ହରି ନାରାୟଣ ଦାସଙ୍କ ରିପୋର୍ଟ୍
ରାୟଗଡ଼ା:- (20/12/2025) .ଆଜି ପି ଏମ୍ ଶ୍ରୀ ଗୋବିନ୍ଦ ଚନ୍ଦ୍ର ଦେବ ଜିଲ୍ଲା ଉଚ୍ଚ ବିଦ୍ୟାଳୟ ଠାରେ ୮୮ ତମ ବାର୍ଷିକ ଉତ୍ସବ ଅଭିଜ୍ଞାନ ମହା ସମାରୋହରେ ପାଳିତ ହୋଇଯାଇଛି। । ଏହି ସମାରୋହରେ ମୁଖ୍ୟ ଅତିଥି ଭାବେ ଶ୍ରୀ ଯୁକ୍ତ ଅପାଲାସ୍ଵାମୀ କାଡ୍ରାକା , ଏମ୍ ଏଲ ଏ ରାୟଗଡ଼ା ଯୋଗଦାନ କରିଥିଲେ । ସମ୍ମାନିତ ଅତିଥି ଭାବେ ଶ୍ରୀ ଯୁକ୍ତ ନବୀନ ଚନ୍ଦ୍ର ନାୟକ , ଅତିରିକ୍ତ ଜିଲ୍ଲାପାଳ, ରାୟଗଡ଼ା, ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ଶ୍ରୀଯୁକ୍ତ ଭଜନ ଲାଲ ମାଝୀ ଏବଂ ବାଳିକା ଉଚ୍ଚ ବିଦ୍ୟାଳୟ ର ପ୍ରଧାନ ଶିକ୍ଷୟିତ୍ରୀ ଶ୍ରୀମତୀ ସୁନିତା ଭୋଇ ଯୋଗଦାନ କରିଥିଲେ । ମୁଖ୍ୟ ଅତିଥି ନିଜ ଅଭିଭାଷଣରେ କହିଥିଲେ, ପିଲା ମାନେ ଯଦି ନିୟମିତ ପଢ଼ା ପଢ଼ି କଲେ ସଫଳତା ନିଶ୍ଚୟ ମିଳିବ । ସମ୍ମାନୀତ ଅତିଥି ଭାବେ ଶ୍ରୀ ଯୁକ୍ତ ନବୀନ ଚନ୍ଦ୍ର ନାୟକ ନିଜ ଭାଷଣରେ ପିଲାମାନଙ୍କ ସୁନ୍ଦର ଭବିଷ୍ୟତ ର କାମନା କରିଥିଲେ। । ମୁଖ୍ୟ ବକ୍ତା ଭାବେ ଯୋଗଦେଇ ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ଶ୍ରୀମତୀ ଶାନ୍ତି ଲତା ମୁନି କାହାଣୀ ମାଧ୍ୟମରେ କେମିତି କଲେ ନିଜର ଭବିଷ୍ୟତ ଗଠନର ମାର୍ଗ ସୁଦୃଢ କରିପାରିବେ ତାହା ବୁଝାଇଥିଲେ । ପ୍ରଧାନ ଶିକ୍ଷୟିତ୍ରୀ ଶୁଶ୍ରୀ ନମିତା ପ୍ରଧାନ ଅନୁଷ୍ଠାନ ର ବିବରଣୀ ପଠନ କରିବା ସହ ସୁବିଧା ଅସୁବିଧା ର ବାର୍ତା ଦେଇଥିଲେ ଏବଂ ସଭାପତି ର କାମ ନିର୍ବାହ କରିଥିଲେ । ସ୍ବାଗତ ଭାଷଣ ଶିକ୍ଷୟତ୍ରୀ ଶ୍ରୀ ମତି ଏସ ରଜନୀ କରିଥିବା ବେଳେ ମଞ୍ଚ ଶ୍ରୀଯୁକ୍ତ ପରେସ ସ୍ଵର ଓ ଶ୍ରୀମତୀ ମହେଶ୍ୱରୀ ନାୟକ କରିଥିଲେ । ଧନ୍ୟବାଦ ଅର୍ପଣ ଅନୁଷ୍ଠାନ ର ବରିଷ୍ଠ ଶିକ୍ଷକ ଶ୍ରୀ ଅଶୋକ କୁମାର ଦାଶ କରିବା ସହ ଉପଢୌକନ ପ୍ରଦାନ କରିବାରେ ସହଯୋଗ କରିଥିଲେ । ଶିକ୍ଷୟତ୍ରୀ ଶ୍ରୀ ମତୀ ଏସ ସୋଉଜନ୍ୟା , ଶ୍ରୀ ମତୀ ପ୍ରମିଳା ମହାପାତ୍ର, ଶ୍ରୀ ମତୀ ସୁଜାତା ମାଦଳା, ଶୁଶ୍ରୀ ଜୟଶ୍ରୀ ବେହେରା, ଦୂର୍ଗାରାଣୀ ପାଢ଼ୀ, ସବିତା ମହାନ୍ତି, ମାଝୀ ସ୍ଵର,ଅଜୟ ମିଶ୍ର,ଅଜୟ ପତିଙ୍କ ସହିତ ରୋଵଟ ଗମାଙ୍ଗ, ଗଂଗା ଧର କାଡ୍ରାକା,ଅ କ୍ଷୟ ମହାପାତ୍ର, ସହିତ ଅନ୍ୟାନ୍ୟ ଶିକ୍ଷକ କର୍ମଚାରୀ ସମସ୍ତେ ସହଯୋଗ କରିଥିଲେ । ଶେଷରେ ଛାତ୍ରଛାତ୍ରୀମାନଙ୍କୁ ପୁରସ୍କୃତ କରାଯାଇଥିଲା। । ଛାତ୍ର ଛାତ୍ରୀ ମାନେ ମନ୍ତ୍ର ମୁଗ୍ଧ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିବା ସହିତ ସଭାକୁ ଅଧିକ ଆକର୍ଷଣୀୟ କରିଥିଲେ।
