ରାଶିଫଳ ଆଜି, ୧୪ ଜାନୁଆରୀ, ବୁଧବାର

ମେଷ
ଅଷ୍ଟମସ୍ଥ ଚନ୍ଦ୍ରଙ୍କ ପ୍ରଭାବରେ ଆପଣଙ୍କ ମାନସିକ ସ୍ଥିତି ଭଲ ନ ରହିଲେ ମଧ୍ୟ କର୍ମକ୍ଷେତ୍ରରେ ପ୍ରାଧାନ୍ୟତା ଊଣା ହେବନାହିଁ। ଦୀର୍ଘଦିନରୁ ଭଲ ସମ୍ପର୍କ ଥାଇ ମଧ୍ୟ ଦେଖି ପାରି ନ ଥିବା ପ୍ରିୟବନ୍ଧୁଟିର ସାନ୍ନିଧ୍ୟ ଲାଭରୁ ଖୁସୀ ହେବେ। ପୂର୍ବ ନିର୍ଦ୍ଧାରିତ ଆନୁଷ୍ଠାନିକ କାମରେ ସହଯୋଗୀର ଭୂମିକା ନିର୍ବାହ କରି ପ୍ରଶଂସିତ ହୋଇପାରନ୍ତି।

ବୃଷ
ବନ୍ଧୁଙ୍କ ସାହାଯ୍ୟ,ସହଯୋଗ ଓ ସହାନୁଭୂତି ଆପଣଙ୍କ ଆଶା ଓ କାମନା ପୂରଣ ଦିଗରେ ସହାୟକ ହେବ। ଯେତେ ଭଲ କାମ କଲେ ମଧ୍ୟ ଆପଣ ସମସ୍ତଙ୍କୁ ସନ୍ତୁଷ୍ଟ କରିବାରେ ସଫଳ ହେବେ ନାହିଁ। କର୍ମକ୍ଷେତ୍ରରେ ପ୍ରତ୍ୟେକ ପ୍ରତିବନ୍ଧକକୁ ଦୃଢ଼ତାର ସହ ସମ୍ମୁଖୀନ ହୋଇ କାମ କରିବାକୁ ପଡ଼ିପାରେ।

ମିଥୁନ
ଆଜି ଆପଣଙ୍କ ପୂର୍ବ ଯୋଜନା ଅନୁଯାୟୀ କର୍ମ ଯଥାବିଧି ସମ୍ପନ୍ନ ହେବାରେ କୌଣସି ପ୍ରତିବନ୍ଧକ ରହିବନାହିଁ। ଅନ୍ୟାନ୍ୟ କୌଣସି ଅସୁବିଧା ନ ଥିଲେ ମଧ୍ୟ ପୁରାତନ ରୋଗର ପୀଡ଼ା ଆପଣଙ୍କୁ ନିରୁତ୍ସାହିତ କରିବ। ବନ୍ଧୁ ଗହଣରେ ଭୁଲ୍‌ ବୁଝାମଣାଜନିତ ପାରସ୍ପରିକ ବିତର୍କଜନିତ ପରିସ୍ଥିତି ସୃଷ୍ଟି ହୋଇପାରେ।

କର୍କଟ
ସାମୟିକ ସ୍ବାସ୍ଥ୍ୟ ସମସ୍ୟା ଆପଣଙ୍କୁ କାର୍ଯ୍ୟହାସଲ ଦିଗରେ ଅନ୍ତରାୟ ସୃଷ୍ଟି କରିବାର ସୂଚନା ରହିଛି। ନିଜେ ଅସୁବିଧା ଭିତରେ ଚଳୁଥିଲେ ମଧ୍ୟ ବନ୍ଧୁଙ୍କ କାମରେ ଯଥାସାଧ୍ୟ ସାହାଯ୍ୟ କରିବା ପାଇଁ ମନସ୍ଥ କରିବେ। ଯାତ୍ରା, ବାଣିଜ୍ୟ ଓ ପରିବହନ କ୍ଷେତ୍ରରେ ସମସ୍ୟା ସମାଧାନ ହେବାରେ କୌଣସି ଅସୁବିଧା ରହିବନାହିଁ।

ସି˚ହ
କର୍ମକ୍ଷେତ୍ରରେ ପଦସ୍ଥ ବ୍ୟକ୍ତିଙ୍କ କିଛି ଆଶ୍ୱସ୍ତି ସୂଚକ କଥା ଶୁଣି ମନ ହାଲୁକା ହୋଇଯିବ। ଅନ୍ୟକୁ ସାହାଯ୍ୟ କରିବାକୁ ଯାଇ ନିଜର କାମଟି ଅଟକି ରହିଯିବାର ସୂଚନା ରହିଛି। ଶିଳ୍ପ, ବାଣିଜ୍ୟ ବ୍ୟବସାୟ, ପ୍ରଶାସନ ପାଇଁ କୌଣସି ଅସୁବିଧା ହେବନି। ପାରିବାରିକ କ୍ଷେତ୍ରରେ ଭୁଲ୍‌ ବୁଝାମଣାଜନିତ ସାମୟିକ ମତାନ୍ତର ସୃଷ୍ଟି ହୋଇପାରେ।

କନ୍ୟା
ପାରିବାରିକ କ୍ଷେତ୍ରରେ ବିଭିନ୍ନ ସମସ୍ୟାକୁ କେନ୍ଦ୍ର କରି ମାନସିକ ସ୍ଥିରତା ରହି ନ ପାରେ। ଆଜି ଯେକୌଣସି ବିବାଦୀୟ କଥାରେ କିମ୍ବା ସମସ୍ୟା ଥିବା ଘଟଣାରେ ମୁଣ୍ଡ ନ ପୂରାଇବା ଭଲ। ଶିଳ୍ପ, ବାଣିଜ୍ୟ, ବ୍ୟବସାୟ,ପରିବହନ,କଚେରି ମାମଲାରେ ଆଶାଜନକ ଫଳ ପାଇବେ।

ତୁଳା
ଚନ୍ଦ୍ରଙ୍କ ସୁପ୍ରଭାବରୁ ଆପଣଙ୍କ ଆକର୍ଷଣୀୟ ବ୍ୟବହାର ବନ୍ଧୁ ପରିଜନଙ୍କ ପ୍ରୀତିବର୍ଦ୍ଧନ କରିବ। କିନ୍ତୁ ରାହୁଙ୍କ ପ୍ରଭାବରେ କୌଣସି ଦୀର୍ଘମିଆଦୀ ଯୋଜନା ଫସର ଫାଟିଯିବା କାରଣରୁ ମନ ଭଲ ରହି ନ ପାରେ। ଆଜି ଇଚ୍ଛା ନ ଥିଲେ ମଧ୍ୟ ହଠାତ୍‌ ପରିସ୍ଥିତିରେ ପଡ଼ି ଖର୍ଚ୍ଚାନ୍ତ ହେବାକୁ ପଡ଼ିପାରେ। ବନ୍ଧୁଙ୍କ ଅଭିଯୋଗ ସକାଶେ ଚିନ୍ତିତ ରହିପାରନ୍ତି।

ବିଛା
ଅନୁକୂଳଗ୍ରହ ପ୍ରଭାବରେ ଆଜି ଆପଣ ଯେଉଁ କାମରେ ହାତଦେଲେ ମଧ୍ୟ ସଫଳତା ନିଶ୍ଚିତ ପାଇବେ। ସାହିତ୍ୟ, ସଂଗୀତ, କଳା, କ୍ରୀଡ଼ା ଓ ଚଳଚ୍ଚିତ୍ରରେ ସୁନାମ ଅର୍ଜନ କରିବାର ସୌଭାଗ୍ୟ ଅର୍ଜନ କରିବେ। ଯାନବାହନରେ ଯିବା ଆସିବା ସମୟରେ ଜିନିଷପତ୍ର ଅଦଳବଦଳ ହୋଇଯାଇପାରେ।

ଧନୁ
କର୍ମକ୍ଷେତ୍ରରେ ସାମ୍ୟତା ଅପରିବର୍ତ୍ତିତ ରହିବା କାରଣରୁ ମାନସିକ ଶାନ୍ତି ଅକ୍ଷୁଣ୍ଣ ରହିବ। କଳା, ସାହିତ୍ୟ, ସଙ୍ଗୀତ କ୍ଷେତ୍ରରେ ପ୍ରଶଂସା ଓ ପ୍ରୋତ୍ସାହନ ପାଇବାରେ କୌଣସି ଶୁଭେଚ୍ଛୁଙ୍କ ଅବଦାନ ଅବିସ୍ମରଣୀୟ ରହିବ। ସାମୂହିକ ଆଲୋଚନା ପରିସରରେ ବନ୍ଧୁଙ୍କ ଯୁକ୍ତିକୁ ଗ୍ରହଣ କରିବାକୁ ବାଧ୍ୟ ହୋଇପାରନ୍ତି।

ମକର
ସକାଳୁ ସକାଳୁ ପ୍ରିୟଜନଙ୍କ ସହ ଭ୍ରମଣ ଓ ନୂତନ ସ୍ଥାନ ପରିଦର୍ଶନର ସୁଯୋଗ ପାଇ ଆନନ୍ଦ ଅନୁଭବ କରିବେ। ପାରିବାରିକ କ୍ଷେତ୍ରରୁ ସମର୍ଥନ ଲାଭକରି ଅଭିଳଷିତ କାମକୁ ଶେଷ ପର୍ଯ୍ୟାୟକୁ ନେବାପାଇଁ ଶ୍ରବଣା ଚେଷ୍ଟିତ ହୋଇପାରନ୍ତି। ସମ୍ପର୍କୀୟ ଜଣେ ବନ୍ଧୁ ପ୍ରଲୋଭନ ପ୍ରତିଶ୍ରୁତି ଦେଇ ଆପଣଙ୍କୁ କାମରେ ନିୟୋଜିତ କରିବେ।

କୁମ୍ଭ
ପାରିବାରିକ ଅସ୍ଥିରତା ଦୂର କରିବାରେ ଶୁଭଚିନ୍ତକ ମାର୍ଗଦର୍ଶକ ସାଜିପାରନ୍ତି। ଦୁର୍ବଳ ଆର୍ଥିକ ସ୍ଥିତି ହଠାତ୍‌ ବଦଳିଯିବା କାରଣରୁ ଅନେକ ଆଶା ଓ କଳ୍ପନା ମନରେ ଜାଗି ଉଠିବ। ଶିଳ୍ପ, ବାଣିଜ୍ୟ, ପରିବହନ, ପ୍ରଶାସନିକ କ୍ଷେତ୍ର ମନ୍ଦ ହେବନି। ରଚନାମତ୍କ କାର୍ଯ୍ୟ, ସଙ୍ଗୀତ ସମାରୋହ କିମ୍ବା ସାଂସ୍କୃତିକ କାର୍ଯ୍ୟକ୍ରମକୁ ଆହୂତ ହୋଇପାରନ୍ତି।

ମୀନ
ଆଜି ନୂତନ ଯୋଜନାରମ୍ଭ ସକାଶେ ବନ୍ଧୁଙ୍କ ସହ ଆଲୋଚନା କଲେ ଉପକୃତ ହେବେ। ନିଜ ପରିସରରେ ପିଲାମାନଙ୍କ କଳହକୁ କେନ୍ଦ୍ରକରି ପଡ଼ୋଶୀ କ୍ରୋଧ ପ୍ରକାଶ କରିପାରନ୍ତି। କୌଣସି ବନ୍ଧୁ ପ୍ରତିଶ୍ରୁତି ଦେଇ ମଧ୍ୟ ଆସି ନ ପାରନ୍ତି। ପରିବାରରେ ଯୁକ୍ତିତର୍କଜନିତ ମତାନ୍ତରଜନିତ ଅଶାନ୍ତିର ବାତାବରଣ ସୃଷ୍ଟି ହୋଇପାରେ।

Mera Channel OTT

Leave a Reply

Your email address will not be published. Required fields are marked *

error: Content is protected !!