୧- 👉 ଆଜି ମୁଖ୍ୟ ଶାସନ ସଚିବ ଭାବେ ଦାୟିତ୍ଵ ନେବେ ଅନୁ ଗର୍ଗ। ଲୋକସେବା ଭବନରେ ମନୋଜ ଆହୁଜାଙ୍କଠାରୁ ନେବେ ଦାୟିତ୍ଵ। ଓଡ଼ିଶାର ପ୍ରଥମ ମହିଳା ମୁଖ୍ୟ ଶାସନ ସଚିବ ହେବେ ଅନୁ ଗର୍ଗ। ୧୯୯୧ ବ୍ୟାଚର ଆଇଏଏସ ଅଫିସର ହେଉଛନ୍ତି ଅନୁ ଗର୍ଗ। ୨୦୨୯ ମାର୍ଚ୍ଚ ପର୍ଯ୍ୟନ୍ତ ରହିବ ଅନୁ ଗର୍ଗଙ୍କ କାର୍ଯ୍ୟ କାଳ।
୨- 👉 ବରଗଡ଼ରେ ସହିଦ ମାଧୋ ସିଂଙ୍କ ଗାଁ ଘେଁସରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ। ବୀରତା ଦିବସରେ ମୁଖ୍ୟମନ୍ତ୍ରୀ ମୋହନ ମାଝି ଦେଲେ ଶ୍ରଦ୍ଧାଞ୍ଜଳି। ମୁକ୍ତି ସଂଗ୍ରାମର ଯୋଦ୍ଧା ଘେଁସ ଜମିଦାର ମାଧୋ ସିଂ।ମାଧୋ ସିଂଙ୍କ ସମେତ ୪ ପୁଅ ଓ ଜ୍ୱାଇଁ ଦେଶ ପାଇଁ ପ୍ରାଣବଳି ଦେଇଥିଲେ। ବୀର ସୁରେନ୍ଦ୍ର ସାଏଙ୍କ ଡାକରାରେ ସେ ମୁକ୍ତି ସଂଗ୍ରାମରେ ଯୋଗ ଦେଇଥିଲେ।
୩- 👉 ନରସିଂହପୁରରେ ସେତୁରେ ୪ ଦିନ ପାଇଁ ଗାଡ଼ି ଚଳାଚଳ ବାରଣ କରାଯାଇଛି। ବଡମ୍ବା ସିଂହନାଥ ପୀଠରେ ପ୍ରସିଦ୍ଧ ମକର ମେଳା ପାଇଁ ଜାରି ହେଲା କଟକଣା। ଜାନୁଆରୀ ୧୪ ତାରିଖରୁ ୧୭ ତାରିଖ ଯାଏଁ ଗାଡ଼ି ଚଳାଚଳକୁ ବାରଣ କରାଯାଇଛି।ସକାଳ ୭ରୁ ରାତ୍ରି ୯ଟା ପର୍ଯ୍ୟନ୍ତ ଗାଡ଼ି ଚଳାଚଳ ବାରଣ କରାଯାଇଛି।
୪- 👉 କଟକ ବାରଙ୍ଗ ଅତିରିକ୍ତ ତହସିଲଦାର ଜିତେନ୍ଦ୍ର କୁମାର ପଣ୍ଡା ଗିରଫ ହୋଇଛି। ଆୟ ବହିର୍ଭୂତ ସମ୍ପତ୍ତି ଠୁଳ କରିବା ମାମଲାରେ ଗିରଫ କଲା ଭିଜିଲାନ୍ସ। ଜିତେନ୍ଦ୍ରଙ୍କ ଘରୁ ୭୩ ଲକ୍ଷ କ୍ୟାସ୍ ଓ ପ୍ରାୟ ୩୭ ଲକ୍ଷର ଜମା ଟଙ୍କା ମିଳିଥିଲା। ଭୁବନେଶ୍ବରରେ ୨ଟି ବହୁତଳ କୋଠା, 2BHKଫ୍ଲାଟ୍ ଠାବ ହୋଇଥିଲା। ଖୋର୍ଦ୍ଧା ସହରରେ ଗୋଟିଏ କୋଠା, ୪ଟି ପ୍ଲଟ୍, ୫୬୦ ଗ୍ରାମ ସୁନା ମିଳିଥିଲା।
୫- 👉 କେନ୍ଦୁଝର ଜିଲ୍ଲାର ହାଟଡିହି ବ୍ଲକର ପିଇଓ ଜିତେନ୍ଦ୍ର ଜେନାଙ୍କୁ ଗିରଫ କରାଯାଇଛି। ଗିରଫ କରିଛି ଓଡ଼ିଶା ଭିଜିଲାନ୍ସ। ଆୟଠାରୁ ଅଧିକ ସମ୍ପତ୍ତି ରଖିବା ଅଭିଯୋଗରେ ଚଢାଉ କରିଥିଲା ଭିଜିଲାନ୍ସ । ବସନ୍ତିଆ ସ୍ଥିତ ଘର ଓ ପତ୍ନୀଙ୍କ ନାମରେ ଥିବା ବ୍ୟବସାୟ ପ୍ରତିଷ୍ଠାନ ଉପରେ ଭିଜିଲାନ୍ସ ଚଢ଼ାଉ କରିଥିଲା। ମୋଟ ୬ଟି ସ୍ଥାନରେ ଏହି ଚଢ଼ାଉ କରାଯାଉଥିବା ସୂଚନା ମିଳିଛି।
୬- 👉 ବାଲେଶ୍ୱର ଡ. ଏପିଜେ ଅବଦୁଲ କଲାମ ଦ୍ୱୀପରୁ ବାଲିଷ୍ଟିକ୍ ମିସାଇଲ୍ର ସିରିଜ୍ ପରୀକ୍ଷଣ। ଭୂପୃଷ୍ଠରୁ ଭୂପୃଷ୍ଠକୁ ନିକ୍ଷେପ ଏହାର ଲକ୍ଷ୍ୟଭେଦ କ୍ଷମତା ୧୫୦ରୁ ୫୦୦ କି.ମି ରହିଛି। କ୍ଷୁଦ୍ର ଦୂରଗାମୀ, ଆଭାସି ବାଲିଷ୍ଟିକ୍ ମିସାଇଲ୍ ୫୦୦-୧୦୦୦ କେଜି ଓଜନ କ୍ଷମତା ବହନ କରିପାରିବ ।
୭- 👉 ସୁସ୍ଥ ହେଉଛନ୍ତି ସଙ୍ଗୀତକାର ଅଭିଜିତ୍ ମଜୁମଦାର। ୨-୩ ଦିନ ମଧ୍ୟରେ ଏମ୍ସରୁ ହୋଇପାରନ୍ତି ଡିସ୍ଚାର୍ଜ। ଅଭିଜିତଙ୍କୁ ଚିକିତ୍ସା କରୁଥିବା ଡାକ୍ତର ଆଶୁତୋଷ ବିଶ୍ୱାସ ସୂଚନା ଦେଇଛନ୍ତି।
୮- 👉 PUCCଅବଧି ମାର୍ଚ୍ଚ ଶେଷ ପର୍ଯ୍ୟନ୍ତ ବୃଦ୍ଧି କଲେ ସରକାର।ଏନେଇ ସୂଚନା ଦେଲେ ପରିବହନ ମନ୍ତ୍ରୀ ବିଭୂତି ଜେନା। ଲୋକଙ୍କ ଅସୁବିଧାକୁ ଦେଖି ନିଷ୍ପତ୍ତି କହିଲେ ପରିବହନ ମନ୍ତ୍ରୀ। ଅନିୟମିତତାକୁ ଦେଖି ୪୨ଟି ଟେଷ୍ଟିଂ ସେଣ୍ଟରର ଲାଇସେନ୍ସ ରଦ୍ଦ ହୋଇଛି। ଅଧିକରୁ ଅଧିକ ଟେଷ୍ଟିଂ ସେଣ୍ଟର ଖୋଲିବାକୁ ଆହ୍ବାନ କରୁଛୁ।ଯେଉଁମାନେPUCCକରି ସାରିଛନ୍ତି, ସେମାନେ ଷ୍ଟିକରRTOରୁ ପାଇବେ।
୯- 👉 ଜିରୋନାଇଟ୍ ଓ ନୂଆବର୍ଷ ପାଇଁ ଅଗ୍ନିଶମ ବିଭାଗର ପ୍ରସ୍ତୁତ । ଶ୍ରୀମନ୍ଦିର ପରିସରରେ ୭ଟି ସ୍ୱତନ୍ତ୍ର ଦଳ ମୁତୟନ ହୋଇଥିବା ବେଳେ୧୦୦ ଜଣ ଅଗ୍ନିଯୋଦ୍ଧା ବି ମୁତୟନ ହୋଇଛନ୍ତି। ପର୍ଯ୍ୟଟକଙ୍କ ପାଇଁ ସମୁଦ୍ର କୂଳରେ ୪୦୦ ଲାଇଫ୍ଗାର୍ଡ ଅଛନ୍ତି। ଜିରୋନାଇଟ୍ ସେଲିବ୍ରେସନ୍ ବେଳେ ଭିଡ଼କୁ ଗୁରୁତ୍ୱ ଦିଅନ୍ତୁ। ପ୍ରସ୍ଥାନ ଦ୍ୱାର ଓ ଅଗ୍ନି ନିର୍ବାପକ ବ୍ୟବସ୍ଥା ଦେଖିବାକୁ ଅନୁରୋଧ କରାଯାଇଛି । ଏନେଇ ଅଗ୍ନିଶମ ଡିଜି ସୁଧାଂଶୁ ଷଡ଼ଙ୍ଗୀ ସୂଚନା ଦେଇଛନ୍ତି।
୧୦- 👉 ସୀମା ସୁରକ୍ଷା ବାହିନୀ(BSF) ମଧ୍ୟ ଅପରେ ସିନ୍ଦୁରର ସମୟରେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲା,ଅନେକ ଆତଙ୍କବାଦୀ ଶିବିରକୁ ଧ୍ୱଂସକରିଥିଲା ଏବଂ ଅନେକ ଅନୁପ୍ରବେଶ ପ୍ରୟାସକୁ ପଣ୍ଡ କରିଥିଲା।BSF ବର୍ତ୍ତମାନ ପାକିସ୍ତାନ ସୀମାରେ ଏକଅପରେସନ୍ ଆରମ୍ଭକରୁଛି, ଯାହାକୁ ଅପରେସ ସର୍ଦହାୱା କୁହାଯାଇଛି I
