ବ୍ୟୁରୋ ରିପୋର୍ଟ
ରାୟଗଡା: ରାୟଗଡା ଜିଲ୍ଲାର ପଦ୍ମପୁର ବ୍ଲକ ଅନ୍ତର୍ଗତ ଖମାପଦର ପଞ୍ଚାୟତର ଖମାପଦର ଗାଁର ପୂର୍ବତନ ବନରକ୍ଷୀ ସୁବାଷ ଚନ୍ଦ୍ର ଗମାଙ୍ଗ (ପିତା– ସ୍ୱର୍ଗତ ପୂର୍ଣ୍ଣ ଚନ୍ଦ୍ର ଗମାଙ୍ଗ)ଙ୍କର ଦେହାନ୍ତ ଘଟିଛି। ସେ ୦୮.୦୩.୨୦୨୬ ଓ ୦୯.୦୩.୨୦୨୬ ତାରିଖରେ ବ୍ରହ୍ମପୁର ମେଡିକାଲରେ ଦୁଇଦିନ ଧରି ଚିକିତ୍ସାଧୀନ ଅବସ୍ଥାରେ ଥିବା ସମୟରେ ଶେଷ ନିଶ୍ୱାସ ତ୍ୟାଗ କରିଥିଲେ। ତାଙ୍କ ମୃତ୍ୟୁ ସମାଚାର ଅଞ୍ଚଳରେ ଶୋକର ଛାୟା ସୃଷ୍ଟି କରିଛି।
ସୁବାଷ ଚନ୍ଦ୍ର ଗମାଙ୍ଗଙ୍କ ଜନ୍ମ ୨୦ ଜାନୁଆରୀ ୧୯୫୪ ମସିହାରେ ଖମାପଦର ଗାଁରେ ହୋଇଥିଲା। ଜୀବନରେ ଅନେକ ସଂଘର୍ଷ ସହ କାଟିଥିବା ସେ ବନ ବିଭାଗରେ ଫରେଷ୍ଟ ଗାର୍ଡ ଭାବେ କାର୍ଯ୍ୟରତ ଥିଲେ। ଚାକିରି ସମୟରେ ଗୁଣପୁର ଅଞ୍ଚଳର ବିଭିନ୍ନ ବ୍ଲକରେ ବନ ସୁରକ୍ଷା ଦାୟିତ୍ୱ ନିଭାଇଥିଲେ। କିଛି ବର୍ଷ ସେବା ଦେବା ପରେ ଅବସର ଗ୍ରହଣ କରି ଘରେ ବସୋବାସ କରୁଥିଲେ।
ତାଙ୍କର ଦୁଇ ଝିଅ ଉମା ମହେଶ୍ୱରୀ ଗମାଙ୍ଗ ଓ କଳ୍ପନା ଗମାଙ୍ଗ ବର୍ତ୍ତମାନ ବ୍ରହ୍ମପୁର ମେଡିକାଲରେ ଅଛନ୍ତି। ପୁଅ ଜଗଦୀଶ ଗମାଙ୍ଗ ଦୁବାଇରେ କାର୍ଯ୍ୟରତ ଥିବା ବେଳେ ପିତାଙ୍କ ଶେଷ କାର୍ଯ୍ୟରେ ଯୋଗ ଦେବା ପାଇଁ ଦୂର ଦେଶରୁ ଯାତ୍ରା କରି ଆସୁଛନ୍ତି।
ବ୍ରହ୍ମପୁରରୁ ତାଙ୍କ ମୃତଦେହ ରାୟଗଡା ଲାଇନ୍ସକ୍ଲବ ନିକଟ ବିଦ୍ୟାନଗର ୩ ନମ୍ବର ଲାଇନରେ ଥିବା ନିଜବାସଭବନକୁ ୧୧.୦୩.୨୦୨୬ ତାରିଖ ଆଣିବା ସହ ଦିନ 12 ସମୟ ରେ ରାୟଗଡା କଟୁରୀ ଶ୍ମଶାନଘାଟରେ ତାଙ୍କର ଶବଦାହ କାର୍ଯ୍ୟ ସମ୍ପନ୍ନ କରାଗଲା
ସୁବାଷ ଚନ୍ଦ୍ର ଗମାଙ୍ଗ ଙ୍କ ପରଲୋକରେ ପରିବାରବର୍ଗ, ଆତ୍ମୀୟସ୍ୱଜନ ଓ ଅଞ୍ଚଳବାସୀଙ୍କ ମଧ୍ୟରେ ଗଭୀର ଶୋକ ପ୍ରକାଶ ପାଇଛି। ତାଙ୍କ ପବିତ୍ର ଆତ୍ମାର ଶାନ୍ତି କାମନା କରି ସମସ୍ତେ ଗଭୀର ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି।

