ହରି ନାରାୟଣ ଦାସଙ୍କ ରିପୋର୍ଟ୍ (ପରିଷ୍କାର ଓଡ଼ିଶା ନ୍ୟୂଜ୍)

ରାୟଗଡ଼ା ସଦର ଖୋଲିଗୁଡ଼ା ସ୍ତିତ ଜିଷ୍ଟ୍ ଇଞ୍ଜିନିୟରିଂ କଲେଜ ଠାରେ ମହା ଆଡମ୍ବର ସହିତ ପାଳନ ହୋଇଯାଇଛି ୭୭ତମ ସାଧାରଣତନ୍ତ୍ର ଦିବସ। ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ରୂପେ ଜୀଷ୍ଟ ଇଞ୍ଜିନିୟରିଂ କଲେଜର ଚେୟାରମେନ୍ ଶ୍ରୀ ଗୋବିନ୍ଦ ପ୍ରସାଦ ରଥ ଯୋଗଦାନ କରି ଜାତୀୟ ପତାକା ଉତ୍ତୋଳନ କରିଥିଲେ । ଜାତୀୟ ପତାକା ଉତ୍ତୋଳନ ପରେ ଉକ୍ତ କଲେଜର ସମସ୍ତ ଛାତ୍ରଛାତ୍ରୀ ମାନଙ୍କୁ ଶ୍ରୀ ଗୋବିନ୍ଦ ପ୍ରସାଦ ରଥ ସାଧାରଣତନ୍ତ୍ର ଦିବସ ଉପଲକ୍ଷେ ନିଜର ବକ୍ତବ୍ୟ ପ୍ରଦାନ କରିଥିଲେ । ଉକ୍ତ କାର୍ଯ୍ୟକ୍ରମରେ କଲେଜର ସମସ୍ତ ଅଧ୍ୟାପକ ଓ ଅଧ୍ୟାପିକା ଙ୍କ ସମେତ ସମସ୍ତ ଛାତ୍ରଛାତ୍ରୀ ମାନେ ଉପସ୍ଥିତ ରହିଥିଲେ।
