ରେଳ ଓଭର ବ୍ରିଜ (ROB)ର ଆବଶ୍ୟକୀୟ ପୁନରୁଦ୍ଧାର / ନିର୍ମାଣ କାର୍ଯ୍ୟ ନିମନ୍ତେ ଜାନୁଆରୀ ୧୦ ତାରିଖରୁ ଯାତାୟାତ ନିଷେଧ କରାଯାଇଛି l

ବ୍ୟୁରୋ ରିପୋର୍ଟ-

ରାୟଗଡ଼ :- ଜନସାଧାରଣଙ୍କ ସୂଚନାର୍ଥେ ଜଣାଇ ଦିଆଯାଉଛି ଯେ ଜାତୀୟ ରାଜପଥ–୩୨୬ ଅନ୍ତର୍ଗତ ରାୟଗଡ଼ା ସହରସ୍ଥ ରେଳ ଓଭର ବ୍ରିଜ (ROB) ଠାରେ ଆବଶ୍ୟକୀୟ ପୁନରୁଦ୍ଧାର / ନିର୍ମାଣ କାର୍ଯ୍ୟ କରାଯିବା ନିମନ୍ତେ ତା. ୧୦.୦୧.୨୦୨୬ ଠାରୁ କାର୍ଯ୍ୟ ସମାପ୍ତି ପର୍ଯ୍ୟନ୍ତ ଏହି ସେତୁ ଉପରେ ଯାତାୟାତ ବନ୍ଦ ରଖାଯିବ।
ଉକ୍ତ ପୁନରୁଦ୍ଧାର କାର୍ଯ୍ୟ ସମାପ୍ତି ପର୍ଯ୍ୟନ୍ତ ସାଧାରଣ ଯାନବାହନ ଚଳାଚଳ ପାଇଁ ନିମ୍ନଲିଖିତ ଦୁଇଟି ବିକଳ୍ପ ରାସ୍ତା ବ୍ୟବହାର କରିବାକୁ ସାଧାରଣ ଜନତାଙ୍କୁ ଅନୁରୋଧ କରାଯାଉଛି —
ବିକଳ୍ପ ରାସ୍ତା–୧ :
ପିଡବ୍ଲ୍ୟୁଡି (PWD) ରୋଡ — ସିରିଗୁଡ଼ାଛକରୁ ରୋହିତ କଲୋନୀ ଦେଇ ସାଇ ଇଣ୍ଟରନ୍ୟାସିନାଲ୍ ଛକ ଏବଂ ତାହାର ବିପରୀତ ଦିଗରେ ଭାରୀଯାନ ଚଳାଚଳ କରିବେ l
ବିକଳ୍ପ ରାସ୍ତା–୨:

(କେବଳ ଦୁଇଚକିଆ ଓ ହାଲୁକା ଯାନବାହନ ପାଇଁ) : -ମୁନିସିପାଲିଟି ରୋଡ ମାର୍ଗରେ — କପିଳାଶ ଛରୁ ରେଳୱେ ଅଣ୍ଡରପାସ୍ ଦେଇ ତହସିଲ୍ ଛକ ଦେଇ ଯିବାଆସିବା କରିବେ l ଉକ୍ତ କାର୍ଯ୍ୟ ଯୁଦ୍ଧକାଳୀନ ଭିତ୍ତିରେ କରାଯିବ ଯାହା ଦ୍ୱାରା କାମଟି ସୁରକ୍ଷିତ ଏବଂ ସୁଚାରୁ ଭାବେ ସମ୍ପାଦନ କରାଯାଇପାରିବ। ଜରୁରୀକାଳୀନ ସେବା ପାଇଁ ଆବଶ୍ୟକ ମାତ୍ରାରେ ବ୍ୟବସ୍ଥା ରହିବ। ଜନସାଧାରଣଙ୍କ ସୁରକ୍ଷା ଓ ସୁବିଧାର ଦୃଷ୍ଟିରୁ ପ୍ରଶାସନକୁ ସହଯୋଗ କରିବା ସହ ଯାତାୟାତ ନିୟମ ମାନିବାକୁ ସମସ୍ତଙ୍କୁ ଅନୁରୋଧ କରାଯାଉଛି।
ସ୍ବl-ଜିଲ୍ଲାପାଳ ତଥା ଜିଲ୍ଲାମାଜିଷ୍ଟ୍ରେଟ, ରାୟଗଡ଼

Leave a Reply

Your email address will not be published. Required fields are marked *

error: Content is protected !!