ଜାନୁଆରି ୧ ତାରିଖ କାର୍ଯ୍ୟ ଦିବସ ହୋଇଥିବାରୁ, ସମସ୍ତ ରାଜ୍ୟ ସରକାରୀ କାର୍ଯ୍ୟାଳୟ ସ୍ୱାଭାବିକ ଭାବରେ କାର୍ଯ୍ୟ କରିବ
କାଲିଠାରୁ ରାଜ୍ୟରେ ଶୀତର ପ୍ରକୋପ କମିବ।
ନିଯୁକ୍ତି ମେଳାରେ ୧୧ଟି ବିଭାଗର ୧,୫୪୩ ଜଣ ପ୍ରାର୍ଥୀଙ୍କୁ ନିଯୁକ୍ତି ପତ୍ର ପ୍ରଦାନ କଲେ ସରକାର
ଡାକ୍ତର ସଂଘର ଘଣ୍ଟିକିଆ ଓପିଡି ବନ୍ଦ ପରେ ଏବେ ଦୁଇ ଘଣ୍ଟିଆ ବନ୍ଦ ପାଇଁ ପ୍ରସ୍ତୁତି।
ଖ୍ରୀଷ୍ଟିଆନ ନୂଆବର୍ଷ ପାଇଁ ମଧ୍ୟରାତ୍ରୀରେ ଶ୍ରୀମନ୍ଦିରରେ ଶ୍ରୀଜଗନ୍ନାଥଙ୍କୁ ଉଠାଇ ଅନିଦ୍ରା ରଖିବା ସରକାରୀ ନିଷ୍ପତ୍ତିକୁ ସବୁ ମହଲରେ ନିନ୍ଦା।
ଗାଡି ମାଲିକଙ୍କ ଉପରେ ଦାଉ ସାଧିବେ ପରିବହନ ବିଭାଗ। ଯାଞ୍ଚ ଆହୁରି କଡ଼ାକଡ଼ି କରିବାକୁ ସମସ୍ତ ଆରଟିଓଙ୍କୁ ଚିଠି ଲେଖିଲେ କମିଶନର।
ବରଗଡ଼ରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ହାତୀ ପିଠିରେ ବସି କଲେ ନଗରୀ ପରିକ୍ରମା।
ଆସନ୍ତା ୪ ତାରିଖରେ ଭୁବନେଶ୍ୱର ମାଷ୍ଟର କ୍ୟାଣ୍ଟିନରେ ବିଏମସି ଦ୍ୱାରା ପୁଣି ଆରମ୍ଭ ହେବ ‘ପଥ ଉତ୍ସବ’, ସୂଚନା ଦେଲେ କର୍ପୋରେଟର ପ୍ରୀତିନନ୍ଦା।
ଭଦ୍ରକ ସହରର ମୁଖ୍ୟ ରାସ୍ତା “ଅଟଳ ମାର୍ଗ” ର ଭିତ୍ତି ପ୍ରସ୍ତର ସ୍ଥାପନ ହେଲା।
ଜାତୀୟ ସ୍କୁଲ ଖେଳକୁଦ ପାଇଁ ୟୁପି ଯାଉଥିବା ଓଡିଶାର କୃତୀ ଖେଳାଳୀ ଟ୍ରେନରେ ଟଏଲେଟ ପାଖରେ ତଳେ ବସି ଗଲେ। ଜାତୀୟ ମିଡିଆରେ ଭିଡିଓ ଭାଇରାଲ।
ରାଜ୍ୟର ୧୦ ଜଣ ବରିଷ୍ଠ ଆଇପିଏସ ଓ ୨୬ ଜଣ ଆଇଏଏସ୍ ଅଧିକାରୀଙ୍କୁ ମିଳିଲା ପଦୋନ୍ନତି।
ଭୁବନେଶ୍ୱର ବିମାନବନ୍ଦରରୁ ୪କୋଟିର ଗଞ୍ଜେଇ ଜବତ, ବ୍ୟାଙ୍କକରୁ ଆସୁଥିବା ଯାତ୍ରୀଙ୍କଠାରୁ ମିଳିଲା।
କଟକ ଜିଲ୍ଲା ବାରଙ୍ଗର ଅତିରିକ୍ତ ତହସିଲଦାରଙ୍କ ଉପରେ ଭିଜିଲାନ୍ସ ଚଢ଼ାଉ। ବର୍ତ୍ତମାନ ସୁଦ୍ଧା ଠାବ ସମ୍ପତ୍ତିର ମୂଲ୍ୟ ପ୍ରାୟ ୧୦ କୋଟି ଟଙ୍କା।
ଭୁବନେଶ୍ୱର ଉପକଣ୍ଠ ବାଲିପାଟଣା ତହସିଲ ସାମ୍ନାରୁ ହଟିଲା ଜବରଦଖଲ, ହାଟରେ ବୁଲିଲା ବୁଲଡୋଜର।
ହ୍ୟୁମାନ୍ ମୃତ୍ୟୁ ମାମଲାରେ ହାଇକୋର୍ଟରେ ଆଗୁଆ ଜାମିନ ଆବେଦନ କଲେ ଓଡ଼ିଆ ଗାୟିକା ଅର୍ପିତା ଚୌଧୁରୀ ଓ ଷ୍ଟୁଡିଓ ମାଲିକ ସୋମେଶ।
କେନ୍ଦୁଝର ଆନନ୍ଦପୁର ଉପଖଣ୍ଡ ହାଟଡିହି ବ୍ଲକର ବିଭିନ୍ନ ଗାଁରେ ବୁଲୁଛି ଦନ୍ତାହାତୀ, ଲୋକେ ଆତଙ୍କିତ।
ଗଞ୍ଜାମ ଖଲ୍ଲିକୋଟ ୧୬ ନଂ ଜାତୀୟ ରାଜପଥ ବଡ଼ ଘାଟିରେ ଓଲଟିଲା ଅଙ୍ଗାର ବୋଝେଇ ଟ୍ରକ, ଜଣେ ଗୁରୁତର।
ଯାଜପୁରରେ ଚିକିତ୍ସା ଅବହେଳାରୁ ପ୍ରସୂତିଙ୍କ ମୃତ୍ୟୁକୁ ନେଇ ଉତ୍ତେଜନା, ଡାକ୍ତରଖାନା ସମ୍ମୁଖରେ ଧାରଣା।
ଭିଜିଲାନ୍ସ ଜାଲରେ କେନ୍ଦୁଝର ହାଟଡିହି ପିଇଓ, ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ୬ଟି ସ୍ଥାନରେ ଚଢ଼ାଉ।
ରାଉରକେଲାର ୫୦ରୁ ଅଧିକ ସ୍ଥାନରେ ପୁଲିସର ଚଢ଼ଉ। ବନ୍ଧା ହେବେ ଚୋରାବନ୍ଧୁକ ବେପାରୀ।
କଳାହାଣ୍ଡି ଜିଲା ଜୁନାଗଡ଼ ଠାରୁ ଭୁବନେଶ୍ୱର ଯାଉଥିବା ଭୁବନେଶ୍ବର ଏକ୍ସପ୍ରେସରେ ନିଆଁ। ପାଞ୍ଚ ଘଣ୍ଟା ବିଳମ୍ବରେ ଛାଡିଲା ଟ୍ରେନ।
ଟାଟା ପାୱାର ବିରୋଧରେ ରୁଜୁ ହେଲା ଜନସ୍ୱାର୍ଥ ମାମଲା; ସ୍ମାର୍ଟ ମିଟର ଏବଂ ଅତିରିକ୍ତ ସୁରକ୍ଷା ଜମାକୁ ବିରୋଧ, ତୁରନ୍ତ ପ୍ରତ୍ୟାହାର ପାଇଁ ଦାବି।
ତାମିଲନାଡୁରେ ଓଡ଼ିଆ ଦାଦନଙ୍କୁ ଆକ୍ରମଣ ଘଟଣାକୁ ନିନ୍ଦା କଲେ ମୁଖ୍ୟମନ୍ତ୍ରୀ ମାଝୀ।
ଅସ୍ତ୍ରୋପଚାରରେ ଲିଙ୍ଗ ପରିବର୍ତ୍ତନ କରି ମହିଳାରୁ ପୁରୁଷ ହୋଇଥିବା, ନାମ ବଦଳାଇଥିବା ବ୍ୟକ୍ତିଙ୍କ ନୂତନ ତଥ୍ୟ ଭୂସଂପତ୍ତି ରେକର୍ଡରେ ଉଲ୍ଲେଖ କରିବାକୁ ସରକାରଙ୍କୁ କୋର୍ଟଙ୍କ ନିର୍ଦ୍ଦେଶ।
ଝାଡଖଣ୍ଡରେ ନିଜ ନିଜ ଭିତରେ ମାଓବାଦୀଙ୍କ ଗୁଳିଚାଳନାରେ ଦୁଇ ମୃତ, ୨ ଗୁରୁତର।
ପହଲଗାମ ଆକ୍ରମଣ କେନ୍ଦ୍ର ସରକାର କରାଇଥିଲେ ବୋଲି ମୋଦୀ ଓ ଶାହାଙ୍କୁ ଆକ୍ଷେପ କଲେ ମମତା ବାନାର୍ଜୀ
ବାଂଲାଦେଶରେ ପୁଣି ଜଣେ ହିନ୍ଦୁ ଯୁବକଙ୍କୁ ହତ୍ୟା କରାଗଲା। ପାଞ୍ଚ ହିନ୍ଦୁଙ୍କ ଘର ପୋଡ଼ିଦେଲେ।
ଗୃହଯୁଦ୍ଧଗ୍ରସ୍ତ ୟେମେନକୁ ନେଇ ମଧ୍ୟପ୍ରାଚ୍ୟରେ ଆଉ ଏକ ଯୁଦ୍ଧ ଆଶଙ୍କା, ମୁହାଁମୁହିଁ ହେଲେ ସାଉଦି ଆରବ ଓ ୟୁଏଇ।
ଥିରୁଅନନ୍ତପୁରମରେ ପଞ୍ଚମ ଟି-ଟ୍ବେଣ୍ଟି କ୍ରିକେଟ ମ୍ୟାଚରେ ଶ୍ରୀଲଙ୍କାକୁ ୧୫ ରନରେ ହରାଇଲା ଭାରତୀୟ ମହିଳା କ୍ରିକେଟ ଟିମ୍।
ଆସନ୍ତା ୨୦୨୬ରେ ଭାରତ ପାକିସ୍ତାନ ଯୁଦ୍ଧ ହେବ ବୋଲି ପୂର୍ବ ଅନୁମାନ। ପାକିସ୍ତାନ ପଛରେ ରହିବେ ଚୀନ ଓ ଇରାନ।
ଗତବର୍ଷ ଏଇ ସମୟରେ
ଝାରସୁଗୁଡାରୁ ହାଇଦ୍ରାବାଦ, ରାୟପୁର, ଲକ୍ଷ୍ନୌ, ମୁମ୍ବାଇକୁ ସିଧାସଳଖ ବିମାନ ସେବା ଆରମ୍ଭ ହେବାର ଥିଲା।
କଟକ-ଭୁବନେଶ୍ୱର-ପୁରୀରେ ଇଲେକ୍ଟ୍ରିକ ଡବଲ ଡେକର ବସ୍ ଚାଲିବ ବୋଲି କହିଥିଲେ ସରକାର।
ରାହୁଲ ଗାନ୍ଧୀଙ୍କ ଧକ୍କାଖାଇ ମୁଣ୍ଡ ଫାଟିଲା ପରେ ସାଂସଦ ପ୍ରତାପ ଷଡ଼ଙ୍ଗୀ ସୁସ୍ଥହୋଇ ଓଡ଼ିଶା ଫେରିଥିଲେ।
ମାଗଣାରେ ଟିଭି ଦେଖନ୍ତୁ। ପ୍ଲେ ଷ୍ଟୋରରୁ “mera channel” ଡାଉନଲୋଡ କରନ୍ତୁ।
ଆଜି ଜନ୍ମଦିନ: ସୟଦ ମୋଦୀ, ବେନ କିଙ୍ଗସଲେ, ଛୋଟା ସାକୀଲ, ଡୋନାଲଡ଼ ଟ୍ରମ୍ପ ଜୁନିଅର
ଆଜି ତିରୋଧାନ: ଶହୀଦ ମାଧୋ ସିଂହ ବାରିହା, କାଦର ଖାନ
ଇତିହାସରେ ଆଜି: (୧୬୦୦) ବ୍ରିଟିଶ ଇଷ୍ଟ ଇଣ୍ଡିଆ କମ୍ପାନୀ ସ୍ଥାପିତ/ (୧୭୮୧) ଆମେରିକାରେ ପ୍ରଥମ ବ୍ୟାଙ୍କ ଖୋଲିଲା/ (୧୯୪୪) ଜର୍ମାନୀ ଉପରେ ହଙ୍ଗେରୀ ର ଆକ୍ରମଣ/ (୧୯୮୩) ବ୍ରୁନେଇ ଦେଶ ସ୍ୱାଧୀନ ହେଲା/ (୧୯୮୪) ୪୦ ବର୍ଷ ବୟସରେ ରାଜୀବ ଗାନ୍ଧୀ ପ୍ରଧାନମନ୍ତ୍ରୀ ହେଲେ/ (୧୯୯୯) ଏୟାର ଇଣ୍ଡିଆ ବିମାନ ଅପହରଣ ହୋଇ କାନ୍ଦାହାର ଗଲା
ବନ୍ଦେ ଉତ୍କଳ ଜନନୀ 🪻🌻🪻
