ବ୍ୟୁରୋ ରିପୋର୍ଟ : (ପରିସ୍କାରଓଡିଶା ନ୍ୟୁଜ)
ଜାତୀୟ ରାଜପଥ(୩୨୬) ଅନ୍ତର୍ଗତ ରାୟଗଡ଼ା ସହରସ୍ଥ ରେଳ ଓଭର ବ୍ରିଜ (ROB) ଠାରେ ଆବଶ୍ୟକୀୟ ପୁନରୁଦ୍ଧାର ନିର୍ମାଣ କାର୍ଯ୍ୟ ଆରମ୍ଭ ହେବା ଯୋଗୁଁ ରାୟଗଡ଼ା ସହରରେ ଟ୍ରାଫିକ ସମସ୍ୟା ଦେଖାଯାଇଛି | ଆଜି ତା. ୧୦.୦୧.୨୦୨୬ ଠାରୁ ରେଳ ଓଭର ବ୍ରିଜ (ROB)ର ଆବଶ୍ୟକୀୟ ପୁନରୁଦ୍ଧାର ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଛି | ସମାପ୍ତି ପର୍ଯ୍ୟନ୍ତ ଏହି ସେତୁ ଉପରେ ଯାତାୟାତ ବନ୍ଦ ରଖାଯିବ। ନେଇ ଜିଲ୍ଳା ପ୍ରଶାସନ ପକ୍ଷରୁ ବାର୍ତ୍ତା ଦିଆଯାଇଥିଲା | କିନ୍ତୁ ଉକ୍ତ ରେଳ ଓଭର ବ୍ରିଜ (ROB)ର ଆବଶ୍ୟକୀୟ ପୁନରୁଦ୍ଧାର ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଥିବା ଯୋଗୁଁ ଏହା ମୁଖ୍ୟ 326 ନମ୍ବର ଜାତୀୟ ରାଜପଥ ଦେଇ କୋରାପୁଟ , ବ୍ରହ୍ମପୁର,ଭୁବନେଶ୍ୱର,ରାଇପୁର ଓ ଗଜପତି ସଂଯୋଗ ହେଊଥିବା ରୁ ଯାତାୟାତର ଟ୍ରାଫିକ ସମସ୍ୟା ଦେଖାଯାଇଛି |
ପିଡବ୍ଲ୍ୟୁଡି (PWD) ରୋଡ — ସିରିଗୁଡ଼ାଛକରୁ ରୋହିତ କଲୋନୀ ଦେଇ ସାଇ ଇଣ୍ଟରନ୍ୟାସିନାଲ୍ ଛକ ଏବଂ ତାହାର ବିପରୀତ ଦିଗରେ ଭାରୀଯାନ ଚଳାଚଳ କରିବା ନିମନ୍ତେ ଜିଲ୍ଲା ପ୍ରଶାସନ ବାର୍ତ୍ତା ଦେଇଥିଲା ସେହିଭଳି (କେବଳ ଦୁଇଚକିଆ ଓ ହାଲୁକା ଯାନବାହନ ପାଇଁ) : -ମୁନିସିପାଲିଟି ରୋଡ ମାର୍ଗରେ — କପିଳାଶ ଛରୁ ରେଳୱେ ଅଣ୍ଡରପାସ୍ ଦେଇ ତହସିଲ୍ ଛକ ଦେଇ ଯିବାଆସିବା କରିବା ନେଇ ଜିଲ୍ଳା ପ୍ରଶାସନ ବାର୍ତ୍ତା ଦେଇଥିଲା l ଉକ୍ତ କାର୍ଯ୍ୟ ଯୁଦ୍ଧକାଳୀନ ଭିତ୍ତିରେ କରାଯିବ ଯାହା ଦ୍ୱାରା କାମଟି ସୁରକ୍ଷିତ ଏବଂ ସୁଚାରୁ ଭାବେ ସମ୍ପାଦନ କରାଯାଇପାରିବ। ଜରୁରୀକାଳୀନ ସେବା ପାଇଁ ଆବଶ୍ୟକ ମାତ୍ରାରେ ବ୍ୟବସ୍ଥା ରହିବ। ଜନସାଧାରଣଙ୍କ ସୁରକ୍ଷା ଓ ସୁବିଧାର ଦୃଷ୍ଟିରୁ ପ୍ରଶାସନକୁ ସହଯୋଗ କରିବା ସହ ଯାତାୟାତ ନିୟମ ମାନିବାକୁ ସମସ୍ତଙ୍କୁ ଅନୁରୋଧ କରାଯାଇଥିଲା | କିନ୍ତୁ ଆଜି ଟ୍ରାଫିକ ସମସ୍ୟା ଦେଖାଦେଇଥିଲା ଯାହାକି ସାଇଣ୍ଟରନ୍ୟାସିନାଲ୍ ଛକରୁ ରୋହିତ କଲୋନୀ ଯିବା ରାସ୍ତାରେ ଏକ ରେଳ ଫାଟକ ରହିଛି ଯାହାଦ୍ୱାରା ରେଳ ଆସିଲେ ପ୍ରାୟ 5ମିନିଟରୁ ଉର୍ଦ୍ଧ ସମୟ ଉକ୍ତ ରେଳ ଫାଟକ ନିକଟରେ ରହିବାକୁ ପଡ଼ିବ ଏବଂ ରେଳ ଫାଟକ ଖୋଲିବା ପରେ ଯାତାୟାତ ପୁଣି ଚାଲିବ | ଏଥିଦ୍ୱାରା ଭାରୀଯାନ ଯିବା ସମୟରେ ଆଜି ଟ୍ରାଫିକ ସମସ୍ୟା ଦେଖାଦେଇଛି | ଆଜି ସାଇଣ୍ଟରନ୍ୟାସିନାଲ୍ ଛକଠାରୁ ପ୍ରାୟ ଖୋଲିଗୁଡ଼ା ଜିଷ୍ଟ କଲେଜ ପର୍ଯ୍ୟନ୍ତ ଟ୍ରାଫିକ ଯାମ ଲାଗିରହିଥିଲା | ପ୍ରାୟ 1ଘଣ୍ଟାରୁ ଉର୍ଦ୍ଧ ସମୟ ଉକ୍ତ ଟ୍ରାଫିକ ସମସ୍ୟାରେ ଫସିରହିଥିବା ଭାରୀଯାନ ଚାଳକ କହିଥିଲେ | ଆମ ଆଦମୀ ପାର୍ଟିର ଜିଲ୍ଲା ସଭାପତି ଶ୍ରୀ ଜନ୍ମେଜୟ ସ୍ୱାଇଁ କହିବା ଅନୁଯାୟୀ ଆଜି ଜିଲ୍ଲା ପ୍ରଶାସନ ନେଇଥିବା ଏହି ନିଷ୍ପତି ଯୋଗୁଁ ରାୟଗଡ଼ା ବାସିନ୍ଦା ଅସୁବିଧାର ସମୁଖୀନ ହେଉଥିବା ନେଇ ସେ ସୂଚନା ପ୍ରଦାନ କରିଥିଲେ |
