ଖବର ଆଜିର, ୧୭ ଜାନୁଆରୀ, ଶନିବାର

ଆଉ ଦୁଇଦିନ ପ୍ରବଳ ଶୀତ ରହିବ। କାଲିର ତାପମାତ୍ରା ରାଉରକେଲା ୪.୬, ଝାରସୁଗୁଡ଼ା ୫, ସେମିଳିଗୁଡ଼ା ୫.୬, ଫୁଲବାଣୀ ୬.୧, କେନ୍ଦୁଝର ଓ ସୁନ୍ଦରଗଡ଼ ୭.୬, ଅନୁଗୁଳ ୮.୪, ବାରିପଦା ୮.୬ ଢେଙ୍କାନାଳ ୮.୭, ଦାରିଙ୍ଗବାଡ଼ି ଓ ବଲାଙ୍ଗୀର ୯, କୋରାପୁଟ ୯.୫ ଏବଂ ଭବାନୀପାଟଣା ୯.୮ ଡିଗ୍ରି

ହକି ଇଣ୍ଡିଆ ଲିଗ୍‌ର ପୁରୁଷ ପ୍ରତିଯୋଗିତାର ଶେଷ ପର୍ଯ୍ୟାୟ କଳିଙ୍ଗ ଷ୍ଟାଡିୟମରେ ଆଜିଠାରୁ ଖେଳାଯିବ।

ରାଜ୍ୟରେ ପଞ୍ଚମ ଶ୍ରେଣୀ ଯାଏଁ ମାତୃଭାଷା ବାଧ୍ୟତାମୂଳକ। ଆସନ୍ତା ଶିକ୍ଷା ବର୍ଷରୁ ନୂତନ ପାଠ୍ୟପୁସ୍ତକ ପ୍ରଚଳନ ହେବ।

ଓଡିଶା ଷ୍ଟାଫ ସିଲେକ୍ସନ କମିଶନ ୱେବସାଇଟ୍ ପଙ୍ଗୁ। ଲକ୍ଷ ଲକ୍ଷ ଆଶାୟୀ ପରୀକ୍ଷାର୍ଥୀ ଆବେଦନ କରିପାରୁ ନାହାଁନ୍ତି କି ସଂଶୋଧନ କରିପାରୁନାହାନ୍ତି।

ଦଶଟି ଡିଗ୍ରୀ କଲେଜରେ ଶୂନ୍ୟ ନାମ ଲେଖା, ସମସ୍ତ କଲେଜକୁ ଉଚ୍ଚ ଶିକ୍ଷା ବିଭାଗର କାରଣ ଦର୍ଶାଅ ନୋଟିସ।

ସିଜିଏଲ୍ ଆବେଦନ ସମୟସୀମା ବଢିଲା। ୨୮ ତାରିଖ ଯାଏଁ ଅନଲାଇନ୍ ପଞ୍ଜିକରଣ ହେବ।

ପ୍ରଭୁ ଲିଙ୍ଗରାଜଙ୍କୁ ଦୁଇଦିନ ଉପାସ ରଖିବା ଘଟଣାରେ ମନ୍ଦିର କାର୍ଯ୍ୟନିର୍ବାହୀ ଅଧିକାରୀଙ୍କ ନାଁରେ ଥାନାରେ ଏତଲା।

କେନ୍ଦ୍ରାପଡ଼ା ଗୁଆଳିସିଂରେ ଦୁଇ ଛାତ୍ରଗୋଷ୍ଠୀ ମୁହାଁମୁହିଁ, ଉଭୟ ଗୋଷ୍ଠୀର ୬ ଜଣ ଛାତ୍ର ଆହତ।

ବିବାଦୀୟ ନାଚବାଲି ନିଶା ମହାରଣାକୁ ଗିରଫ କରିବାକୁ ଭୁବନେଶ୍ୱରରେ ବଲାଙ୍ଗିର ପୋଲିସ। ଜାମିନ ପାଇଁ ହାଇକୋର୍ଟ ଗଲେ।

କ୍ୟାପିଟାଲ ହସ୍ପିଟାଲରେ ଡାକ୍ତରଙ୍କୁ ମରଣାନ୍ତକ ଆକ୍ରମଣ ଘଟଣାରେ ଅଭିଯୁକ୍ତ ବିନ୍ଦୁ ସାଗର ଗିରଫ, କୋର୍ଟ ଚାଲାଣ।

ଖୋର୍ଦ୍ଧା ବେଗୁନିଆରେ ଚିପ୍ସ ପ୍ୟାକେଟରେ ଥିବା ଖେଳନା ପାଇଁ ଚାଲିଗଲା ଶିଶୁର ଜୀବନ।

ବ୍ରହ୍ମପୁରରେ ବିଜେଡ଼ି ଉପ ସଭାପତି ହୃଷୀକେଶ ପାଢ଼ୀଙ୍କ ଘରେ ଇଡି ରେଡ୍। ଭିଜିଲାନ୍ସ କିମ୍ବା କ୍ରାଇମବ୍ରାଞ୍ଚ ବଦଳରେ ଇଡି କାହିଁକି ପଶିଲା, ତାହା ପ୍ରଶ୍ନବାଚୀ।

ବାଥରୁମରୁ ସନ୍ଦେହଜନକ ଅବସ୍ଥାରେ ଭୁବନେଶ୍ୱର କମିଶନରେଟ ପୁଲିସ କନଷ୍ଟେବଲଙ୍କ ମୃତଦେହ ଉଦ୍ଧାର।

କଟକ ମୁଣ୍ଡଳୀ ବ୍ୟାରେଜ ନିକଟ ମହାନଦୀରେ ବିଶାଳକାୟ କୁମ୍ଭୀର ବୁଲୁଛି। ଜାରି ହେଲା ସତର୍କତା।

ଭୁବନେଶ୍ୱର ଧଉଳି ଗଣ ଦୁଷ୍କର୍ମ ମାମଲାରେ ଫେରାର ଅଭିଯୁ଼କ୍ତ ସାଗର ଜେନା ଗିରଫ ହେଲା।

ରାୟଗଡା ଜିଲ୍ଲା ଅମ୍ବାଦଳା ସରକାରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ମଦ୍ୟପ ଶିକ୍ଷକ ସରସ୍ୱତୀ ଓ ଗଣେଶ ମୂର୍ତ୍ତିଙ୍କୁ ପ୍ରଶ୍ନ ପଚାରିଲେ, ମାଡ଼ ମାରି ଭାଙ୍ଗିଲେ।

ମାଲକାନଗିରି ତାରିଣୀ ମନ୍ଦିର ପଛପଟ ବେଆଇନ ପଥର ଖାଦାନକୁ ଖୋଳୁଥିବା ସମୟରେ ପଥର ପଡ଼ି ୨ ଜଣ ଶ୍ରମିକଙ୍କ ମୃତ୍ୟୁ।

ବଲାଙ୍ଗୀର ଟିଟିଲାଗଡ଼ ମହିଳାଙ୍କୁ ସ୍ୱାମୀ ବିକିଥିଲା ଦୁବାଇରେ। ଉଦ୍ଧାର ପାଇଁ ଭିଡିଓରେ ନିବେଦନ କରିଛନ୍ତି।

ଯାଜପୁର କାଳିଆପାଣିରେ ଯୁବ ଇଞ୍ଜିନିୟରଙ୍କୁ ଧଉଳି ଟ୍ରେନ୍‌ରୁ ଠେଲି ହତ୍ୟା, ସ୍କୁଟି ଧରି ଅପେକ୍ଷା କରିଥିଲେ ନବ ବିବାହିତା ପତ୍ନୀ।

ଭଦ୍ରକ ଧୂଷୁରୀରେ ନାବାଳିକାକୁ ଦୁଷ୍କର୍ମ ଅଭିଯୋଗରେ ବୋଡ଼କ ଅଞ୍ଚଳର ବ୍ୟକ୍ତି ଗିରଫ।

ଅନୁଗୁଳ ବନ୍ତଳା ବନାଞ୍ଚଳରେ ବୋମା ଖାଇ ଗୁରୁତର ହାତୀ କପିଳାସ ସ୍ଥାନାନ୍ତର ବେଳେ ଗଲା ଜୀବନ

ଆସନ୍ତା କାଲି ସକାଳେ ଭୁବନେଶ୍ୱର ଜାଗମରା ଅଂଚଳରେ ବିଏମସି ଦ୍ୱାରା ପଥ ଉତ୍ସବ, ସୂଚନା ଦେଲେ କର୍ପୋରେଟର ପ୍ରୀତିନନ୍ଦା

ୟୁପି ପୂର୍ବତନ ମୁଖ୍ୟମନ୍ତ୍ରୀ ଅଖିଳେଶ ଯାଦବ ଓଡିଶା ଗସ୍ତରେ ନବୀନ ପଟ୍ଟନାୟକଙ୍କୁ ଭେଟିଲେ।

ତାମିଲନାଡ଼ୁରେ ଜଲ୍ଲିକଟ୍ଟୁ ପ୍ରତିଯୋଗିତା ଆରମ୍ଭ, ପ୍ରତିଯୋଗିତାରେ ୧୧୦୦ ଷଣ୍ଢ ଭାଗ ନେଉଛନ୍ତି।

ପଶ୍ଚିମବଙ୍ଗରେ ଇଡି ଚଢ଼ଉ ମାମଲାରେ ମମତା ବାନାର୍ଜୀଙ୍କୁ ସୁପ୍ରିମକୋର୍ଟଙ୍କ ନୋଟିସ।

ପଶ୍ଚିମବଙ୍ଗ ସିଲିଗୁଡ଼ିରେ ନିର୍ମାଣ ହେବ ବିଶ୍ବର ସର୍ବୋଚ୍ଚ ମହାକାଳ ମୂର୍ତ୍ତି, ଘୋଷଣା କଲେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ

୨୪୨ଟି ବେଟିଂ ଓ ଗ୍ୟାମ୍ବଲିଂ ୱେବସାଇଟ ବିରୁଦ୍ଧରେ ପଦକ୍ଷେପ ନେଇ ବ୍ଲକ କରାଯାଇଛି।

ବିଜେପିର ରାଷ୍ଟ୍ରୀୟ ସଭାପତି ପାଇଁ ୧୯ ତାରିଖରେ ନାମାଙ୍କନ ହେବ।

ମଣିପୁରରେ କୁକି ସଂଗଠନର ଜଙ୍ଗଲ ଶିବିରକୁ ଧ୍ୱଂସ କଲେ ଭାରତୀୟ ଯବାନ

ଏପ୍ରିଲରୁ ଟୋଲ୍‌ ବୁଥ୍‌ରେ ନଗଦ ଟଙ୍କା ନିଷିଦ୍ଧ ହେବ। କେବଳ ଫାସ୍‌ଟ୍ୟାଗ୍‌ ଚାଲିବ।

ଇରାନରେ ୯ ହଜାର ଭାରତୀୟ ଅଛନ୍ତି, ସେଥିରୁ ଅଧିକାଂଶ ଛାତ୍ର।

ଗତବର୍ଷ ଏଇ ସମୟରେ
ରାଜ୍ୟରେ ୬୦୦୦ରୁ ଅଧିକ ଶିକ୍ଷକ ପଦବୀ ପୂରଣ ପାଇଁ ସରକାର ନୋଟିସ ଦେଇଥିଲେ।

ରାଜ୍ୟରେ ଅଙ୍ଗନବାଡ଼ି କର୍ମୀଙ୍କ ଦରମା ବୃଦ୍ଧି ହେବ, କହିଥିଲେ ସରକାର।

ଆଜି ଜନ୍ମଦିନ: ଏଲଭି ପ୍ରସାଦ, ବେଂଜାମିନ ଫ୍ରାଙ୍କଲିନ, ରୁଶୀ ମୋଦି, ଏମଜି ରାମଚନ୍ଦ୍ରନ, ଜାଭେଦ ଅଖତାର, କରନ୍ କପୁର, ବିନ୍ଦୁ

ଆଜି ତିରୋଧାନ: ଜ୍ୟୋତି ବସୁ, ସୁଚିତ୍ରା ସେନ

ଇତିହାସରେ ଆଜି: (୧୯୧୪) ସୁଭାଷ ବୋଷ ଙ୍କ କଲିକତାରୁ ଜର୍ମାନୀ ଯାତ୍ରା/ (୧୯୮୯) ଉତ୍ତର ମେରୁ ପହଞ୍ଚିବାରେ ପ୍ରଥମ ଭାରତୀୟ ହେଲେ ଜେକେ ବଜାଜ/ (୧୯୪୬) ଜାତିସଂଘ ସୁରକ୍ଷା ପରିଷଦର ପ୍ରଥମ ବୈଠକ/ (୧୯୧୭) ଭର୍ଜିନ ଆଇଲାଣ୍ଡ କୁ କିଣିଲା ଆମେରିକା/ (୧୬୦୧) ଆସିରଗଡ଼ ଦୁର୍ଗରେ ଆକବର ସେନାଙ୍କ ପ୍ରବେଶ


Leave a Reply

Your email address will not be published. Required fields are marked *

error: Content is protected !!