ମେଷ
ଆଜି ଦିନଟି ବହୁତ ଭଲ। ପାରିବାରିକ ପରିସ୍ଥିତି ଶାନ୍ତ ରହିବ। କର୍ମକ୍ଷେତ୍ରର ବିବାଦ ସମାଧାନ କରି ଆଶ୍ୱସ୍ତି ଲାଭ କରିବେ। ପ୍ରତିଦ୍ୱନ୍ଦ୍ୱିତା ଏବଂ ପ୍ରତିଯୋଗିତା କ୍ଷେତ୍ରରେ ସଫଳତା ପାଇବେ। ବ୍ୟବସାୟ, ପରିବହନ ଓ ନିର୍ମାଣ କାର୍ଯ୍ୟରେ ସମସ୍ୟାର ସମ୍ମୁଖୀନ ହେବେ। ଅଧସ୍ତନ କର୍ମଚାରୀ ପ୍ରତିବାଦର ସ୍ବର ଉଠାଇ ପରିସ୍ଥିତିକୁ ଜଟିଳ କରିପାରନ୍ତି।
ବୃଷ
ସାହାଯ୍ୟ, ସହଯୋଗ ଓ ପରୋପକାର ପ୍ରବୃତ୍ତି କାରଣରୁ ଲୋକସମ୍ପର୍କ ବୃଦ୍ଧି ପାଇବ। ବୈଷୟିକ ଅଭିବୃଦ୍ଧି ନୂଆ ନୂଆ କାମ କରିବା ସକାଶେ ଉତ୍ସାହିତ କରିପାରନ୍ତି। ଶିଳ୍ପ, ବାଣିଜ୍ୟ ଓ ପରିବହନ ପ୍ରଭୃତି କ୍ଷେତ୍ରରୁ ଲାଭବାନ୍ ହେବେ। ଭୁଲ୍ ବୁଝାମଣା ଓ ଯୁକ୍ତିତର୍କ କାରଣରୁ ପରିବାରରେ ବିବାଦୀୟ ପରିସ୍ଥିତି ଭିନ୍ନ ରୂପ ନେଇପାରେ।
ମିଥୁନ
ଭୂମିପୁତ୍ର ମଙ୍ଗଳଙ୍କ ସୁପ୍ରଭାବରୁ ଜମିଜମା କିଣାବିକା ଦିଗରେ ଆଲୋଚନା କରିପାରନ୍ତି। ପୂର୍ବର କୌଣସି ବିବାଦୀୟ କଥା ପରିସ୍ଥିତିକୁ ସରଗରମ କରି ଦେଇପାରେ। ବନ୍ଧୁଙ୍କ ହସ୍ତକ୍ଷେପ ଫଳରେ ପାରିବାରିକ ସମସ୍ୟାର ସରଳ ସମାଧାନ ହୋଇଯିବ। ଗୁରୁ ସହ ଚନ୍ଦ୍ରଙ୍କ ସଂଯୋଗ ଜୀବନଶୈଳୀରେ ପରିବର୍ତ୍ତନ ଆଣିପାରେ।
କର୍କଟ
ଶାରୀରିକ ସୁସ୍ଥତା ଅକ୍ଷୁଣ୍ଣ ରହିବା ସାଙ୍ଗକୁ ମାନସିକ ସ୍ଥିତି ମଧ୍ୟ ଭଲ ରହିବ। ବଳହୀନ ରବିଙ୍କ ଯୋଗୁ ପିତାଙ୍କ ସହ ମତପାର୍ଥକ୍ୟ ପାରିବାରିକ ଅଶାନ୍ତିକୁ ଆମନ୍ତ୍ରଣ କରିପାରେ। କେତୁଙ୍କ କୁପ୍ରଭାବରୁ ଧନହାନି ସହ ବନ୍ଧୁଙ୍କ ସହ ବିତର୍କର ଆଶଙ୍କା ରହିଛି। ଶିଳ୍ପ, ବାଣିଜ୍ୟ, ବ୍ୟବସାୟ ଓ ପରିବହନରେ ବିଶେଷ ଉନ୍ନତି କରିବେ।
ସି˚ହ
ଆଜିର ଯାତ୍ରା ସମୟରେ ବିଜାତୀୟ ବ୍ୟକ୍ତିଙ୍କ ସହ ସମ୍ପର୍କ ସ୍ଥାପନ ହେବ। ପଦସ୍ଥ ବ୍ୟକ୍ତିଙ୍କ ସହ ଭୁଲ୍ ବୁଝାମଣାରୁ ସୁଯୋଗ ହାତଛଡ଼ା ହୋଇପାରେ। ଆନୁଷ୍ଠାନିକ କାମ, ବାଣିଜ୍ୟ, ପରିବହନରେ ଆଖିଦୃଶିଆ ସଫଳତା ହାସଲ କରିବେ। କର୍ମକ୍ଷେତ୍ରରେ ସହକର୍ମୀଙ୍କ ମିଥ୍ୟା ଅଭିଯୋଗ ସକାଶେ ଲଘୁ ବିରକ୍ତି ପ୍ରକାଶ କରିପାରନ୍ତି।
କନ୍ୟା
ଦୈହିକ ସୁସ୍ଥତା ସାଙ୍ଗକୁ ବନ୍ଧୁବର୍ଗଙ୍କ ସାହାଯ୍ୟ, ସହଯୋଗ କାର୍ଯ୍ୟ ହାସଲରେ ସହାୟକ ହେବ। କ୍ରୀଡ଼ା, ସଙ୍ଗୀତ, ଚଳଚ୍ଚିତ୍ର ଓ ସାହିତ୍ୟ, କଳା କ୍ଷେତ୍ରରୁ ପ୍ରଶଂସିତ ହେବେ। ପରିଜନଙ୍କ ସହିତ ଆଜିର ଭ୍ରମଣ ସୁଖ ବେଶ୍ ଉପଭୋଗ୍ୟ ହୋଇପାରେ। ବ୍ୟବସାୟିକ ଦୃଷ୍ଟିକୋଣରୁ ଦିନଟି ବହୁତ ଶୁଭଫଳ ପ୍ରଦାନ କରିବ।
ତୁଳା
କାର୍ଯ୍ୟଦକ୍ଷତା ହେତୁ କର୍ମକ୍ଷେତ୍ରରେ ଉଚ୍ଚ ସମ୍ମାନ ସହ ସାମାଜିକ ପ୍ରତିଷ୍ଠା ଲାଭ କରିବେ। ଚେଷ୍ଟା କରୁଥିବା କାମ ପାଇଁ ବିଶେଷ ଚିନ୍ତିତ ହେବାକୁ ପଡ଼ିବ ନାହିଁ। ପରିବାରରେ ପରସ୍ପର ମନର ଦୁଃଖ ଓ ଅବସୋସକୁ ପ୍ରକାଶ କରି ନ ପାରି ନୀରବ ରହିବାକୁ ବାଧ୍ୟ ହେବେ। ଜିଦ୍ଖୋର ପ୍ରବୃତ୍ତି କେତେକ ସମ୍ଭାବ୍ୟ ସମସ୍ୟାକୁ ନିମନ୍ତ୍ରଣ କରିପାରେ।
ବିଛା
ଦୈହିକ ସୁସ୍ଥତା ସାଙ୍ଗକୁ ବନ୍ଧୁବର୍ଗଙ୍କ ଆଦର ଅଭ୍ୟର୍ଥନା ମନୋବଳ ବୃଦ୍ଧିରେ ସହାୟକ ହେବ । କର୍ମକ୍ଷେତ୍ରରେ ସହକର୍ମୀଙ୍କ ସହମତି କିମ୍ବା ଆଲୋଚନା ଦ୍ୱାରା ସମସ୍ୟାର ସମାଧାନ ହୋଇଯିବ। ଶିଳ୍ପ, ବ୍ୟବସାୟ ଓ ବାଣିଜ୍ୟ କାରବାରରେ ଲାଭବାନ୍ ହେବେ। ଆଇନ ଅଦାଲତ, କଳା ସାହିତ୍ୟରେ ସମସ୍ୟା ସମାଧାନର ଆଶା କରାଯାଇପାରେ।
ଧନୁ
ଅବହେଳା କାରଣରୁ ପରିବାର, ପରିବହନ ଏବଂ ସାମାଜିକ ସ୍ଥିତି ହ୍ରାସ ପାଇବ। ମନାନ୍ତରଜନିତ ହ୍ରାସ ପାଇଥିବା ଭ୍ରାତୃ ସମ୍ପର୍କରେ ଉନ୍ନତି ପରିଲକ୍ଷିତ ହେବାର ଆଶା ରହିଛି। ନୀଚ୍ଚ ଜାତିର ବ୍ୟକ୍ତି ବିଶେଷଙ୍କ ସାହାଯ୍ୟରୁ ସ୍ଥଗିତ କାର୍ଯ୍ୟ ତ୍ୱରାନ୍ବିତ ହୋଇପାରିବ। ଯାତ୍ରା, ଆଲୋଚନା, ନିର୍ମାଣ, ଚୁକ୍ତିପତ୍ର ପ୍ରଭୃତିରେ ଆଂଶିକ ସଫଳତା ମିଳିବ।
ମକର
ଦୀର୍ଘଦିନ ହେଲା ଯେଉଁ ଅଭିଳାଷ ରଖିଛନ୍ତି ତାହା ଆଜି ପୂରଣ ହୋଇଯିବ। ପଦସ୍ଥ ବ୍ୟକ୍ତିଙ୍କ ସହାୟତାରେ ସରକାରୀ ସ୍ତରରୁ ଅର୍ଥ ସାହାଯ୍ୟ ପାଇବେ। ପାରିବାରିକ କ୍ଷେତ୍ରରେ ପ୍ରତିକୂଳ ପରିସ୍ଥିତିର ଚାପ କ୍ରମଶଃ ବଢ଼ିପାରେ। ପାରିବାରିକ ବନ୍ଧୁମିଳନରୁ ସାମୟିକ ଖୁସି ରହିପାରନ୍ତି।
କୁମ୍ଭ
ପଦସ୍ଥ ବ୍ୟକ୍ତି ବିଶେଷଙ୍କ ସାହାଯ୍ୟରୁ ଅର୍ଥଲାଭ ସହ ସ୍ଥଗିତ କାର୍ଯ୍ୟ ସମ୍ପନ୍ନ କରିବେ। ଅତ୍ୟଧିକ କର୍ମଜଞ୍ଜାଳ ହେତୁ କଠିନ ଶ୍ରମଜନିତ ମାନସିକ ଚାପ ବୃଦ୍ଧି ପାଇବ। ବ୍ୟବସାୟ , ବାଣିଜ୍ୟ, ପରିବହନ ଏବଂ ଏଜେନ୍ଶିପ୍ କ୍ଷେତ୍ରରେ ସମସ୍ୟା ଦୂର ହୋଇଯିବ। ପ୍ରିୟ ବନ୍ଧୁଟିର ଅଶାଳୀନ ମନ୍ତବ୍ୟ କିମ୍ବା ପକ୍ଷପାତିତାକୁ ନାପସନ୍ଦ କରିବେ।
ମୀନ
ଆନୁଷଙ୍ଗିକ ସହଯୋଗ ଲାଭ କରି ପୂର୍ବ ସଂକଳ୍ପିତ କାର୍ଯ୍ୟ ସାଧନ କରିପାରିବେ। ପାରିବାରିକ ସ୍ତରରେ ଶତ୍ରୁତାଜନିତ ବିଭିନ୍ନ ସମସ୍ୟା ମନକୁ ଭାରାକ୍ରାନ୍ତ କରିବ। ବନ୍ଧୁଙ୍କ କଥାରେ ପ୍ରଭାବିତ ହୋଇ ଭୁଲ୍ କାମ କରିପାରନ୍ତି। ଅସ୍ବସ୍ତିକର ପରିସ୍ଥିତିରେ ଆତ୍ମୀୟ ଓ ଗୁରୁଜନଙ୍କ ସାନ୍ତ୍ୱନା ବାଣୀ ମନରେ ଆଶ୍ୱସ୍ତି ଭରିପାରେ।
