ଖବର ଆଜିର, 30 ଡିସେମ୍ବର, ମଙ୍ଗଳବାର

ଆସନ୍ତା ୩ଦିନ ପର୍ଯ୍ୟନ୍ତ ରାଜ୍ୟର ସର୍ବନିମ୍ନ ତାପମାତ୍ରାରେ ପରିବର୍ତ୍ତନ ହେବନାହିଁ।

ଆଜି ସୂର୍ଯ୍ୟଙ୍କ ପୂଜା, ଶାମ୍ବଦଶମୀ। ମାଗଣାରେ କୋଣାର୍କ ସୂର୍ଯ୍ୟ ମନ୍ଦିର ବୁଲିବେ ପର୍ଯ୍ୟଟକ।

ପୁରୀ ଶ୍ରୀମନ୍ଦିରରେ ଡିସେମ୍ବର ୩୧ ରେ ପହୁଡ ଏବଂ ଦ୍ଵାରଫିଟା ନୀତି ଶୀଘ୍ର ହେବ। ରାତି ୧୧ରେ ପହୁଡ ହୋଇ ୨ ଟାରେ ଦ୍ୱାର ଫିଟିବ। ଖ୍ରୀଷ୍ଟିଆନ ନୂଆବର୍ଷ ସ୍ୱାଗତ ପାଇଁ ଶ୍ରୀଜଗନ୍ନାଥଙ୍କୁ ଉଠାଯିବ।

ଜାନୁଆରୀ ୩୧ ତାରିଖ ସୁଦ୍ଧା ସମ୍ପତ୍ତି ତାଲିକା ନଦେଲେ ସରକାରୀ ପଦୋନ୍ନତି ହେବନାହିଁ। ଅମାନିଆ ଅଫିସରଙ୍କୁ ସରକାରଙ୍କ ଧମକ।

ମିଥ୍ୟା ପ୍ଲଟ ଦର୍ଶାଇ ପଞ୍ଜୀକରଣ କରିଥିବା ନକଲି ଚାଷୀଙ୍କୁ ରାଜ୍ୟ ସରକାର ଧମକ ଦେଲେ।

ଇନ୍ଦିରା ଗାନ୍ଧୀ ଜାତୀୟ ମୁକ୍ତ ବିଶ୍ୱବିଦ୍ୟାଳୟର ଅନଲାଇନ୍ ପାଠ୍ୟକ୍ରମଗୁଡ଼ିକ ପାଇଁ ପ୍ରବେଶ ପ୍ରକ୍ରିୟା ଜାରି ଅଛି।

ରାଜ୍ୟ ପୋଲିସର ଗାଇଡଲାଇନ ଜାରି। ରାତି ୧୨ଟା ୩୦ ଯାଏ ଜିରୋ ନାଇଟ୍ ସେଲିବ୍ରେସନ ହେବ। ମଦ ପିଇଲେ ଚଳିବ, କିନ୍ତୁ ଡ୍ରାଇଭର ନେଇକି ଯିବେ।

ଟାଟା ପାୱାର ଦ୍ୱାରା ସ୍ପେସାଲ ସିକ୍ୟୁରିଟି ରଦ୍ଦ କରିବା ପାଇଁ କଂଗ୍ରେସ କମିଟି ପକ୍ଷରୁ ବିଦ୍ୟୁତ୍ ବିଭାଗ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ

ରାଜ୍ୟ ଆଇନ୍ ମନ୍ତ୍ରୀ କହିଲେ,, ରାତିସାରା ଜଗନ୍ନାଥ ଦର୍ଶନ ଆଉ ନୀତି ହେବ। ନୂଆ ବର୍ଷ ପାଇଁ ରାତି ଅନିଦ୍ରା ହେବେ ଜଗନ୍ନାଥ।

ଭୁବନେଶ୍ୱର ଶିଖରଚଣ୍ଡୀ ପାହାଡରେ ୬ ଦିନ କଟାଇଲା ପରେ ଭରତପୁର ଜଙ୍ଗଲ ଫେରିଲେ ୨ ହାତୀ। ଏବେ ପର୍ଯ୍ୟଟକଙ୍କ ପାଇଁ ନିରାପଦ।

ନବରଙ୍ଗପୁର ଜିଲ୍ଲା ଝରିଗାଁରେ ଧାନ ମଣ୍ଡିରେ ଉଠୁନି ଧାନ, ଆନ୍ଦୋଳନ ପାଇଁ ଚେତାବନୀ ଦେଲେ ଚାଷୀ।

କଟକ ଆଠଗଡ ସବ ଡିଭିଜନର ଡ଼ାକ୍ତରଖାନାରେ ରାଜନୀତି ଯୋଗୁଁ ଫଳକ ଭଙ୍ଗା ପରେ ଥାନାରେ ୩ଟି ଏତଲା ରୁଜୁ ହେଲା।

କୋରାପୁଟ ଜୟପୁରରେ ୨୦ଲକ୍ଷରୁ ଊର୍ଦ୍ଧ୍ବ ଟଙ୍କାର ନକଲି ମଦ ଜବତ, ମାଲିକ ଓ କର୍ମଚାରୀ ଫେରାର।

ଦେବଗଡରେ କୀଟନାଶକ ପିଇ ଦମ୍ପତି ମୃତ ପରେ କଟକ ଶିଶୁଭବନରେ ଚିକିତ୍ସାଧୀନ ଶିଶୁପୁତ୍ରର ଅବସ୍ଥା ସ୍ଥିର ଅଛି।

ବୌଦ୍ଧ ଜିଲ୍ଲା ପୁରୁଣା କଟକରେ ହାଇୱା ସହ ମୁହାଁମୁହିଁ ଧକ୍କା, ଚାଲିଗଲା ବାଇକ୍ ଆରୋହୀଙ୍କ ଜୀବନ, ଗାଡ଼ି ଚାଳକ ଫେରାର।

ପୁଲିସ ସବ ଇନ୍ସପେକ୍ଟର ନିଯୁକ୍ତି କେଳେଙ୍କାରୀରେ ୧୬ଜଣଙ୍କ ନାଆଁରେ ଚାର୍ଜସିଟ୍ ଦାଖଲ କଲା ସିବିଆଇ

ଦୂରଗାମୀ ରକେଟ ପିନାକର ପ୍ରଥମ ଫ୍ଲାଇଟ୍ ଟେଷ୍ଟ ଚାନ୍ଦିପୁରର ସମନ୍ୱିତ ପରୀକ୍ଷଣ ଘାଟୀରେ ସଫଳତାର ସହ କରାଗଲା।

ସୁପ୍ରିମକୋର୍ଟଙ୍କ ପୁରୁଣା ରାୟ। ପଲ୍ୟୁସନ ଅମାନ୍ୟତା ପାଇଁ ଜରିମାନା ଏବଂ ଦଣ୍ଡ ଲାଗୁ ହୋଇପାରିବ କିନ୍ତୁ ଇନ୍ଧନ ଦେବାକୁ ମନା କରିବା ବେଆଇନ।

ଖ୍ରୀଷ୍ଟିଆନ ନବବର୍ଷରେ ନିଜର ସଉକ ପାଇଁ ଶ୍ରୀମନ୍ଦିରରେ ଶ୍ରୀଜଗନ୍ନାଥଙ୍କୁ ରାତି ଅନିଦ୍ରା ରଖନାହିଁ ବୋଲି ଭକ୍ତମଣ୍ଡଳୀଙ୍କ ନିବେଦନ।

ଛତିଶଗଡ ବିଜାପୁରରେ ମାଓ ମାନଙ୍କ ଟିଫିନ ବୋମା ସହ ବିପୁଳ ପରିମାଣର ବିସ୍ଫୋରକ ଜବତ କଲେ ଯବାନ।

ତାମିଲ୍‌ନାଡୁ ତିରୁଭାଲ୍ଲୁରରେ ଓଡିଆ ଦାଦନ ଶ୍ରମିକଙ୍କୁ ଧାରୁଆ ଅସ୍ତ୍ରରେ ହାଣିଦେଲେ ଚାରିଜଣ। ଅବସ୍ଥା ଗୁରୁତର

ଟାଟା-ଏର୍ଣ୍ଣାକୁଲମ ଏକ୍ସପ୍ରେସ ଟ୍ରେନରେ ଇଲାମାଞ୍ଚିଲି ଷ୍ଟେସନରେ ଭୟଙ୍କର ଅଗ୍ନିକାଣ୍ଡ ଘଟି ଜଣଙ୍କର ମୃତ୍ୟୁ ଘଟିଛି।

ଦିଲ୍ଲୀ ସାଧାରଣତନ୍ତ୍ର ଦିବସ ପରେଡ୍‌ ପାଇଁ ଏଥର ଓଡ଼ିଶାର ମେଢ଼ ପ୍ରଦର୍ଶିତ ହେବ। ଗତବର୍ଷ ବିନା କାରଣରେ ଓଡିଶାର ନାମ କଟା ଯାଇଥିଲା।

ନୂଆ ‘ଭିବି-ଜି ରାମ ଜି’ ଯୋଜନାରେ କେନ୍ଦ୍ର ରାଜ୍ୟ ଭାଗବଣ୍ଟା ୬୦:୪୦ ପ୍ରତିଶତ ଯୋଗୁଁ ରାଜ୍ୟମାନେ ବିପୁଳ କ୍ଷତି ସହିବେ ଓ ଆର୍ଥିକ ବୋଝ ବଢ଼ିବ ବୋଲି ଆଶଙ୍କା

ଆରାବଳୀ ପାହାଡରେ ଖଣିପାଇଁ ଖନନ ବିଷୟରେ ନିଜ ଆଦେଶ ଉପରେ ନିଜେ ରୋକ ଲଗାଇଲେ ସୁପ୍ରିମକୋର୍ଟ।

ରୁଷ ରାଷ୍ଟ୍ରପତି ପୁଟିନଙ୍କ ଘର ଉପରକୁ ଡ୍ରୋନ୍ ଆକ୍ରମଣ କଲା ୟୁକ୍ରେନ।

ଆଜି ଜନ୍ମଦିନ: ରଡ଼ୟାଡ଼ କିପଲିଙ୍ଗ, ମୋନିକା ବେଲୁସି, ଭିକ୍ଟୋରିଆ ଆବ୍ରାହାମ (ପ୍ରଥମ ମିସ ଇଣ୍ଡିଆ), ସବୀର ଭାଟିଆ, ସୁରିନ୍ଦର ଅମରନାଥ, ଶୁଭ୍ରାଂଶୁ ସେନାପତି (କ୍ରିକେଟ, କେନ୍ଦୁଝର)

ଆଜି ତିରୋଧାନ: ବିକ୍ରମ ସାରାଭାଇ

ଇତିହାସରେ ଆଜି: (୧୭୦୩) ଜାପାନ ଭୂକମ୍ପରେ ୩୭,୦୦୦ ମୃତ/ (୧୮୦୩) ବ୍ରିଟିଶ ଇଷ୍ଟ ଇଣ୍ଡିଆ କମ୍ପାନୀ କବଜା କଲା ଦିଲ୍ଲୀ, ଆଗ୍ରା ଓ ଭରୁଚ/ (୧୯୦୬) ଢାକାରେ ଅଲ ଇଣ୍ଡିଆ ମୁସଲିମ ଲିଗ ପ୍ରତିଷ୍ଠା/ (୧୯୪୩) ସୁଭାଷ ବୋଷ ପୋର୍ଟ ବ୍ଲେୟାରରେ ଭାରତର ସ୍ଵାଧିନତା ଘୋଷଣା କଲେ/ (୨୦୦୬) ଇରାକରେ ସଦ୍ଦାମ ହୁସେନଙ୍କୁ ଫାଶୀ ଦିଆଗଲା

Leave a Reply

Your email address will not be published. Required fields are marked *

error: Content is protected !!