ରାୟଗଡ଼ାରୁ ହରି ନାରାୟଣ ଦାସଙ୍କ ରିପୋର୍ଟ(ପରିସ୍କାର ଓଡିଶା ନ୍ୟୁଜ)
ସ୍ବର୍ଗତ ଶ୍ରୀକାନ୍ତ ନାୟକ କଳାହାଣ୍ଡି ଶାନ୍ତପୁର ଡ୍ୟୁସବଲ କପର ଆଜି ସେମି ଫାଇନାଲ ମହାମୁକାବିଲା ହୋଇଥିଲା ଏଥିରେ ଆର.ଇ ମୁନିଗୁଡା ଏବଂ ଶୁଭମ xl ଖେଳିଥିଲେ | ଉକ୍ତ ସେମିଫାଇନାଲରେ ଶୁଭମ xl ଟସ ଜିତି ବ୍ୟାଟିଂ ନେଇଥିବା ବେଳେ ଆର.ଇ ମୁନିଗୁଡା ପ୍ରଥମେ ବୋଲିଂ କରିଥିଲେ | ଟସ ଜିତି ବ୍ୟାଟିଂ ଶୁଭମ xl ପ୍ରଥମେ ବ୍ୟାଟିଂ କରି 17 ଓଭରରେ 129 ରନ୍ରେ ଅଳଆଉଟ ହୋଇ ଆର.ଇ ମୁନିଗୁଡା 130 ରନ୍ ର ଲକ୍ଷ ଦେଇଥିଲା | ଆର.ଇ ମୁନିଗୁଡା ଉକ୍ତ ଲକ୍ଷକୁ ମାତ୍ର 14.5 ଓଭରରେ ହାସଲ କରିଥିଲା | ଆଶିଷ କୁମାର ସେଠି ଉକ୍ତ ଆର.ଇ ମୁନିଗୁଡା ଟିମର ଅଧିନାୟକ ରହିଥିଲେ | ଆସନ୍ତାକାଲି ଉକ୍ତ କଳାହାଣ୍ଡି ଶାନ୍ତପୁର ଡ୍ୟୁସବଳ କପର ଫାଇନାଲ ମହାମୁକାବିଲା ରହିଛି |
