ଖବର ଆଜିର, ୪ ଜାନୁଆରୀ, ରବିବାର

କୁହୁଡ଼ିରେ ରାଜ୍ୟ ଆଚ୍ଛାଦିତ। ୧୦ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି। ଭୁବନେଶ୍ୱରରୁ କିଛି ବିମାନ ଉଡ଼ାଣରେ ବିଳମ୍ବ ହେବ।

ଆଜି ବି ଭୁବନେଶ୍ବର ପ୍ରଦୂଷଣ ମାତ୍ରା ୩୦୦ ଉପରେ। ତାଳଚେର ଦେଶର ସର୍ବାଧିକ ୩୩୨, ଦିଲ୍ଲୀ ୨୪୦।

ଓଡିଶା ସିଭିଲ୍ ସର୍ଭିସ ପରୀକ୍ଷା ବିଜ୍ଞପ୍ତି ପରେ ପୁଣି ସଂଶୋଧନ। ଓଏଏସ ଏବଂ ଓଆରଏସ ଦରକାର ବୋଲି ପରେ ଲେଖାହେଲା।

ପୂର୍ବତନ ମୁଖ୍ୟମନ୍ତ୍ରୀ ଜାନକୀ ପଟ୍ଟନାୟକଙ୍କ ଜନ୍ମ ଶତବାର୍ଷିକୀ ସମାରୋହରେ ଅନେକ ବରିଷ୍ଠ ନେତା ଯୋଗଦେଲେ।

ଆଜି ରାଜଧାନୀରେ “ପଥ ଉତ୍ସବ” ପାଇଁ ଦିନ ୧୧ଟା ପର୍ଯ୍ୟନ୍ତ ମାଷ୍ଟରକ୍ୟାଣ୍ଟିନରୁ ରାମମନ୍ଦିର ଛକ ପର୍ଯ୍ୟନ୍ତ ଗାଡ଼ି ଚଳାଚଳ ବନ୍ଦ।

ରାଜ୍ୟର ପ୍ରତି ଏନଏସି ଅଞ୍ଚଳରେ ଆଲୋକୀକରଣ ପାଇଁ ଦେଢ଼ କୋଟି ଲେଖାଏଁ ଖାର୍ଚ୍ଚ କରିବେ ସରକାର।

ଲକ୍ଷ ଲକ୍ଷ ମିଛ ପ୍ରଦୁଷଣ ସାର୍ଟିଫିକେଟ ଦିଆ ସରିଲାଣି। ବର୍ତ୍ତମାନ ୧୦୦ ଭ୍ରାମ୍ୟମାଣ ଯାଞ୍ଚ କେନ୍ଦ୍ର ବାତିଲ ହେଲା।

ଟାଟା ପାୱାର ପାଇଁ ଅହେତୁକ ପ୍ରୀତି। ସ୍ମାର୍ଟ ମିଟର ଲାଗିବ, ତାପାଇଁ ରାଜ୍ୟ ରାଜସ୍ବରୁ ୭୩୫ କୋଟି ଟଙ୍କା ଏକାସାଙ୍ଗେ ଦେଇଦେବେ ରାଜ୍ୟ ସରକାର।

ରାଜ୍ୟରେ ସରକାରୀ ଅଫିସରେ ରିଲ୍ସ କରିବା ଉପରେ ଲାଗିଲା କଟକଣା, ହେଇପାରେ ଆକ୍ସନ।

ଭୁବନେଶ୍ୱର ରୁପାଲି ଛକରେ ‘ଆମ ବସ୍‌’ ଦ୍ୱାରା ଦୁର୍ଘଟଣା, ଦୁଇଟି ଛୁଆଙ୍କ ସମେତ ତିନିଜଣଙ୍କ ମୃତ୍ୟୁ।

କେନ୍ଦ୍ରାପଡା ରାଜନଗରରେ ମହିଳା ବିଡ଼ିଓଙ୍କୁ ଆକ୍ରମଣ, ବିଜେପି ନେତାଙ୍କ ସମ୍ପୃକ୍ତି। ଲୋକଙ୍କ ଉତ୍ତେଜନା, ଗିରଫ ଦାବୀରେ ରାସ୍ତା ବନ୍ଦ।

ମୟୁରଭଂଜ ଜିଲ୍ଲା ରାଇରଙ୍ଗପୁରରେ ଧାନମଣ୍ଡି ଖୋଲିବା ବିଳମ୍ବ ହେତୁ ଝାଡ଼ଖଣ୍ଡ ଦଲାଲଙ୍କୁ ଧାନ ବିକିଲେ ଚାଷୀ। ୧୨୦୦ କ୍ୱିଣ୍ଟାଲ ଜବତ।

କୋରାପୁଟ ଜିଲ୍ଲା ବନ୍ଧୁଗାଁରେ ୧୩ ବର୍ଷ ବୟସର ଦାଦନ ଶ୍ରମିକ ଝିଅ ୬ ମାସର ଗର୍ଭବତୀ ହେଲା।

ମୟୂରଭଞ୍ଜ ଜିଲ୍ଲା ବହଳଦା ଅଞ୍ଚଳରେ ନାବାଳିକାଙ୍କୁ କାରରେ ଅପହରଣ ଓ ଦୁଷ୍କର୍ମ ଅଭିଯୋଗରେ ଜଣେ ଯୁବକ ଶେଖ ସାହାରୁଖ ଗିରଫ।

ସମ୍ବଲପୁର ଉପହାର ପ୍ୟାଲେସ ହୋଟେଲରେ ଜୁଆ ଖେଳର ପର୍ଦ୍ଦାଫାସ। ଧନୁପାଲି ପୁଲିସର ଚଢ଼ଉ, ପୁଳାପୁଳା ଟଙ୍କା ଜବତ, ୧୦ ଜଣ ଗିରଫ।

ବାଲେଶ୍ୱର ଜିଲା ନୀଳଗିରି ଅଞ୍ଚଳରେ ସ୍ତ୍ରୀ ସାମ୍ନାରେ ସ୍ଵାମୀକୁ ଦଳି ମାରିଦେଲା ଦନ୍ତାହାତୀ।

ଅନୁଗୁଳ ତାଳଚେର ଥାନା ନିକଟରେ ଜଣଙ୍କ ବେକକୁ ପେଚକସରେ ଆକ୍ରମଣ କରି ହତ୍ୟା। ହତ୍ୟାକାରୀ ଚଗଲା ଅମାନ୍ତଙ୍କୁ ତାଳଚେର ପୁଲିସ ଅଟକ ରଖିଛି।

ଅବହେଳିତ ନବରଙ୍ଗପୁର ଜିଲ୍ଲା ମୁଖ୍ୟ ହସ୍ପିଟାଲରେ ନାହାନ୍ତି ନିୟମିତ ସ୍ତ୍ରୀ ଓ ପ୍ରସୁତି ବିଶେଷଜ୍ଞ ଡାକ୍ତର।

ଭଦ୍ରକ ସହରରେ ଉଠାଦୋକାନୀ ଜବରଦଖଲ ଉଚ୍ଛେଦ ପ୍ରକ୍ରିୟା ଆରମ୍ଭ ହେଲା।

ଜଗତସିଂହପୁର ଜିଲ୍ଲା କୁଜଙ୍ଗ ଅଂଚଳରେ ଆଇସିୟୁରେ ମା’ଙ୍କ ଚିକିତ୍ସା ଜାରି, ନଦୀରେ ବୁଡ଼ିଗଲା ୧୪ ବର୍ଷୀୟ ପୁଅ। ମୃତକ ସାଇ ପ୍ରସାଦ ନାୟକ।

ପୁରୀ ଶ୍ରୀମନ୍ଦିର ପୁଣି ହେଲା ଖେଳଘର। ମନ୍ଦିର ଭିତରକୁ ଜୋତା ପିନ୍ଧି ପଳେଇଲେ ଗୁଜୁରାଟୀ ଭକ୍ତ। ଭିଡିକରି ବାହାରକୁ ଆଣିଲେ ସେବାୟତ।

ଛତିଶଗଡ଼ ବିଜାପୁର ଏବଂ ସୁକୁମାରେ ଏନକାଉଣ୍ଟର, ୧୪ ମାଓବାଦୀଙ୍କ ମୃତ୍ୟୁ। କୋଣ୍ଟା ଏରିଆ କମିଟିର ସଚିନ ମାଙ୍ଗଡୁ ନିହତ।

ତେଲେଙ୍ଗାନା ପୁଲିସ ନିକଟରେ ୨୦ ମାଓବାଦୀ ଅସ୍ତ୍ରଶସ୍ତ୍ର ସହ ଆତ୍ମସମର୍ପଣ କଲେ।

ଗତ ଛଅ ମାସରେ ୧୮ଟି ବ୍ୟାଙ୍କରେ ୩୪ ଲକ୍ଷ ଟଙ୍କାର ନକଲି ନୋଟ୍‌ ଠାବ।

କାନାଡାରେ ୧୦ ଲକ୍ଷରୁ ଅଧିକ ଭାରତୀୟ ରହିବାର ଅଧିକାର ହରାଇବେ।

ଭେନେଜୁଏଲାର ରାଜଧାନୀରୁ ରାଷ୍ଟ୍ରପତି ଓ ତାଙ୍କ ପତ୍ନୀଙ୍କୁ ଉଠାଇ ନେଲେ ଆମେରିକୀୟ ସେନା।

ହିନ୍ଦୁ ପୁଲିସ ଅଧିକାରୀଙ୍କୁ ହତ୍ୟା କରିଥିବା ସ୍ୱୀକାର କରି ନିଜକୁ ଗର୍ବିତ ମନେ କରୁଥିବା ଥାନାରେ କହିଲେ ବାଂଲାଦେଶୀ ଛାତ୍ର ନେତା

ବାଂଲାଦେଶ ଯିବେନି ଭାରତୀୟ କ୍ରିକେଟ ଦଳ। ବିରୋଧ ପରେ ମୁଣ୍ଡ ନୂଆଁଇଲା ବିସିସିଆଇ।

ଗତବର୍ଷ ଏଇ ସମୟରେ
ଅଦିନିଆ ବର୍ଷା କୁ ପ୍ରାକୃତିକ ବିପର୍ଯ୍ୟୟ ବୋଲି ଘୋଷଣା କଲେ ସରକାର

ପର୍ଯ୍ୟଟନ ସ୍ଥଳ ପାଇଁ କୋରାପୁଟ ପାତ୍ରମାଳି ପାହାଡ଼କୁ ଅନୁଧ୍ୟାନ କରିଥିଲେ ପର୍ଯ୍ୟଟନ ବିଭାଗ

ମାଗଣାରେ ଟିଭି ଦେଖନ୍ତୁ। ପ୍ଲେ ଷ୍ଟୋରରୁ “mera channel” ଡାଉନଲୋଡ କରନ୍ତୁ।

ଆଜି ବିଶ୍ୱ ବ୍ରେଲ ଦିବସ

ଆଜି ଜନ୍ମଦିନ: ଆଇଜାକ ନିଉଟନ, ଲୁଇ ବ୍ରେଲ, ନିରୂପା ରାୟ, ପ୍ରଦୀପ କୁମାର, ଡେଜି ଇରାନୀ, ଆଦିତ୍ୟ ପାଞ୍ଚଲି, ସରୋଜିନୀ ସାହୁ (ଲେଖିକା) ସୁଶ୍ରୀ ଶ୍ରେୟା ମିଶ୍ର (ମଡେଲ, ସମ୍ବଲପୁର)

ଆଜି ତିରୋଧାନ: ଆର ଡି ବର୍ମନ

ଇତିହାସରେ ଆଜି: (୧୯୦୬) କଲିକତାରେ କିଙ୍ଗ ଜର୍ଜ ୫ ଦ୍ୱାରା ଭିକ୍ଟୋରିଆ ମେମୋରିଆଲ ହଲର ମୂଳଦୁଆ ସ୍ଥାପନ/ (୧୯୩୨) ବ୍ରିଟିଶ ଦ୍ୱାରା ଗାନ୍ଧୀ ଓ ନେହେରୁ ଗିରଫ/ (୧୯୪୮) ବ୍ରିଟିଶ କବଳରୁ ବର୍ମା ସ୍ୱାଧୀନ/ (୧୯୬୨) ନ୍ୟୁୟର୍କ ରେ ପ୍ରଥମ ଚାଳକ ବିହୀନ ସବୱେ ଟ୍ରେନ ଗଡ଼ିଲା/ (୨୦୦୪) ପାକିସ୍ତାନ ରେ ଆଲୋଚନା କଲେ ବାଜପେୟୀ

ବନ୍ଦେ ଉତ୍କଳ ଜନନୀ 🪻🌻🪻

Leave a Reply

Your email address will not be published. Required fields are marked *

error: Content is protected !!