ଖବର ଆଜିରତାରିଖ:୦୬/୦୧/୨୬, ମଙ୍ଗଳବାର

୧-ଭୁବନେଶ୍ୱର:ଆଜିଠାରୁ ବଢିବ ଶୀତ; ରାତି ତାପମାତ୍ରା ୨ରୁ ୪ ଡିଗ୍ରୀ କମିବ।ସ୍ୱଳ୍ପରୁ ମଧ୍ୟମ ଧରଣର କୁହୁଡ଼ି ରହିପାରେ ବୋଲି ପାଣିପାଗ ବିଭାଗର ଆକଳନ।

୨-ନୂଆବର୍ଷର ପ୍ରଥମ ଜନଶୁଣାଣିରେ ଲୋକଙ୍କ ଅଭିଯୋଗ ଶୁଣିଲେ ମୁଖ୍ୟମନ୍ତ୍ରୀ; ତ୍ୱରିତ ସମାଧାନ ପାଇଁ ଦେଲେ ନିର୍ଦ୍ଦେଶ।

୩-ଖୋର୍ଦ୍ଧା ନବୋଦୟ ବିଦ୍ୟାଳୟରେ ଜଣ୍ଡିସ୍ ଆତଙ୍କ; ୧୨ଟି ସ୍ଥାନରୁ ଜଳର ନମୁନା ସଂଗ୍ରହ କଲା ୱାଟକୋ ଟିମ୍।

୪-ବାଲେଶ୍ବରରେ ଲାଗିଲା ବାୟୁ ପ୍ରଦୂଷଣ କଟକଣା, ସନ୍ଧ୍ୟା ୬ ରୁ ସକାଳ ୧୦ଟା ପର୍ଯ୍ୟନ୍ତ ନିର୍ମାଣ କାର୍ଯ୍ୟ ବନ୍ଦ।

୫-ଭୁବନେଶ୍ୱର:୨୩ରୁ ମିଳିବ NMMS ଆଡମିଟ୍ କାର୍ଡ , ଫେବୃଆରୀ ୧ରେ ହେବ ପରୀକ୍ଷା।

୬-ଉଦଳା:ଏଇ ଏବଂ ଜେଇଙ୍କୁ ଧରିବା ଭିଜିଲାନ୍ସ, ଠିକାଦାର ଠାରୁ ନେଉଥିଲେ ୬୦ ହଜାର ଟଙ୍କା ଲାଞ୍ଚ।

୭-ରାଜ୍ୟର ବହୁଚର୍ଚ୍ଚିତ ପୋଲିସ SI ପରୀକ୍ଷା ମହାଦୁର୍ନୀତି ମାମଲାରେ ସିବିଆଇ ଦାଖଲ କରିଛି ଚାର୍ଜସିଟ

୮-କେନ୍ଦ୍ରାପଡ଼ା:ବିଡିଓଙ୍କୁ ଦୁର୍ବ୍ୟବହାର ଘଟଣାର ତଦନ୍ତ ନିର୍ଦ୍ଦେଶ ଦେଲେ ଜିଲ୍ଲାପାଳ, ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ ଦାବି କଲା ଓଏଏସ୍ ସଂଘ।

୯-କଟକ:ଆଗାମୀ ୧୨ତାରିଖରେ ନୂଆ ଦଳର ଶୁଭାରମ୍ଭ କରିବାକୁ ଯାଉଛନ୍ତି ମୋକିମ।

୧୦-ଆମ ବସ୍ ରେ ଯାଇ ସ୍ଥିତି ପରଖିଲେ ପରିବହନ କମିଶନର; ଯାତ୍ରୀମାନଙ୍କ ସହ କଲେ ପ୍ରତ୍ୟକ୍ଷ ଆଲୋଚନା।

୧୧-ନିଲମ୍ବିତ ହେଲେ ସିଆରଆରଆଇ ଥାନା ଆଇଆଇସି ବିଜୟ ବାରିକ, ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ନେଲେ ପୋଲିସ ଡିଜି।

୧୨-ଯାଜପୁର,ନେଉଳପୁର:ସିରିଜ୍ ଦୁର୍ଘଟଣା, ପ୍ରଥମେ କାରକୁ ଧକ୍କା ଦେଲା ଟ୍ରାକ୍ଟର, ପୁଣି ମାଲବାହୀ ଟ୍ରକକୁ ଦେଲା ଧକ୍କା।

୧୩-ପ୍ରମିଳା ମଲ୍ଲିକଙ୍କ ଘରେ ଯାଜପୁର ବିଜେଡି ନେତାଙ୍କ ବଡ଼ ବୈଠକ; ପ୍ରଣବ ପ୍ରକାଶ ଦାସ, ପ୍ରଣବ ବଳବନ୍ତରାୟଙ୍କ ସମେତ ଛାମୁଆ ନେତା ଏକାଠି

୧୪-ମହାନତା ଦେଖାଇଲେ ସଚିବ ଉଷା ପାଢ଼ୀ, ଭିକ୍ଷା ମାଗୁଥିବା ପରିବାରକୁ ଦେଲେ ନୂଆ ଠିକଣା।ଉଭୟ ପିତା–ପୁତ୍ର ଗଲେ ‘ସହାୟ’ ଗୃହକୁ।

୧୫-ଅଳିଆ ଉଠାଇବା ପାଇଁ ଏବେ ରାଜଧାନୀବାସୀ ଗଣିବେ ଟଙ୍କା, ୟୁଜର ଫି ତାଲିକା ଜାରି କଲା BMC।

୧୬-ଦ.ଆଫ୍ରିକାରେ ବୈଭବଙ୍କ ସୁନାମୀ, ୨୧ ବଲ୍‌ରେ ୧୦ ଛକା…ଷ୍ଟାଡିୟମ ବାହାରେ ପଡ଼ିଲା ଅଧିକାଂଶ ବଲ୍।

୧୭-ବାଂଲାଦେଶରେ ଆଉ ଜଣେ ହିନ୍ଦୁଙ୍କୁ ଗୁଳି କରି ହତ୍ୟା, ୩ ସପ୍ତାହରେ ପଞ୍ଚମ ଘଟଣା।

୧୮-ଟି୨୦ ବିଶ୍ବକପ୍‌ ପାଇଁ ଭାରତ ଆସିବାକୁ ମନାକଲା ବାଂଲାଦେଶ।

୧୯-ଆମେରିକା ଉପରାଷ୍ଟ୍ରପତି ଜେଡି ଭାନ୍ସଙ୍କ ଘର ଉପରେ ହମଲା, ଧରା ପଡ଼ିଲା ଆକ୍ରମଣକାରୀ।

୨୦-ମୁଁ ଏବେ ବି ଭେନେଜୁଏଲାର ରାଷ୍ଟ୍ରପତି, ଅପହରଣ କରି ମୋତେ ଅଣାଯାଇଛି; ୟୁଏସ କୋର୍ଟରେ ମାଦୁରୋଙ୍କ ଯୁକ୍ତି।

୨୧-ହତିଆର ଉଠାଇବାକୁ ପ୍ରସ୍ତୁତ କୋଲମ୍ବିଆର ରାଷ୍ଟ୍ରପତି, ଟ୍ରମ୍ପଙ୍କ ଧମକର ଦେଲେ ଖୋଲା ଚ୍ୟାଲେଞ୍ଜ।
WhatsApp Channel Join
https://whatsapp.com/channel/0029VaUgRXG5fM5gVRc7391u

🙏 ସୁପ୍ରଭାତ, ଗୁଡମର୍ଣିଂ 🙏

Leave a Reply

Your email address will not be published. Required fields are marked *

error: Content is protected !!