ବ୍ୟୁରୋ ରିପୋର୍ଟ
କାର ଚାଳକ ଭାରସାମ୍ୟ ହରାଇ ସ୍କୁଟିକୁ ଦ୍ରୁତ ଗତିରେ ଧକ୍କା ଦେଇ ଦୋକାନ ଉପରକୁ ଚଢି ଗଲା ଜଣେ ଗୁରୁତର ଅବସ୍ଥାରେ
ତା: ୬.୧୨.୨୫ ରିଖ ରାୟଗଡ଼ା ବ୍ଲକ କୋତାପେଟା ଗ୍ରାମ ପଞ୍ଚାୟତର 326 ଜାତୀୟ ରାଜପଥ ରେ କାର ଧକ୍କା ରେ ଜଣେ ବ୍ୟକ୍ତି ଗୁରୁତର ଓ ଗୋଟିଏ ସ୍କୁଟି ଓ ଦୋକାନ ଗୃହ ଭାଙ୍ଗି ନଷ୍ଟ ହେଇଥିବା ଦେଖିବାକୁ ମିଳିଛି। ପ୍ରତ୍ୟେକ୍ଷଦର୍ଷି କହିବା ଅନୁଯାୟୀ ରାତ୍ର ପ୍ରାୟ 7ଘଣ୍ଟା 30 ମିନିଟ ସମୟରେ। କୋତାପେଟା ଗ୍ରାମର 326 ଜାତୀୟ ରାଜପଥ ଜେକେପୁରରୁ ରାୟଗଡା ଅଭିମୁଖେ ଦୃତ ଗତିରେ ଆସୁଥିବା ଏକ କାର ନମ୍ୱର OD 02 CM 0567 m ମାତାଲ୍ କାର ଚାଳକ କାର କୁ ଆୟତ୍ତ କରିନପାରି ଦୃତ ଗତିରେ ଆସି ରାସ୍ତା ମଝିରେ ଥିବା ଡିଭାଇଡର କୁ ଭାଙ୍ଗି ରାସ୍ତା ପାର୍ଶ୍ୱରେ ଥିବା ଶ୍ଚୁଟୀ କୁ ଧକ୍କା ଦେଇ ସମ୍ମୁଖ ରେ ଥିବା ଦୋକାନ ଗୃହ ଉପରକୁ ପିଟି ହେଇ ମାଡ଼ି ଯାଇ ଦୁର୍ଘଟଣା ଘଟାଇଛନ୍ତି। ଏହି ଦୁର୍ଘଟଣାରେ ଜଣେ ବ୍ୟକ୍ତି ଗୁରୁତର ଅବସ୍ଥାରେ ଆହାତ ହୋଇଛନ୍ତି ତାଙ୍କୁ ଜିଲ୍ଲା ମୂଖ୍ୟ ଚିକିତ୍ସାଳୟ କୁ ସ୍ଥାନାନ୍ତରିତ କରାଯାଇଥିଲା। ଅଞ୍ଚଳ ବାସିନ୍ଦା କହିବା ଅନୁଯାୟୀ ରାତ୍ର ସମୟରେ କାର ଚାଳକ ଅତ୍ୟଧିକ ମଦପିଇ ଏହିପରୀ ଘଟଣା ଘଟାଇଛି। ବାରମ୍ବାର ଏପରି ଘଟଣା ଘଟୁଛି ପୋଲିସ ପ୍ରଶାସନ କଡାକଡି ଭାବରେ ପେଟ୍ରଲିଂ କରି ମଦ୍ୟପାନ କରି ଗାଡ଼ି ଚଳାଉଥିବା ଗାଡ଼ି ଚଳକଙ୍କୁ ଅଟକ ରଖିଲେ ଏପରି ଘଟଣାକୁ ରୋକାଯାଇପରିଥନ୍ତ।
