ସହିଦ୍ ଲକ୍ଷ୍ମଣ ନାୟକ ୟୁଥ୍ ଆସୋସିଏସନ୍ ସଂଘ ପକ୍ଷରୁ ୭୭ତମ ସ୍ଵାଧିନତା ଦିବସ ପାଳିତ ହୋଇଯାଇଛି।

ବ୍ୟୁରୋ ରିପୋର୍ଟ (ପରିସ୍କାରଓଡିଶା ନ୍ୟୁଜ)

ଜେକେପୁର ସ୍ଥିତ କଳାହାଣ୍ଡିପଡ଼ା ଠାରେ ସହିଦ୍ ଲକ୍ଷ୍ମଣ ନାୟକ ଯୁବକ ସଂଘ ତରପରୁ ସ୍ବାଧୀନତା ସଂଗ୍ରାମୀ , ବୀର ସୈନିକ ଓ ମହାନାୟକଙ୍କୁ ସ୍ଵରଣ କରି ଗଣତନ୍ତ୍ର ଦିବସ ବା ୭୭ତମ ସ୍ଵାଧିନତା ଦିବସ ମହା ଆ଼ଡମ୍ବରରେ ପବିତ୍ର ଉତ୍ସବ ପାଳିତ କରାଯାଇଥିଲା। ଏଥିରେ ପ୍ରୟଜକ ଶ୍ରୀ ବରୁଣ ଦିପ୍ , ପରିଚାଳକ ଶ୍ରୀ ଦ୍ରଣ ଦିପ୍ ଓ ଜାନି ଖାନ୍ ପରିଚାଳନା କରିଥିଲେ । ସହିଦ୍ ଲକ୍ଷ୍ମଣ ନାୟକ ୟୁଥ୍ ଆସୋସିଏସନ୍ ର ସଭାପତି ଶ୍ରୀ ଜସିଏଲ୍ ବାଗ୍, ଉପ ସଭାପତି ଶ୍ରୀ ସୀତାରାମ ତାଣ୍ଡି, କଷlଧକ୍ଷ ବିକାଶ ଦିପ୍ ଓ ଅନ୍ୟାନ୍ୟ ସଦସ୍ୟ ମାନେ ଯୋଗଦେଇ ଜାତି, ଧର୍ମ,ଭାଷା, ଓ ଖାଦ୍ୟ ଭିନ୍ନ ହୋଇଥିଲେ ମଧ୍ୟ ଗଣତନ୍ତ୍ର ରାଷ୍ଟ୍ରର ଏକତା ମନୁଷ୍ୟତାର ଆହ୍ଵାନ ଦେଇଥିଲେ। ମୁଖ୍ୟ ଅତିଥି ଭାବରେ ରାୟଗଡ଼ାର ଆଇନଜୀବୀ ଶ୍ରୀ ହରେନ୍ଦ୍ରନାଥ ଚନ୍ଦନ, ସମ୍ମାନିତ ଅତିଥି ଭାବେ ଆଦିବାସୀ ମହାସଂଘ ଓଡ଼ିଶା, ରାୟଗଡ଼ା ଶାଖା ସଭାପତି ଶ୍ରୀ ବସନ୍ତ ପେଦେନ୍ତି, ମୁଖ୍ୟ ବକ୍ତା ଭାବେ ଡୋମ୍ ସମାଜର ପରାମର୍ଶଦାତା ତଥା ଆଇନଜୀବୀ ଜେକେପୁର ର ଶ୍ରୀ ଅଭି ପାଲାକା ଯୋଗଦେଇଥିଲେ। ସମସ୍ତଙ୍କ ର ବାର୍ତ୍ତାଥିଲା ଶିକ୍ଷା ହିଁ ଜୀବନ ର ମୂଳମନ୍ତ୍ର ଅଟେ ଓ ଜାତି, ଧର୍ମ, ଭାଷାରେ ଭିନ୍ନ ଭିନ୍ନ ହେଲେ ମଧ୍ୟ ସ୍ଵବିଧାନ ର ପ୍ରତିଷ୍ଠାତା ବା ବା ସାହେବଙ୍କର ଗଣତନ୍ତ୍ର ରାଷ୍ଟ୍ରରେ ଆମେ ସମସ୍ତେ ଏକ ଆମେ ସମସ୍ତେ ଏକ । ଆମେ ସମସ୍ତେ ଭାରତୀୟ ଅଟୁ ବୋଲି ସମସ୍ତ ଅତିଥି ଭାସଣ ଦେଇଥିଲେ। ଶୀତକାଳୀନ ୠତୁ କୁ ଦେଖି ଶେଷରେ ଗ୍ରାମର ସମସ୍ତ ବୃଦ୍ଧ ଓ ବୃଦ୍ଧାଙ୍କୁ ଗରମ ବସ୍ତ୍ର କମ୍ୱଳ, ସାଲ ବଣ୍ଟନ କରାଯାଇଥିଲା।

Leave a Reply

Your email address will not be published. Required fields are marked *

error: Content is protected !!