*ଖବର ଆଜିର, ୧୨ ଜାନୁଆରୀ, ସୋମବାର*=======================ରାଜ୍ୟରେ ଶୀତ କମିଲା। ରାତିରେ ବି କମିବ।ଯୁକ୍ତ ଦୁଇ ପରୀକ୍ଷା ପାଇଁ ୧୩୮୫ ପରୀକ୍ଷା କେନ୍ଦ୍ର ଏବଂ ୨୦୨ ହବ୍। ପରିଷଦ କାର୍ଯ୍ୟାଳୟରେ ଖୋଲିଲା କଣ୍ଟ୍ରୋଲ ରୁମ୍।ରିଲାଏନ୍ସ ଫାଉଣ୍ଡେସନ ଛାତ୍ରବୃତ୍ତି ପାଇଁ ଓଡ଼ିଶାର ୧୨୭ ମନୋନୀତ, ପ୍ରତ୍ୟେକ ସ୍ନାତକଙ୍କୁ ୨ ଲକ୍ଷ ଏବଂ ପିଜି ଛାତ୍ରଛାତ୍ରୀଙ୍କୁ ମିଳିବ ୬ ଲକ୍ଷ ଟଙ୍କା।ଭୁବନେଶ୍ୱରରେ ଶିଶିର ସରସ ମେଳା ଚାଲିଛି।ଭୁବନେଶ୍ୱରରୁ ଦୁର୍ଦ୍ଦାନ୍ତ ଅପରାଧୀ ନିରଞ୍ଜନ ସ୍ୱାଇଁ (ନଣ୍ଡା) ଗିରଫ । ନଣ୍ଡାକୁ ଧଉଳି ଥାନା ପୁଲିସ ଗିରଫ କରିଛି, ୭୮ ମାମଲାରେ ଜଡ଼ିତ।ରାଉରକେଲା ବିମାନ ଦୁର୍ଘଟଣାର ତଦନ୍ତ ପାଇଁ ପହଞ୍ଚିବ ଏଏଆଇବି ତଦନ୍ତକାରୀ ଟିମ୍।ଭୁବନେଶ୍ୱର:୨୦ କୋଟି ଟଙ୍କାର ସାଇବର ଠକେଇ,ବଆନ୍ତରାଜ୍ଯ ଗ୍ୟାଙ୍ଗର ୧୨ ଗିରଫ।ସମ୍ବଲପୁରରେ ଅତ୍ୟାଧୁନିକ ଟ୍ରମା କେୟାର ସେଣ୍ଟର ଏବଂ OPD ବିଲ୍‌ଡିଙ୍ଗର ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ।ସାଲିଆ ସାହିରେ ବଡ଼ ଧରଣର ରେଡ୍, ପୋଚ ସାଙ୍ଗକୁ ମଦ ପ୍ରସ୍ତୁତ ସାମଗ୍ରୀ ଜବତ।ପୁଣି ‘ଆମ ବସ୍’ରେ ଲାଗିଲା ନିଆଁ, ପଟିଆ ‘ଆମ ବସ୍’ ଡିପୋରେ ଅଗ୍ନିକାଣ୍ଡ।ବେଲପାହାଡ଼ରେ ଲାଇନଚ୍ୟୁତ ହେଲା କୋଇଲା ନେଉ ଥିବା ମାଲବାହୀ ଟ୍ରେନର ୩ଟି ୱାଗନ।ଆଜି ଶକ୍ତି ପଦର୍ଶନ କରିବେ କଂଗ୍ରେସରୁ ବିତାଡିତ ମହମ୍ମଦ ମୋକିମ। ପ୍ରବଳ ଟଙ୍କା ଖର୍ଚ୍ଚ, ପ୍ରାୟ ୧୨୦୦ରୁ ଉର୍ଦ୍ଧ୍ଵ ଆଶାବାଦୀ ଯୁବକ ଆସିବେ ବୋଲି ହିସାବ ।ବିରାଟଙ୍କ ବିଶାଳ ରେକର୍ଡ, ଦ୍ରୁତତମ ୨୮୦୦୦ ରନ୍ ପୂରଣ କରିବାରେ ବିଶ୍ବର ପ୍ରଥମ ବ୍ୟାଟର।ବିହାରରେ କୁହୁଡ଼ି ଯୋଗୁଁ ସିରିଜ୍ ଦୁର୍ଘଟଣା, ୨ ମୃତ ଓ ୪ ଗୁରୁତର।ଆସନ୍ତା ୧୭ ତାରିଖରୁ ଓଡ଼ିଶା ଦେଇ ଚାଲିବ ୬ ନୂଆ ଟ୍ରେନ୍, ଏଥିରେ ଅଛି ୪ ନୂଆ ଅମୃତ ଭାରତ ଏକ୍ସପ୍ରେସ।ଭଦଦୋରାରେ ବିରାଟଙ୍କ ଚମକ୍, ନ୍ୟୁଜଲାଣ୍ଡଙ୍କୁ ୪ ଓ୍ବିକେଟ୍ ରେ ହରାଇଲା ଭାରତ।ଡବ୍ଲ୍ୟୁପିଏଲ ମୁମ୍ବାଇରେ ଆଜି ରୟାଲ ଚ୍ୟାଲେଞ୍ଜର୍ସ ଏବଂ ୟୁପି ଓ୍ବାରିୟରସ୍ ଲଢେଇ ହେବଆଇ-ପ୍ୟାକ୍ ରେଡ୍ ମାମଲାରେ ମମତାଙ୍କ ବିରୋଧରେ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହେଲା ଇଡି।ଗୁଜରାଟର ଶୌର୍ଯ୍ୟ ଯାତ୍ରାରେ ସାମିଲ ହେଲେ ପ୍ରଧାନମନ୍ତ୍ରୀ ମୋଦି, ସୋମନାଥ ମନ୍ଦିରରେ ହଜାର ସେକେଣ୍ଡ ପାଇଁ ଜପ କଲେ ଓଁକାର ଧ୍ବନି।ଦୁଇ ଦିନିଆ ଭାରତ ଗସ୍ତରେ ଜର୍ମାନ ଚାନ୍ସେଲର, ପ୍ରଧାନମନ୍ତ୍ରୀ ମୋଦୀଙ୍କ ସହ କରିବେ ବିଭିନ୍ନ ପ୍ରସଙ୍ଗରେ ଆଲୋଚନା।ଅଯୋଧ୍ୟାର ରାମ ମନ୍ଦିରକୁ ପୂରିଲା ଦୁଇବର୍ଷ।*ଗତବର୍ଷ ଏଇ ସମୟରେ*ପୁରୀ ଶ୍ରୀମନ୍ଦିରକୁ ଏଟିଏମ୍‌ ମାଧ୍ୟମରେ ଦାନ ସୁବିଧା ବନ୍ଦ କରିଦେଲା ଷ୍ଟେଟ ବ୍ୟାଙ୍କ ଅଫ ଇଣ୍ଡିଆ।ଡିଜିଟାଲ ପଦ୍ଧତିରେ ପରୀକ୍ଷା ଖାତା ମୂଲ୍ୟାୟନ କରିବ ଓପିଏସ୍‌ସି ବୋଲି କହିଥିଲେ ସରକାର।ଦୁର୍ଘଟଣାଗ୍ରସ୍ତଙ୍କୁ ହସ୍ପିଟାଲକୁ ନେଲେ ମିଳିବ ୨୫ ହଜାର ଟଙ୍କା, ବେଆଇନ ପାର୍କିଂ ଫଟୋ ଦେଲେ କମିଶନ ମିଳିବ, କହିଥିଲେ ସରକାରଉତ୍ତରପ୍ରଦେଶ କନୌଜରେ ଅମୃତ ଭାରତ ରେଳ ଷ୍ଟେସନ ଭୁଶୁଡ଼ିଗଲା, ଅନେକ ଶ୍ରମିକ ଚାପିହୋଇ ରହିଛନ୍ତି। ଖସିଗଲା ଠିକାଦାର।ମାଗଣାରେ ଟିଭି ଦେଖନ୍ତୁ। ପ୍ଲେ ଷ୍ଟୋରରୁ “mera channel” ଡାଉନଲୋଡ କରନ୍ତୁ।=======================ଆଜି ଜାତୀୟ ଯୁବ ଦିବସଆଜି ଜନ୍ମଦିନ: ସ୍ୱାମୀ ବିବେକାନନ୍ଦ, ଜିଜା ବାଇ, ପ୍ରିୟଙ୍କା ଭଦ୍ରା, ବିକେ ବିର୍ଲା, ସାକ୍ଷୀ ତନୱାର, ଜେଫ ବେଜୋସ (ଆମାଜନ), ବୈଜୟନ୍ତ ପଣ୍ଡା, ବ୍ରଜନାଥ ରଥ (କବି, ବାଲେଶ୍ଵର)ଆଜି ତିରୋଧାନ: ଅମରିଶ ପୁରୀ, ରାମକୃଷ୍ଣ ହେଗଡେଇତିହାସରେ ଆଜି: (୧୭୦୮) ମରାଠା ସିଂହାସନରେ ବସିଲେ ସାହୁ ଜୀ/ (୧୭୫୭) ପଶ୍ଚିମବଙ୍ଗ ବେଣ୍ଡେଲ ଅଞ୍ଚଳକୁ ଦଖଲ କଲା ବ୍ରିଟିଶ ସେନା/ (୧୯୩୪) ଚିଟାଗଙ୍ଗ ବିଦ୍ରୋହର ମୁଖିଆ ସୂର୍ଯ୍ୟ ସେନଙ୍କୁ ଫାଶୀ/ (୧୯୫୦) ସଂଯୁକ୍ତ ପ୍ରାନ୍ତ ପ୍ରଦେଶର ନୂଆନାମ ଉତ୍ତର ପ୍ରଦେଶ ହେଲା/ (୨୦୧୦) ହାଇତି ଭୁକମ୍ପରେ ଲକ୍ଷେ ଲୋକ ମୃତ/ (୨୦୧୮) ଏକସଙ୍ଗେ ୩୧ ସାଟେଲାଇଟ ପଠାଇଲା ଇସ୍ରୋ, ସମୁଦାୟ ସଂଖ୍ୟା ୧୦୦ ହେଲା=======================*ବନ୍ଦେ ଉତ୍କଳ ଜନନୀ* 🪻🌻🪻

Leave a Reply

Your email address will not be published. Required fields are marked *

error: Content is protected !!