ଅନ୍ତର୍ଜାତୀୟ ମାନବଧିକାର ଫୋରୁମ ପକ୍ଷରୁ ଜାତୀୟ ମହିଳା ଦିବସ ପାଳନ

ବ୍ୟୁରୋ ରିପୋର୍ଟ (ପରିସ୍କାରଓଡିଶା ନ୍ୟୂଜ)

ଆଜି ଅନ୍ତର୍ଜାତୀୟ ମାନବଧିକାର ଫୋରୁମ ପକ୍ଷରୁ ଜାତୀୟ ମହିଳା ଦିବସ ଧୂମଧାମରେ ପାଳନ କରାଯାଇଥିଲା! ରାୟଗଡା ସହରର ଲାଇନ୍ସ କ୍ଳବ ଠାରେ ମହିଳା ଦିବସ ପାଳନ କରାଯାଇଛି ! ଉକ୍ତ କାର୍ଯ୍ୟକ୍ରମରେ ଅତିଥି ରୂପେ ଶ୍ରୀ ଜନ୍ମେଜୟ (ରାଜ୍ୟ ସମ୍ପାଦକ ଆମ ଆଦମୀ ପାର୍ଟି), ରାୟଗଡା ମୁନିସିପାଲିଟି ଉପ ପୌରାଦକ୍ଷା ଶ୍ରୀମତି ଶୁଭ୍ରା ପଣ୍ଡା,ଅନ୍ତର୍ଜାତୀୟ ମାନବଧିକାର ଫୋରୁମ ରାଷ୍ଟ୍ରୀୟ ଉପ ସମ୍ପାଦକ ଶ୍ରୀ ବିଶ୍ୱରାଜ ଛିଞ୍ଛାଣି, ରାଜ୍ୟ ଉପ ସଭାପତି ସୁଶାନ୍ତ ମହାରଣା,ଡକ୍ଟର ଅର୍ଚନା ପଟନାୟକ (ମହିଳା ମହାବିଦ୍ୟାଳୟ ଅଧକ୍ଷା), ଗୌରୀ ପ୍ରଧାନୀ (ଜିଲ୍ଲା ସଭାପତି IHFC),ସ୍ବର୍ଣ୍ଣ ମଞ୍ଜରୀ ପାଳ (ଜିଲ୍ଲା ମହିଳା ସଭାପତି IHFC) ରହିଥିବା ବେଳେ ଉକ୍ତ କାର୍ଯ୍ୟକ୍ରମକୁ ନଳିନୀ ପାଣି ଓ ଅଙ୍କିତା ପାଢ଼ୀ ପରିଚାଲନା କରିଥିଲେ ! ଉକ୍ତ କାର୍ଯ୍ୟକ୍ରମରେ ମହିଳା ଶକ୍ତି ଓ ମହିଳାଙ୍କ ସୁରକ୍ଷା ସମ୍ପର୍କରେ ରହିଥିବା ଆଇନ ଓ ମହିଳା ମାନେ ଦେଶର ମେରୁଧଣ୍ଡ ବୋଲି ଅତିଥି ମାନେ ବକ୍ତବ୍ୟ ପ୍ରଦାନ କରିଥିଲେ! ସେହିପରି ସମସ୍ତ ପ୍ରକାର ମହିଳା ମାନଙ୍କୁ ହେଉଥିବା ଅସୁବିଧା ଯେପରି କି
ସେଥିରେ ଅନ୍ତ୍ରରାଷ୍ଟ୍ରୀୟ ମାନବ ଅଧିକାର ମଞ୍ଚ ସମସ୍ତ ଅସହାୟ ମହିଳା ମାନଙ୍କ ସାଥି ସଦାସର୍ବଦା ହୋଇ ରହିବ ବୋଲି ଉକ୍ତ ବୈଠକରେ ଆଲୋଚନା ହୋଇଥିଲା ! ସର୍ବ ଶେଷରେ ନଳିନୀ ପାଣି ଉପସ୍ଥିତ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ!

2 thoughts on “ଅନ୍ତର୍ଜାତୀୟ ମାନବଧିକାର ଫୋରୁମ ପକ୍ଷରୁ ଜାତୀୟ ମହିଳା ଦିବସ ପାଳନ

  1. ନାରୀ ପାଇଁ ସଂସାର ଓ ସଂସାର ପାଇଁ ହିଁ ନାରୀ ର ଜନ୍ମ ଯଦି ଗୋଟେ ନାରୀ ଚାହେଁ ତେବେ ସେ ତାହାର ସଂସାରକୁ ସ୍ବର୍ଗ ରୂପେ ଗଢି ପାରିବେ ସେଥିପାଇଁ ପ୍ରତ୍ୟେକ ନାରୀ ନିଜର ସୁରକ୍ଷା ନିମନ୍ତେ ଶିକ୍ଷିତ ହେବା ଜରୁରୀ ଓ ସୁବୁଦ୍ଧି ରେ ନିଜ ସଂସାରକୁ ସ୍ବର୍ଗ ପରି ଗଡିବା ନିହାତି ଆବଶ୍ୟକ

Leave a Reply

Your email address will not be published. Required fields are marked *

error: Content is protected !!