ମେଷ
ଆଜିର କର୍ମକ୍ଷେତ୍ରରେ ଉଚ୍ଚ ସମ୍ମାନ ପାଇବା ସହ ବନ୍ଧୁଙ୍କ ଦ୍ୱାରା ପ୍ରଶଂସିତ ହେବେ। ଘର ଲୋକଙ୍କ ଅପେକ୍ଷା ପର ଲୋକଙ୍କ ସାହାଯ୍ୟ, ସହଯୋଗ ଅନୁଭୂତ ହେବ। କୃତିକା ନକ୍ଷତ୍ର ପରିଜନଙ୍କ ସହ ଦୂରଯାତ୍ରା, ଗୃହାରମ୍ଭ ଏବଂ ବନ୍ଧୁସମ୍ପର୍କ କ୍ଷେତ୍ରରୁ ଶୁଭଫଳ ପାଇବେ। ନିରପେକ୍ଷ ନ୍ୟାୟ ପ୍ରଦାନ କରି ପ୍ରଶଂସିତ ହେବେ।
ବୃଷ
ପୂର୍ବବିବାଦକୁ କେନ୍ଦ୍ରକରି ସମ୍ପର୍କୀୟଭାଇ,ବନ୍ଧୁ ପ୍ରଭୃତିଙ୍କ ସହ ସୁସମ୍ପର୍କ ରହିନପାରେ। ବନ୍ଧୁଙ୍କ ସହ ଅର୍ଥ ସମ୍ପର୍କକୁ ନେଇ ବାକ୍୍ଯୁଦ୍ଧ ଲାଗିବାର ଆଶଙ୍କା ରହିଛି। ଆନୁଷ୍ଠାନିକ କାମରେ ବ୍ୟୟବୃଦ୍ଧି ହେତୁ ମାନସିକ ଅସ୍ଥିରତା ସୃଷ୍ଟି ହୋଇପାରେ। ମୃଗଶିରା ନକ୍ଷତ୍ର ଅଯଥା ଗୁଡାଏ ମୂଲହୀନ ଚିନ୍ତା କରି ମନକୁ ଭାରାକ୍ରାନ୍ତ କରିପାରନ୍ତି।
ମିଥୁନ
ପୁନର୍ବସୁ ନକ୍ଷତ୍ରର ଦୀର୍ଘଦିନାନ୍ତେ ଆରୋଗ୍ୟଲାଭ ସଙ୍ଗକୁ ବନ୍ଧୁଙ୍କ ସ୍ନେହ, ସହାନୁଭୂତି ଲାଭକରି ଖୁସି ହେବେ। ପରିବାରରେ ସୁଖ, ଶାନ୍ତି ଫେରି ଆସିବ। ସରକାରୀ ସ୍ତରରୁ ଅର୍ଥ ସାହାଯ୍ୟ ଲାଭକରି ଋଣ ପରିଶୋଧ କରିବାରେ ସଫଳ ହେବେ। ବାଣିଜ୍ୟ, ବ୍ୟବସାୟ, କୁଟୀର ଶିଳ୍ପ, ସାହିତ୍ୟରେ ସମସ୍ୟା ସମାଧାନ ହୋଇଯିବ।
କର୍କଟ
ନୂତନ କର୍ମନିଯୁକ୍ତି, ଶୁଭଖବର ଏବଂ ଆମତ୍ୀୟଙ୍କ ଆଦର ପାଇବାର ସୌଭାଗ୍ୟ ଅର୍ଜନ କରିବେ। ପରିବାର ସଦସ୍ୟଙ୍କ କାର୍ଯ୍ୟକଳାପ ଅସନ୍ତୋଷ ସୃଷ୍ଟି କରିବ। ଦୂରସ୍ଥାନକୁ ଯାତ୍ରା କରିବାକୁ ମନସ୍ଥ କରିପାରନ୍ତି। ଅଶ୍ଳେଷା ନକ୍ଷତ୍ର ସହକର୍ମୀଙ୍କ ସହାନୁଭୂତି ଏବଂ ଅଧସ୍ଥନଙ୍କ ଆନୁଗତ୍ୟ ଜନିତ ଖୁସି ଅନୁଭବ କରିବେ।
ସି˚ହ
କର୍ମକ୍ଷେତ୍ରରେ ସୁଯୋଗ ପାଇଲେ ମଧ୍ୟ ତାହାର ସଦ୍ବ୍ୟବହାର ମୁସ୍କିଲ୍ ହୋଇପାରେ। ବନ୍ଧୁ ବାରଣ କଲେ ମଧ୍ୟ ପରିବାରର ସହମତିରେ କାମ କଲେ ଉପକୃତ ହେବେ। ଉତରାଫାଲଗୁନୀ ନକ୍ଷତ୍ରର ରାଜନୀତି କ୍ଷେତ୍ରରେ ଲୋକ ସମ୍ପର୍କ ବଢ଼ିବ। ପ୍ରତିଯୋଗିତା, ମାଲିମକଦ୍ଦମା, ଜମିଜମାରେ ସଫଳତା ଯୋଗୁ ଖୁସି ରହିବେ।
କନ୍ୟା
ସହକର୍ମୀଙ୍କ ସହ ସମନ୍ବୟ ଅଭାବରୁ କର୍ମକ୍ଷେତ୍ରରେ ଦ୍ୱନ୍ଦ ସୃଷ୍ଟି ହୋଇପାରେ। ରୋଗପୀଡା କିମ୍ବା ଧାରକରଜଜନିତ ମାନସିକ ଅସ୍ଥିରତା ମନକୁ ବିଚଳିତ କରିବ। ଯେଉଁ ଜିନିଷଟିକୁ ପାଇବାକୁ ଅପେକ୍ଷା କରିଛନ୍ତି ତାହା ବିଳମ୍ବରେ ପାଇବେ। ଚିତ୍ରା ନକ୍ଷତ୍ର ଆଜିର ପ୍ରତ୍ୟୁଷ ଯାତ୍ରା ଓ କଚେରୀ ମାମଲା କ୍ଷେତ୍ରରେ ଆଶାଜନକ ଫଳ ପାଇବେ।
ତୁଳା
ସ୍ବାସ୍ଥ୍ୟ ସମସ୍ୟା ନିୟନ୍ତ୍ରଣରେ ରହିବା କାରଣରୁ ଆଶ୍ୱସ୍ତି ଲାଭ କରିବେ। ସନ୍ଦେହ ଓ ଭୁଲ୍ ବୁଝାମଣା କାରଣରୁ ଭଲ ସମ୍ପର୍କ ଥିବା ବନ୍ଧୁମାନେ ଭୁଲ୍ ବୁଝତ୍ପାରନ୍ତି। ବ୍ୟବସାୟ ଓ ପରିବହନରେ ସଂକଟ ଦୂରେଇଯିବ କିନ୍ତୁ ଆଶାଜନକ ଲାଭ ନହୋଇପାରେ। ସ୍ବାତୀ ନକ୍ଷତ୍ରର ସମ୍ପର୍କରେ ଭଟ୍ଟା ପଡିଯାଇଥିବା ଭ୍ରାତୃ ସମ୍ପର୍କରେ ଉନ୍ନତି ଘଟିବ।
ବିଛା
ପରିବାରର ବରାଦ ଅନୁସାରେ ନୂତନ ବସ୍ତ୍ରଭୂଷଣ ଓ ଧାତୁ ଅଳଙ୍କାର କ୍ରୟ କରିପାରନ୍ତି। ଆଶା ଓ ଅଭିଳାଷ ପୂରଣ ଦିଗରେ ବନ୍ଧୁ ସହଯୋଗ କରିବେ। ପ୍ରକାଶନ, ପ୍ରଶାସନ, ସାହିତ୍ୟ, ସାମ୍ବାଦିକତା ତଥା ରାଜନୀତିରେ ଚେଷ୍ଟା ସଫଳ ହେବ। ବିଶାଖା ନକ୍ଷତ୍ରର ସାମାଜିକ ସ୍ତରରେ ଶତ୍ରୁମାନଙ୍କ ଦ୍ୱାରା ସୁଯୋଗ ହରାଇବାର ଆଶଙ୍କା ରହିଛି।
ଧନୁ
ଆପଣଙ୍କ ବିଚାରଧାରାର ପରିବର୍ତନ ପ୍ରତ୍ୟେକ କ୍ଷେତ୍ରରେ ଅଶାନ୍ତ ପରିସ୍ଥିତି ସୃଷ୍ଟି କରିବ। କର୍ମକ୍ଷେତ୍ର, ପରିବାର, ପ୍ରଶାସନ ଓ ଅର୍ଥ ସମସ୍ୟାକୁ ପ୍ରତିହତ କରିବାରେ ସମର୍ଥ ହେବେ। ଆନୁଷ୍ଠାନିକ କ୍ଷେତ୍ର, ଶିଳ୍ପ, ବ୍ୟବସାୟିକ ସ୍ତରର ଥତ୍ବା ବ୍ୟତିକ୍ରମଜନିତ ଟେନସନ୍ କମିଯିବ। ମୁଳା ନକ୍ଷତ୍ର ସାହିତ୍ୟ ଓ ସଙ୍ଗୀତ ଚର୍ଚ୍ଚାରୁ ପ୍ରଶଂସିତ ହେବେ।
ମକର
ପ୍ରିୟଜନଙ୍କ ସାନ୍ନିଧ୍ୟ ଲାଭକରି ଖୁସି ରହିବା ସହ ଯାହା ଆଶା କରୁଛନ୍ତି ତାହା ପାଇବେ। ଯିଏ ଯେତେ ଶତ୍ରୁତା କରି ପ୍ରତିବନ୍ଧକ ସୃଷ୍ଟି କଲେ ମଧ୍ୟ ଆପଣଙ୍କର କୈାଣସି କ୍ଷତି ହେବନାହିଁ। ବନ୍ଧୁ ଗହଣରେ କଥା ଓ କାମରେ ତାଳମେଳ ଅଭାବରୁ ସମାଲୋଚିତ ହେବେ। ଶ୍ରବଣା ନକ୍ଷତ୍ରର ଆର୍ଥିକ, ପ୍ରଶାସନିକ ଓ ରାଜନୈତିକ କ୍ଷେତ୍ର ଉନ୍ନତ ରହିବ।
କୁମ୍ଭ
ନୂତନ ଯୋଜନାରମ୍ଭ ସକାଶେ ବନ୍ଧୁଙ୍କ ସହ ଆଲୋଚନା କରିପାରନ୍ତି। ସାମାଜିକ ସ୍ତରରେ ବନ୍ଧୁଙ୍କୁ ମନ ଭୁଲାଣିଆ କଥା କହି ପରିସ୍ଥିତିକୁ ସଜାଡି ନେବେ। ପାରିବାରିକ ସମସ୍ୟା ଥିଲେ ମଧ୍ୟ ଧୈର୍ଯ୍ୟହରା ନହୋଇ କାର୍ଯ୍ୟ କଲେ ଉପକୃତ ହେବେ। ଶତଭିଷା ନକ୍ଷତ୍ର କଚେରୀ ମାମଲା, ଜମିଜମା ସମସ୍ୟା ସମାଧାନ ହେବାର ସୂଚନା ରହିଛି।
ମୀନ
ଉତରଭାଦ୍ର ନକ୍ଷତ୍ରର ସକାଳୁ ଶୁଭଖବର ପାଇ ମନଟା ଖୁସି ହୋଇଯିବ। ଆଜି କୌଣସି କାମ ଅଟକିବ ନାହିଁ କିମ୍ବା ବ୍ୟବସାୟ ପରିବହନରେ କ୍ଷତି ମଧ୍ୟ ନ ହୋଇପାରେ। ପାରିବାରିକ, କର୍ମକ୍ଷେତ୍ର, ସାମାଜିକ ପ୍ରତ୍ୟେକ ଦିଗ ଭଲ ରହିବ। ଈର୍ଷାପରାୟଣ ଆମତ୍ୀୟଙ୍କ ମିଥ୍ୟା ଗୁଜବ ମାନସିକ ସ୍ଥିତିକୁ ଦୋହଲାଇ ଦେଇପାରେ।
