ଖବର ଆଜିର, ୨ ଜାନୁଆରୀ, ଶୁକ୍ରବାର

ଆସନ୍ତା ଜାନୁଆରୀ ୬ ତାରିଖ ଯାଏଁ ରାଜ୍ୟରେ ଘନ କୁହୁଡ଼ି ହେବ। ଜଗତସିଂହପୁର, ପୁରୀ, କେନ୍ଦ୍ରାପଡ଼ା, ଅନୁଗୁଳ, ଢେଙ୍କାନାଳ, ଯାଜପୁର, ଭଦ୍ରକ, ବାଲେଶ୍ବର, କଟକ, ନୟାଗଡ଼, ଖୋର୍ଦ୍ଧା, ଗଜପତି, ଗଞ୍ଜାମ, ସୁନ୍ଦରଗଡ଼ ଓ କନ୍ଧମାଳକୁ ସତର୍କତା ଜାରି।

ରାଜ୍ୟରେ ଆଜିଠାରୁ ଯୁକ୍ତ ଦୁଇ ପ୍ରାକ୍ଟିକାଲ ପରୀକ୍ଷା ଆରମ୍ଭ, ଅଢ଼େଇ ଲକ୍ଷ ପିଲା ପରୀକ୍ଷା ଦେବେ।

ଛାତ୍ରଛାତ୍ରୀ ମାନେ ଅନଲାଇନରେ ଯୁକ୍ତ ଦୁଇ ସାର୍ଟିଫିକେଟ, ପ୍ରୋଭିଜିନାଲ, ମାଇଗ୍ରେସନ ଓ ସାର୍ଟିଫିକେଟ ପ୍ରତିକପି ପାଇପାରିବେ।

ଓଡ଼ିଶା ସିଭିଲ୍ ସର୍ଭିସ୍ ପରୀକ୍ଷା ପାଇଁ ବିଜ୍ଞପ୍ତି ପ୍ରକାଶ। ଏଥର ଓଏଏସ୍‌, ଓଏଫ୍‌ଏସ୍ ଏବଂ ଓଆର୍‌ଏସ୍‌ ପଦବି ନାହିଁ।

ରାଜ୍ୟରେ ରେକର୍ଡ ଧାନ ସଂଗ୍ରହ ହୋଇଛି ଏବଂ ଚାଷୀଙ୍କୁ ୨୩୫୦ କୋଟି ଟଙ୍କା ପ୍ରଦାନ କରାଯାଇଛି ବୋଲି ସରକାର କହିଲେ।

ଭୁବନେଶ୍ୱର ନିକୋ ପାର୍କକୁ ପୁନରୁଦ୍ଧାର କରାଯିବ। ୬ ଶହ କୋଟିରୁ ଅଧିକ ଟଙ୍କା ଖର୍ଚ୍ଚ କରାଯିବ।

ଓମ୍‌ସାର ଡାକ୍ତରମାନେ ଆନ୍ଦୋଳନ କରୁଥିବା ବେଳେ ସେମାନଙ୍କ ଦାବି ତର୍ଜମା ପାଇଁ ସଚିବସ୍ତରୀୟ କମିଟି ଗଠନ ହୋଇଛି।

ମୟୁରଭଞ୍ଜ ରାଇରଙ୍ଗପୁରରେ ଇଗନୋ ବିଶ୍ୱବିଦ୍ୟାଳୟ ଆଞ୍ଚଳିକ କେନ୍ଦ୍ର ଏବଂ ଦକ୍ଷତା କେନ୍ଦ୍ରର ଉଦଘାଟନ ହେଲା।

ନୂଆବର୍ଷରେ କେବଳ ଭୁବନେଶ୍ୱରିଆ ପିଇଦେଲେ ୩୨ କୋଟି ୫୫ ଲକ୍ଷ ଟଙ୍କାର ମଦ, ସାରା ରାଜ୍ୟରେ ୫୦ କୋଟିର ମଦ ବିକ୍ରି।

ଅନୁଗୁଳ ଛେଣ୍ଡିପଦାର ଅତିରିକ୍ତ ତହସିଲଦାର ଲାଞ୍ଚ ନେବା ମାମଲାରେ ଗିରଫ ହେଲେ।

ଭଦ୍ରକ ଅପର୍ତ୍ତିବିନ୍ଧା ଛକରେ ହିନ୍ଦୁ ଦୋକାନୀଙ୍କ କାନ କାଟିଲେ ଓ ସମ୍ପର୍କୀୟଙ୍କୁ ଆକ୍ରମଣ କଲେ ସଂଖ୍ୟାଲଘୁ ଉଠାଦୋକାନୀ। ରାସ୍ତାରେ ବିକ୍ଷୋଭ କଲେ ଜନସାଧାରଣ।

ପୁରୀ ଜିଲ୍ଲା କାକଟପୁର ଥାନା ନିକଟସ୍ଥ ରାମେଶ୍ୱର ଜଙ୍ଗଲରେ ପିକନିକ ବେଳେ ଯୁବକକୁ ମଦ ବୋତଲ ଭୁସିଦେଲେ ଯୁବକ।

ରାଜଧାନୀରେ ରାତିରେ ପୁଲିସ ପେଟ୍ରୋଲିଙ୍ଗ ଭ୍ୟାନର ଆଗ ଚକ ଭାଙ୍ଗିଗଲା। ଅଳ୍ପକେ ବର୍ତ୍ତିଲେ ୪ କର୍ମଚାରୀ।

କଟକରୁ ଧାମରା ବନ୍ଦର ଗଲାବେଳେ ଗୁଗଲ ମ୍ୟାପ ଦେଖି ଭଦ୍ରକ ଚାନ୍ଦବାଲି ଗାଁ ଭିତରକୁ ମାଡ଼ିଗଲା ଟ୍ରକ, ଭାଙ୍ଗିଡେଲା ଘର।

ରାଜଧାନୀର ବିଭିନ୍ନ ସ୍ଥାନରେ କାମ କରୁନାହିଁ ନାପ୍‌କିନ୍‌ ଭେଣ୍ଡିଂ ମେସିନ୍‌।

ଭୁବନେଶ୍ୱରରେ ଘନ କୁହୁଡିର ପ୍ରଭାବ ଯୋଗୁଁ ୫ଟି ବିମାନର ଗତିପଥ ପରିବର୍ତ୍ତନ କରାଗଲା।

ରାଜ୍ୟକୁ ୫.୬୭ ଲକ୍ଷ କୋଟି ଟଙ୍କାର ନିବେଶ ପ୍ରସ୍ତାବ ଆସିଛି ବୋଲି କହିଲେ ମୁଖ୍ୟମନ୍ତ୍ରୀ ମାଝୀ

ରୋଷେଇ ଘରେ ମହଙ୍ଗା ମାଡହେଲା। ବଢିଲା ଗ୍ୟାସ ଦର।

ବିଜୟ ହଜାରେ କ୍ରିକେଟ ଟ୍ରଫିରେ ଦିଲ୍ଲୀକୁ ୭୯ ରନ୍‌ରେ ହରାଇ ହ୍ୟାଟ୍ରିକ୍‌ ବିଜୟ ସହ ଓଡ଼ିଶା ଶୀର୍ଷରେ ଅଛି।

ପଞ୍ଜାବରେ ‘ଲାଡୋ ଲକ୍ଷ୍ମୀ’ ଯୋଜନାରେ ପରୀକ୍ଷାରେ ଭଲ ମାର୍କ ରଖୁଥିବା ଛାତ୍ରଛାତ୍ରୀଙ୍କ ମା ମାନଙ୍କୁ ପ୍ରତି ମାସରେ ଟଙ୍କା ମିଳିବ।

ଫେବୃଆରୀ ୧ ତାରିଖରୁ ପାନ ମସଲା, ସିଗାରେଟ୍ ଓ ତମାଖୁ ଉପରେ ଲାଗୁ ହେବ ୪୦ ପ୍ରତିଶତ ଜିଏସଟି।

ବିଏସଏନଏଲ ର ନୂଆ କୌଶଳ। ନିଜ ନେଟୱର୍କ ବିନା, ଅନ୍ୟମାନଙ୍କ ୱାଇଫାଇ ରେ ଫୋନ କରିପାରିବେ ବିଏସଏନଏଲ ଗ୍ରାହକ।

ଦେଶରେ ବର୍ଷକରେ ୧୬୬ ବାଘ ମଲେ। ଗତବର୍ଷ ତୁଳନାରେ ୪୦ ଅଧିକ।

କାନାଡାର ଭାନକୋଭରରୁ ଦିଲ୍ଲୀ ଯାଉଥିବା ଏୟାର ଇଣ୍ଡିଆର ବିମାନ ଉଡାଣ ଭରୁଥିଲେ ମଦ୍ୟପ ପାଇଲଟ, ବିମାନ ବିଳମ୍ବ।

ସ୍ବିଜରଲାଣ୍ଡରେ ନୂଆ ବର୍ଷ ଉତ୍ସବରେ ବିସ୍ଫୋରଣ, ୪୦ ମୃତ ଓ ୧୧୫ ଆହତ।

ଇରାନରେ ହିଂସାତ୍ମକ ବିଦ୍ରୋହ, ସଡ଼କରେ ଗୁଳିବିନିମୟ। ରାସ୍ତାରେ ଏଣେତେଣେ ପଡିଛି ମୃତଦେହ।

ଗତବର୍ଷ ଏଇ ସମୟରେ

ବିମାନଯାତ୍ରୀଙ୍କୁ ୱାଇଫାଇ ଇଣ୍ଟରନେଟ ସେବା ଯୋଗାଇବ ବୋଲି କହିଥିଲା ଏୟାର ଇଣ୍ଡିଆ

ଆଜି ବିଶ୍ୱ ଅନ୍ତର୍ମୁଖୀ ଦିବସ। Introvert

ଆଜି ଜନ୍ମଦିନ: କୀର୍ତ୍ତି ଆଜାଦ, ରମନ ଲାମ୍ବା, ବୁଲା ଚୌଧୁରୀ (ସନ୍ତରଣ), କାନନ ମିଶ୍ରU (ଲେଖିକା, କଟକ)

ଆଜି ତିରୋଧାନ: ବଳିରାମ ଭଗତ, ଡଃ ହରେକୃଷ୍ଣ ମହତାବ

ଇତିହାସରେ ଆଜି: (୧୭୫୭) ବ୍ରିଟିଶ ସୈନ୍ୟ କଲିକତା ଅକ୍ତିଆର କଲେ/ (୧୮୯୯) କଲିକତା ବେଲୁର ମଠରେ ସାଧୁମାନେ ରହିବା ଆରମ୍ଭ କଲେ/ (୧୯୫୪) ଦେଶରେ ଭାରତରତ୍ନ ଓ ପଦ୍ମ ବିଭୂଷଣ ପୁରସ୍କାର ଆରମ୍ଭ

WhatsApp Channel Join
https://whatsapp.com/channel/0029VaUgRXG5fM5gVRc7391u
ବନ୍ଦେ ଉତ୍କଳ ଜନନୀ 🪻🌻🪻

Leave a Reply

Your email address will not be published. Required fields are marked *

error: Content is protected !!