ବ୍ୟୁରୋ ରିପୋର୍ଟ:


ରାୟଗଡ: ଉତ୍କଳ ଗୋପାଳ ସମାଜ ରାୟଗଡ ଜିଲ୍ଲା ସଭାପତି ଶ୍ରୀ ଶରତ ଚନ୍ଦ୍ର ଗଉଡ଼ଙ୍କ ନେତୃତ୍ୱରେ ଅତିଥିଭାବେ ଉତ୍କଳ ଗୋପାଳ ସମାଜର ରାଜ୍ୟ ସଭାପତି ଶ୍ରୀ ପ୍ରତାପ ଚନ୍ଦ୍ର ପରିଡା, ରାଜ୍ୟ କୋଷଧ୍ୟକ୍ଷ୍ୟ ଶ୍ରୀ ଧରଣୀ ଧର ବେହେରା ଓ ରାଜ୍ୟଯୁବ ସଭାପତି ଶ୍ରୀ କୃଷ୍ଣ ଚନ୍ଦ୍ର ଗଉଡ଼ ଯୋଗ ଦେଇ ସ୍ଥାନୀୟ ଶକ୍ତି ଜରାଶ୍ରମରେ ଥିବା ବୃଦ୍ଧ ଓ ବୃଦ୍ଧାଙ୍କୁ ଶୁଖିଲା ଖାଦ୍ୟ ସହ ଶୀତ ବସ୍ତ୍ର ଓ ଲୁଗା ବଣ୍ଟନ କରିଥିଲେ l ଏହାସହ ରାୟଗଡର ଅଧିଷ୍ଠାତ୍ରୀ ଦେବୀ ମା’ ମଝିଘରିଆଣି ମନ୍ଦିର ନିକଟରେ ବସି ଭିକ୍ଷାବୃତ୍ତି କରୁଥିବା ଦୁଃଖୀରଙ୍କୀଙ୍କୁ ଶୀତ ବସ୍ତ୍ର ଓ ଲୁଗା ବଣ୍ଟନ କରିଥିଲେ l ଏହି ଅବସରରେ ରାଜ୍ୟ ସଭାପତି ଶ୍ରୀ ପ୍ରତାପ ଚନ୍ଦ୍ର ପରିଡା କହିଥିଲେ ଯେ, ଉତ୍କଳ ଗୋପାଳ ସମାଜ ତରଫରୁ ଏହିଭଳି ସେବା କାର୍ଯ୍ୟକ୍ରମରେ ଯୋଗ ଦେଇ ନିଜକୁ ଧନ୍ୟ ମନେ କରୁଥିବା ପ୍ରକାଶ କରିଥିଲେ l ଏଥିସହ ଏହିଭଳି ସେବା କାର୍ଯ୍ୟକ୍ରମ ସମଗ୍ର ରାଜ୍ୟର ସବୁ ଜିଲ୍ଲାରେ କରିବା ନେଇ ପ୍ରକାଶ କରିଥିଲେ l ରାୟଗଡ ଜିଲ୍ଲା ସଭାପତି ଶ୍ରୀ ଶରତ ଚନ୍ଦ୍ର ଗଉଡ଼ଙ୍କ ଏହିଭଳି ସମାଜ ସେବା ମନୋଭାବକୁ ଉପସ୍ଥିତ ସମସ୍ତ ଅତିଥି ପ୍ରଶଂସା କରିଥିଲେ l ଏହିଅବସରରେ ରାୟଗଡ ଜିଲ୍ଲା ମହିଳା ସଭାନେତ୍ରୀ ଶ୍ରୀମତୀ ମୋନାଲିସା ଗଉଡ଼, ଜିଲ୍ଲା ମହିଳା ସମ୍ପାଦିକା ଶ୍ରୀମତୀ କୁନ୍ତୀ ମାହାଙ୍କୁଡ, ଜିଲ୍ଲା ମହିଳା ଉପଦେଷ୍ଟା ଶ୍ରୀମତୀ ଅଳକା ଗଉଡ଼ ଓ ଅନ୍ୟ ମାନେ ଉପସ୍ଥିତ ଥିଲେ l
