ମୁନିଗୁଡାରେ ଜିଲ୍ଲାପାଳଙ୍କ ଯୁଗ୍ମ ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମ।

ବ୍ୟୁରୋ ରିପୋର୍ଟ

ମୁନିଗୁଡା:୮-୧୨ ରାୟଗଡା ଜିଲ୍ଲା ମୁନିଗୁଡା ବ୍ଲକ କାର୍ଯ୍ୟାଳୟ ସଭାଗୃହ ପରିସରରେ ଜିଲ୍ଲାପାଳଙ୍କ ଯୁଗ୍ମ ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି l ମୁନିଗୁଡା ବ୍ଲକ ଅଧକ୍ଷା ଦୁଃଖିନୀ ନୁଣ୍ଡ୍ରୁକାଙ୍କ ଅଧ୍ୟକ୍ଷତା ଓ ବିଡ଼ିଓ କୃଷ୍ଣଚନ୍ଦ୍ର ଦଳପତିଙ୍କ ସଂଯୋଜନାରେ ଅନୁଷ୍ଠିତ ଏହି ଅଭିଯୋଗ ଶୁଣାଣିରେ ଜିଲ୍ଲା ମୁଖ୍ୟ ଉନ୍ନୟନ ଅଧିକାରୀ ତଥା କାର୍ଯ୍ୟ ନିର୍ବାହୀ ଅଧିକାରୀ ଜିଲ୍ଲା ପରିଷଦ ଶ୍ରୀଯୁକ୍ତ ଅକ୍ଷୟ କୁମାର ଖେମୁଣ୍ଡ,ଜିଲ୍ଲାପାଳ ଶ୍ରୀଯୁକ୍ତ ଆଶୁତୋଷ କୁଳକର୍ଣି, ଆରକ୍ଷୀ ଅଧିକ୍ଷକ ସ୍ୱାଥି ଏସ କୁମାର,ଉପ ଜିଲ୍ଲାପାଳ ଦୁଧାଲ ଅଭିଷେକ ଦିଲ୍ଲୀପ କୁମାର,ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ତଥା ଜନସ୍ୱାସ୍ଥ୍ୟ ଅଧିକାରୀ ବି .ସରୋଜିନୀ ଦେବୀ ପ୍ରମୁଖ ଉପସ୍ଥିତ ରହି ମୋଟ ୧୪୭ଟି ଅଭିଯୋଗ ଶୁଣାଣି କରି ଏହାର ସଠିକ୍ କାର୍ଯ୍ୟକାରିତା ନେଇ ବିଭାଗୀୟ ଅଧିକାରୀ ମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ। ସେଥିମଧ୍ୟରୁ ବ୍ୟକ୍ତିଗତ ୧୦୯ଟି ଓ ଗୋଷ୍ଠିଗତ ୩୮ଟି ଅଭିଯୋଗ ଆସିଥିଲା l ସ୍ୱାସ୍ଥ୍ୟଗତ ସମସ୍ୟା ପାଇଁ ୫ଜଣକୁ ୯୫ହଜାର ମୁଖ୍ୟମନ୍ତ୍ରୀ ସହାୟତା ପାଣ୍ଠିରୁ ଓ ତିନିଜଣକୁ ରେଡ଼କ୍ରସ ପାଣ୍ଠିରୁ ୨୫ହଜାର ଟଙ୍କା ଜିଲ୍ଲାପାଳ ପ୍ରଦାନ କରିଥିଲେ lଏହି ଅବସରରେ ସାମାଜିକ ସୁରକ୍ଷା ବିଭାଗ ତରଫରୁ ଡିବ୍ୟାଙ୍ଗ ହିତାଧିକାରୀ ମାନଙ୍କୁ ହୁଇଲ ଚେୟାର ପ୍ରଦାନ କରାଯାଇଥିଲା।ଏହି ଅଭିଯୋଗ ଶୁଣାଣିରେ ଅନ୍ୟ ମାନଙ୍କ ମଧ୍ୟରେ ଗ୍ରାମ୍ୟ ଉନ୍ନୟନ ବିଭାଗ,କ୍ଷୁଦ୍ର ଜଳସେଚନ ବିଭାଗ,ଜଙ୍ଗଲ ପରିବେଶ ଓ ଜଳବାୟୁ ପରିବର୍ତ୍ତନ ବିଭାଗ,ଜିଲ୍ଲା ଅନୁସୂଚିତ ଜନଜାତି ବିଭାଗ,ସନ୍ଵିତ ଆଦିବାସୀ ଉନ୍ନୟନ ବିଭାଗ,କୃଷି ବିଭାଗ,ଜିଲ୍ଲା ଶିକ୍ଷା ବିଭାଗ,ଜିଲ୍ଲା ପ୍ରାଣିଧନ ବିଭାଗ,
ଉଦ୍ୟାନ କୃଷି ବିଭାଗ,ମତ୍ସ୍ୟ ବିଭାଗ,ଜିଲ୍ଲା ଓ ଉପଖଣ୍ଡ ସ୍ତରୀୟ ଅଧିକାରୀ ଉପସ୍ଥିତ ରହି ଜିଲ୍ଲାପାଳଙ୍କ ଅଭିଯୋଗ ଶୁଣାଣିରେ ସହଯୋଗ କରିଥିଲେ।ମୁନିଗୁଡ଼ା ଏସଡିପିଓ ସନ୍ତଶିନି ଓରାମ,
ତହସିଲଦାର ଏମ ଅନୁରାଧା,
ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ମେଡିକାଲ ଅଫିସର ଡା.ଆଶିଷ ରଞ୍ଜନ ପଣ୍ଡା,
ଆଇଆଇସି ସୌଦାମିନୀ ବେହେରା,
ବିଇଓ ଗଣେଶ ଶବର,ବିପିଏମ୍ ମମତା ରାଉଳ,କଲ୍ୟାଣ ଅଧିକାରୀ କୃଷ୍ଣଚନ୍ଦ୍ର ବେହେରା,ସିଡିପିଓ ଗିତାରାନି ସାହୁ ପ୍ରମୁଖଙ୍କୁ ସମେତ ବ୍ଲକର ବିଭିନ୍ନ ବିଭାଗର ଅଧିକାରୀ ମାନେ ଉପସ୍ଥିତ ରହି ବିଭାଗୀୟ ଅଧିକାରୀ ମାନଙ୍କୁ ତଥ୍ୟ ପ୍ରଦାନରେ ସହାୟତା କରିଥିଲେ l ଏହି ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମକୁ ବଡ଼ ବାବୁ ଜିତେନ୍ଦ୍ର କୁମାର ଧର,ସହକାରୀ ଯନ୍ତ୍ରୀ ବି ଶ୍ରୀନିବାସ ରାଓ,ସାମାଜିକ ସୁରକ୍ଷା ଅଧିକାରୀ ମୁନା ତାଡିଙ୍ଗି,କଳ୍ପନା ସାହୁ,ସୁରଜ ମଲ୍ଲିକ,ଜିପିଇଓ ମନୋରଞ୍ଜନ ବେହେରା,ଯୋଗାଣ ଅଧିକାରୀ ଆଶିଷ ରଞ୍ଜନ ସାହୁ,ବ୍ଲକ ଯନ୍ତ୍ରୀ ଅମ୍ବିକା ଦାସ,ସନ୍ଧ୍ୟାରାନି ମଲ୍ଲିକ,ଜିଆରଏସ ଅଜିତ ନାଗ,ଦେବେନ୍ଦ୍ର ପାଣିଗ୍ରାହୀ ପ୍ରମୁଖଙ୍କ ସମେତ ଅନ୍ୟ ମାନେ ଉପସ୍ଥିତ ରହି ପରିଚାଳନାରେ ସହଯୋଗ କରିଥିଲେ।

Leave a Reply

Your email address will not be published. Required fields are marked *

error: Content is protected !!