ଖବର ଆଜିର, ୧୦ ଜାନୁଆରୀ, ଶନିବାର

ଜାନୁଆରୀରେ ୧୦ ଲକ୍ଷ ହିତାଧିକାରୀଙ୍କୁ ପକ୍କା ଘର ବଣ୍ଟା ହେବ ବୋଲି କହିଲେ ମନ୍ତ୍ରୀ। ଆବେଦନ କରିଛନ୍ତି ୩୭ ଲକ୍ଷ ହିତାଧିକାରୀ ।

ଦକ୍ଷତା ବିକାଶ ପାଇଁ ସରକାର ଖର୍ଚ୍ଚ କରିବେ ୧୧୪୦ କୋଟି। ୭୨ ସରକାରୀ ଆଇଟିଆଇ କୁ ସୁଦୃଢ କରିବେ।

ରାଜ୍ୟ କ୍ୟାବିନେଟ ବୈଠକ ଅନୁଷ୍ଠିତ, ୮ଟି ବିଭାଗର ୧୧ଟି ପ୍ରସ୍ତାବକୁ ମିଳିଲା ଅନୁମୋଦନ।

ବଦଳିଲା ‘ବିକଶିତ ଗାଁ, ବିକଶିତ ଓଡ଼ିଶା’ ନିୟମ- ସିଧା ଜିଲାପାଳଙ୍କ ପାଖକୁ ଯିବ ଗ୍ରାମସଭା ନିଷ୍ପତ୍ତି।

ଶୀତ ପାଇଁ କଟକ ଜିଲ୍ଲାର ସମସ୍ତ ବିଦ୍ୟାଳୟ ଶନିବାର ସକାଳ ପରିବର୍ତ୍ତେ ଦିନ ସମୟରେ ଆରମ୍ଭ କରିବାକୁ ନିର୍ଦ୍ଦେଶ।

ଶିମିଳିପାଳ ଭାଙ୍ଗିଛି ୧୩ ବର୍ଷର ଶୀତ ରେକର୍ଡ, ମାଇନସ ଡିଗ୍ରୀ ଛୁଇଁଲା।

ପଲ୍ୟୁସନ ମାମଲାରେ ରାଜ୍ୟ ସରକାରଙ୍କୁ ଜବାବ ମଗାହେଲା। ସମୟ ସରିବାର ୭ ଦିନ ମଧ୍ୟରେ ଚାଲାଣ କରାଯାଇ ପାରିବ ନାହିଁ।

ପୁରୀ ସ୍ବର୍ଗଦ୍ବାର ସମ୍ମୁଖରେ ବୀଭତ୍ସ ହତ୍ୟା, ଅନ୍ତିମ ସଂସ୍କାର ପାଇଁ ପୁରୀ ଆସି ନିଜ ଜୀବନ ହାରିଲେ ଭଦ୍ରକର ରଂଜନ ଦାସ ।

ଗଞ୍ଜାମ ଦିଗପହଣ୍ଡି ଦୁର୍ଘଟଣାରେ ୨ ବାଇକ ଆରୋହୀଙ୍କ ମୃତ୍ୟୁ ଘଟଣାରେ ୪ ଲକ୍ଷ ଟଙ୍କାର ସହାୟତା କଲେ ସରକାର।

ସୁନ୍ଦରଗଡ଼ ଗୁରୁଣ୍ଡିଆ ପିତାଗାଁ ବ୍ରାହ୍ମଣୀ ପୋଲରେ ୫୦୦ ମିଟର ପାଇଁ ଖର୍ଚ୍ଚ ୧୫ କୋଟିରୁ ଅଧିକ। ତଥାପି ରାସ୍ତା ନାହିଁ।

ନବରଙ୍ଗପୁରରେ ୫ରୁ ୬କିଲୋ ଧାନ କଟନିଛଟନିରେ ଦେବାକୁ ରାଜି ହେବା ପରେ ଦିନକରେ ୧୪୧୩ ଚାଷୀଙ୍କର ୨୭,୧୯୨ କୁଇଣ୍ଟାଲ ଉଠିଲା।

କଳାହାଣ୍ଡିରୁ ଚାଲାଣ ହେଉଥିବା ଜୀବନ୍ତ କଇଁଛ, ନବରଂଗପୁରରୁ ଜବତ।

ମୟୁରଭଞ୍ଜ ଝାଡଖଣ୍ଡ ସୀମାରେ ହାତୀ ଆକ୍ରମଣରେ ଦୁଇ ମୃତ, ଜଣେ ବନ କର୍ମଚାରୀ ଆହତ।

ନୋଟିସ ପାଇନାହିଁ, ଅଭିନୟ ଜାରି ରଖିବି, କୌଣସି ଟଙ୍କା ବାକି ରଖିନାହିଁ ବୋଲି କହିଲେ ଯାତ୍ରା ହିରୋ ପୀୟୂଷ

ରାଉରକେଲାର ପୁରୁଣା ଜର୍ମାନୀ ସ୍ଥାପତ୍ୟକଳା ରକ୍ଷଣାବେକ୍ଷଣ ଅଭାବରୁ ନଷ୍ଟ ହେଲାଣି। ଗୋଲଘରର ଶୋଭାକୁ ଢାଙ୍କି ପକାଇଲାଣି ଜବରଦଖଲ ଘର।

ଭାରତୀୟ ମହିଳା ଫୁଟବଲ ଦଳର ପ୍ରଶିକ୍ଷିକା ହେଲେ ଓଡ଼ିଆ ଝିଅ ଗାୟତ୍ରୀ ମଲ୍ଲିକ।

ଆସନ୍ତା ୧୨ ରେ ଶକ୍ତି ପ୍ରଦର୍ଶନ କରିବେ ସୋଫିଆଙ୍କ ବାପା ମହମ୍ମଦ ମୋକିମ୍। ନିଜେ ହାଉସିଂ ଦୁର୍ନୀତିରେ ଗିରଫ ଏଡାଇ ସୁପ୍ରିମକୋର୍ଟ ଜାମିନରେ ଅଛନ୍ତି।

ଭୁବନେଶ୍ୱର ଏମସ ହସ୍ପିଟାଲରେ ବଙ୍ଗାଳୀ ଓ ବିହାରୀ ରୋଗୀଙ୍କ ଭିଡ଼। ଓଡ଼ିଆ ରୋଗୀ ପାଇ ପାରୁ ନାହାନ୍ତି ଚିକିତ୍ସା।

ରାଜ୍ୟରେ ୫୦୨ ମେଡ଼ିକାଲ ପିଜି ସିଟ୍ ବୃଦ୍ଧି କରିବା ପାଇଁ ଚିଠି ଲେଖିଲେ ଡିଏମ୍ଇଟି।

ଶୁଣୁନି ଆନ୍ଧ୍ର କି କେନ୍ଦ୍ର, ଦ୍ରୁତ ଗତିରେ ଆଗେଇ ଚାଲିଛି ପୋଲାଭରମ୍, ଦୁଇବର୍ଷ ପରେ ବୁଡିଯିବ ମାଲକାନଗିରି, କହିଲା ବିଜେଡି।

ସୀମାନ୍ତ ଛତିଶଗଡ଼ର ଦନ୍ତେୱାଡ଼ା ଜିଲ୍ଲା ପୁଲିସ ନିକଟରେ ୬୩ ଜଣ ମାଓବାଦୀ ମୁଖ୍ୟସ୍ରୋତକୁ ଫେରିଛନ୍ତି।

ଇଣ୍ଡିଆନ ପଲିଟିକାଲ୍ ଆକ୍ସନ କମିଟିର ନିର୍ଦ୍ଦେଶକ ପ୍ରତୀକ ଜୈନଙ୍କ ଉପରେ ଇଡି ଚଢ଼ଉ ନେଇ କଲିକତା ହାଇକୋର୍ଟରେ ପରସ୍ପର ବିରୋଧୀ ପିଟିସନ।

ମହିଳା ପ୍ରିମିୟର ଲିଗ୍‌ ଆଜିଠାରୁ ଆରମ୍ଭ। ମାନ୍ଧାନା-ହରମନପ୍ରୀତ ଉଦ୍‌ଘାଟନୀ ମୁକାବିଲା

ଜାନୁଆରୀ ୨୮ରୁ ସଂସଦର ବଜେଟ ଅଧିବେଶନ, ଦୁଇଟି ପର୍ଯ୍ୟାୟରେ ଏପ୍ରିଲ ୨ ପର୍ଯ୍ୟନ୍ତ ଚାଲିବ।

ହିମାଚଳ ପ୍ରଦେଶରେ ଘାଟିରୁ ୬୦ ମିଟର ତଳକୁ ଖସିଲା ଯାତ୍ରୀବାହୀ ବସ୍ , ୮ ମୃତ, ଏକାଧିକ ଆହତ।

ଗତବର୍ଷ ଏଇ ସମୟରେ
ଆମେରିକା ଲସ୍ ଏଞ୍ଜଲସରେ ନିଆଁ। ଅନେକ ମୃତ, ୧୫ ହଜାରରୁ ଅଧିକ ଘର ପୋଡି ପାଉଁଶ

ପାକିସ୍ତାନର ୧୬ ପରମାଣୁ ବୈଜ୍ଞାନିକଙ୍କ ଅପହରଣ। ତାଲିବାନ ଜାରି କଲା ଭିଡିଓ

ଆଜି ବିଶ୍ୱ ହିନ୍ଦୀ ଦିବସ

ଆଜି ଜନ୍ମଦିନ: ଅଚ୍ୟୁତାନନ୍ଦ (ପଞ୍ଚସଖା), ୟେଶୁ ଦାସ, ରିତିକ ରୋଶନ, କଲକୀ କୋଚେଲିନ, ଅଜୟ ବାରିକ (କ୍ରିକେଟ, କଟକ)

ଇତିହାସରେ ଆଜି: (୧୬୨୩) ବିଶ୍ୱର ପ୍ରଥମ ସମ୍ବାଦପତ୍ର ଗେଜେଟ ଇଟାଲୀରେ ପ୍ରକାଶିତ/ (୧୮୨୪) ଇଂଲଣ୍ଡରେ ସିମେଣ୍ଟ ଉଦ୍ଭାବନ/ (୧୯୪୬) ୫୧ ଦେଶର ମୁଖ୍ୟଙ୍କୁ ନେଇ ଲଣ୍ଡନରେ ମିଳିତ ଜାତିସଂଘର ପ୍ରଥମ ବୈଠକ/ (୧୯୬୩) ଭାରତରେ ସୁନା ନିୟନ୍ତ୍ରଣ ଆକ୍ଟ ଲାଗୁ/ (୨୦୦୮) ବଜାରରେ ଟାଟା ନାନୋ କାର ବିକ୍ରି ଆରମ୍ଭ

WhatsApp Channel Join
https://whatsapp.com/channel/0029VaUgRXG5fM5gVRc7391u

ବନ୍ଦେ ଉତ୍କଳ ଜନନୀ 🪻🌻🪻

Leave a Reply

Your email address will not be published. Required fields are marked *

error: Content is protected !!