ଖବର ଆଜିର, ୧ ଜାନୁଆରୀ, ଗୁରୁବାର

ରାଜ୍ୟରେ ଶୀତ ସ୍ୱାଭାବିକ। କାଲିର ତାପମାତ୍ରା, ଜି.ଉଦୟଗିରି ୫.୨ ଡିଗ୍ରି, ଝାରସୁଗୁଡ଼ା ୬.୩, ଦାରିଙ୍ଗବାଡ଼ି ୭, ସେମିଳିଗୁଡ଼ା ଓ ରାଉରକେଲା ୭.୧, ନବରଙ୍ଗପୁର ୭.୮, ସୁନ୍ଦରଗଡ଼ ୮.୨, କୋରାପୁଟ ୮.୩, କେନ୍ଦୁଝର ୮.୮ ଡିଗ୍ରି।

ଶ୍ରୀମନ୍ଦିର ଇଂରାଜୀ ନବବର୍ଷ କ୍ୟାଲେଣ୍ଡରରେ ଶ୍ରୀଜଗନ୍ନାଥଙ୍କ ସ୍ଥାନ ଓଲଟାଇ ଦେଲେ। ଘୋର ବିରୋଧ ପରେ ବିକ୍ରି ବନ୍ଦ ହେଲା। କୋଟି କୋଟି ଟଙ୍କା ନଷ୍ଟ।

ନୂଆ ବର୍ଷରେ ରାଜ୍ୟରେ ଅଧିକ ଗରମ ହେବ, ବର୍ଷା କମ ହେବ। ଫସଲ ଅମଳ କମ ହେବ, ଦରଦାମ ବଢିକରି ରହିବ।

ଗାଡିର ପଲ୍ୟୁସନ ନେଇ ଘୋର ଜନ ଅସନ୍ତୋଷ ପରେ ୩୧ ମାର୍ଚ୍ଚ କୁ ଶେଷ ତାରିଖ ଘୁଞ୍ଚାଇଲେ ସରକାର।

ଇଂରାଜୀ ନବବର୍ଷ ପାଇଁ ପୁରୀ ଶ୍ରୀମନ୍ଦିରରେ ଶ୍ରୀଜଗନ୍ନାଥଙ୍କୁ ରାତିଅଧରେ ଉଠାଇ, ଅନିଦ୍ରା ରଖିଲେ। ନୀତି ଭଙ୍ଗ ଯୋଗୁଁ ଭକ୍ତ ମହଲରେ ଅସନ୍ତୋଷ।

ପୁରୀ ମ୍ୟୁନିସିପାଲିଟି ହେଲା ମ୍ୟୁନିସିପାଲ କର୍ପୋରେସନ। ଘୋଷଣା କଲେ ରାଜ୍ୟ ସରକାର।

ବ୍ରହ୍ମପୁର ମହାନଗର ନିଗମ ଅଞ୍ଚଳରେ ସାମିଲ ହେବ ୧୪ ପଞ୍ଚାୟତର ୩୪ଟି ଗ୍ରାମ।

ଫେବ୍ରୁଆରୀ ୧ରେ ଏନଏମଏମଏସ ପରୀକ୍ଷା ହେବ। ସମସ୍ତ ଜିଲ୍ଲା ଶିକ୍ଷା ଅଧିକାରୀଙ୍କୁ ଚିଠି ଜାରି।

ମଧ୍ୟାହ୍ନ ଭୋଜନ ପାଇଁ ଅଧିକ ଟଙ୍କା ବଢିଲା। ଅଧିକ ତିନି ଟଙ୍କା ଅଶୀ ପଇସା ମିଳିବ।

ଡାକ୍ତର ସଂଘ ଓମସା ୧୦ ଦଫା ଦାବି ପୂରଣ ଜିଦରେ ଅଟଳ। ଆସନ୍ତା ୫ ତାରିଖରୁ ଦୁଇ ଘଣ୍ଟିଆ ଓପିଡି ଚିକିତ୍ସା ବନ୍ଦ କରିବେ।

ରାଜ୍ୟର ଅଧିକାଂଶ ସହରରେ ସାଂଘାତିକ ପ୍ରଦୂଷଣ। କାଶ ଓ ଜ୍ବରରେ ହଠାତ ଆକ୍ରାନ୍ତ ହେଉଛନ୍ତି ଅନେକ ଲୋକ।

ଭୁବନେଶ୍ୱର ଏମସ ହସ୍ପିଟାଲରେ ପ୍ରଥମ ଲିଭର ପ୍ରତିରୋପଣ ଅପରେସନ ସଫଳ। ବଡ଼ଭାଇଙ୍କୁ ଜୀବନ ଦେଲେ ସାନଭାଇ।

ସଙ୍ଗୀତଜ୍ଞ ଅଭିଜିତ ମଜୁମଦାର ଆଉ ଦୁଇ ଦିନ ପରେ ଏମ୍ସ ହସ୍ପିଟାଲରୁ ବାହାରିବେ ବୋଲି ସୂଚନା।

ସୁରତରେ ଦାଦନ ଭାବେ ଖଟୁଥିବା ଗଞ୍ଜାମ ଜଗନ୍ନାଥପ୍ରସାଦ ସୋରିଷମୂଳି ଗ୍ରାମର ସମ୍ବରା ସ୍ବାଇଁ ମୃତ୍ୟୁ ପୂର୍ବରୁ ନିଜ କିଡ୍‌ନି ଓ ଫୁସଫୁସ ଦାନ କରି ଅମର ହେଲେ।

କଟକ ଜିଲ୍ଲା ଟାଙ୍ଗି-ଚୌଦ୍ୱାରରେ ନିର୍ଗୁଣ୍ଡି ଠାରେ ଥିବା ଗ୍ୟାରେଜରୁ ମିଳିଛି ଦୁଇ ଯୁବକଙ୍କ ମୃତଦେହ।

ସୁନ୍ଦରଗଡ଼ରେ ଅଭାବନୀୟ ଘଟଣା। ବାର୍ଷିକ କ୍ରୀଡ଼ା ଚାଲିଥିବା ବେଳେ ଟଳିପିଡ଼ିଲେ ଏକାଦଶ ଶ୍ରେଣୀର ଛାତ୍ର

ବଣଭୋଜି ପାଇଁ ଯାଇଥିବା ବେଳେ ଢେଙ୍କାନାଳ କାମାକ୍ଷାନଗର ଥାନା ପାଖରେ ଦୁଇଟି ଘରେ ତାଲାଭାଂଗି ଲୁଟ।

ସୁନ୍ଦରଗଡ଼ ଜିଲ୍ଲା ରାଜଗାଙ୍ଗପୁରରେ ଅଜଣା ଗାଡି ଧକ୍କାରେ ଯୁବକ ମୃତ, ଜଣେ ଗୁରୁତର। ମୃତକ ବିଜୟ ମାଝୀ।

ସୁନ୍ଦରଗଡରେ ଭାରସାମ୍ୟ ହରାଇ ରାସ୍ତାରେ ଓଲଟିଲା କାର୍‌। ନାବାଳକ ମୃତ, ୨ ଗୁରୁତର। ମୃତକ ସମ୍ପନ୍ନ ପାଣିଗ୍ରାହୀ।

ଅନୁଗୁଳରେ ନଳକୂଅକୁ ପାଣି ଆଣିବାକୁ ଯାଇଥିବା ବେଳେ ମହିଳାଙ୍କୁ ଦଳିଦେଲା ଦନ୍ତା

କଟକରେ କଂଗ୍ରେସ ବିଧାୟକଙ୍କ ଶୁଭେଚ୍ଛାରୁ କଂଗ୍ରେସ ହାତଚିହ୍ନ ଗାୟବ। ଦଲବଦଳ କରିବା ନେଇ ସନ୍ଦେହ ପ୍ରକାଶ।

ସାନ୍ତାଳୀ ସାହିତ୍ୟର ଲେଖିକା ମାଳତୀ ମୁର୍ମୁଙ୍କ ପରଲୋକ।

ବାଲେଶ୍ଵର ଚାନ୍ଦିପୁରରେ ଦିଆରଡ଼ିଓ ପକ୍ଷରୁ କ୍ଷେପଣାସ୍ତ୍ର ପ୍ରଳୟର ଦ୍ବିତୀୟ ସଫଳ ପରୀକ୍ଷା ହେଲା।

କୋରାପୁଟ କୋଟିଆ ପରେ ଏବେ ମାଲକାନଗିରି ଜିଲ୍ଲା ଚିତ୍ରକୋଣ୍ଡା ବ୍ଲକର ଦୋରାଗୁଡ଼ା ଗାଁକୁ ସମ୍ପୂର୍ଣ୍ଣ କବଜା କଲା ଆନ୍ଧ୍ର। ଓଡିଶା ପ୍ରଶାସନ ନିଦରେ।

ରାଜ୍ୟର ୩୨୬ ଜାତୀୟ ରାଜପଥର ପ୍ରଶସ୍ତିକରଣ ପାଇଁ ଅନୁମତି ମିଳିଲା।

ଛାତିଶଗଡ଼ ସୀମାନ୍ତରୁ ମାଓ ଡମ୍ପ ଉଦ୍ଧାର, ମାଓବାଦୀଙ୍କ ଷଡ଼ଯନ୍ତ୍ର ପଣ୍ଡ ହେଲା।

ଝାଡ଼ଖଣ୍ଡ ରାଞ୍ଚିରେ ପୋଲିସ ହେପାଜତରୁ ୨୦୦ କେଜି ଗଞ୍ଜେଇ ଗାୟବ। ମୂଷା ଖାଇଦେଲେ ବୋଲି କୋର୍ଟରେ କହିଲେ।

ପତ୍ନୀ ରୋଜଗାର କଲେ ବି ପିଲାମାନଙ୍କ ଦାୟିତ୍ବରୁ ସ୍ୱାମୀ ମୁକ୍ତ ହୋଇପାରିବେ ନାହିଁ, କହିଲେ ଦିଲ୍ଲୀ ହାଇକୋର୍ଟ

ଚାଉଳ ଉତ୍ପାଦନରେ ବିଶ୍ୱରେ ଭାରତର ସର୍ବାଧିକ ଯୋଗଦାନ। ୨୮ ପ୍ରତିଶତ ଦେଉଛି ଭାରତ।

ଦୁଇ ଆଫ୍ରିକୀୟ ରାଷ୍ଟ୍ର, ମାଲି ଓ ବୁର୍କିନା ଫାସୋ, ନିଜଆଡୁ ଆମେରିକୀୟ ନାଗରିକଙ୍କ ପ୍ରବେଶ ନିଷିଦ୍ଧ କଲେ।

ଇରାନ ମୁଦ୍ରା ରେକର୍ଡସ୍ତରକୁ ଖସିଲା, ରାସ୍ତାକୁ ଓହ୍ଲାଇଲେ ଉତ୍ତ୍ୟକ୍ତ ଲୋକେ, କେନ୍ଦ୍ରୀୟ ବ୍ୟାଙ୍କ ମୁଖ୍ୟଙ୍କ ଇସ୍ତଫା।



ବନ୍ଦେ ଉତ୍କଳ ଜନନୀ 🪻🌻🪻

Leave a Reply

Your email address will not be published. Required fields are marked *

error: Content is protected !!