ଆଜିଠାରୁ ଦୁଇଦିନିଆ ଜିଲ୍ଲାସ୍ତରୀୟ ମାତ୍ସ୍ୟ ଓ ପ୍ରାଣୀସମ୍ପଦ ମେଳାର ଶୁଭାରମ୍ଭ; ୭୦୦ରୁ ଅଧିକ ଚାଷୀଙ୍କ ଯୋଗ

ବ୍ୟୁରୋ ରିପୋର୍ଟ :

ରାୟଗଡ଼ା, ୩ ଜାନୁଆରୀ: ଆଜି ଠାରୁ ଦୁଇଦିନିଆ
ଜିଲ୍ଲାସ୍ତରୀୟ ମାତ୍ସ୍ୟ ଓ ପ୍ରାଣୀସମ୍ପଦ ମେଳା ଶୁଭାରମ୍ଭ ହୋଇଛି। ଏଥିରେ ମୁଖ୍ୟ ଅତିଥି ଭାବେ ରାୟଗଡ ବିଧାୟକ ଶ୍ରୀଯୁକ୍ତ ଆପାଲ ସ୍ୱାମୀ କାଡ୍ରାକା ଯୋଗଦେଇ ଗୋ-ପୂଜନ ସହିତ ଉତ୍କୃଷ୍ଟ କାର୍ଯ୍ୟ କରିଥିବା ଚାଷୀଙ୍କୁ ୫,୦୦୦ ଟଙ୍କାର ଚେକ ସହ ସର୍ଟିଫିକେଟ୍ ବିତରଣ କରିଥିଲେ। “ଆତ୍ମନିର୍ଭରତା ହିଁ ବିକଶିତ ଭାରତର ମୂଳ ମନ୍ତ୍ର” ସ୍ଲୋଗାନ୍ ପ୍ରଦାନରେ ମାତ୍ସ୍ୟ ଓ ପ୍ରାଣୀସମ୍ପଦ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ ଭିଡିଓ ମାଧ୍ୟମରେ ଚାଷୀଙ୍କୁ ଉତ୍ସାହିତ କରିଥିଲେ। ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ନବୀନ ଚନ୍ଦ୍ର ନାଏକ,ସିଭିଡିଓ ଡ଼. ମୃଣ୍ମୟ କୁମାର ପଣ୍ଡା, ଡେପୁଟି ଡାଇରେକ୍ଟର ମାତ୍ସ୍ୟ ଜିତେନ୍ଦ୍ର ବେହେରା, ଜିଲ୍ଲା ମତ୍ସ୍ଯ ଅଧିକାରୀ ସୁଶାନ୍ତ ଗୌଡ଼, ରାମନାଗୁଡ଼ା ବ୍ଲକ ଅଧ୍ୟକ୍ଷ ରବିଶଙ୍କର ଗୋମଙ୍ଗୋ ଓ ରାୟଗଡ଼ ବ୍ଲକ ଅଧ୍ୟକ୍ଷା ସୁଶ୍ରୀ ଟୁନି ହୁଇକା, ଜିଲ୍ଲା ପରିଷଦ ସଦସ୍ୟ ପ୍ରସନ୍ତ କୁଲେଶିକା, ପଦ୍ମବତୀ ମଣ୍ଡlଙ୍ଗୀ, ସନ୍ଧ୍ୟାରାଣୀ ପୁଆଳ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ।ବିଧାୟକ ଆପlଲ ସ୍ୱାମୀ କାଡ୍ରାକା ଚାଷୀଙ୍କ ସଂଘର୍ଷ ଓ ଗୁରୁତ୍ୱ ଉପରେ ଆଲୋକପାତ କରି “ଚାଷୀ ମlନେ ଖlଦ୍ୟ ଯୋଗାଇବା ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ” ବୋଲି ସମ୍ଭାଷିତ କହିଲେ ଯେ ‘ଜୟ ଯବାନ୍, ଜୟ କିଷାନ୍’ ନାରା ଦେଇ ଘରୋଇ ପଶୁମାନଙ୍କ ପ୍ରତି ଗୁରୁତ୍ୱ ଦେଇଥିଲେ। “ଯୌତୁକ ରେ ଗାଇ, ଛେଲି ଦୋଉଥିଲୁ” କହି ଦେଶୀ ଗାଇକୁ ‘ଗୋମାତା’ ବୋଲି ଉଲ୍ଲେଖ କରି ପ୍ରଶାସନିକ ପ୍ରାୟୋଗିକ ଯୋଜନା ପରିଚାଳନାରେ ଆହ୍ୱାନ ଜଣାଇଥିଲେ।
ବୈଜ୍ଞାନିକ ଡ଼. ଦେବେନ୍ଦ୍ରନାଥ ବିଶ୍ୱାଳ ଗୋ-ପାଳନରୁ ଲାଭ ଉପରେ ନିଜର ବକ୍ତବ୍ୟ ଦେଇଥିଲେ। ସିଭିଡିଓ, ଡେପୁଟି ଡାଇରେକ୍ଟର ମାତ୍ସ୍ୟ ଓ ଡିଏଫ୍ଓ ବିଭିନ୍ନ ଯୋଜନା ଓ ବୀମା ସୁବିଧା ବିଷୟରେ ଆଲୋଚନା କରିଥିଲେ। ରାମନଗୁଡ଼ା ପଞ୍ଚାୟତ୍ ସମିତି ଅଧ୍ୟକ୍ଷ ରବିଶଙ୍କର ଗୋମଙ୍ଗୋ ଓ ରାୟଗଡ଼ା ଅଧ୍ୟକ୍ଷ ଟୁନି ହୁଇକା ଆର୍ଗାନିକ୍ ଚାଷକୁ ପ୍ରୋତ୍ସାହିତ କରିବା ଉପରେ ଗୁରୁତ୍ୱ ପ୍ରଦାନ କରିଥିଲେ। ଜିଲ୍ଲା ପରିଷଦ ସଦସ୍ୟମାନେ ପ୍ରସନ୍ତ କୁଲେଶିକା, ପଦ୍ମବତୀ ମଣ୍ଡlଙ୍ଗି ବିଭିନ୍ନ ଯୋଜନାରେ ଆବେଦନ କରିବାକୁ ଚାଷୀ ମାନଙ୍କୁ ପ୍ରୋତ୍ସାହିତ କରିଥିଲେ । ଏଡିଏମ୍ (ଜେନେରାଲ୍) ନବୀନ ଚନ୍ଦ୍ର ନାୟକ ପ୍ରଶାସନିକ ସହଯୋଗ ଉପରେ ଗୁରୁତ୍ୱ ଦେଇଥିଲେ। ଉତ୍କୃଷ୍ଟ ଚାଷକାର୍ଯ୍ୟ ପାଇଁ ବିଶ୍ୱନାଥ ମିନିଆକା, ନିର୍ମଳା ମୁଟିକା, ପି. ଆପଳା ନାୟିଡୁ, ବିଜୟ ମିନିଆକାଙ୍କୁ ୫,୦୦୦ ଟଙ୍କାର ଚେକ ସହ ସର୍ଟିଫିକେଟ୍ ପ୍ରଦାନ କରି ପୁରସ୍କୃତ କରାଯାଇଥିଲା ଏବଂ ସାଂସ୍କୃତିକ୍ କାର୍ଯ୍ୟରେ ପ୍ରକାଶ ଚନ୍ଦ୍ର ମୁଡୁଲି ଙ୍କୁ ପୁରସ୍କୃତ କରା ଯାଇଥିଲା।

Leave a Reply

Your email address will not be published. Required fields are marked *

error: Content is protected !!