାସ ରହିଥିଲେ।
ନୂଆଦିଲ୍ଲୀର ୯-ଏ କୋଟଲା ରୋଡ୍ ଜାତୀୟ କଂଗ୍ରେସର ନୂଆ ଅଫିସ ପାଲଟିଲା
ମାଗଣାରେ ଟିଭି ଦେଖନ୍ତୁ। ପ୍ଲେ ଷ୍ଟୋରରୁ ” mera channel” ଡାଉନଲୋଡ କରନ୍ତୁ।
ଆଜି ବିଶ୍ୱ ନିମୋନିଆ ନିରୋଧ ଦିବସ
ଆଜି ଜନ୍ମଦିନ: କାମିନୀ କୌଶଲ, କବୀର ବେଦୀ, ସିଦ୍ଧାର୍ଥ ମାଲହୋତ୍ରା, ବିଭୁ ପାଢ଼ୀ (କବି, କଟକ)
ଇତିହାସରେ ଆଜି: (୧୫୮୧) ରୋମାନ କ୍ୟାଥୋଲିକ କୁ ବେଆଇନ କହିଲା ବ୍ରିଟିଶ ପାର୍ଲାମେଂଟ/ (୧୬୮୧) ଶିବାଜୀ ପୁତ୍ର ସମ୍ଭାଜୀଙ୍କ ସିଂହାସନ ଅଭିଷେକ/ (୧୭୬୯) କଲିକତାରେ ଘୋଡାଦୌଡ଼ ପ୍ରତିଯୋଗିତା ଆରମ୍ଭ
ବନ୍ଦେ ଉତ୍କଳ ଜନନୀ 🪻🌻🪻
