ରାଜ୍ୟରେ ୧୦ ଡିଗ୍ରୀ ତଳେ ୨୮ ସହରର ତାପମାତ୍ରା। ସୁନ୍ଦରଗଡ଼ କୋଇଡାରେ ପୁଣି ତୁଷାରପାତ।
ଓଜେଇଇ ପରୀକ୍ଷା ପାଇଁ ତାରିଖ ଘୋଷଣା ହେଲା। ଆସନ୍ତା ୨୭ ତାରିଖରୁ ମାର୍ଚ୍ଚ ୨୬ ଯାଏ ଅନଲାଇନ୍ ରେଜିଷ୍ଟ୍ରେଶନ ହେବ।
ଆସନ୍ତା ମାର୍ଚ୍ଚରେ ସିୟୁଇଟି ପିଜି। ୧୪ ତାରିଖ ଅନଲାଇନ୍ ଆବେଦନ ଶେଷ ଦିନ।
ପିଲାମାନେ ସ୍କୁଲକୁ ନ ଆସିଲେ ଶିକ୍ଷକ ବୁଝିବେ। ଘରକୁ ଯାଇ କାରଣ ପଚାରିବେ, ତଥ୍ୟ ସଂଗ୍ରହ କରିବେ ।
ଦୁଇ ଦିନିଆ ସମ୍ୱଲପୁର ଗସ୍ତରେ ମୁଖ୍ୟମନ୍ତ୍ରୀ ମାଝୀ। ସମ୍ବଲପୁରରେ ୨୫ଟି ଇ-ବସ୍ ସେବାର ଶୁଭାରମ୍ବ କଲେ।
ଭୁବନେଶ୍ୱର କିମସରେ ଏଏପିଆଇ ଗ୍ଲୋବାଲ୍ ହେଲଥକେୟାର ସମିଟ୍ ଉଦ୍ଘାଟନ ହେଲା।
ଓଡିଶା ଷ୍ଟାଫ ସିଲେକ୍ସନ କମିଶନ ସମ୍ମୁଖରେ ରାତି ସାରା କନିଷ୍ଠ ଯନ୍ତ୍ରୀ ପରୀକ୍ଷାର୍ଥୀଙ୍କ ଧାରଣା, ପରୀକ୍ଷା ସରିବାର ଦୀର୍ଘଦିନ ପରେ ବି ବାହାରୁନି ରେଜଲ୍ଟ।
ବାଲେଶ୍ଵରରେ ବ୍ରାଉନ ସୁଗାର ଚଢ଼ାଉ ବେଳେ ପୁଲିସ୍ କୁ ଆକ୍ରମଣ କଲେ ଚୋରଣୀ ଦଳ। ୧୦ ମହିଳା ଜେଲ୍ ଗଲେ।
ରାଉରକେଲାରେ କଂସର ପାଖରେ ଘରୋଇ ବିମାନ ଖସିପଡି ଦୁର୍ଘଟଣାଗ୍ରସ୍ତ ହେଲା। ପାଇଲଟ୍ ସହ ୬ ଯାତ୍ରୀ ଗୁରୁତର।
କଟକ ସାଇବର ପୁଲିସ ହାତରେ ଧରା ପଡ଼ିଲେ ୭ଜଣିଆ ଲୁଟେରା ଗ୍ୟାଙ୍ଗ ।
ଭୁବନେଶ୍ୱରରେ ପୁଣି ଆମ ବସ ଆତଙ୍କ। କଳିଙ୍ଗ ଷ୍ଟୁଡିଓ ଛକରେ ହୁତୁହୁତୁ ହୋଇ ଜଳିଗଲା ଚଳନ୍ତା ଆମ ବସ୍।
ଯାତ୍ରା ଅଭିନେତା ପୀୟୂଷ ତ୍ରିପାଠୀଙ୍କୁ ଆସିଲା ମଞ୍ଚ ନଚଢିବା ନେଇ ନୋଟିସ୍, ୧୨ ତାରିଖରେ କୋର୍ଟରେ ହେବେ ହାଜର
ମୟୁରଭଞ୍ଜ କରଞ୍ଜିଆରେ ବଡ଼ ବାପାକୁ ଠେଙ୍ଗାରେ ପିଟିପିଟି ହତ୍ୟାକଲା ପୁତୁରା।
ବରଗଡ଼ର ସୁନା ବ୍ୟବସାୟୀଙ୍କୁ କୋଲକାତା ପୁଲିସ ଉଠାଇ ନେଲା। କୋଲକାତାରୁ ଲକ୍ଷାଧିକ ଟଙ୍କାର ସୁନା ଆଣି ଟଙ୍କା ଦେଇନଥିଲେ।
ନୟାଗଡ଼ ଫତେଗଡ଼ରେ ବିବାହ ପାଇଁ ରାଜି ହେଲେନି ପ୍ରେମିକ, ବିଷ ପିଇ ଥାନା ଆଗରେ ଆତ୍ମହତ୍ୟା ଉଦ୍ୟମ କଲେ ଯୁବତୀ।
ଖୋର୍ଦ୍ଧା ଜିଲ୍ଲା ବେଗୁନିଆ ଚିରାମାରୁରେ ଅଗ୍ନିକାଣ୍ଡ ଘଟି ୮ଟି ପରିବାରର ବାସଗୃହ ସମେତ ଲକ୍ଷାଧିକ ଟଙ୍କାର ଆସବାବପତ୍ର ପୋଡିଗଲା।
ରାୟଗଡ଼ା ଅଶୋକ ସିନେମା ହଲ୍ରେ ଅଗ୍ନିକାଣ୍ଡ। ପ୍ରଭାସଙ୍କ ଏଣ୍ଟ୍ରି ବେଳେ ସ୍କ୍ରିନ ସାମ୍ନାରେ ଆଳତି କଲେ,ବାଣ ଫୁଟାଇଲେ ପ୍ରଶଂସକ। ସେଥିରୁ ଲାଗିଲା ନିଆଁ।
ଘୋଡ଼ାହାଡ଼ ଡ୍ୟାମ୍ରେ କୁମ୍ଭୀର ଗଣନା ଶେଷ, ଚଳିତ ବର୍ଷ ୯୫ରେ ପହଞ୍ଚିଛି କୁମ୍ଭୀର ସଂଖ୍ୟା।
ଭୁବନେଶ୍ୱରରେ ବାୟୁ ପ୍ରଦୂଷଣ ଦୁଇମାସ ପରେ ସାମାନ୍ୟ କମିଲା। ସମ୍ବେଦନଶୀଳ ସ୍ଥାନରେ ପାଣି ଛିଞ୍ଚୁଛି ବିଏମସି।
ମହମ୍ମଦ ମୋକିମଙ୍କ ନୂଆ ଦଳପାଇଁ ଲୋକ ମିଳୁନାହାନ୍ତି। ମାର୍ଚ୍ଚ, ଏପ୍ରିଲକୁ ଘୋଷଣା ଘୁଞ୍ଚିଲା।
ରାଜ୍ୟରେ ଗୁଟ୍ଖା ନିଷେଧକୁ ୧୩ ବର୍ଷ ପୂରିଲା। ସବୁଆଡେ ମିଳୁଛି, ସମସ୍ତେ ଖାଉଛନ୍ତି।
ଖାଲି ପଡିଥିବା ରାଜ୍ୟସଭା ଆସନ ପାଇଁ ତାରିଖ ଘୋଷଣା ହୋଇନି। କିନ୍ତୁ ଛକାପଞ୍ଝା ଆରମ୍ଭ। ବିଜେପିର ଫାଳ ଫାଳ ତିନୋଟି ଶିବିରରେ ଲବି ଚାଲିଛି।
ହିମାଚଳ ପ୍ରଦେଶ ସିରମୌର୍ ବସ୍ ଦୁର୍ଘଟଣା, ୧୪ରେ ପହଞ୍ଚିଲା ମୃତ୍ୟୁସଂଖ୍ୟା, ୫୨ ଆହତ ମେଡିକାଲରେ ଭର୍ତ୍ତି।
ୟୁପି ଅଯୋଧ୍ୟା ରାମ ମନ୍ଦିରରେ ସୁରକ୍ଷା ଢିଲା। ମନ୍ଦିର ଭିତରେ ମୁସଲିମ ବ୍ୟକ୍ତି ନମାଜ ପଢ଼ିଲା ବେଳେ ଧରାପଡିଲେ।
ମୁମ୍ବାଇରେ ମହିଳା କ୍ରିକେଟ ପ୍ରିମିୟର ଲିଗରେ ଗୁଜୁରାଟ ଜାଏଣ୍ଟସ୍ ୧୦ ରନ୍ ରେ ବିଜୟୀ।
ଆଜିଠାରୁ ଏକ ମାସ ଯାଏଁ ବୃହସ୍ପତି ଗ୍ରହକୁ ମହାକାଶରେ ଖାଲି ଆଖିରେ ଦେଖିହେବ।
କାରାବିଆନ୍ ରେ ତେଲ ଟ୍ୟାଙ୍କର ଓଲିନାକୁ ଜବତ କଲା ଆମେରିକା। ଋଷ ସହ ପ୍ରତିଯୋଗିତା କରି, ଭେନେଜୁଏଲା ତେଲକୁ କମ୍ ଦାମରେ ବିକିବ ଆମେରିକା।
ବାଂଲାଦେଶରେ ମକର ସଂକ୍ରାନ୍ତି ପାଳନ ନ କରିବା ପାଇଁ ନିଷେଧାଦେଶ ଜାରି।
ଇରାନରେ ବିକ୍ଷୋଭକାରୀଙ୍କ ଉପରକୁ ଗୁଳି ଚଳାଇଲେ ଖାମେନେଇ ସରକାର, ତେହରାନରେ ୨୧୭ ଜଣଙ୍କ ମୃତ୍ୟୁ।
ସିରିଆର ଆଲେପ୍ପୋରେ ଯୁଦ୍ଧ ପରିସ୍ଥିତି। ସେନା ଓ ଏସ୍ଡିଏଫ୍ ମଧ୍ୟରେ ସଂଘର୍ଷ, ୧୫ ମୃତ, ଏକ ଲକ୍ଷ ଲୋକ ସ୍ଥାନାନ୍ତର।
ଗତବର୍ଷ ଏଇ ସମୟରେ
ମାଟ୍ରିକ୍ ପରୀକ୍ଷାରେ ସ୍କୁଲର ସବୁ ପିଲାଙ୍କୁ ପାସ୍ କରାଇବାକୁ ‘ସୁନିଶ୍ଚିତ’ ଯୋଜନା ଆରମ୍ବ ହୋଇଥିଲା।
ରାଜଧାନୀର ବିବାଦୀୟ ଦମ୍ପତ୍ତି ହଂସିକା ଓ ଅନୀଲଙ୍କ ୫୮ କୋଟି ଟଙ୍କାର ବେନାମୀ ସମ୍ପତ୍ତି ଠାବ ହୋଇଥିଲା।
ଭାରତୀୟ ଟଙ୍କା ସର୍ବକାଳୀନ ନିମ୍ନ ସ୍ତରରେ, ଗୋଟିଏ ଡଲାର ମୂଲ୍ୟ ୮୫.୯୭ ପଇସା ଥିଲା
ମାଗଣାରେ ଟିଭି ଦେଖନ୍ତୁ। ପ୍ଲେ ଷ୍ଟୋରରୁ “mera channel” ଡାଉନଲୋଡ କରନ୍ତୁ।
ଆଜି ଜନ୍ମଦିନ: ରାହୁଲ ଦ୍ରାଭିଡ, ସରସ୍ୱତୀ ରାଜାମଣି (ଗୁପ୍ତଚର), କୈଳାସ ସତ୍ୟାର୍ଥୀ, ଅନୁ ଅଗ୍ରୱାଲ, ଅଞ୍ଜୁ ମହେନ୍ଦ୍ର ସୋବର୍ସ, ବାବୁଲାଲ ମାରାଣ୍ଡି, ଶିବୁ ସୋରେନ, ସାଇରିଲ ରିକାର୍ଡ଼ସ (ଜୟପୁର, ଓଡିଶାରେ ଜନ୍ମ, ଇଂଲଣ୍ଡ ରଗବୀ ଖେଳାଳି)
ଆଜି ତିରୋଧାନ: ଲାଲ ବାହାଦୂର ଶାସ୍ତ୍ରୀ
ଇତିହାସରେ ଆଜି: (୧୫୬୯) ଇଂଲଣ୍ଡ ରେ ପ୍ରଥମ ଲଟେରୀ ଆରମ୍ଭ/ (୧୬୧୩) ଇଂରେଜ ଙ୍କୁ ସୁରତରେ କାରଖାନା ପାଇଁ ଅନୁମତି ଦେଲେ ଜାହାଙ୍ଗିର/ (୧୯୨୨) ଡାଇବେଟିସ ରୋଗୀଙ୍କୁ ଇନସୁଲିନ ଦେବା ଆରମ୍ଭ/ (୨୦୨୧) ଭାରତର ନୂଆ ସଂସଦ ଭବନ ପାଇଁ ଅନୁମତି ଦେଲେ ବିରାସତ ସଂରକ୍ଷଣ ସମିତି/ (୧୯୪୨) ଦ୍ଵିତୀୟ ବିଶ୍ୱଯୁଦ୍ଧ ରେ କୁଆଲାଲୁଂପୁର କବଜା କଲା ଜାପାନ
ବନ୍ଦେ ଉତ୍କଳ ଜନନୀ 🪻🌻🪻
