ପ୍ରଶ୍ନପତ୍ର ଲିକ୍ ରୋକିବାକୁ ବ୍ୟବହାର ହେବ ଏଆଇ କ୍ୟାମେରା। ୨୧୧ ହବ୍ରେ ନିଜଆଡୁ ଲଗାଇବ ସିଏଚଏସଇ।
ନୂଆ ଲୋକସେବା ଭବନର ଭିତ୍ତିପ୍ରସ୍ତର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ, ସରକାର ଖର୍ଚ୍ଚ କରିବେ ୩୬୨୩କୋଟି। ବିଧାନସଭାରେ ଆଉ ୫୦ଟି ସିଟ୍ ବଢ଼ିବ।
ପ୍ରଦୂଷଣ ଜୋରିମାନା ହ୍ରାସ ଉଦ୍ୟମକୁ ଝଟ୍କା। ରାଜ୍ୟ ବଦଳାଇପାରିବନି କେନ୍ଦ୍ରୀୟ ଆଇନ।
ସରକାରଙ୍କ ଆଦେଶ ମାନିଲେନି ସମବାୟ ଅଧିକାରୀ। ୮ଟି ଜିଲ୍ଲାରେ ପୁରୀ, ଜଗତସିଂହପୁର, କେନ୍ଦ୍ରାପଡ଼ା, କନ୍ଧମାଳ, ଯାଜପୁର, ନୟାଗଡ଼, ଭଦ୍ରକ ଓ ଢେଙ୍କାନାଳରେ ଧାନକିଣା ଆରମ୍ଭ ହେଲାନି।
ମୁଖ୍ୟମନ୍ତ୍ରୀ ମାଝୀ ଆକ୍ରୋଶର ଶିକାର। ଉତ୍କଳ ବିଶ୍ୱବିଦ୍ୟାଳୟ କାର୍ଯ୍ୟକ୍ରମ ବେଳେ ତାଙ୍କୁ ଜଣେ ଯୁବକ ପିଟିବାକୁ ଉଦ୍ୟମ କଲେ।
ଭୁବନେଶ୍ୱର ଜାଗମରା ଅଂଚଳରେ ଆସନ୍ତା ରବିବାର ବିଏମସି ଦ୍ୱାରା ହେବ “ପଥ ଉତ୍ସବ”, ସୂଚନା ଦେଲେ କର୍ପୋରେଟର ପ୍ରୀତିନନ୍ଦା।
ବରଗଡ଼ ଜିଲ୍ଲା ପଦ୍ମପୁର ଅଞ୍ଚଳରେ ବାଲିମାଫିଆଙ୍କ ଆତଙ୍କରାଜ। ଉପଜିଲ୍ଲାପାଳଙ୍କୁ ମାରିବା ପାଇଁ ଗାଡ଼ିକୁ ଧକ୍କା, ଅଳ୍ପକେ ବର୍ତ୍ତିଲେ।
ବାଲେଶ୍ଵର ବାଗୁଡିରେ ମାଫିଆ ସକ୍ରିୟ, ଖଣି ବିଭାଗ ନିଷ୍କ୍ରିୟ। ମାସିକ ୬ କୋଟିର ପଥର ଲୁଟ୍, ପୁଲିସ କ୍ୟାମ୍ପ ପ୍ରହସନ
କେନ୍ଦ୍ରାପଡା ମହାକାଳପଡ଼ା ନିଷିଦ୍ଧାଞ୍ଚଳରୁ ମାଛ ଧରା ବୋଟ ସହ ୭ ମତ୍ସ୍ୟଜୀବୀ ଗିରଫ। ୫୦ କିଲୋ ମାଛ, ଜାଲ ଓ ଜିପିଏସ ଜବତ।
କଟକ ଖାନନଗର ରିଙ୍ଗବନ୍ଧ ପାଖ ଦୁର୍ଗାମଣ୍ଡପ ନିକଟ କାଠଯୋଡ଼ି ପଠାରେ ଶୋଇଥିବା ବ୍ୟକ୍ତିକୁ କଂକ୍ରିଟ ଓ ମାଙ୍କଡ଼ା ପଥର ଛେଚି ହତ୍ୟା
ଢେଙ୍କାନାଳ ଜିଲ୍ଲାର ଗଁଦିଆ ବ୍ଲକ ବିଶ୍ୱନାଥପୁର ଆଦର୍ଶ ବିଦ୍ୟାଳୟରେ ଜଣ୍ଡିସ ରୋଗ ଆତଙ୍କ।
କଟକ ଜଗତପୁରର ଇମାମ୍ ନଗର ଅଞ୍ଚଳରେ କଲରା ପତରିଆ ବାଘ ବୁଲୁଛି। ସ୍ଥାନୀୟ ବାସିନ୍ଦା ଆତଙ୍କିତ।
ବଲାଙ୍ଗୀର ଜିଲ୍ଲା ସଇଁତଲାରେ ଅଟଳ ବସଷ୍ଟାଣ୍ଡ ଉଦଘାଟିତ। ଫଳକରେ ବ୍ଲକ ଅଧ୍ୟକ୍ଷ ଓ ସରପଞ୍ଚଙ୍କ ନାମ ନ ଥିବାରୁ ଫଳକକୁ ଭାଙ୍ଗି ଦେଲେ।
ରାୟଗଡ଼ା ଜିଲ୍ଲା ଗୁଣୁପୁର ଲିମାମଡ଼ା ଗ୍ରାମ ନିକଟରେ ବିଦ୍ୟୁତ ଖୁଣ୍ଟରେ ପିଟି ହୋଇ ୨ ବାଇକ ଆରୋହୀ ମୃତ୍ୟୁବରଣ କଲେ। ମୃତକ ମୁନା ଓ କ୍ରିଷ୍ନା
ବ୍ରହ୍ମପୁରରେ ସ୍କୁଟିକୁ ଧକ୍କା ଦେଲା ବସ୍। ଦୁର୍ଘଟଣାରେ ସ୍ୱାମୀ-ସ୍ତ୍ରୀଙ୍କ ଜୀବନ ଚାଲିଗଲା।
ମୟୁରଭଞ୍ଜ ବୈଶିଙ୍ଗାରେ ଶିକ୍ଷକଙ୍କ ଘର ତାଲା ଭାଙ୍ଗି ୫୦ ଲକ୍ଷ ଟଙ୍କାର ସୁନାରୁପା ଅଳଙ୍କାର ଲୁଟିନେଲେ ଦୁର୍ବୃତ୍ତ।
ସମ୍ବଲପୁର କୁଚିଣ୍ଡାରେ ମିଲର ମାନଙ୍କ ଅସହଯୋଗ ପାଇଁ ମଣ୍ଡିରେ ଧାନ ପଡ଼ିରହିଲା।
ନୂଆ ଦଳ ପାଇଁ ମହମ୍ମଦ ମୋକିମଙ୍କ ସଭା। ମଞ୍ଚ ଉପରେ ଗର୍ଜନ କଲେ କଂଗ୍ରେସ ବିଧାୟିକା ସୋଫିଆ ଫିର୍ଦ୍ଦୋଷ।
ଚନ୍ଦକା-ଡମପଡ଼ା ଅଭୟାରଣ୍ୟରେ ବାଘ ନାହାନ୍ତି। ଦୁଇ ଦଶନ୍ଧି ହେଲା ମହାବଳ ଶୂନ୍ୟ, ଏବେ କଲରାପତରିଆ ବଂଶ ମଧ୍ୟ ଲୋପ ପାଇଗଲେ।
ପୋଲାଭରମ ପ୍ରକଳ୍ପ ନେଇ ତେଲଙ୍ଗାନା ରିଟ୍ ପିଟିସନ ଗ୍ରହଣଯୋଗ୍ୟ ନୁହେଁ, କହିଲେ ସୁପ୍ରିମକୋର୍ଟ
ସ୍ୱାମୀ ପ୍ରେମାନନ୍ଦ ମହାରାଜ ରହୁଥିବା ଫ୍ଲାଟରେ ଭୟଙ୍କର ଅଗ୍ନିକାଣ୍ଡ।
ଜାନୁଆରୀ ୨୦ ତାରିଖରୁ ଦିଲ୍ଲୀବାସୀଙ୍କ ଯମୁନା ନଦୀରେ ମିଳିବ କ୍ରୁଜ୍ ସେବା।
ପୂର୍ବତନ ଉପରାଷ୍ଟ୍ରପତି ଜଗଦୀପ ଧନଖଡ଼ ଗୋଟିଏ ସପ୍ତାହରେ ଦୁଇ ଥର ବେହୋସ ହେଲେଣି। ଏମ୍ସ ହସ୍ପିଟାଲରେ ଭର୍ତ୍ତି।
ପୂର୍ବତନ ନୌସେନା ମୁଖ୍ୟଙ୍କୁ ଦେବାକୁ ପଡ଼ିବ ନାଗରିକତା ପ୍ରମାଣ। ଅରୁଣ ପ୍ରକାଶଙ୍କୁ ନିର୍ବାଚନ କମିସନ ଜାରି କଲେ ନୋଟିସ୍।
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଚଳିତ ସପ୍ତାହ ଜାନୁଆରି ୧୪ ତାରିଖ ମକର ସଂକ୍ରାନ୍ତି ଦିନ ତାଙ୍କ ନୂଆ ଅଫିସ୍କୁ ସ୍ଥାନାନ୍ତର ହେବେ।
ସୁନା ଦାମ ୧.୪୦ଲକ୍ଷ ଟପିଲା, ରୂପା ଦାମ ୧୨୦୦୦ ଟଙ୍କା ବଢିଲା।
ଇପିଏଫ୍ଓ, ଇଏସ୍ଆଇ ବେତନ ସୀମା ମାସିକ ୩୦ହଜାର ଟଙ୍କା ହେବ।
ଇସ୍ରୋ ଦ୍ୱାରା ପିଏସ୍ଏଲ୍ଭି-ସି୬୨ ଉତ୍କ୍ଷେପଣ ବିଫଳ, ଅର୍ବିଟରେ ମୁତୟନ ହୋଇପାରିଲାନି ୧୬ଟି ଉପଗ୍ରହ।
ବାଂଲାଦେଶରେ ହିନ୍ଦୁ ଅଟୋ ଡ୍ରାଇଭରଙ୍କୁ ପିଟି ପିଟି ମାରି ଦେଲେ।
ନିର୍ଲଜ ହେଲେ ଟ୍ରମ୍ପ। ମୁଁ ଭେନେଜୁଏଲାର କାର୍ଯ୍ୟକାରୀ ରାଷ୍ଟ୍ରପତି ବୋଲି ଘୋଷଣା କଲେ।
ଗତବର୍ଷ ଏଇ ସମୟରେ
ପୁରୀ ଶ୍ରୀମନ୍ଦିର ବେଢା ଭିତର ଫଟୋ ଭାଇରାଲ କରିଥିଲେ ଯୁବକ।
ମାଗଣାରେ ଟିଭି ଦେଖନ୍ତୁ। ପ୍ଲେ ଷ୍ଟୋରରୁ “mera channel” ଡାଉନଲୋଡ କରନ୍ତୁ।
ଆଜି ଲୋହରୀ
ଆଜି ଜନ୍ମଦିନ: ଫକୀର ମୋହନ ସେନାପତି, ରାକେଶ ଶର୍ମା, ଅସ୍ମିତ ପଟେଲ, କହ୍ନେୟା କୁମାର, ସିଧୁ ମୁଶେୱାଲା
ଆଜି ତିରୋଧାନ: ମନମୋହନ ମହାପାତ୍ର
ଇତିହାସରେ ଆଜି: (୧୬୦୭) ସ୍ପେନ ଦେବାଳିଆ ହେଲା, ବ୍ୟାଙ୍କ ଅଫ ଜେନେଭା ବନ୍ଦ/ (୧୯୪୮) ହିନ୍ଦୁ ମୁସଲିମ ଏକତା ପାଇଁ ମୋହନଦାସ ଗାନ୍ଧୀଙ୍କ ଅନଶନ/ (୧୯୯୩) ଇରାକ ଉପରେ ଆମେରିକା ମିଳିତ ସେନାର ଆକ୍ରମଣ/ (୧୮୧୮) ଉଦୟପୁର ର ରାଣା ବ୍ରିଟିଶ ସହ ଚୁକ୍ତି ସ୍ବାକ୍ଷର କଲେ
ବନ୍ଦେ ଉତ୍କଳ ଜନନୀ 🪻🌻🪻
Mera Channel OTT
