ବିଜୁ ସ୍ୱାଭିମାନ ମଞ୍ଚ ନାମରେ ରାଜନୀତିକରଣ !

ବ୍ୟୁରୋ ରିପୋର୍ଟ

ରାୟଗଡା -ତା -୩୧/୧୨/୨୦୨୫ ଦିନ ତେଜସ୍ୱୀ ସାମ୍ନା ପଡିଆଠାରେ ପୂର୍ବତନ ରାଜ୍ୟସଭା ସାଂସଦ ଶ୍ରୀ ଏନ.ଭାସ୍କର ରାଓଙ୍କ ଅଧ୍ୟକ୍ଷତାରେ ବିଜୁ ସ୍ୱାଭିମାନ ମଞ୍ଚର ଏକ ବୈଠକ ତଥା ବନ୍ଧୁ ମିଳନ ସଭା ଆୟୋଜନ ହୋଇଥିଲା | ଉକ୍ତ ବୈଠକରେ ଶତାଧିକ ଲୋକେ ଯୋଗଦେଇଥିଲେ | ବିଭିନ୍ନ ଦଳର କିଛି ନେତା ଓ କର୍ମୀଙ୍କୁ ବ୍ୟକ୍ତିଗତ ହିସାବରେ ନିମନ୍ତ୍ରଣ କରିଥିଲେ | ସ୍ବର୍ଗୀୟ ରାମଚନ୍ଦ୍ର ଉଲ୍ଲାକାଙ୍କ ପ୍ରତିମୂର୍ତ୍ତି ଉନ୍ମଚନ ସମୟରେ କଂଗ୍ରେସ ଦଳର ସାଂସଦ ଶ୍ରୀ ସପ୍ତଗିରି ଉଲ୍ଲାକା ଏବଂ ବିଜେପି ଦଳର ଶ୍ରୀ ଶିବଶଙ୍କର ଉଲ୍ଲାକା ଶ୍ରୀ ଭାସ୍କର ରାଓଙ୍କୁ ନିମନ୍ତ୍ରଣ କରିଥିବା କଥା ଶ୍ରୀ ରାଓ ମିଡ଼ିଆ ଆଗରେ କହିଛନ୍ତି | କିନ୍ତୁ ବିଜେପି ଦଳର ବରିଷ୍ଠ ନେତା ଶ୍ରୀରାଓ ଙ୍କୁ ନିମନ୍ତ୍ରଣ କରିବା କଥା ଆମେ ଜାଣିନାହୁଁ, ଯିଏ ଡାକିଛି ସେ ବ୍ୟକ୍ତିଗତ ଭାବେ ନିମନ୍ତ୍ରଣ କରିଥାଇ ପାରନ୍ତି ଆମ ଦଳ ତରଫରୁ କୌଣସି ନିମନ୍ତ୍ରଣ କରାଯାଇନାହିଁ ବୋଲି ବିଜେପି ଦଳର ବରିଷ୍ଠ ନେତା କହିଛନ୍ତି |କିଛି ଦିନ ତଳେ ଶ୍ରୀ ସୁଧୀର ଦାସ ରାଜ୍ୟ ବିଜେଡି ସାଧାରଣ ସମ୍ପାଦକ ଏକ ବନ୍ଧୁ ମିଳନ କାର୍ଯ୍ୟକ୍ରମରେ ଯୋଗଦେଇଥିବାବେଳେ ଜିଲ୍ଲାର ଅନ୍ୟତମ ବିଜେଡି ଦଳର ବରିଷ୍ଠ ନେତା ପି.ଗୌରୀ ଶଙ୍କର ମଧ୍ୟ ବନ୍ଧୁମିଳନ କାର୍ଯ୍ୟକ୍ରମ କରିଥିଲେ | ଡିସେମ୍ବର ୨୬ ତାରିଖ ୨୦୨୫ ଦିନ ରାୟଗଡା ଜିଲ୍ଲାର ତିନିଗୋଟି ନିର୍ବାଚନ ମଣ୍ଡଳୀରେ ବିଜେଡି ପ୍ରତିଷ୍ଠା ଦିବସ ପାଳନ ହୋଇଥିଲା | ଏହି ସବୁକୁ ଲକ୍ଷ କରି ବିଜୁ ସ୍ୱାଭିମାନ ମଞ୍ଚ ନାମରେ ବନ୍ଧୁମିଳନ କାର୍ଯ୍ୟକ୍ରମ କରିଥିବା ଚର୍ଚ୍ଚା ହଉଛି | ଏହା କୌଣସି ରାଜନୈତିକ ସମ୍ପର୍କରେ ବିଜୁ ସ୍ୱାଭିମାନ ମଞ୍ଚ ଗଢ଼ାଯାଇନାହିଁ ବୋଲି କହୁଥିବାବେଳେ ରାଜନୈତିକ ଚର୍ଚ୍ଚା ହିଁ ନଜରକୁ ଆସୁଛି | ଯାହାକି ରାୟଗଡା ପୌରସଂସ୍ଥା ଉପାଧ୍ୟକ୍ଷା ତଥା ଆଇନଜୀବୀଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବରୁ ଆରମ୍ଭ କରି ଭୋଟିଂ ପର୍ଯ୍ୟନ୍ତ ଏବଂ ହାଇକୋର୍ଟ ଠାରେ ଜଣେ ସିନିୟର ଆଇନଜୀବୀଙ୍କୁ ନିୟଜିତ କରିଥିଲେ ଯାହା କି ଉପାଧ୍ୟକ୍ଷାଙ୍କୁ ହଟାଇବା ପାଇଁ ଷଡଯନ୍ତ୍ର କରିଥିବା ମିଥ୍ୟା ନୁହଁ | ବିଜେଡି ଦଳ ବିଜୁ ବାବୁଙ୍କ ନାମରେ ଗଠନ ହୋଇଥିବାବେଳେ, ବିଜୁବାବୁଙ୍କ ନାମରେ ମଞ୍ଚ କରି ବିଜୁବାବୁଙ୍କ ଦଳକୁ ହିଁ ବିରୋଧ କରିବା ଏହା ଆଦର୍ଶ କି ? ଶ୍ରୀରାଓ ବିଜେଡି ଦଳରେ ଥିବା ସମୟରେ ୨୦୨୨ ମସିହା ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନରେ ବିଜେଡି ଦଳର ପ୍ରାର୍ଥୀଙ୍କୁ ଗୁଣୁପୁର ପୌରସଂସ୍ଥା, ଗୁଡାରି ଏନ.ଏ.ସି, ଜିଲ୍ଲାପରିଷଦ ସଭ୍ୟ /ସଭ୍ୟାଙ୍କୁ ବିରୋଧ କରି କଂଗ୍ରେସକୁ ସମର୍ଥନ କରିଥିବା ଖବର ଜିଲ୍ଲା ବିଜେଡି ଓ ରାଜ୍ୟ ନେତୃବୃନ୍ଦଙ୍କ ମହଲରେ ସୂଚନା ରହିଛି | ୨୦୨୪ ମସିହା ସାଧାରଣ ନିର୍ବାଚନରେ ନିଜେ ଜିଲ୍ଲା ସଭାପତି ପଦ ନେଇ ବିଜେଡି ପ୍ରାର୍ଥୀଙ୍କୁ ବିରୋଧ କରି,ପୁଣି ଥରେ ସେ କଂଗ୍ରେସ ପ୍ରାର୍ଥୀଙ୍କୁ ସହଯୋଗ କରିଥିବା କଥା ବିଜେପି ଦଳର ନେତା ସ୍ପଷ୍ଟ ଭାବେ ଗଣମାଧ୍ୟମକୁ କହିସାରିଛନ୍ତି | ଭାସ୍କର ବାବୁ, ନିଜେ ତେଲୁଗୁ ଉଗାଦି ଏବଂ ପଣାସଂକ୍ରାନ୍ତି ଉତ୍ସବରେ ନିଜ ଦଳର ନେତୃତ୍ୱକୁ ବାଦ ଦେଇ କଂଗ୍ରେସର ସାଂସଦ ଓ ବିଧାୟକଙ୍କୁ ନିମନ୍ତ୍ରଣ କରିଥିବା ଦେଖିବାକୁ ମିଳିଥିଲା | ଶ୍ରୀରାଓ କଂଗ୍ରେସ ବିରୋଧୀ ବୋଲି କହିଛନ୍ତି କାରଣ ବର୍ତ୍ତମାନ ରାଜ୍ୟ ଓ କେନ୍ଦ୍ରରେ ବିଜେପି ସରକାର ଥିବାବେଳେ” କଂଗ୍ରେସ ବିରୋଧୀ ” କଥାଟିକୁ ବିଜେପି ଦଳର ନେତୃତ୍ୱଙ୍କ ପାଖରେ ଖବର ପହଞ୍ଚାଇବା ଏହା ନିଜର ପ୍ରୟାସ | ଶ୍ରୀରାଓ ନିଜ ନାମକୁ ବରିଷ୍ଠ ନେତା ଭାବେ କିଛି ସାମ୍ବାଦିକଙ୍କୁ କହି ଖବର କାଗଜ ଏବଂ ଇଲେକଟ୍ରନିକ ମିଡ଼ିଆ ମାଧ୍ୟମରେ ପ୍ରକାଶିତ କରିଥିବା ସହରରେ ଚର୍ଚ୍ଚା ହେଉଅଛି | ଶ୍ରୀରାଓ ଡିସେମ୍ବର ୨୭/୨୮ ତାରିଖ ୨୦୨୫ ଦିନ ଦିଲ୍ଲୀଠାରେ ବିଜେପି ଦଳରେ ସାମିଲ ହେବେ ବୋଲି ଚର୍ଚ୍ଚା ଜୋର ଧରିଥିଲା | ଖବର କାଗଜରେ ପ୍ରକାଶିତ କଂଗ୍ରେସ ଓ ବିଜେପି ଦଳ ସହ ସାମାନ ଭାବେ ସମ୍ପର୍କ ରଖିଥିବା କଥାଟିକୁ ସହଜରେ ଶ୍ରୀରାଓ ହଜମ କରିପାରୁନାହାନ୍ତି ବୋଲି ଚର୍ଚ୍ଚା ହେଉଅଛି | ବିଜେପି ନେତୃବୃନ୍ଦ ବିଜେପି ଦଳରେ ଶ୍ରୀରାଓ ଙ୍କୁ ସାମିଲ ପାଇଁ ଇଛୁକ ନୁହନ୍ତି, ଅପରପକ୍ଷେ ଶ୍ରୀରାଓ ନିଜେ ଦଳରେ ସାମିଲ ହେବାକୁ ଚେଷ୍ଟା କରୁଛନ୍ତି ବୋଲି ଜିଲ୍ଲାରେ ବିଶେଷ ଚର୍ଚ୍ଚା ଚାଲିଛି |

Leave a Reply

Your email address will not be published. Required fields are marked *

error: Content is protected !!